ତୀବ୍ର ହେଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଫେରାଇବା ଦାବି, ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ ଚୌଧୁରୀ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କୁ ସାଂସଦ ପଦ ଫେରାଇଦେବାକୁ ଦାବି ଜୋର ଧରିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏନେଇ ଲୋକସଭା ଅଧ୍ୟକ୍ଷଙ୍କ ନିକଟକୁ ଶନିବାର ଦିନ ଏକ ଚିଠି ଲେଖିଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓମ୍ ବିର୍ଲାଙ୍କୁ ଭେଟିବାକୁ ସମୟ ମାଗିଥିଲେ । ଏହାସହ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ଫେରାଇଦେବାକୁ ଦାବିContinue reading “ତୀବ୍ର ହେଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଫେରାଇବା ଦାବି, ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ ଚୌଧୁରୀ”

ପୁଣି ଗିରଫ ହେଲେ ଇମ୍ରାନ ଖାନ। ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ଶୁଣାଇଲେ ସେସନ କୋର୍ଟ

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିିContinue reading “ପୁଣି ଗିରଫ ହେଲେ ଇମ୍ରାନ ଖାନ। ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ଶୁଣାଇଲେ ସେସନ କୋର୍ଟ”

ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ କଣ ପରିବର୍ତ୍ତନ ହୋଇଛି ? ଜାଣନ୍ତୁ…

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବାର ଆଜକୁ ପ୍ରାୟ ୪ବର୍ଷ ପୁରିଛି । ୨୦୧୯ ଅଗଷ୍ଟ ୫ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଧାରା ୩୭୦କୁ ହଟାଇବା ପାଇଁ ଘୋଷଣା କରିଥିଲେ । ଆଉ ଏହି ୪ବର୍ଷ ଭିତରେ ଜମ୍ମୁ-କାଶ୍ମୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ନିବେଶଠୁ ଆରମ୍ଭ କରି ଚାକିରି ସବୁ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ଜମ୍ମୁ-କାଶ୍ମୀର ଦିନକୁ ଦିନ ପ୍ରଗତି ପଥରେ ଆଗକୁ ବଢିବାରେ ଲାଗିଛି । କେନ୍ଦ୍ରContinue reading “ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ କଣ ପରିବର୍ତ୍ତନ ହୋଇଛି ? ଜାଣନ୍ତୁ…”

ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ବିଜେପି ଜେଜେପି ମେଣ୍ଟ ? ହିଂସାକୁ ନେଇ ଉଭୟ ଦଳ ମଧ୍ୟରେ ତୁଟୁଛି ସଂପର୍କ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ସଂକଟରେ ପଡିଛି ହରିୟାଣା ବିଜେପି । ରାଜ୍ୟରେ ଲାଗି ରହିଥିବା ହିଂସାକୁ ନେଇ ବିଜେପି ସହ ମେଣ୍ଟ ସରକାରରେ ଥିବା ଜେଜେପି ମଧ୍ୟରେ ସଂପର୍କ ତୁଟିବାରେ ଲାଗିଛି । ଜୁଲାଇ ୩୧ରେ ନୁହ ଠାରେ ଆରମ୍ଭ ହୋଇଥିବା ହିଂସାକୁ ନେଇ ଜେଜେପି ନେତା ତଥା ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଦ୍ୟୁଷ୍ମନ୍ତ ଚୌତାଲାଙ୍କ ବୟାନ ଏବେ ବିଜେପି ଓ ଜେଜେପି ମଧ୍ୟରେ ଫାଟ ସୃଷ୍ଟି କରିଛି । ଦ୍ୟୁଷ୍ମନ୍ତ ଚୌତାଲାContinue reading “ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ବିଜେପି ଜେଜେପି ମେଣ୍ଟ ? ହିଂସାକୁ ନେଇ ଉଭୟ ଦଳ ମଧ୍ୟରେ ତୁଟୁଛି ସଂପର୍କ”

