ମାମଲା‌ ରଫାଦଫା କରିବାକୁ ନେଉଥିଲେ ୫ ହଜାର ଲାଞ୍ଚ : ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ ପ୍ରଶାନ୍ତ ମହାନ୍ତି

କନକ ବୁରୋ : ମାତ୍ର ୫ ହଜାର ଟଙ୍କା ପାଇଁ ଗଲା ଇଜ୍ଜତ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କୋରାପୁଟ ଆମ୍ବଗୁଡା ଥାନା ଏଏସଆଇ ପି.କେ ମହାନ୍ତି । ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ । ଏ ନେଇ ଅଭିଯୋଗକାରୀ ଭିଜଲାନ୍ସର ସହାୟତା ନେଇଥିଲେ । ପୂର୍ବ ଯୋଜନା ମୁତାବକ ଏଏସଆଇ ଲାଞ୍ଚ ଟଙ୍କା ନେଉଥିବା ବେଳେ ଚଢାଉ କରି ଭିଜିଲାନ୍ସContinue reading “ମାମଲା‌ ରଫାଦଫା କରିବାକୁ ନେଉଥିଲେ ୫ ହଜାର ଲାଞ୍ଚ : ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ ପ୍ରଶାନ୍ତ ମହାନ୍ତି”

ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ

କନକ ବ୍ୟୁରୋ : ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଚନ୍ଦ୍ରର ଫଟୋ ଟୁଇଟ କରାଯାଇଛି । ଫଟୋରେ ଚନ୍ଦ୍ରର ପୃଷ୍ଠଭୂମି ସହ ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି । ଚନ୍ଦ୍ରପୃଷ୍ଠରେ ଥିବା ଗାତଗୁଡିକ ଫଟୋରେ ଦେଖାଯାଉଛି ।Continue reading “ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ”

ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ : ୧୦ ଜଣଙ୍କୁ ପୁଲିସର ଜେରା, ସନ୍ଦେହ ଘେରରେ ବାର କର୍ମଚାରୀ

କନକ ବ୍ୟୁରୋ : ଭୁବନେଶ୍ୱର ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହଘେରରେ କିଛି ବାର କର୍ମଚାରୀ ଅଛନ୍ତି । ଯୁବତୀଙ୍କୁ କେହିContinue reading “ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ : ୧୦ ଜଣଙ୍କୁ ପୁଲିସର ଜେରା, ସନ୍ଦେହ ଘେରରେ ବାର କର୍ମଚାରୀ”

ମଣିପୁରରେ ବିଜେପି ସରକାରକୁ ବଡ ଝଟକା, ସମର୍ଥନ ପ୍ରତ୍ୟାହାର କଲା କୁକୀ ପିପୁଲ୍ସ ଆଲାଏନ୍ସ

କନକ ବ୍ୟୁରୋ : ମଣିପୁର ହିଂସା ମଧ୍ୟରେ ଏନ୍ ବିରେନ ସିଂ ସରକାରକୁ ବଡ ଝଟକା ଲାଗିଛି । ଏନଡିଏର ସହଯୋଗୀ କୁକୀ ପିପୁଲ୍ସ ଆଲାଏନ୍ସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ରବିବାର ସଂନ୍ଧ୍ୟାରେ ପାର୍ଟି ଏନେଇ ଘୋଷଣା କରିଛି । ରାଜ୍ୟରେ ଜାରି ରହିଥିବା ହିଂସା ଓ ୩ମାସ ପରେ ବି ହିଂସା ରୋକିବାରେ ସରକାର ବିଫଳ ହେବାକୁ କୁକୀ ପିପୁଲ୍ସ ଆଲାଏନ୍ସ ପାର୍ଟି ଏଭଳି ନିଷ୍ପତ୍ତି ନେଇଛି । ମଣିପୁର ସରକାରରେ କୁକୀContinue reading “ମଣିପୁରରେ ବିଜେପି ସରକାରକୁ ବଡ ଝଟକା, ସମର୍ଥନ ପ୍ରତ୍ୟାହାର କଲା କୁକୀ ପିପୁଲ୍ସ ଆଲାଏନ୍ସ”

ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ, ବିଦେଶ ମନ୍ତ୍ରାଳୟ ଜାରିକଲା ବଡ ବୟାନ

କନକ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସରକାରର ମଞ୍ଜୁରୀକୁ ଅପେକ୍ଷା କରିଥିଲା । ତେବେ ବର୍ତ୍ତମାନ ଖବର ଆସିଛି ଶେହବାଜ ସରକାର ନିଜ ଦଳକୁ ଭାରତ ପଠାଇବାକୁ ରାଜି ହୋଇଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏନେଇ ବୟାନ ଜାରିକରିଛି । ଏଥିରେ ସ୍ପଷ୍ଟଭାବେ କୁହାଯାଇଛି ଯେContinue reading “ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ, ବିଦେଶ ମନ୍ତ୍ରାଳୟ ଜାରିକଲା ବଡ ବୟାନ”

