କନକ ବ୍ୟୁରୋ: ଲୋକ ଲଗାଇଲେ ଥାନାରେ ନିଆଁ । ଗଞ୍ଜେଇ ଚାଲାଣରେ ପୋଲିସ୍ ସମ୍ପୃକ୍ତି ଅଭିଯୋଗ କରି ଫୁଲବାଣୀ ଫିରିଙ୍ଗିଆ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ଲୋକଙ୍କ ରାଗ କେବଳ ଏତିକିରେ ଅଟକି ନାହିଁ ଏସଡିପିଓ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ବି ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରେ ସ୍ଥିତି ଉତେଜନାମୂଳକ ରହିଛି । ଗଂଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ କରି ଲୋକଙ୍କ ଆକ୍ରୋଶର ନିଆଁContinue reading “ଗଞ୍ଜେଇ ବେପାର କରୁଛନ୍ତି ଆଇଆଇସି ଓ ସହଯୋଗୀ? ଥାନାରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା “
Tag Archives: News
ବନ୍ୟାରେ ବୁଡିଲା ଘର: ବଢ଼ି ପାଣିରେ ବୁଲୁଛି କୁମ୍ଭୀର
କନକ ବ୍ୟୁରୋ: ଏବେବି ଛାଡ଼ିିନି ଗାଁରୁ ପାଣି । ଲୋକଙ୍କ ଦୁର୍ଦ୍ଦଶା ବି କମୁନି । କଣାସ ଦୋକନ୍ଦା ଗାଁ ଭିତରେ ଏବେବି ଅଂଟାଏ ଉଚ୍ଚର ପାଣି ଲହଡ଼ି ମାରୁଛି । ଫଳରେ ଘର ଛାଡ଼ି ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି ପ୍ରଭାବିତ ଲୋକେ । ସେପଟେ ଯାଜପୁର ଓ ବାଙ୍କୀରେ ବନ୍ୟାପାଣିରେ ଚାଷୀଙ୍କ ପରିବା ଫସଲ ଉଜୁଡିଯାଇଛି । ବୈତରଣୀ ନଦୀର ବଢିପାଣିରେ କୁମ୍ଭୀର ଥିବା ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ରାଜକନିକାର ନଈ କୂଳିଆ ଲୋକେContinue reading “ବନ୍ୟାରେ ବୁଡିଲା ଘର: ବଢ଼ି ପାଣିରେ ବୁଲୁଛି କୁମ୍ଭୀର”
୨୦୨୪ ପାଇଁ ଶାହାଙ୍କ ମନ୍ତ୍ର: ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ, ଲୋକଙ୍କ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଆହ୍ୱାନ
କନକ ବ୍ୟୁରୋ: ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ, ବିଜେପି ପାର୍ଟି ଅଫିସରେ ବୈଠକ କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।.. ଦଳୀୟ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ପରେ, ତିନୋଟି ପର୍ଯ୍ୟାୟରେ ବୈଠକ କରିଛନ୍ତି ଶାହା । ପ୍ରଥମେ ନବ ନିଯୁକ୍ତ ପଦାଧିକାରୀ, ତାପରେ ବିଧାୟକ ଓ ସାଂସଦ ଓ ଶେଷରେ କୋର କମିଟି ସଦସ୍ୟଙ୍କ ସହ ଆଗାମି ରଣନୀତି ନେଇ ଆଲୋଚନା କରିଛନ୍ତି । ଆଉ ବୈଠକରେ ଆଗାମିContinue reading “୨୦୨୪ ପାଇଁ ଶାହାଙ୍କ ମନ୍ତ୍ର: ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ, ଲୋକଙ୍କ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଆହ୍ୱାନ”
ନବୀନ ଓ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ: କେଉଁ ପ୍ରସଙ୍ଗରେ ହେଲା ଆଲୋଚନା?
