ଅନଲାଇନ୍ ଟ୍ରେଡିଂ ନିଶାରେ ଯୁବପୀଢି: ଋଣ କରି ଟ୍ରେଡିଂ କରିଥିଲେ ବ୍ରହ୍ମପୁରର ସମ୍ଭବ ବିଷୋୟୀ, ଋଣ ଟଙ୍କା ନଫେରାଇବାରୁ ଅପହରଣ କରିଥିଲେ ୬ ଜଣ ଯୁବକ

କନକ ବ୍ୟୁରୋ: ଯୁବକ ଅପହରଣ ମାମଲାରେ ୬ ଗିରଫ । ଧାର କରଜ କରି କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରିବା ମହଙ୍ଗା ପଡିଲା । ଋଣ ପରିଷୋଧ ନକରିପାରିବାରୁ ଅପହରଣର ଶିକାର ହେଲେ ଯୁବକ । ସେପଟେ ଧାର ଟଙ୍କା ପାଇବା ଆଶାରେ ଅପହରଣ କରି ପୋଲିସ ହାତରେ ଧରା ପଡିଛନ୍ତି ଅପହରଣକାରୀ । ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାରର ଧରିତ୍ରୀ ସାମଲଙ୍କ ପୁଅ ସମ୍ଭବ ବିଷୋୟୀ ନିଖୋଜ ଥିବା ନେଇContinue reading “ଅନଲାଇନ୍ ଟ୍ରେଡିଂ ନିଶାରେ ଯୁବପୀଢି: ଋଣ କରି ଟ୍ରେଡିଂ କରିଥିଲେ ବ୍ରହ୍ମପୁରର ସମ୍ଭବ ବିଷୋୟୀ, ଋଣ ଟଙ୍କା ନଫେରାଇବାରୁ ଅପହରଣ କରିଥିଲେ ୬ ଜଣ ଯୁବକ”

ମା’ଆଗରେ ଚାଲିଗଲା ପୁଅ: ମା’ ପୋଖରୀରେ ଗାଧଉଥିବା ବେଳେ ଦୁର୍ଭାଗ୍ୟବଶତଃ ପୋଖରୀରେ ବୁଡି ଯାଇଥିଲା ଶିଶୁପୁତ୍ର

କନକ ବ୍ୟୁରୋ: ପାଣି ନେଇଗଲା ପୁଅ । ଖାଲି କରିଦେଲା ମାଆ କୋଳକୁ । ମା’ ସାଥିରେ ପୋଖରୀକୁ ଗାଧୋଇବାକୁ ଯାଇଥିଲା ୪ ବର୍ଷର କୁନି ପୁଅ । ହେଲେ ମାଆଙ୍କୁ ଜଣାନଥିଲା ଆଜି ତାଙ୍କ ସହ ଏତେବଡ ଅଘଟଣ ଘଟିଯିବ । ତାଙ୍କ ଆଖି ଆଗରେ ପୁଅର ଜୀବନ ଦୀପ ଲିଭିଯିବ । ଟିକିଏ ଅସାବଧାନତା ଯୋଗୁଁ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛି ଖଲ୍ଲିକୋଟ ଲଙ୍ଗଳେଶ୍ୱର ଗାଁର ମର୍ଦ୍ଧରାଜ ପୃଷ୍ଟିଙ୍କ ପୁଅ । ଏକମାତ୍ରContinue reading “ମା’ଆଗରେ ଚାଲିଗଲା ପୁଅ: ମା’ ପୋଖରୀରେ ଗାଧଉଥିବା ବେଳେ ଦୁର୍ଭାଗ୍ୟବଶତଃ ପୋଖରୀରେ ବୁଡି ଯାଇଥିଲା ଶିଶୁପୁତ୍ର”

ଲୋକସଭାରେ ଗୃହୀତ ହେଲା ‘ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍’ । ଜାଣନ୍ତୁ କଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ

ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର ବ୍ୟବସ୍ଥା ରହିଛି । ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ବୋଲି କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବContinue reading “ଲୋକସଭାରେ ଗୃହୀତ ହେଲା ‘ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍’ । ଜାଣନ୍ତୁ କଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ”