ଧାନ, କପା ଓ ଆମ୍ବ ଚାଷ ଭଳି କଳାହାଣ୍ଡି କାଜୁର ରହିଛି ସ୍ୱତନ୍ତ୍ର ଚାହିଦା । ବାର୍ଷିକ ଉତ୍ପାଦନ ହେଉଛି ୨ହଜାର ମେଟ୍ରିକ୍ ଟନ୍ କାଜୁ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଧାନ, କପା ଓ ଆମ୍ବ ଚାଷ ଭଳି କାଜୁର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲ୍ଲାରୁ ଉତ୍ପାଦନ ହେଉଥିବା କାଜୁ ସ୍ଥାନୀୟ ବଜାର ସହ ସାରା ଭାରତରେ ବିକ୍ରି କରାଯାଉଛି । ପ୍ରଚୁର ପରିମାଣର କାଜୁ ଉତ୍ପାଦନ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଦୁଇଟି ପ୍ରୋସେସିଂ ୟୁନିଟ୍ ସ୍ଥାପନ ହୋଇଛି । ଯେଉଁଠି ଶହ ଶହ ଯୁବକ ଓ ଯୁବତୀଙ୍କୁ ରୋଜଗାର ମିଳିପାରୁଛି । ସ୍ଥାନୀୟ ଅଂଚଳରେ କାଜୁ ପ୍ରକ୍ରିୟାକରଣContinue reading “ଧାନ, କପା ଓ ଆମ୍ବ ଚାଷ ଭଳି କଳାହାଣ୍ଡି କାଜୁର ରହିଛି ସ୍ୱତନ୍ତ୍ର ଚାହିଦା । ବାର୍ଷିକ ଉତ୍ପାଦନ ହେଉଛି ୨ହଜାର ମେଟ୍ରିକ୍ ଟନ୍ କାଜୁ”

ପ୍ରଶ୍ନପତ୍ର ଲିକ୍ ମାମଲା: ବାଲେଶ୍ୱର ଏସପି କହିଲେ ପୂରା କାହାଣୀ । ଅନଲାଇନ୍ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ଦଲାଲ । 

କନକ ବ୍ୟୁରୋ: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ତଥ୍ୟ  ଆସିବାରେ ଲାଗିଛି  । ଦଲାଲମାନେ କେମିତି ଅନଲାଇନ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ତାର ପୂରା କାହାଣୀ କହିଛନ୍ତି ବାଲେଶ୍ୱର ଏସପି । ପୋଲିସର କହିବା ଅନୁସାରେ, ଯୋଜନାବଦ୍ଧ ଭାବେ ହ୍ୱାଟସଆପ, ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ସାଇଟରେ ଖୋଲିଥିବା ଅନଲାଇନ ଷ୍ଟଡି ଗ୍ରୁପରେ ବିଭିନ୍ନ ନିଯୁକ୍ତି ବିଜ୍ଞାପନ ଦେଉଥିଲେ ଦଲାଲ । ତାପରେ ସେମାନେ ଗ୍ରୁପରେ ଥିବା ପିଲାଙ୍କContinue reading “ପ୍ରଶ୍ନପତ୍ର ଲିକ୍ ମାମଲା: ବାଲେଶ୍ୱର ଏସପି କହିଲେ ପୂରା କାହାଣୀ । ଅନଲାଇନ୍ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ଦଲାଲ । “

୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଲେ ଶିଳାନ୍ୟାସ । ଓଡିଶାରୁ ରହିଛି ୨୫ଟି ଷ୍ଟେସନ ।

କନକ ବ୍ୟୁରୋ: ରେଳ ଷ୍ଟେସନ ଗୁଡ଼ିକର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିଳାନ୍ୟାସ ସହ ଭାରତୀୟ ରେଳସେବାରେ ଯୋଡିହୋଇଛି ଏକ ନୂଆ ଅଧ୍ୟାୟ । ରେଳ ସେବାକୁ ଅତ୍ୟାଧୁନିକ ସୁବିଧା ସହ ଯୋଡ଼ିବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର । ୨୫ ହଜାର କୋଟି ଟଙ୍କା ନିିବେଶରେ ୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ଏଥିରେ ରହିଛି ଓଡ଼ିଶାର ୨୫ଟି ଷ୍ଟେସନ୍ । ଏହି ପୁନର୍ବିକାଶ କାର୍ଯ୍ୟକୁ ୨ ବର୍ଷ ମଧ୍ୟରେ ଶେଷContinue reading “୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଲେ ଶିଳାନ୍ୟାସ । ଓଡିଶାରୁ ରହିଛି ୨୫ଟି ଷ୍ଟେସନ ।”

ଡଙ୍ଗରିଆଙ୍କୁ ଭରସା ନିୟମଗିରି । ଜୀବିକା ଯୋଗାଉଛି ସପୁରି, ଶୀତଳଭଣ୍ଡାର ଅଭାବରୁ ମିଳୁନି ଉଚିତ୍ ମୂଲ୍ୟ

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ମଝିରେ ଥିବା ନିୟମଗିରି ପାହାଡ଼ରେ ବସବାସ କରନ୍ତି ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ନିୟମଗିରି ପାହାଡ଼ ଏମାନଙ୍କ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ପାହାଡ଼ରୁ ଫଳମୂଳ ଓ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଏମାନେ ଜୀବିକା ନିର୍ବାହ କରନ୍ତି । ତେବେ ସପୁରି ଚାଷ ଏମାନଙ୍କର ଏକ ପ୍ରମୁଖ ଚାଷ । ପାହାଡ଼ରେ ଥିବା ସପୁରି ବାଡ଼ରୁ ଏମାନେ ସପୁରି ଅମଳContinue reading “ଡଙ୍ଗରିଆଙ୍କୁ ଭରସା ନିୟମଗିରି । ଜୀବିକା ଯୋଗାଉଛି ସପୁରି, ଶୀତଳଭଣ୍ଡାର ଅଭାବରୁ ମିଳୁନି ଉଚିତ୍ ମୂଲ୍ୟ”

Design a site like this with WordPress.com
Get started