କନକ ବ୍ୟୁରୋ : ଗଂଜେଇ ପାଇଁ ଜଳିଲା ଥାନା । ଥାନାରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଗ୍ରାମବାସୀ । ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ଜବତ ଗଂଜେଇକୁ ଥାନା ଅଧିକାରୀ ବିକ୍ରି କରିଦେଉଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ଲୋକେ ତାତି ଉଠିଛନ୍ତି । ଥାନାରେ ପଶି ଭଙ୍ଗାରୁଜା କରିବା ସହ ପୁରା ଥାନାକୁ ଜାଳି ଦେଇଛନ୍ତି । ଥାନା ଜଳିଯାଉଥିବା ବେଳେ ପୁଲିସ ଥାନା ଛାଡିContinue reading “ଗଂଜେଇ ପାଇଁ ଜଳିଲା ଥାନା । ଜବତ ଗଂଜେଇ ଥାନା ଅଧିକାରୀ ବିକ୍ରି କରୁଥିବା ଅଭିଯୋଗରେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଲେ ଲୋକେ”
Tag Archives: News
ବିଜେପି ସାଂସଦ ରାମଶଂକର କଠେରିୟାଙ୍କୁ ୧୨ ବର୍ଷ ତଳର ମାମଲାରେ ୨ବର୍ଷ ଜେଲଦଣ୍ଡ, ରଦ୍ଦ ହୋଇପାରେ ସଂସଦ ସଭ୍ୟପଦ !
କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଇଟବାର ବିଜେପି ସାଂସଦ ରାମଶଂକର କଠେରିୟାଙ୍କୁ ଏକ ୧୨ ବର୍ଷ ତଳର ମାମଲାରେ ଆଗ୍ରା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏମପି-ଏମଏଲଏ କୋର୍ଟ ଧାରା ୧୪୭ ଓ ୩୨୩ ଆଧାରରେ ଏହି ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୨ ବର୍ଷ ତଳେ ଏହି ସାଂସଦଙ୍କ ନାମରେ ସାକେତ ମଲର ଟରଣ୍ଟୋ ଅଫିସରେ ପଶି ଭଙ୍ଗାରୁଜା କରିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ୨୦୧୧ ନଭେମ୍ବର ୧୬Continue reading “ବିଜେପି ସାଂସଦ ରାମଶଂକର କଠେରିୟାଙ୍କୁ ୧୨ ବର୍ଷ ତଳର ମାମଲାରେ ୨ବର୍ଷ ଜେଲଦଣ୍ଡ, ରଦ୍ଦ ହୋଇପାରେ ସଂସଦ ସଭ୍ୟପଦ !”
ଜବତ ଗଂଜେଇ ବିକ୍ରି କରୁଥିଲେ ଥାନାବାବୁ ! ଉତ୍ୟକ୍ତ ଲୋକେ ଥାନାରେ ଲଗାଇଦେଲେ ନିଆଁ, ଛାନିଆଁରେ ଦୌଡିଲେ ଥାନା କର୍ମଚାରୀ
କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ଦେଖିବାକୁ ଅଭାବନୀୟ ଘଟଣା । ଜବତ ହେଉଥିବା ଗଂଜେଇକୁ ଥାନାର ଆଇଆଇସି ବକ୍ରି କରିଦେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଶହ ଶହ ସ୍ଥାନୀୟ ଲୋକ ସଂଘବଦ୍ଧ ଭାବେ ଥାନା ଭିତରକୁ ପଶୁଥିବା ଦେଖି ଥାନା କର୍ମଚାରୀମାନେ ଛାନିଆଁରେ ଥାନା ଛାଡି ପଳାଇଯାଇଥିଲେ । ଏହି ସୁଯୋଗରେ ସ୍ଥାନୀୟ ଲୋକମାନେ ଥାନା ଭିତରେ ନିଆଁ ଲଗାଇ ଦେଇଥିଲେ ।Continue reading “ଜବତ ଗଂଜେଇ ବିକ୍ରି କରୁଥିଲେ ଥାନାବାବୁ ! ଉତ୍ୟକ୍ତ ଲୋକେ ଥାନାରେ ଲଗାଇଦେଲେ ନିଆଁ, ଛାନିଆଁରେ ଦୌଡିଲେ ଥାନା କର୍ମଚାରୀ”
ଥାନାରେ ନିଆଁ ଲଗାଇଦେଲେ ଲୋକେ , ଜଳୁଛି ଫୁଲବାଣୀର ଫିରିଙ୍ଗିଆ ଥାନା