ମୁଁ ଶପଥ କରୁଛି ଯେ… କର୍ମୀଙ୍କୁ ଶପଥ ପାଠ କରାଇଲେ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡେଇ

କନକ ବ୍ୟୁରୋ: ବିଜେଡି ନେତାଙ୍କ ଶପଥ ପାଠ । ୨୦୨୪ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଶପଥ ପାଠ କରାଇଛନ୍ତି ମନ୍ତ୍ରୀ ସାରଦା ନାୟକ ଓ ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡେଇ । ରାଉରକେଲା ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଜନ ସଂପର୍କ ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ ବାଟ ବାହାରContinue reading “ମୁଁ ଶପଥ କରୁଛି ଯେ… କର୍ମୀଙ୍କୁ ଶପଥ ପାଠ କରାଇଲେ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡେଇ”

ପୁଣି ଏକ ରହସ୍ୟର ଖୁଲାସା… ଝିଅ ଭଡା ଘରେ ରହୁଥିବା କଥା ଜାଣି ନଥିଲେ ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ।

କନକ ବ୍ୟୁରୋ: ଭୁବନେଶ୍ୱର ଦିପାଲୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ରହସ୍ୟର ଖୁଲାସା । ଶୁଭଲକ୍ଷ୍ମୀ ରମାଦେବୀର +୨ ଛାତ୍ରୀ ହୋଇ ମଧ୍ୟ ସେ ହଷ୍ଟେଲରେ ରହୁ ନଥିଲେ । ହଷ୍ଟେଲରେ ନରହି ଭଡ଼ାଘରେ ରହୁଥିଲେ । ଆଉ ଝିଅ ଭଡ଼ାଘରେ ରହୁଥିବା କଥା ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ଜାଣି ନଥିଲେ ବୋଲି ସୂଚନା ମିଳିଛି । ଏପଟେ ଛାତ୍ରୀ ହୋଇ ହୋଟେଲରେ କଣ କରୁଥିଲେ ବୋଲି ତନାଘନା ଚାଲିଥିବା ବେଳେ ଥାନାରେContinue reading “ପୁଣି ଏକ ରହସ୍ୟର ଖୁଲାସା… ଝିଅ ଭଡା ଘରେ ରହୁଥିବା କଥା ଜାଣି ନଥିଲେ ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ।”

ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’, ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା

କନକ ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କାୟା ମେଲାଇଛି କୋଭିଡ୍ । ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନ୍ ର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ବିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟ ରେ ପରିଣତContinue reading “ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’, ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା”

ବିସ୍ଥାପିତଙ୍କ ବେଦନା: ଜଳ ସମାଧି ନେଲା ଗାଁ, ମନରୁ ଲିଭୁନି ମୃତ ଗାଁର ମାନଚିତ୍ର । ମନେପଡୁଛି ଗାଁର ସ୍ମୃତି, ଥଇଥାନ କେନ୍ଦ୍ରରେ ଥମୁନି ଲୁହ…

କନକ ବ୍ୟୁରୋ: ଆଖି ବୁଜିଲେ ଗାଁ ଦିଶୁଛି, ଆଖି ଖୋଲିଲେ ଗାଁର ଛବି ନାଚି ଯାଉଛି । ଶୟନେ ସପନେ ଜାଗରଣେ ଗାଁ ଭାରି ମନେପଡୁଛି । ରାତିଟା ତ କଷ୍ଟେମଷ୍ଟେ ବିତି ଯାଉଛି କିନ୍ତୁ ଯେତେବେଳେ ନିଦ ଭାଙ୍ଗୁଛି ଆଉ ଏ ଗାଉଁଲୀ ମଣିଷଟା ନିଜକୁ ସହରୀ ସଭ୍ୟତାରେ ପାଉଛି । ସେତେବେଳେ ସେ ଅଣନିଶ୍ୱାସୀ ହୋଇ ଯାଉଛି । ଆଉ ତା ଭିଟାମାଟିକୁ ଖୋଜୁଛି, ତା ଘରର ପିଣ୍ଡା, ତା ଗାଁର ପୋଖରୀ, ପାହାଡContinue reading “ବିସ୍ଥାପିତଙ୍କ ବେଦନା: ଜଳ ସମାଧି ନେଲା ଗାଁ, ମନରୁ ଲିଭୁନି ମୃତ ଗାଁର ମାନଚିତ୍ର । ମନେପଡୁଛି ଗାଁର ସ୍ମୃତି, ଥଇଥାନ କେନ୍ଦ୍ରରେ ଥମୁନି ଲୁହ…”

