କନକ ବ୍ୟୁରୋ : ତେଜିବାରେ ଲାଗିଛି ମଣିପୁର ହିଂସା । ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ଏଠାରେ କେବଳ ସାଧାରଣ ଲୋକଙ୍କ ଜୀବନ ଯାଉଛି ତା’ନୁହେଁ । ସରକାରୀ ଅସ୍ତ୍ରଶନ୍ତ୍ର ଉପରେ ମଧ୍ୟ କବଜା କରିନେଇଛନ୍ତି ଉପଦ୍ରବକାରୀ । ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ମେ’ ୩ରେ ହୋଇଥିବା ଲୁଟପାଟରେ ବିଭିନ୍ନ ରାଇଫଲର ୧୯ହଜାରରୁ ଅଧିକ ଗୁଳି । ଏ.କେ ସିରିଜର ଏ.କେ ଆସଲ୍ଟ ରାଇଫଲContinue reading “୧୯ହଜାର ଗୁଳି, ୧୯୯ ରାଇଫଲ, ୨୧ଟି କାର୍ବାଇନ୍, ହିଂସାକାରୀଙ୍କ କବଳରେ ମଣିପୁରର ସରକାରୀ ଅସ୍ତ୍ରଶସ୍ତ୍ର”
Tag Archives: News
ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ। ରାୟ ଶୁଣାଇଲେ ପାକିସ୍ତାନର କୋର୍ଟ
କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ । ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଦଣ୍ଡାଦେଶ ପରେ ୫ ବର୍ଷ ଯାଏ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ ଖାନ । ରାୟ ପ୍ରକାଶ ପରେ ଇସଲାମାବାଦ ପୁଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରିକରିଛି । In a major development, aContinue reading “ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ। ରାୟ ଶୁଣାଇଲେ ପାକିସ୍ତାନର କୋର୍ଟ”
‘ଏକାଠୀ ବସିଲେ, ଚମ୍ପାରଣ ମଟନ ଖାଇଲେ’… ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଅତିଥି ଚର୍ଚ୍ଚା କଲେ ଲାଲୁ ଯାଦବ
କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି । ରାହୁଲ ଦିଲ୍ଲୀରେ ମିସା ଭାରତୀଙ୍କ ଆବାସରେ ଲାଲୁଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ଅନେକ ସମୟ ଧରି ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଏକାଠୀ ରାତ୍ରୀଭୋଜନ ମଧ୍ୟ କରିଥିଲେ । ରାତ୍ରୀ ଭୋଜନରେ ରାହୁଲଙ୍କ ପାଇଁ ଚମ୍ପାରଣ ମଟନ ପ୍ରସ୍ତୁତ କରାଯାଇଥିଲା । ମିସା ଭାରତୀ ଏବଂContinue reading “‘ଏକାଠୀ ବସିଲେ, ଚମ୍ପାରଣ ମଟନ ଖାଇଲେ’… ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଅତିଥି ଚର୍ଚ୍ଚା କଲେ ଲାଲୁ ଯାଦବ”
ଗୋଟିଏ ମଞ୍ଚରେ ଏକାଠି ବସିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ : ବିପର୍ଯ୍ୟୟ ପରିଚାଳନା ଓ ନକ୍ସଲ ଦମନକୁ ନେଇ ନବୀନଙ୍କୁ ପ୍ରଶଂସା କଲେ ଶାହା
କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ଏକାଠି ବସିଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ଓ ନବୀନ ପଟ୍ଟନାୟକ । ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର କଲେ ଲୋକାର୍ପଣ । ଏନଏଚ-୫୩ରେ କାମାକ୍ଷାନଗର-ଡ଼ୁବୁରିକୁ ୪ଲାଇନ୍ ବିଶିଷ୍ଟ ରାସ୍ତ ପ୍ରକଳ୍ପର ଉଦଘାଟନ ହୋଇଛି । ଏହି ସହ କଳାହାଣ୍ଡି କୋକସରା ବ୍ଲକର ମୋଟେରୁ ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ରାସ୍ତାର ସୁଦୃଢିକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରଛନ୍ତି ଅମିତ୍ ଶାହ । ପ୍ରକଳ୍ପ ଉଦଘାଟନ ପରେContinue reading “ଗୋଟିଏ ମଞ୍ଚରେ ଏକାଠି ବସିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ : ବିପର୍ଯ୍ୟୟ ପରିଚାଳନା ଓ ନକ୍ସଲ ଦମନକୁ ନେଇ ନବୀନଙ୍କୁ ପ୍ରଶଂସା କଲେ ଶାହା “
ଭୋଗରାଇରେ ଚାଞ୍ଚଲ୍ୟ : ଶାଶୁଘର ଛାତ ଉପରୁ ବୋହୂର ମୃତଦେହ ଉଦ୍ଧାର ପରେ ଉତ୍ତେଜନା; ସ୍ୱାମୀ ଓ ପରିବାର ଲୋକଙ୍କୁ ଗିରଫ ଦାବି
କନକ ବ୍ୟୁରୋ : ମୃତ ମହିଳାଙ୍କୁ ନ୍ୟାୟ ଦେବାପାଇଁ ମହିଳା ସଂଘ ସଦସ୍ୟଙ୍କ ବିକ୍ଷୋଭ । ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ ଘର ଛାତ ଉପରୁ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଘର ଭିତରକୁ ଯିବାକୁ ଅନୁମତି ନଦେବାରୁ ପୋଲିସ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି । ଗେଟ୍ ଭାଙ୍ଗି ଘର ଭିତରକୁ ପଶିଲେ ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁରContinue reading “ଭୋଗରାଇରେ ଚାଞ୍ଚଲ୍ୟ : ଶାଶୁଘର ଛାତ ଉପରୁ ବୋହୂର ମୃତଦେହ ଉଦ୍ଧାର ପରେ ଉତ୍ତେଜନା; ସ୍ୱାମୀ ଓ ପରିବାର ଲୋକଙ୍କୁ ଗିରଫ ଦାବି”