କନକ ବ୍ୟୁରୋ : ଉତ୍ୟକ୍ତ ଲୋକେ ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ୟକ୍ତ ଲୋକେ ଆଜି ଥାନାରେ ନିଆଁ ଲଗାଇଦେଇଛନ୍ତି । ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧିନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ଆଇଆଇସି ହୋମଗାର୍ଡଙ୍କ ସହାୟତାରେ ବିକ୍ରି କରିଦେଉଛନ୍ତି । The post ଥାନାରେ ନିଆଁ ଲଗାଇଦେଲେ ଲୋକେ , ଜଳୁଛିContinue reading “ଥାନାରେ ନିଆଁ ଲଗାଇଦେଲେ ଲୋକେ , ଜଳୁଛି ଫୁଲବାଣୀର ଫିରିଙ୍ଗିଆ ଥାନା”
୧୨ ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର, ରପ୍ତାନୀ ଉପରେ ଭାରତ ପ୍ରତିବନ୍ଧକ ଲଗାଇବା ପରେ ଅହେତୁକ ଭାବେ ଦର ବୃଦ୍ଧି ପାଇଛି
କନକ ବ୍ୟୁରୋ : କିଛିଦିନ ହେବ ଚାଉଳର ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପାଖାପାଖି ୧୨ ବର୍ଷର ରେକର୍ଡ ଭାଙ୍ଗିଛି ଚାଉଳ ଦର । ରୟଟର୍ସ ରିପୋର୍ଟ ମୁତାବକ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନ କହିଛି କି ମୋଟ ଚାଉଳ ଦର ଇଣ୍ଡେକ୍ସ ଜୁଲାଇରେ ଗୋଟିଏ ମାସ ତୁଳନାରେ ୨.୮ ପ୍ରତିଶତ ବୃଦ୍ଧିପାଇ ହାରାହାରୀ ୧୨୯.୭ ଅଙ୍କରେ ପହଂଚିଛି । ଏହା ଗତବର୍ଷର ସମାନ ଅବଧି ତୁଳନାରେ ପାଖାପାଖି ୨୦Continue reading “୧୨ ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର, ରପ୍ତାନୀ ଉପରେ ଭାରତ ପ୍ରତିବନ୍ଧକ ଲଗାଇବା ପରେ ଅହେତୁକ ଭାବେ ଦର ବୃଦ୍ଧି ପାଇଛି”
କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶାହା । ରାଜ୍ୟ ବିଜେପି ସଭାପତି କହିଲେ, ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ୱାନ ଦେଇଛନ୍ତି ଶାହା ।
କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ମନରୁ ଦ୍ୱନ୍ଦ୍ୱ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରହିବା ସହିତ, ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ଅନୁଯାୟୀ କାମ କରନ୍ତୁ ବୋଲି ଅମିତ ଶାହା କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନ କରିବା ସହିତ ନିଜ ଅଞ୍ଚଳରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କର । ଲୋକ ଚାହିଁଲେ ସରକାର ବେଶୀContinue reading “କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶାହା । ରାଜ୍ୟ ବିଜେପି ସଭାପତି କହିଲେ, ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ୱାନ ଦେଇଛନ୍ତି ଶାହା । “
ସଂସଦୀୟ କମିଟିର ବଡ ସୁପାରିଶ, କମିପାରେ ବିଧାନସଭା ନିର୍ବାଚନ ଲଢିବାର ବୟସ ସୀମା
କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଲଢିବା ନେଇ ଥିବା ବୟସ ସୀମା ଉପରେ ବଡ ଖବର ଆସିଛି । ଏକ ସଂସଦୀୟ କମିଟି ଶୁକ୍ରବାର ଦିନ ବିଧାନସଭା ନିର୍ବାଚନ ଲଢିବା ପାଇଁ ଥିବା ସର୍ବନିମ୍ନ ବୟସ ସୀମାର ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି । ସଂସଦୀୟ କମିଟି ମୁତାବକ ବିଧାନସଭା ନିର୍ବାଚନ ଲଢିବା ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷରୁ କମ କରି ୧୮ ବର୍ଷ କରାଯାଇପାରେ । ଏନେଇ ସଂସଦୀୟ କମିଟି ଯୁକ୍ତି ବାଢିଛିContinue reading “ସଂସଦୀୟ କମିଟିର ବଡ ସୁପାରିଶ, କମିପାରେ ବିଧାନସଭା ନିର୍ବାଚନ ଲଢିବାର ବୟସ ସୀମା”
