ବଢୁଛି ହୀରାକୁଦର ଜଳସ୍ତର, ଅପରାହ୍ନରେ ଖୋଲାଯିବ ଗେଟ୍ । ସୂଚନା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । 

କନକ ବ୍ୟୁରୋ :  ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ତେଣୁ ଆଜି ଅପରାହ୍ନରେ ଖୋଲିବ ଗେଟ । ଏବେ ୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ ରହିଛି।କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ। ବ୍ରାହ୍ମଣୀContinue reading “ବଢୁଛି ହୀରାକୁଦର ଜଳସ୍ତର, ଅପରାହ୍ନରେ ଖୋଲାଯିବ ଗେଟ୍ । ସୂଚନା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । “

ଭଦ୍ରକରେ ବନ୍ୟା ସ୍ଥିତି ଜାରି : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାପାଣି; ଜଳବନ୍ଦୀ ହୋଇଥିବା ୮ ଜଣଙ୍କୁ ଉଦ୍ଧାର

କନକ ବ୍ୟୁରୋ : ଏବେ ବି ଭଦ୍ରକରେ ବନ୍ୟା ସ୍ଥିତି ଜାରି ରହିଛି । ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଆଖୁଆପଦା ନିକରେ ବିପଦ ସଙ୍କେତ ୧୭ ଦଶମିକ ୮୩ ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮. ୩୮ ମିଟର ପାଣି ପ୍ରବାହିତ ହେଉଛି । ଏନଡିଆରଏଫ ଟିମ ଧାମନଗର ଫଳପୁରରେ ଜଳବନ୍ଦୀ ହୋଇଥିବା ୮ ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନେକ ପଞ୍ଚାୟତ ଏବେ ବିContinue reading “ଭଦ୍ରକରେ ବନ୍ୟା ସ୍ଥିତି ଜାରି : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାପାଣି; ଜଳବନ୍ଦୀ ହୋଇଥିବା ୮ ଜଣଙ୍କୁ ଉଦ୍ଧାର”

ଘାଟିକୁ ଖସିଲା ବସ୍ । ୧୮ ମୃତ, ମୃତକଙ୍କ ମଧ୍ୟରେ ଭାରତୀୟ ଥିବା ସୂଚନା

କନକ ବ୍ୟୁରୋ: ମେକ୍ସିକୋ ପଶ୍ଚିମାଞ୍ଚଳ ହାଇୱେରୁ ଏକ ଯାତ୍ରୀବାହୀ ବସ୍ ଘାଟିକୁ ଖସିପଡିବାରୁ ୧୮ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଜଣାପଡିଥିଲେ ବି ଏଯାଏଁ ତାଙ୍କର ପରିଚୟ ନେଇ କିଛି ସୂଚନା ମିଳିପାରିନାହିଁ । ଉତ୍ତର ପ୍ରାନ୍ତସ୍ଥିତ ତିଜୁଆନା ସହର ଅଭିମୁଖେ ଯାଉଥିବା ଉକ୍ତ ବସରେ ଭାରତୀୟ, ଡୋମିନିକା ସାଧାରଣତନ୍ତ୍ର ଓ ଆଫ୍ରିକୀୟ ନାଗରିକଙ୍କ ସମେତ ପ୍ରାୟ ୪୨ଜଣ ଯାତ୍ରୀ ଥିଲେ। ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ଜଣ ନାବାଳକ। TheContinue reading “ଘାଟିକୁ ଖସିଲା ବସ୍ । ୧୮ ମୃତ, ମୃତକଙ୍କ ମଧ୍ୟରେ ଭାରତୀୟ ଥିବା ସୂଚନା”

ରାଜ୍ୟ ବିଜେପିର ନୂଆ ଟିମ୍ : ୩୫ ଜଣିଆ ତାଲିକା ଘୋଷଣା କଲେ ମନମୋହନ ସାମଲ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

କନକ ବ୍ୟୁରୋ : ରାଜ୍ୟ ବିଜେପିର ନୂଆ ଟିମ୍ । ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା । ନୂଆ ଟିମ୍ ଘୋଷଣା କରିଛନ୍ତି ରାଜ୍ୟ ବିଜୋପି ସଭାପତି । ୩୫ଜଣିଆ ତାଲିକା ଘୋଷଣା କରିଛନ୍ତି ମନମୋହନ ସାମଲ । ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି । ଉପସଭାପତି ହେଲେ , ନାଉରୀ ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧରContinue reading “ରାଜ୍ୟ ବିଜେପିର ନୂଆ ଟିମ୍ : ୩୫ ଜଣିଆ ତାଲିକା ଘୋଷଣା କଲେ ମନମୋହନ ସାମଲ; କାହାକୁ ମିଳିଲା କେଉଁ ଦାୟିତ୍ୱ ?”

ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁ ଜଣେ ନିଖୋଜ : ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମହାନଦୀରେ ସର୍ଚ୍ଚ ଅଫରେସନ ଜାରି । ଗତକାଲି ବାଙ୍କୀ ନିକଟ ମହାନଦୀର ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଥିଲେ । ଆଜି ସକାଳ କାଳୁଡମପଡା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଉଦ୍ୟମ କରାଯାଉଛି । ହେଲେ ଏପର୍ଯନ୍ତ ନିଖୋଜ ବ୍ୟକ୍ତିଙ୍କ କୌଣସି ପତା ମିଳି ନାହିଁ । ମହାନଦୀରେ ନିଖୋଜ ହୋଇଥିବା ବ୍ୟକ୍ତି ତିଗିରିଆ ଥାନା ଅନ୍ତର୍ଗଚ ପାଂଚଗାଁର ବୋଲି ଜଣାପଡିଛି । ଜାତମୁଣ୍ଡିଆ ବ୍ରିଜ ଉପରେContinue reading “ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ତଳକୁ ଡେଇଁ ଜଣେ ନିଖୋଜ : ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି”

ମିଳିଲେ ନିଖୋଜ ଯବାନ୍ । ୫ ଦିନ ସର୍ଚ୍ଚ ଅପରେସନ୍ ପରେ ଠାବ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନାର ଯବାନଙ୍କୁ ୫ ଦିନ ଧରି ଖୋଜାଖୋଜି ପରେ ଉଦ୍ଧାର କରିଛି ପୁଲିସ । ଏନେଇ ପୁଲିସ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ‘ଲାଇଟ୍‌ ଇଫେଣ୍ଟ୍ରି ରେଜିମେଣ୍ଟ୍‌’ର ରାଇଫଲ୍‌ମ୍ୟାନ୍‌ ଜାୱେଦ୍‌ ଅହମଦ୍। ସ୍ୱାସ୍ଥ୍ୟଗତ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଜେରା କରାଯିବ ବୋଲି ସେମାନେ କହିଛନ୍ତି। ନିରୁଦ୍ଦିଷ୍ଟ ହୋଇଯାଇଥିବା ସେନା ଯବାନଙ୍କୁ କୁଲଗାମ୍‌ ପୁଲିସ ଉଦ୍ଧାର କରିଛି। ଡାକ୍ତରୀ ପରୀକ୍ଷା ପରେ ଖୁବ୍‌ ଶୀଘ୍ର ତାଙ୍କୁContinue reading “ମିଳିଲେ ନିଖୋଜ ଯବାନ୍ । ୫ ଦିନ ସର୍ଚ୍ଚ ଅପରେସନ୍ ପରେ ଠାବ ଉଦ୍ଧାର କଲା ପୁଲିସ”

OAS ସଫଳତା ପଛର ସଙ୍ଘର୍ଷମୟ କାହାଣୀ : କିଏ ପାଲାଗାୟକ ପରିବାରରୁ ପ୍ରଶାସନିକ ଅଧିକାରୀ ତ ଆଉ କିଏ ଗରିବ ବାପଙ୍କୁ ହରାଇ ପୂରାକଲା ଅଧୁରା ସ୍ୱପ୍ନ 