କିରଗିଜସ୍ତାନରୁ ଶ୍ରୀକ୍ଷେତ୍ର ଯାତ୍ରା: ବାଟରେ ହଜିଗଲା ପାସପୋର୍ଟ, ଚାଲି ଚାଲି ୪୫ ଦିନପରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ବିଦେଶୀ ଭକ୍ତ

କନକ ବ୍ୟୁରୋ: କିରଗିଜସ୍ଥାନରୁ ଶ୍ରୀକ୍ଷେତ୍ର । ଏହି ଯାତ୍ରା ଯେତିକି ଅବିଶ୍ୱସନୀୟ, ସେତିକି ରୋମାଂଚକର । ନା ପାଖରେ ଥିଲା ଭିସା ନା ପଇସା । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅତୁଟ ବିଶ୍ୱାସ ହିଁ ଥିଲା ଏକମାତ୍ର ସମ୍ବଳ । ଦୀର୍ଘ ୩ ମାସ କାଳ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଂଚିଥିଲେ ଜଗାର ବିଦେଶୀ ଭକ୍ତ ଉଲୁକ୍ ବେକ୍ । ଭକ୍ତର ଏହି ବିଶ୍ୱାସକୁ ମହାପ୍ରଭୁ ସତ କରି ଦେଖାଇଛନ୍ତି । ନିଜ ଦେଶ ଘର, ପରିବାରContinue reading “କିରଗିଜସ୍ତାନରୁ ଶ୍ରୀକ୍ଷେତ୍ର ଯାତ୍ରା: ବାଟରେ ହଜିଗଲା ପାସପୋର୍ଟ, ଚାଲି ଚାଲି ୪୫ ଦିନପରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ବିଦେଶୀ ଭକ୍ତ”

ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା

କନକ ବ୍ୟୁରୋ: ଭୁବନେଶ୍ୱରର ଦୀପାଳି ବାରରେ ବାର ଗାର୍ଲଙ୍କ ମୃତ୍ୟୁ ଘଟଣା । ବାର ଗାର୍ଲଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା । ବାର ଗାର୍ଲଙ୍କ ସହ ସମ୍ପର୍କ ନେଇ ପୁରୁଣା ବୟଫ୍ରେଣ୍ଡକୁ ଜେରା । ପୁରୁଣା ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରୁଛି ପୋଲିସ । ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି । ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ଦିନକୁ ଦିନ ବଢୁଛି ସନ୍ଦେହ ।Continue reading “ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା”

ବିବାହ ବାର୍ଷିକୀ ପାଳନ କରିବାକୁ ଯାଇଥିଲେ ବ୍ୟାଙ୍କକ, ହୃଦଘାତ କାରଣରୁ କନ୍ନଡ ଅଭିନେତା ବିଜୟଙ୍କ ପତ୍ନୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଲୋକପ୍ରିୟ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ଏହି ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବିଜୟଙ୍କ ପତ୍ନୀ ସ୍ପନ୍ଦନାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି । ଛୁଟି କଟାଇବାକୁ ବ୍ୟାଙ୍କକ ଯାଇଥିବା ବେଳେ ସ୍ପନ୍ଦନାଙ୍କ ମୃତ୍ୟୁ ହୋଇଛି । ନିଜର ୧୬ ତମ ବିବାହ ବାର୍ଷିକୀ ପାଳନ କରିବାକୁ ସ୍ୱାମୀଙ୍କ ସହ ବ୍ୟାଙ୍କକ ଯାଇଥିଲେ ସ୍ପନ୍ଦନା ।Continue reading “ବିବାହ ବାର୍ଷିକୀ ପାଳନ କରିବାକୁ ଯାଇଥିଲେ ବ୍ୟାଙ୍କକ, ହୃଦଘାତ କାରଣରୁ କନ୍ନଡ ଅଭିନେତା ବିଜୟଙ୍କ ପତ୍ନୀଙ୍କ ମୃତ୍ୟୁ ।”

Design a site like this with WordPress.com
Get started