‘ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ’, କାମାକ୍ଷାନଗର-ଡୁବୁରୀ ୪ ଲେନର ଏନଏଚର ଲୋକାର୍ପଣ କଲେ ଅମିତ ଶାହ …
କନକ ବ୍ୟୁରୋ: ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ କିଛି ଏହିଭଳି ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଗତ ୯ ବର୍ଷରେ ମୋଦୀ ସରକାରଙ୍କ ପ୍ରୟାସରେ ରାଜମାର୍ଗ ପାଇଁ ଅନେକ କାମ ହୋଇଛି । ଦେଶର ବିକାଶ ଏବଂ ଭାଗ୍ୟ ରାଜମାର୍ଗ ସହ ଜଡିତ । ଦେଶର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ମୋଦୀ ସରକାର ଅନେକ କାର୍ଯ୍ୟ କରୁଛନ୍ତି ଏବଂ ଆଗକୁ କରିଚାଲିବେ ।Continue reading “‘ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ’, କାମାକ୍ଷାନଗର-ଡୁବୁରୀ ୪ ଲେନର ଏନଏଚର ଲୋକାର୍ପଣ କଲେ ଅମିତ ଶାହ …”
ଯୋଗାଯୋଗ ହିଁ ବିକାଶ ଓ ପ୍ରଗତିର ପ୍ରମୁଖ ମାଧ୍ୟମ । ବିକାଶମୂଳକ କାମ ପାଇଁ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ : ଲୋକସେବା ଭବନରୁ ଓଡ଼ିଶାର ୨ଟି ଏନଏଚ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିକୁ ଆସିଥିବାରୁ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ କହିଛନ୍ତି, ରୂପାନ୍ତରଣ ଜରିଆରେ ନୂଆ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସାଜିଛି ।Continue reading “ଯୋଗାଯୋଗ ହିଁ ବିକାଶ ଓ ପ୍ରଗତିର ପ୍ରମୁଖ ମାଧ୍ୟମ । ବିକାଶମୂଳକ କାମ ପାଇଁ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ : ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଲାଗିଲା ପୋଷ୍ଟର, ତେଜିଲା ରାଜନୀତି
କନକ ବ୍ୟୁରୋ : ରାସ୍ତାରେ ପୋଷ୍ଟର ଲାଗିଲା ‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ । ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଗଠନ ହେବା ପରେ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ରାଜଧାନୀ କୋଲକତାରେ ଇଣ୍ଡିଆ’କୁ ନେଇ ଲଗାଯାଉଛି ପୋଷ୍ଟର ଉପରେ ପୋଷ୍ଟର । ପୋଷ୍ଟରରେ ମମତା ବାନାର୍ଜୀଙ୍କ ଫଟୋ ସହ ହିନ୍ଦିରେ ଲେଖା ହୋଇଛି ‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ । ଯାହାକୁ ନେଇ ପଶ୍ଚମବଙ୍ଗରେContinue reading “‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ : ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଲାଗିଲା ପୋଷ୍ଟର, ତେଜିଲା ରାଜନୀତି”
ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ
କନକ ବ୍ୟୁରୋ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛିContinue reading “ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ”
୩ ଜଣଙ୍କୁ ହତ୍ୟା ପରେ ପୁଣି ପରିସ୍ଥିତି ଗମ୍ଭୀର: ଡ୍ରୋନ, ବୋମା, ଓ ଗୁଳିରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ, ସୀମାରେ ସ୍ନାଇପର କମାଣ୍ଡୋ ମୁତୟନ
କନକ ବ୍ୟୁରୋ: ମଣିପୁରରେ ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ହିଂସା ଉଗ୍ର ରୂପ ନେଇଛି । ମଣିପୁର ବିଷ୍ଣୁପୁର କ୍ୱାକ୍ଟା ଅଞ୍ଚଳରେ ଆଖିବୁଜା ଗୁଳିମାଡ ହେଉଛି । ଏହାସହ ବୋମା ଓ ଡ୍ରୋନରେ ମଧ୍ୟ ସୁରକ୍ଷା ବଳ ଉପରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ । ତେଣୁ ସୀମାରେ ମୁତୟନ ହୋଇଛନ୍ତି ସ୍ନାଇପର ଓ କମାଣ୍ଡୋ । ଶୁକ୍ରବାର ରାତିରେ ବିଷ୍ଣୁପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯିବା ପରେ ପରିସ୍ଥିତି ଭୟଙ୍କରContinue reading “୩ ଜଣଙ୍କୁ ହତ୍ୟା ପରେ ପୁଣି ପରିସ୍ଥିତି ଗମ୍ଭୀର: ଡ୍ରୋନ, ବୋମା, ଓ ଗୁଳିରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ, ସୀମାରେ ସ୍ନାଇପର କମାଣ୍ଡୋ ମୁତୟନ”