ପୃଷ୍ଟିକର ଝାଡୁ! ଦୋକାନରେ ବିକ୍ରି ହେବାକୁ ଥିବା ଝାଡୁ ଉପରେ ଲାଗିଛି ପୁରା କ୍ୟାଲୋରୀ ଚାର୍ଟ । ଭାଇରାଲ ହେଉଛି ଫଟୋ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୋକାନରେ ବିକ୍ରି ହେବାକୁ ଥିବା ଝାଡୁର ଫଟୋ । ଏହାର କାରଣ ହେଉଛି ଝାଡୁର ପ୍ୟାକେଜିଂ । କଥା ହେଉଛି ଝାଡୁ ଯେଉଁ ପ୍ଲାଷ୍ଟିକ୍ କଭରରେ ପଶିଛି ତା’ ଉପରେ ପୁରା କ୍ୟାଲୋରୀ ଚାର୍ଟ ଲାଗିଛି । ସତେ ଯେପରି ଝାଡୁ ନୁହେଁ ତ ଖାଇବା ସାମଗ୍ରୀ । ଏହି ଫଟୋ ଏବେ ଭାଇରାଲ ହେବା ପରେ ଲୋକେ ମଜାଦାର କମେଣ୍ଟସ୍ ଦେଉଛନ୍ତି । ଝାଡୁ ଖୋଳରେ ପୁରାContinue reading “ପୃଷ୍ଟିକର ଝାଡୁ! ଦୋକାନରେ ବିକ୍ରି ହେବାକୁ ଥିବା ଝାଡୁ ଉପରେ ଲାଗିଛି ପୁରା କ୍ୟାଲୋରୀ ଚାର୍ଟ । ଭାଇରାଲ ହେଉଛି ଫଟୋ”

ମଣିପୁର ହିଂସା: ଶୋଇଥିବା ବେଳେ ମାରିଲେ ଗୁଳି, ପରେ ଧାରୁଆ ଅସ୍ତ୍ରରେ କଲେ ଆକ୍ରମଣ। ମଣିପୁରରେ ବାପ-ପୁଅ ସମେତ ୩ଜଣଙ୍କ ହତ୍ୟା

କନକ ବ୍ୟୁରୋ: ମଣିପୁରରେ ଗତ ତିନି ମାସ ଧରି ହିଂସା ଜାରିରହିଛି । ମୈତେଇ ଏବଂ କୁକି ସମୁଦାୟର ଲୋକ ପରସ୍ପର ଉପରେ ହିଂସକ ହେଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଷ୍ଣୁପୁରରେ ଗତ ରାତିରେ ବାପ-ପୁଅ ସମେତ ଗୋଟିଏ ପରିବାରର ତିନି ଜଣଙ୍କ ହତ୍ୟା କରାଯାଇଛି । ପୁଲିସ କହିଛି ଯେ ଜିଲ୍ଲାର କ୍ୱାକ୍ଟା ଅଞ୍ଚଳରେ ତିନି ଜଣଙ୍କୁ ଶୋଇଥିବା ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଥିଲା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣContinue reading “ମଣିପୁର ହିଂସା: ଶୋଇଥିବା ବେଳେ ମାରିଲେ ଗୁଳି, ପରେ ଧାରୁଆ ଅସ୍ତ୍ରରେ କଲେ ଆକ୍ରମଣ। ମଣିପୁରରେ ବାପ-ପୁଅ ସମେତ ୩ଜଣଙ୍କ ହତ୍ୟା”

ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ : ହସ୍ପିଟାଲରେ ସାପ କାମୁଡା ରୋଗୀଙ୍କୁ ଚାଲିଛି ଝଡାଫୁଙ୍କା

କନକ ବ୍ୟୁରୋ : ହସ୍ପିଟାଲରେ ଗୁଣିଆ । ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କାରଣ ଚିକିତ୍ସା ବିଜ୍ଞାନ କେତେ ଆଗେଇ ଗଲାଣି । ହେଲେ ଏବେ ବି ଲୋକେ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନାହାନ୍ତି । ସାପ କାମୁଡା ରୋଗୀଙ୍କୁ ହସ୍ପିଟାଲରେ ଗୁଣିଆ ଝଡାଫୁଙ୍କା କରିବା ଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଏ ହେଉଛି କାମାକ୍ଷାନଗର ଉପଖଣ୍ଡ ମେଡିକାଲ । ଡାକ୍ତର ମୃତ ଘୋଷଣା କଲା ପରେ ସାପ କାମୁଡି ଥିବା ରୋଗୀଙ୍କୁ ବଞ୍ଚାଇବା ପାଇଁContinue reading “ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ : ହସ୍ପିଟାଲରେ ସାପ କାମୁଡା ରୋଗୀଙ୍କୁ ଚାଲିଛି ଝଡାଫୁଙ୍କା”

ପାଶବିକତାର ସୀମା ପାର କଲେ ଦୁର୍ବୃତ୍ତ । ନାବାଳିକାକୁ ଗଣଦୁଷ୍କର୍ମ ପରେ କୋଇଲା ଭାଟିରେ ଫିଙ୍ଗିଲେ, ଅଧାପୋଡା ଶବକୁ କାଟି ପୋଖରୀରେ ପକାଇଲେ