କନକ ବ୍ୟୁରୋ : ସଫଳତା ପାଇବାକୁ ହେଲେ ସର୍ଟକଟ୍ ନୁହେଁ ସଙ୍ଘର୍ଷ କରିବାକୁ ପଡ଼ିବ । ଅଭାବ, ଆର୍ଥିକ ଅନଟନକୁ ଅଣଦେଖା କରି ଆଗକୁ ବଢ଼ିବାକୁ ହେବ । ପାଠ ପଢ଼ିବାକୁ ହେବ, କିଛି କରିବାର ଜିଦ୍ ଆଉ ଜୋଶ୍ ମନରେ ରଖିପାରିଲେ ହିଁ ସଫଳତାର ବଡ଼ ସମୁଦ୍ରକୁ ପାରି କରିହେବ । ଏମିତି କିଛି ଉଦାହରଣ ପାଲଟିଛନ୍ତି ଓଏଏସ୍ ପରୀକ୍ଷାରେ ସଫଳତା ପାଇଥିବା କୃତିତ୍ୱ ହାସଲକାରୀ । ପାଲା ଗାୟକ ପରିବାରରୁ ପ୍ରଶାସନିକ ଅଧିକାରୀ ।Continue reading “OAS ସଫଳତା ପଛର ସଙ୍ଘର୍ଷମୟ କାହାଣୀ : କିଏ ପାଲାଗାୟକ ପରିବାରରୁ ପ୍ରଶାସନିକ ଅଧିକାରୀ ତ ଆଉ କିଏ ଗରିବ ବାପଙ୍କୁ ହରାଇ ପୂରାକଲା ଅଧୁରା ସ୍ୱପ୍ନ “

ବନ୍ୟା ପାଣି ପଶିଲା, ସ୍କୁଲ ବୁଡିଲା । ଖୋର୍ଦ୍ଧାରୁ ଆସିଲା ବନ୍ୟା ବିତ୍ପାତର ଚିତ୍ର ।

କନକ ବ୍ୟୁରୋ : ବନ୍ୟା ପାଣିରେ ବୁଡିଲା ସ୍କୁଲ । ମହାନଦୀର ଶାଖାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଣୋପଞ୍ଜରୀ ପଂଚାୟତର ପାଣ୍ଡିଆବିଲି, ବୁଢାଙ୍ଗରା ଭଳି ଅନେକ ଗାଁକୁ ଥିବା ଅସ୍ଥାୟୀ ରାସ୍ତା ଧୋଇହୋଇଯାଇଛି । ସେହିପରି ବନ୍ୟାଜଳ ଆଜି ସକାଳୁ ପାଣ୍ଡିଆବିଲି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପଶିଥିବା ଦେଖିବାକୁ ମିଳିଛି । ସୁ ସୁ ଗର୍ଜନ କରି ଦୟାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀକୂଳିଆ ଗାଁଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତିContinue reading “ବନ୍ୟା ପାଣି ପଶିଲା, ସ୍କୁଲ ବୁଡିଲା । ଖୋର୍ଦ୍ଧାରୁ ଆସିଲା ବନ୍ୟା ବିତ୍ପାତର ଚିତ୍ର ।”

ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ । ପୁଲିସ ଉପସ୍ଥିତିରେ ପହଞ୍ଚିଲେ ୪୧ଜଣିଆ ଟିମ୍, ସୁପ୍ରିମକୋର୍ଟରେ ଆଜି ଶୁଣାଣି

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟରୁ ଅନୁମତି ମିଳିବା ପରେ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏଏସଆଇ ସର୍ଭେର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ: ଜ୍ଞାନବାପୀ ମସଜିଦ ପରିସରରେ ସର୍ବେକ୍ଷଣ କରିବାକୁ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆContinue reading “ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ । ପୁଲିସ ଉପସ୍ଥିତିରେ ପହଞ୍ଚିଲେ ୪୧ଜଣିଆ ଟିମ୍, ସୁପ୍ରିମକୋର୍ଟରେ ଆଜି ଶୁଣାଣି”

ମୁଣ୍ଡଳିରେ କମୁଛି ଜଳ ପ୍ରବାହ : ଗତକାଲି ଅପେକ୍ଷା ଆଜି ଜଳ ପ୍ରବାହ ହ୍ରାସ

କନକ ବ୍ୟୁରୋ : ମୁଣ୍ଡଳି ଠାରେ ହ୍ରାସ ପାଉଛି ଜଳ ପ୍ରବାହ । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଞ୍ଚଳରେ ପଶିପାରେContinue reading “ମୁଣ୍ଡଳିରେ କମୁଛି ଜଳ ପ୍ରବାହ : ଗତକାଲି ଅପେକ୍ଷା ଆଜି ଜଳ ପ୍ରବାହ ହ୍ରାସ”

Design a site like this with WordPress.com
Get started