କନକ ବ୍ୟୁରୋ: ନବୀନ ଓ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଗୋଟିଏ ମଂଚରେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ର ଗୃହମନ୍ତ୍ରୀ ଏକାଠି ହୋଇଥିଲେ । ହେଲେ ବେଶୀ ଚର୍ଚ୍ଚା ସାଉଁଟିଥିଲା ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ । ପ୍ରାୟ ୩୦ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲାଚନା ହୋଇଥିଲା । ହେଲେ କେଉଁ କେଉଁ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା, ତାକୁ ନେଇ ନାନା ଆକଳନ କରାଯାଉଛିContinue reading “ନବୀନ ଓ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ: କେଉଁ ପ୍ରସଙ୍ଗରେ ହେଲା ଆଲୋଚନା? “
ମିଳୁନି ୟୂରିଆ ସାର । ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ, ବର୍ଷା ହେବାରୁ ଧାଡ଼ିରେ ରଖିଛନ୍ତି ଇଟା, ପଥର ଓ ଆଧାରକାର୍ଡ଼
କନକ ବ୍ୟୁରୋ : ସାର ପାଇଁ ଲାଇନ । ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ । ବର୍ଷା ପାଇଁ କିଏ ପଲିଥିନ୍ ତ ଆଉ କିଏ ଇଟା, ପଥର. ଆଧାର କାର୍ଡ ରଖି ଲାଇନରେ ଚାହିଁ ବସିଛନ୍ତି । ଏବେ ଚାଷ ପାଇଁ ସାରର ଆବଶ୍ୟକତା ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ସୁନ୍ଦରଗଡ ମିଶନ ରୋଡ ଆରସିଏମଏସ ସେଂଟରରେ ୟୁରିଆ ସାର ବିକି ପାଇଁ କୁହାଯାଇଥିଲାContinue reading “ମିଳୁନି ୟୂରିଆ ସାର । ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ, ବର୍ଷା ହେବାରୁ ଧାଡ଼ିରେ ରଖିଛନ୍ତି ଇଟା, ପଥର ଓ ଆଧାରକାର୍ଡ଼”
ଦିନେ ଭଡାରେ ବ୍ୟାଟ ଆଣି ମାରିଥିଲେ ଶତକ: ଏବେ ଡେବ୍ୟୁ ମ୍ୟାଚରେ କଲେ ଦମଦାର ପ୍ରଦର୍ଶନ
କନକ ବ୍ୟୁରୋ: ତିଲକ ବର୍ମା । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ କମାଲ ଦେଖାଇଛନ୍ତି । ନିଜ ଡେବ୍ୟୁ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ହାରିଥିଲେ ବି ତିଲକ ବର୍ମା କିନ୍ତୁ ଚମକ୍ରାର ଖେଳିଥିଲେ । ସେ ୨୨ ବଲରୁ ୩୯ ରନ କରିଥିଲେ ଯେଉଁଥିରେ ୩ ଶତକ ଓ ୨ ଅର୍ଦ୍ଧଶତକ ରହିଛି । ତେବେContinue reading “ଦିନେ ଭଡାରେ ବ୍ୟାଟ ଆଣି ମାରିଥିଲେ ଶତକ: ଏବେ ଡେବ୍ୟୁ ମ୍ୟାଚରେ କଲେ ଦମଦାର ପ୍ରଦର୍ଶନ”
ଦଣ୍ଡିତ ହେଲା ଟାଟା ପାୱାର କମ୍ପାନୀ,ଅଭିଯୋଗକାରୀଙ୍କୁ ଦେବ ୨୦ଲକ୍ଷ ଟଙ୍କା ଜରିମାନା
କନକ ବ୍ୟୁରୋ : ଦଣ୍ଡିତ ହେଲା ଟାଟା ପାୱାର କମ୍ପାନୀ । କୋରାପୁଟ ଖାଉଟି ଅଦାଲତ ବିଦ୍ୟୁତ ବିତରଣକାରୀ କମ୍ପାନୀ ଟାଟା ପାୱାରକୁ ଦଣ୍ଡିତ କରିଛି । ଅଭିଯୋଗକାରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ସହ କୋର୍ଟରେ କେସ ପରିଚାଳନା ପାଇଁ ହୋଇଥିବା ଖର୍ଚ୍ଚ ବାବଦରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କମ୍ପାନୀକୁ ଏକ ମାସର ସମୟ ଦିଆଯାଇଛି । ମାସେ ଭିତରେ କ୍ଷତିପୂରଣ ନଦେଲେ ସୁଧ ବାବଦକୁContinue reading “ଦଣ୍ଡିତ ହେଲା ଟାଟା ପାୱାର କମ୍ପାନୀ,ଅଭିଯୋଗକାରୀଙ୍କୁ ଦେବ ୨୦ଲକ୍ଷ ଟଙ୍କା ଜରିମାନା”
