ବିଶ୍ୱକପ୍ ପୂର୍ବରୁ ଅଚାନକ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ଦଳର ଥିଲେ ସଦସ୍ୟ ।

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆଲେକ୍ସ ହେଲ୍ସ । ଇନଷ୍ଟାଗ୍ରାମ ପୋଷ୍ଟ କରି ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅବସର ଘୋଷଣା କରିଛନ୍ତି । ଆଲେକ୍ସ ହେଲ୍ସ ଗତ ବର୍ଷ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ । ଯେଉଁ ବର୍ଷ କି ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ୩୪ ବର୍ଷୀୟ ଆଲେକ୍ସ ହେଲ୍ସ ଲେଖିଛନ୍ତି ଯେ, ଦୟାକରିContinue reading “ବିଶ୍ୱକପ୍ ପୂର୍ବରୁ ଅଚାନକ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ଦଳର ଥିଲେ ସଦସ୍ୟ ।”

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରେ ଅଟକିଛି ପ୍ରଥମ ବନ୍ୟାଜଳ। ପାଣିରେ ବୁଡିଗଲା ଗାଁ, ହଜିଗଲା ସ୍ମୃତି

କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ପ୍ରଥମ ବନ୍ୟାଜଳ ଅଟକି ରହିଛି । ବଲାଙ୍ଗୀର ଜିଲ୍ଲାର ମାଗୁରବେଡା ଠାରେ ହୋଇଥିବା ପ୍ରକଳ୍ପର ସ୍ୱପ୍ନ ଧିରେ ଧିରେ ସତ ହେବାକୁ ଯାଉଛି । ପ୍ରଥମ ବନ୍ୟାଜଳକୁ ଅଟକ ରଖାଯାଇଛି, ଆଉ ସେହି ପାଣି ଭିତରେ ହଜାର ହଜାର ଲୋକଙ୍କ ସ୍ୱପ୍ନ ବୁଡିଯାଇଛି । ହଜିଯାଇଛି ଶହ ଶହ ବର୍ଷର ସ୍ମୃତି । ୯ଟି ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଛି । ଗଡଶଙ୍କର ଡୁଙ୍ଗୁରିପାଲି ଓ ବନଛୋରପାଲିContinue reading “ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରେ ଅଟକିଛି ପ୍ରଥମ ବନ୍ୟାଜଳ। ପାଣିରେ ବୁଡିଗଲା ଗାଁ, ହଜିଗଲା ସ୍ମୃତି”

ଘର ପାଖରେ ଡରାଉଛି ବନ୍ୟାପାଣି। କୁଜଙ୍ଗରେ ୫୦ ଫୁଟର ଘାଇ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଲାଗି ପଡିଛନ୍ତି ପୁରା ପରିବାର

କନକ ବ୍ୟୁରୋ: ଘର ପାଖକୁ ବନ୍ୟାପାଣି ଆସିଛି । ଜଗତସିଂହପୁରରେ ମହାନଦୀ ଓ ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜିଲ୍ଲାର କେତେକ ତଳିଆ ଅଂଚଳରେ ପାଣି ପଶିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଂଚାୟତର ତେନ୍ତୁଳିଖମାର ଗାଁରେ ବିରାଟ ଘାଇ ହୋଇଛି । ଘାଇଟି ଘର ପାଖରେ ହୋଇଛି । ନିଜ ଘରକୁ ପାଣି ଦାଉରୁ ରକ୍ଷା କରିବା ପାଇଁ ପୁରା ପରିବାର ଲାଗି ପଡିଛନ୍ତି ।Continue reading “ଘର ପାଖରେ ଡରାଉଛି ବନ୍ୟାପାଣି। କୁଜଙ୍ଗରେ ୫୦ ଫୁଟର ଘାଇ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଲାଗି ପଡିଛନ୍ତି ପୁରା ପରିବାର”

ସେପ୍ଟେମ୍ବର ସେସନ ଲାଗି ମୋଟ ୭ଟି ବିଷୟରେ ନାମଲେଖା ପାଇଁ ଘୋଷଣା । ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

କନକ ବ୍ୟୁରୋ : ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ୱରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି । ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରରେ ଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଆଣିଛନ୍ତି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍ ଡିପ୍ଲୋମାContinue reading “ସେପ୍ଟେମ୍ବର ସେସନ ଲାଗି ମୋଟ ୭ଟି ବିଷୟରେ ନାମଲେଖା ପାଇଁ ଘୋଷଣା । ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ଅଗଷ୍ଟ ୧୫”

କୋର୍ଟ ଚାଲୁଥିବା ବେଳେ ଇସ୍ତଫା ଘୋଷଣା କଲେ ହାଇକୋର୍ଟର ବିଚାରପତି । କହିଲେ, ଆତ୍ମସମ୍ମାନ ବିରୋଧରେ କାମ କରିବା ସମ୍ଭବ ନୁହେଁ

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ବି ଦେବ ନିଜ ପଦରୁ ଅଗଷ୍ଟ ୪ ତାରିଖରେ ଇସ୍ତଫା ଦେଇଛନ୍ତି । ଜଷ୍ଟିସ ରୋହିତ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ଥିଲେ । ସେ କୋର୍ଟ ଚାଲିଥିବା ବେଳେ ନିଜର ଇସ୍ତଫା ଘୋଷଣା କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି । ଜଷ୍ଟିସ ରୋହିତଙ୍କର ୨୦୨୫ ଡିସେମ୍ବର ୪ ତାରିଖରେ ଅବସର ନେବାର ଥିଲା । କୋର୍ଟରୁମରେ ଉପସ୍ଥିତ ଓକିଲଙ୍କ କହିବା ମୁତାବକ ଜଷ୍ଟିସContinue reading “କୋର୍ଟ ଚାଲୁଥିବା ବେଳେ ଇସ୍ତଫା ଘୋଷଣା କଲେ ହାଇକୋର୍ଟର ବିଚାରପତି । କହିଲେ, ଆତ୍ମସମ୍ମାନ ବିରୋଧରେ କାମ କରିବା ସମ୍ଭବ ନୁହେଁ”

ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

କନକ ବ୍ୟୁରୋ: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ଆଜି ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସାଢେ ୨ଟାରେ ୫ଟି ଗେଟ୍ ଖୋଲାଯାଇଥିବା ଏବେ ପୁଣି ଆଉ ୫ ଟି ଗେଟ ଖୋଲାଯାଇଛି । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିଲା । ଏବେ ମୋଟ ୧୨ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୧୫ ହଜାରContinue reading “ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ”

ଜୀବନ ସହ ଖେଳ ଖେଳିଲା ରକ୍ତଭଣ୍ଡାର! ରକ୍ତଭଣ୍ଡାରରୁ ରକ୍ତ ନେଇ ୧୩ ବର୍ଷର ପୁଅ ଏଚଆଇଭି ପଜିଟିଭ୍

କନକ ବ୍ୟୁରୋ: ନାଁ ନିଖିଲ ସାହୁ । ବୟସ – ମାତ୍ର ୧୩ ବର୍ଷ । ଯେଉଁ ବୟସରେ ପାଠ ପଢି, ବଡ ମଣିଷ ହେବାକୁ ସ୍ୱପ୍ନ ଦେଖିବା କଥା । ସେ ବୟସରେ ଏଚଆଇଭି ପଜିଟିଭ୍ ହେଇ, ସେ ରୋଗ ସହ ଲଢୁଛନ୍ତି । ଆଉ ତାଙ୍କୁ ଏ ରୋଗ ଦେଇଛି ଖୋଦ୍ ବାଲେଶ୍ୱରର ବ୍ଲଡ୍ ବ୍ୟାଙ୍କ । ବାଲେଶ୍ୱର ରେମୁଣା ବ୍ଲକ୍ ବେଗମପୁରରେ ରହୁଥିବା ବାପା ସତ୍ୟରଞ୍ଜନ ସାହୁ ଆଉ ମା ସେହ୍ନଲତାଙ୍କର ବଡContinue reading “ଜୀବନ ସହ ଖେଳ ଖେଳିଲା ରକ୍ତଭଣ୍ଡାର! ରକ୍ତଭଣ୍ଡାରରୁ ରକ୍ତ ନେଇ ୧୩ ବର୍ଷର ପୁଅ ଏଚଆଇଭି ପଜିଟିଭ୍”

ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ASI ସର୍ଭେ । ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

କନକ ବ୍ୟୁରୋ: ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ । ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି । ଏଥିସହିତ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଏଏସଆଇର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଏହି ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା ସମ୍ପର୍କରେ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଆଲ୍ଲାବାଦ୍ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ କାହିଁକିContinue reading “ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ASI ସର୍ଭେ । ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । “

ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି । ଟୁଇଟରରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ । କହିଲେ, ଯାହା ହେଇଯାଉ ପଛେ……

କନକ ବ୍ୟୁରୋ: ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ରାହଲୁଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ତଳ କୋର୍ଟଙ୍କ ରାୟ ଉପରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଲଗାଇଛନ୍ତି । ତେବେ ଏହାପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯାହା ବି ହେଇଯାଉ ପଛେ, ମୋ କର୍ତ୍ତବ୍ୟ ସେୟା ହିଁContinue reading “ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି । ଟୁଇଟରରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ । କହିଲେ, ଯାହା ହେଇଯାଉ ପଛେ……”

ପାଣିର ପ୍ରଳୟ ପରେ ବଦଳିଗଲା ସ୍ମାର୍ଟସିଟିର ଚିତ୍ର । ଭାସିଲା ଭୁବନେଶ୍ୱର, ବୁଡିଲା ରାସ୍ତା, ଲୋକେ ହେଲେ ହିନସ୍ତା ।

କନକ ବ୍ୟୁରୋ: ପାଣି… ପାଣି… ପାଣି… ଚାରିଆଡେ ପାଣି… ଘର ଭିତରେ ପାଣି, ଘର ବାହାରେ ପାଣି । ରାସ୍ତାରେ ପାଣି, ବ୍ରିଜ ତଳେ ପାଣି, ବ୍ରିଜ ଉପରେ ବି ପାଣି… ସ୍ଥିତି ଏମିତି ହେଲା ରାସ୍ତାରେ ଗାଡି ଅଟକିଗଲା । ସହର ସମୁଦ୍ର ପାଲଟିଗଲା, ରାସ୍ତା ନଈ ପରି ଦିଶିଲା, ବେକେ ପାଣିରେ ବୋଟ୍ ଚାଲିଲା, ଜନଜୀବନ ଜାମ୍ ହୋଇଗଲା । ପ୍ରଳୟଙ୍କାରୀ ପାଣି ପାଟିରୁ ଜୀବନ ବଞ୍ଚାଇ ଘରକୁ ଫେରିବା ଏକପ୍ରକାର ମୁସକିଲ୍ ହୋଇପଡିଲା…Continue reading “ପାଣିର ପ୍ରଳୟ ପରେ ବଦଳିଗଲା ସ୍ମାର୍ଟସିଟିର ଚିତ୍ର । ଭାସିଲା ଭୁବନେଶ୍ୱର, ବୁଡିଲା ରାସ୍ତା, ଲୋକେ ହେଲେ ହିନସ୍ତା ।”

Design a site like this with WordPress.com
Get started