କନକ ବ୍ୟୁରୋ: ମଣିଷର ପାଶବିକ ପ୍ରବୃତ୍ତି ଏପରି ବି ହୋଇ ହୋଇପାରେ ଭାବିଲେ ଲୋମ ଟାଙ୍କୁରୀ ଉଠୁଛି । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନ ଭିଲୱାଡାରେ ଯାହା ପୁରା ସମାଜରେ ନାରୀର ସୁରକ୍ଷା ପ୍ରତି ପୁଣି ଥରେ ବଡ ପ୍ରଶ୍ନ ଛିଡା କରିଛି । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ବି ଶାନ୍ତି ହୋଇନଥିଲେ ଦୁର୍ବୃତ୍ତ । ନିଜର ପାଶବିକତାକୁ ଲୁଚାଇବାକୁ ଯାଇ ନାବାଳିକାକୁ ଭାଟି ନିଆଁରେ ପକାଇଦେଲେ । ତା ପରେ ବିContinue reading “ପାଶବିକତାର ସୀମା ପାର କଲେ ଦୁର୍ବୃତ୍ତ । ନାବାଳିକାକୁ ଗଣଦୁଷ୍କର୍ମ ପରେ କୋଇଲା ଭାଟିରେ ଫିଙ୍ଗିଲେ, ଅଧାପୋଡା ଶବକୁ କାଟି ପୋଖରୀରେ ପକାଇଲେ”

ଶାହାଙ୍କ ଓଡିଶା ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା : ବିଜେପିକୁ କାହିଁକି ଆବଶ୍ୟକ ବିଜେଡି ସମର୍ଥନ ?

କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ଏକାଠି ବସିଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ଓ ନବୀନ ପଟ୍ଟନାୟକ । ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର କଲେ ଲୋକାର୍ପଣ । ଏନଏଚ-୫୩ରେ କାମାକ୍ଷାନଗର-ଡ଼ୁବୁରିକୁ ୪ଲାଇନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପର ଉଦଘାଟନ ହୋଇଛି । ଏହା ସହ କଳାହାଣ୍ଡି କୋକସରା ବ୍ଲକର ମୋଟେରୁ ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ରାସ୍ତାର ସୁଦୃଢିକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରଛନ୍ତି ଅମିତ୍ ଶାହା । ପ୍ରକଳ୍ପ ଉଦଘାଟନ ପରେContinue reading “ଶାହାଙ୍କ ଓଡିଶା ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା : ବିଜେପିକୁ କାହିଁକି ଆବଶ୍ୟକ ବିଜେଡି ସମର୍ଥନ ?”

‘କୁନୋରେ ଆହୁରି ଚିତାଙ୍କ ମୃତ୍ୟୁ  ହେବ, ମାତ୍ର ୫ରୁ ୭ଟି ବଞ୍ଚିବେ’: ଘଟଣାକୁ ସାମାନ୍ୟ କହିଲେ ଆଫ୍ରିକୀୟ ବିଶେଷଜ୍ଞ

କନକ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଆହୁରି ଚିତାଙ୍କ ମୃତ୍ୟୁ ହେବ । ୨୦ରୁ ମାତ୍ର ୫/୭ଟି ଚିତା ବଞ୍ଚିବେ  । ଏହାର ଅନେକ କାରଣ ଅଛି । କିନ୍ତୁ ଭାରତରେ ହେଉଥିବା ଚିତାଙ୍କ ମୃତ୍ୟୁ ସାମାନ୍ୟ ଅଟେ । ସେମାନଙ୍କୁ ବଞ୍ଚାଇବାକୁ ଅଲଗା ରଣନୀତି ଆପଣାଇବାକୁ ପଡିବ ବୋଲି କହିଛନ୍ତି ଆଫ୍ରିକୀୟ ପଶୁ ବନ୍ୟପ୍ରାଣୀ ବିଶେଷଜ୍ଞ ।  ଉଦାହରଣ ଦେଇ ବିଶେଷଜ୍ଞ କହିଛନ୍ତି ଯେ, ୧୯୬୬ରେ ଆଫ୍ରିକାରେ ଆରମ୍ଭ ହୋଇଥିଲା ଚିତା ରିହାବିଲିଟେସନ୍ ପ୍ରୋଜେକ୍ଟContinue reading “‘କୁନୋରେ ଆହୁରି ଚିତାଙ୍କ ମୃତ୍ୟୁ  ହେବ, ମାତ୍ର ୫ରୁ ୭ଟି ବଞ୍ଚିବେ’: ଘଟଣାକୁ ସାମାନ୍ୟ କହିଲେ ଆଫ୍ରିକୀୟ ବିଶେଷଜ୍ଞ”

Design a site like this with WordPress.com
Get started