ପକ୍ଷାଘାତ ରୋଗରେ ଆକ୍ରାନ୍ତ ୮୦ ବର୍ଷର ବୃଦ୍ଧା,ସେବା କରିବା ତ ଦୂରର କଥା ତାଲା ପକାଇ ପଳାଇଗଲେ ଦୁଇପୁଅ
କନକ ବ୍ୟୁରୋ : ପାଟି ଖୋଲି କିଛି କହିପାରୁନଥିବା ବୃଦ୍ଧା ଜଣଙ୍କ ନିଜ ଗର୍ଭକୁ ଧିକାର କରୁଥିବେ, ପିଲା ଜନ୍ମ କରି ପଶ୍ଚ୍ୟାତାପ କରୁଥିବେ । ପିଲା ଜନ୍ମ କରି ପରିଣତ ବୟସରେ ଏମିତି ଜୀବନ ବଂଚିବା ଅପେକ୍ଷା ନିଃସନ୍ତାନ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଭାବୁଥିବେ । ପିଲାମାନେ ଛୋଟ ଥିବା ବେଳେ ନିଜେ ଉପାସ ରହି ପିଲାଙ୍କୁ ଦାନା ଦେଇଛନ୍ତି, ପିଲାଙ୍କ ଦେହ ଖରାପ ହେଲେ କେତେ ରାତି ଅନିଦ୍ରା ରହିଛନ୍ତି । ହେଲେContinue reading “ପକ୍ଷାଘାତ ରୋଗରେ ଆକ୍ରାନ୍ତ ୮୦ ବର୍ଷର ବୃଦ୍ଧା,ସେବା କରିବା ତ ଦୂରର କଥା ତାଲା ପକାଇ ପଳାଇଗଲେ ଦୁଇପୁଅ”
ବନ୍ୟା କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । କେନ୍ଦ୍ରାପଡା ଆଳିରେ ଡଙ୍ଗାରେ ୫୦ ଟଙ୍କା ଦେଇ ପାଣି ପାରିହେଉଛନ୍ତି ଲୋକେ
କନକ ବ୍ୟୁରୋ : ବର୍ଷା କମିଛି ହେଲେ ଦୁର୍ଦଶା କମିନି । ଗାଁ ଗଣ୍ଡାରୁ ଏବେ ବି ପାଣି ଛାଡିନି । କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିବାରୁ ଗାଁ ଗଣ୍ଡା ପାଣି ଘେରରେ ରହିଛି । ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ମାନପୁରୁରୁ ଗୋବିନ୍ଦପୁର ରାସ୍ତାରେ ୬ ଫୁଟ ଉଚ୍ଚର ପାଣି ବହୁଛି । ତେଣୁ ଏଠାରେ ଡଙ୍ଗା ପଡିଛି । ସ୍ଥାନୀୟ ଲୋକେ ଡଙ୍ଗାରେ ଯିବାContinue reading “ବନ୍ୟା କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । କେନ୍ଦ୍ରାପଡା ଆଳିରେ ଡଙ୍ଗାରେ ୫୦ ଟଙ୍କା ଦେଇ ପାଣି ପାରିହେଉଛନ୍ତି ଲୋକେ”
ମାଛ ଧରିବାକୁ ଯାଇ ଟାପୁରେ ଫସିଥିଲେ ମାଛ ଧରାଳୀ, ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ସୁରତ ମାଝୀ
କନକ ବ୍ୟୁରୋ : ମାଛ ଧରିବାକୁ ଯାଇ ବନ୍ୟାପାଣିରେ ନିଖୋଜ ହୋଇଯାଇଥିଲେ । ଘଂଟାଏ କି ଦୁଇ ଘଂଟା ନୁହେଁ ଗୋଟିଏ ଦିନ ପାଣି ଘେରରେ ରହିଥିଲେ । ନିଖୋଜର ୨୪ ଘଂଟା ପରେ କେନ୍ଦ୍ରାପଡା ମହାକାଳପଡା ବ୍ଲକ ଗଡରୋମିତ ଗାଁର ସୁରତ ମାଝୀଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫର ଉଦ୍ଧାରକାରୀ ଦଳ । ଗତ ୩ ତାରିଖ ଅପରାହ୍ଣ ସାଢେ ୫ଟାରେ ମାଛ ଧରିବା ପାଇଁ ହୁଲି ଡଙ୍ଗାରେ ମହାନଦୀକୁ ବାହାରି ଯାଇଥିଲେ ।Continue reading “ମାଛ ଧରିବାକୁ ଯାଇ ଟାପୁରେ ଫସିଥିଲେ ମାଛ ଧରାଳୀ, ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ସୁରତ ମାଝୀ”