ଅଢ଼େଇ ଶହ ବର୍ଷର କୀର୍ତ୍ତିରାଜିକୁ ଜୀବିତ ରଖିବାକୁ ପ୍ରୟାସ । ଜଗ୍ ରେ ଉଠିଲା ଜଗନ୍ନାଥ ମନ୍ଦିର
କନକ ବ୍ୟୁରୋ: ଅଢ଼େଇ ଶହ ବର୍ଷର କୀର୍ତ୍ତିରାଜିକୁ ଜୀବିତ ରଖିବାକୁ ପ୍ରୟାସ । ଜଗରେ ଉଠିଲା ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଞ୍ଚଳରେ ଏହି ଜଗନ୍ନାଥ ମନ୍ଦିର ରହିଛି । ପ୍ରାୟ ଅଢ଼େଇ ଶହ ବର୍ଷ ତଳେ ଏହାକୁ ବିରୁଳି ଗଡ଼ର ରାଜା ନିର୍ମାଣ କରିଥିଲେ । ହେଲେ ସମୟ କ୍ରମେ ମନ୍ଦିର ଦବି ଚାଲିଛି । ଫଳରେ ମନ୍ଦିରର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ଫଳରେ ଏହି ପୁରୁଣାContinue reading “ଅଢ଼େଇ ଶହ ବର୍ଷର କୀର୍ତ୍ତିରାଜିକୁ ଜୀବିତ ରଖିବାକୁ ପ୍ରୟାସ । ଜଗ୍ ରେ ଉଠିଲା ଜଗନ୍ନାଥ ମନ୍ଦିର”
ଆମକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ରାଜ୍ୟପାଳଙ୍କୁ ଚିଠି ଲେଖିଲେ ନୀରୋଦ । ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ପୂରା ପରିବାର ।
କନକ ବ୍ୟୁରୋ: ପରମ ସମ୍ମାନନୀୟ ରାଜ୍ୟପାଳ ମହୋଦୟ, ମୁଁ ନୀରୋଦ କୁମାର ସାହୁ । ସବୁ ପରିସ୍ଥିତିକୁ ଦେଖି, ସ୍ଥିର ମସ୍ତିଷ୍କରେ ଆପଣଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରୁଛି । ମୋ ପରିବାରର ଚାରି ପ୍ରାଣୀଙ୍କୁ ଆପଣ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ଏମିତି ଅନାହାର ଆଉ ରୋଗବ୍ୟାଧିରେ ବଞ୍ଚିବା ଅପେକ୍ଷା ଇଚ୍ଛାମୃତ୍ୟୁକୁ ବରଣ କରିବା ଆମ ପାଇଁ ବୋଧହୁଏ ଶ୍ରେୟସ୍କର ହେବ । ଏ ଗୋଟିଏ ଚିଠିରେ ଜୀବନ ଆଉ ଯନ୍ତ୍ରଣାର କେତେ ଯେ,Continue reading “ଆମକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ରାଜ୍ୟପାଳଙ୍କୁ ଚିଠି ଲେଖିଲେ ନୀରୋଦ । ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ପୂରା ପରିବାର ।”
ବ୍ରିଜରୁ ଡେଇଁ ଆତ୍ମହତ୍ୟା କଲେ ସାହାରା ଏଜେଣ୍ଟ । ଘଟଣାସ୍ଥଳରୁ ମିଳିଲା ହାତଲେଖା ଚିଠି ।
କନକ ବ୍ୟୁରୋ: ମହାନଦୀର ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ଗୁରୁବାର ସଂଧ୍ୟାରେ ନଦୀକୁ ଡେଇଁପଡିଥିବା ବ୍ୟକ୍ତି ତିଗିରିଆ ଥାନା ପାଞ୍ଚ ଗାଁର ବିରଜା ପ୍ରସାଦ ଦାସ । ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ଶୁକ୍ରବାର ସଂଧ୍ୟାରେ ମୃତଦେହକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ମିଳିଥିଲା । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଛି ।Continue reading “ବ୍ରିଜରୁ ଡେଇଁ ଆତ୍ମହତ୍ୟା କଲେ ସାହାରା ଏଜେଣ୍ଟ । ଘଟଣାସ୍ଥଳରୁ ମିଳିଲା ହାତଲେଖା ଚିଠି ।”