କନକ ବ୍ୟୁରୋ : ଚନ୍ଦ୍ରଯାନର ଚର୍ଚ୍ଚା ଥମିନଥିବା ବେଳେ ସମୁଦ୍ରଯାନର କଳ୍ପନା କରୁଛି ଭାରତ । ଚନ୍ଦ୍ରଯାନ ଜରିଆରେ ମହାକାଶର ଶିଖରରେ ପହଂଚିବାକୁ ଉଦ୍ୟମ କରୁଥିବା ଭାରତ ସମୁଦ୍ରଯାନ ଜରିଆରେ ସମୁଦ୍ରର ଗଭୀରତାରେ ପାଦ ରଖିବାକୁ ଅଭିଯାନ ଆରମ୍ଭ କରିଛି । ସମୁଦ୍ର ଭିତରେ ଜୈବ ବିବିଧତା ଏବଂ ସମ୍ବଳର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଯିବ ଏହି ଯାନ । ତିନିଜଣ ବିଶେଷଜ୍ଞଙ୍କୁ ନେଇ ଏହି ବୁଡ଼ା ଯାନ ଗଭୀର ସମୁଦ୍ରର ୬ହଜାର ମିଟର ଯାଏଁContinue reading “ଭାରତର ‘ସମୁଦ୍ର’ ମିଶନ । ଗଭୀର ଜଳରାଶିରୁ ମିଳିବ ରହସ୍ୟମୟ ତଥ୍ୟ ! ୨୦୨୬ରେ ଆରମ୍ଭ ହେବ ସମୁଦ୍ରଯାନ ପ୍ରକଳ୍ପ”
Tag Archives: News
ହରିୟାଣା ହିଂସା ପ୍ରଭାବରେ ରାଜ୍ୟ ସରକାରରେ ହଲଚଲ ପରିସ୍ଥିତି । ହିଂସା ଘଟଣାରେ ପରସ୍ପର ବିରୋଧୀ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ
କନକ ବ୍ୟୁରୋ : ହରିୟାଣା ହିଂସା ରାଜ୍ୟର ମେଂଟ ସରକାରଙ୍କ ପାଇଁ ଆଣିପାରେ ସଙ୍କଟ । ହରିୟାଣାରେ ରହିଛି ବିଜେପି-ଜେଜେପି ମେଂଟ ସରକାର । ତେବେ ହିଂସା ଘଟଣାକୁ ନେଇ ମେଂଟ ସରକାର ଭିତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି । ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ନେତା ଦୃଶ୍ୟନ୍ତ ଚୌତାଲଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ବ୍ରିଜମଣ୍ଡଳ ଯାତ୍ରା ବାବଦରେ ପ୍ରଶାସନ ପାଖରେ କୌଣସି ଖବର ନଥିଲା । ତେଣୁ ଏଭଳି ସାମ୍ପ୍ରଦାୟିକ ହିଂସାContinue reading “ହରିୟାଣା ହିଂସା ପ୍ରଭାବରେ ରାଜ୍ୟ ସରକାରରେ ହଲଚଲ ପରିସ୍ଥିତି । ହିଂସା ଘଟଣାରେ ପରସ୍ପର ବିରୋଧୀ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ”
ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ ଜୋର ଧରିଲା ରାହୁଲଙ୍କ ସଦସ୍ୟ ପଦ ଫେରାଇବା ଦାବି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଦାବି ଜଣାଇଲା କଂଗ୍ରେସ
କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ପାଇଁ ଦାବି ଜୋର ଧରିଛି । ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଗୃହରେ ଦେଖିବାକୁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲଙ୍କ ସଦସ୍ୟତା ରଦ୍ଧ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ କହିଛନ୍ତି ସାଂସଦ ଅଧୀର ରଂଜନ ଚୌଧୁରୀ । ଅଧୀର ରଂଜନ କହିଛନ୍ତି ରାହୁଲଙ୍କୁ ଯେତେContinue reading “ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ ଜୋର ଧରିଲା ରାହୁଲଙ୍କ ସଦସ୍ୟ ପଦ ଫେରାଇବା ଦାବି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଦାବି ଜଣାଇଲା କଂଗ୍ରେସ”
ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ । ୩ବର୍ଷର ସଜା, ୫ବର୍ଷ ଲଢିପାରିବେନି ନିର୍ବାଚନ
କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଯେଉଁ ଭୟ ଘାରିଥିଲା ତାହା ଏବେ ସତ ହୋଇଛି । ବହୁ ଚର୍ଚ୍ଚିତ ତୋଷଖାନା ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଖାନ । ପାକିସ୍ତାନ ଇସଲାମାବାଦ ଟ୍ରାଏଲ କୋର୍ଟ ମାମଲା ଉପରେ ଶୁଣାଣୀ କରି ଇମ୍ରାନଙ୍କୁ ୩ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଟ୍ରାଏଲ କୋର୍ଟଙ୍କ ଫଇସଲାର ତୁରନ୍ତ ପରେ ଲାହୋରରେContinue reading “ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ । ୩ବର୍ଷର ସଜା, ୫ବର୍ଷ ଲଢିପାରିବେନି ନିର୍ବାଚନ”
ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଅତିକ୍ରମ କରିସାରିଲାଣି ମୋଟ୍ ଦୂରତାର ଦୁଇ ତୃତୀୟାଂଶ
କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା ପାଇଁ ଚନ୍ଦ୍ରଯାନକୁ ଆଉ ଏକ ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା ଚନ୍ଦ୍ରଯାନ-୩କୁ ନିଜ ଆଡକୁ ଟାଣିବ । ଏହା ସତ୍ୱେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଂଚିବା ପାଇଁ ଉଦ୍ୟମ କରିବ । ଏଥିପାଇଁ ଆଜିରContinue reading “ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଅତିକ୍ରମ କରିସାରିଲାଣି ମୋଟ୍ ଦୂରତାର ଦୁଇ ତୃତୀୟାଂଶ”
ମରିଗଲା ମାନବିକତା: ମା’କୁ ତାଲା ଦେଇ ଚାଲିଗଲେ ପୁଅ
କନକ ବ୍ୟୁରୋ: ପକ୍ଷାଘାତ ରୋଗରେ ଆକ୍ରାନ୍ତ ୮୦ ବର୍ଷ ବୁଦ୍ଧାକୁ ସେବା କରିବା ଦୁରର କଥା ଅସହାୟ ଅବସ୍ଥାରେ ଛାଡ଼ି ଘରେ ତାଲା ଲଗାଇ ଚାଲିଗଲେ ଦୁଇ ପୁଅ । ଗୋପବନ୍ଧୁ ଟ୍ରଷ୍ଟର ସଦସ୍ୟ ଓ ପୋଲିସ ର ସହାୟତାରେ କବାଟ ଭାଙ୍ଗି ବୃଦ୍ଧାକୁ ସାହାର୍ଯ୍ୟ କରାଯାଇ ଉଧାର କରାଯାଇଥିଲା । ଏଭଳି ଘଟଣା ଅଚଂଳରେ ଚାଚଂଲ୍ୟ ଖେଳାଇଛି । ଚଟଣାରେ ନିଃସହାୟ ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କ ସହ ତାଙ୍କ ଦୁଇ ପୁଅ ଯେଉଁ ଆଚରଣ କରିଛନ୍ତି,Continue reading “ମରିଗଲା ମାନବିକତା: ମା’କୁ ତାଲା ଦେଇ ଚାଲିଗଲେ ପୁଅ”
ମଣିପୁରରେ ପୁଣି ତେଜିଲା ହିଂସା । ମୈତେଇ ସଂପ୍ରଦାୟର ୩ଜଣଙ୍କୁ ହତ୍ୟା, ସୁରକ୍ଷାକର୍ମୀଙ୍କ ଠାରୁ ଲୁଟିନେଲେ ଅସ୍ତ୍ରଶସ୍ତ୍ର
କନକ ବ୍ୟୁରୋ : ପୁଣି ଥରେ ଅଶାନ୍ତ ହୋଇପଡିଛି ମଣିପୁର । ଚାଲିଯାଇଛି ୩ ନୀରିହ ଜୀବନ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କରାଯାଇଥିବା ୩ ଜଣଙ୍କ ମଧ୍ୟରେ ଦୁଇଜଣ ବାପ-ପୁଅ ଥିବା ସୂଚନା ରହିଛି । ସେହିପରି କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ସୂଚନା ଅନୁସାରେ, କିଛି ଲୋକ ସମ୍ବେଦନଶୀଳ ଅଂଚଳ ପାର କରିContinue reading “ମଣିପୁରରେ ପୁଣି ତେଜିଲା ହିଂସା । ମୈତେଇ ସଂପ୍ରଦାୟର ୩ଜଣଙ୍କୁ ହତ୍ୟା, ସୁରକ୍ଷାକର୍ମୀଙ୍କ ଠାରୁ ଲୁଟିନେଲେ ଅସ୍ତ୍ରଶସ୍ତ୍ର”
ଜହ୍ନ ଆଉ ନୁହେଁ ବେଶୀ ଦୂର! ‘ଚନ୍ଦ୍ରଯାନ-୩’ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ
କନକ ବ୍ୟୁରୋ: ଚନ୍ଦ୍ର ଆଉ ଅଳପ ଦୂର । ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ-୩ । ଏଯାଏଁ ଚନ୍ଦ୍ରଯାନ ମୋଟ୍ ଦୂରତାର ଦୁଇ ତୃତୀୟାଂଶ ଅତିକ୍ରମ କରିସାରିଲାଣି । ଆଉ ଏବେ ଏକ-ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ, ହେଲେ ଏବେ ଏହି ବାକି ରାସ୍ତା ବେଶ୍ ଗୁରୁତ୍ୱପୂର୍ଣ୍ଣ । ହେଲେ ଚନ୍ଦ୍ରଯାନ-୩କୁ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଆତ୍ମବିଶ୍ୱାସ ରଖିଛନ୍ତି । ଭାରତର ବହୁ ଆକାଂକ୍ଷିତ ପ୍ରକଳ୍ପ ଚନ୍ଦ୍ରଯାନ-୩, ଏହାରContinue reading “ଜହ୍ନ ଆଉ ନୁହେଁ ବେଶୀ ଦୂର! ‘ଚନ୍ଦ୍ରଯାନ-୩’ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ”
ଶାହାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ: ଗୋଟିଏ ପଟେ ରାଜ୍ୟରେ ବିଜେପିର ଅସ୍ତିତ୍ୱ, ଅନ୍ୟପଟେ ଜାତୀୟ ରାଜନୀତି
କନକ ବ୍ୟୁରୋ: ଆଗକୁ କେଉଁ ଆଭିମୁଖ୍ୟ ନେଇ ବଢ଼ିବ ରାଜ୍ୟ ବିଜେପି? ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ଦଳର ନେତା । ବିଜେଡି ଓ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିବେ ନା ନାହିଁ, ଆଉ କେତେ ମାତ୍ରାରେ ନବୀନ ସରକାରଙ୍କୁ ସମାଲୋଚନା କରିବେ, ତାକୁ ନେଇ ରାଜ୍ୟ ବିଜେପିର ନେତାମାନେ ଅଙ୍କ କଷୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡି଼ଶା ଆସିଥିବାବେଳେ ଅମିତ ଶାହା ଏକ ଭାଷଣ ଦେଇଥିଲେ । ଦଳୀୟ ନେତା ଓContinue reading “ଶାହାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ: ଗୋଟିଏ ପଟେ ରାଜ୍ୟରେ ବିଜେପିର ଅସ୍ତିତ୍ୱ, ଅନ୍ୟପଟେ ଜାତୀୟ ରାଜନୀତି “
ସାର ପାଇଁ ରାତି ଅନିଦ୍ରା: ବର୍ଷାକୁ ଖାତିର ନ କରି ଲମ୍ବା ଲାଇନ
କନକ ବ୍ୟୁରୋ: ରାତି ଅନିଦ୍ରା ହୋଇ ସାର ପାଇଁ ଲାଇନ ଲଗାଇଲେ ଚାଷୀ । କିଏ ରାତି ୨ ଟାରୁ ତ ଆଉ କିଏ ଭୋର ୪ଟା ରୁ ଆସି ଲାଇନ୍ ଲଗାଇଛନ୍ତି । ସୁନ୍ଦରଗଡ ମିଶନ ରୋଡ ଆରସିଏମଏସ ସେଂଟରରେ ଶୁକ୍ରବାର ଏମିତି ଖବର ଦେଖିବାକୁ ମିଳିଛି । ଦିନ ବେଳା ସାର ଦିଆଯିବ ବୋଲି ଘୋଷଣା ହୋଇଥିଲା, ହେଲେ ମିଳି ନଥିଲା । ଫଳରେ ଚାଷୀମାନେ ଉପାୟ ନପାଇ ରାତିରେ ସାର ପାଇଁ ଲାଇନContinue reading “ସାର ପାଇଁ ରାତି ଅନିଦ୍ରା: ବର୍ଷାକୁ ଖାତିର ନ କରି ଲମ୍ବା ଲାଇନ “