ଦୟା ନଦୀ ପାଣିରେ ବୁଡିଲା ଘର : ନଦୀବନ୍ଧରେ ଆଶ୍ରୟ ନେଲେ ଲୋକେ; ତମ୍ବୁ ଟାଣି ଖୋଲା ଆକାଶ ତଳେ ଚାଲିଛି ରୋଷେଇ

କନକ ବ୍ୟୁରୋ : ଦୟା ନଦୀରେ ବନ୍ୟା ଆସିବା ପରେ ଜଳବନ୍ଦୀରେ ଅନେକ ଘର । ଫଳରେ ଏବେ ପ୍ରଭାବିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଛି ଦୟା ନଦୀବନ୍ଧ । ପ୍ରାୟ ୧୫ଶହରୁ ଅଧିକ ପରିବାର ଦୟାନଦୀ ବନ୍ଧରେ ତମ୍ବୁ ଟାଣି ରହିଛନ୍ତି । ଏପରି କିଛି ଦୃଶ୍ୟ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଶବର ସାହିରେ ଦେଖିବାକୁ ମିଳିଛି । ବନ୍ୟା ଜଳ ଘରେ ପଶିବା ପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।Continue reading “ଦୟା ନଦୀ ପାଣିରେ ବୁଡିଲା ଘର : ନଦୀବନ୍ଧରେ ଆଶ୍ରୟ ନେଲେ ଲୋକେ; ତମ୍ବୁ ଟାଣି ଖୋଲା ଆକାଶ ତଳେ ଚାଲିଛି ରୋଷେଇ”

ପାଣି ଘେରରେ କଣାସର ଅନେକ ଅଞ୍ଚଳ : ପ୍ରତ୍ୟେକ ବର୍ଷ ବନ୍ୟାର ସମ୍ମୁଖୀନ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି

କନକ ବ୍ୟୁରୋ : ପାଣି ଘେରରେ କଣାସର ଅନେକ ଅଞ୍ଚଳ । ଯାହାକୁ ନେଇ ଚିନ୍ତାରେ କଣାସ ଅଞ୍ଚଳର ଚାଷୀ । ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି । ବାରମ୍ବାର ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିଭଳି ଭାର୍ଗବୀର ଜଳସ୍ତର ବି ଫୁଲିବା ସହ ପିପିଲି ହରିପୁର ନିକଟରେ ବିପଦସଂକେତ ନିକଟରେ ପ୍ରବାହିତ ହେଉଛି । ଜଳସ୍ତରContinue reading “ପାଣି ଘେରରେ କଣାସର ଅନେକ ଅଞ୍ଚଳ : ପ୍ରତ୍ୟେକ ବର୍ଷ ବନ୍ୟାର ସମ୍ମୁଖୀନ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି”

ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ : ୪ ରନରେ ବିଜୟୀ ହେଲା ଘରୋଇ ଦଳ

କନକ ବ୍ୟୁରୋ : ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ । ୪ ରନରେ ବିଜୟୀ ହେଲା ଘରୋଇ ଦଳ । ୧୪୯ ରନର ଜବାବରେ ୧୪୫ ରନ୍ରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ । ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ହୋଇଛି । ୧୫୦ ରନ୍‌କୁ ପିଛା କରି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌Continue reading “ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ : ୪ ରନରେ ବିଜୟୀ ହେଲା ଘରୋଇ ଦଳ”

ଫୁଲିଲା ମହାନଦୀ, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି; ମୁଣ୍ଡଳୀରେ ପ୍ରବାହିତ ହେଉଛି ୯ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ

କନକ ବ୍ୟୁରୋ : ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୪ ଦଶମିକ ୦୬ ରହିଛି । ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ୮୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ୬୭ ହଜାର ୬୯୦ କ୍ୟୁସେକ୍ ଜଳ । ୨ ଗେଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରୁ ମହାନଦୀକୁ ମାଡି ଆସୁଛି ପାଣି । ଛତିଶଗଡ଼ରେ ପ୍ରବଳContinue reading “ଫୁଲିଲା ମହାନଦୀ, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି; ମୁଣ୍ଡଳୀରେ ପ୍ରବାହିତ ହେଉଛି ୯ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ”

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ବନ୍ୟାରେ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୫ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମୋଟ ୧୫ଟି ଜିଲ୍ଲାର ୯୦ଟି ବ୍ଲକ ଅଧୀନର ଆସୁଥିବା ୭୬୨ଟି ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହି ଗାଁଗୁଡ଼ିକରେ ୧ ଲକ୍ଷContinue reading “ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ବନ୍ୟାରେ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ”

ମଝି ନଦୀରେ ଫୁଟବଲ ଖେଳାଳୀଙ୍କୁ ଖାଇଗଲା କୁମ୍ଭୀର: ପହଁରୁଥିବା ବେଳେ କଲା ଆକ୍ରମଣ, ମୃତ୍ୟୁବରଣ କଲେ ଜିସସ୍ ଆଲବର୍ଟ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ସେକଥା କେହି ଜାଣନ୍ତି ନାହିଁ । ଠିକ ସେଭଳି କିଛି ଦେଖିବାକୁ ମିଳିଛି ଆମେରିକାର କୋଷ୍ଟାର ରିକାର । ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଥିଲେ । ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ଖେଳାଳୀ ଜିସସ ଆଲବର୍ଟ ଲୋପେଜଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଖେଳାଳୀଙ୍କୁ ଆକ୍ରମଣ କରିବା ପରେ କିଛି ସମୟ ପାଇଁ ତାଙ୍କୁ ପାଟିରେContinue reading “ମଝି ନଦୀରେ ଫୁଟବଲ ଖେଳାଳୀଙ୍କୁ ଖାଇଗଲା କୁମ୍ଭୀର: ପହଁରୁଥିବା ବେଳେ କଲା ଆକ୍ରମଣ, ମୃତ୍ୟୁବରଣ କଲେ ଜିସସ୍ ଆଲବର୍ଟ”

ଜୀ -ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର, ରବିବାର ସନ୍ଧ୍ୟା ୬.୩୦ରେ ଆସୁଛି ଚଳଚିତ୍ର ‘ତୁମ ବିନା’

କନକ ବ୍ୟୁରୋ : ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’ କ୍ଷ ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍ । କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେContinue reading “ଜୀ -ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର, ରବିବାର ସନ୍ଧ୍ୟା ୬.୩୦ରେ ଆସୁଛି ଚଳଚିତ୍ର ‘ତୁମ ବିନା’”

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା

କନକ ବ୍ୟୁରୋ: ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ । ଆଜି ବିଲ ଉପରେ ଚର୍ଚ୍ଚା କରାଯିବାର କିଛି ଘଂଟା ମଧ୍ୟରେ ବିଲ ପାରିତ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲକୁ ଲୋକସଭାରେ ଆଗତ କରିଥିଲେ । ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧିତ ଏହି ବିଲକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୟାନବାଜୀ ଜାରି ରହିଥିବାବେଳେ ଏବେ ଏହା ପାସ ହୋଇଛି ।ବିଲ ଉପରେ ବିବୃତିContinue reading “ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା”

ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟ ଗୁରୁବାର ବାରଣାସୀର ଜ୍ଞାନବାପୀ ମସଜିଦ ଉପରେ ମୁସଲିମ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଜ୍ଞାନବାପୀ ମସଜିସଦର ଏଏସଆଇ ସର୍ଭେକୁ କୋର୍ଟ ସବୁଜ ସଂକେତ ଦେଇଛନ୍ତି । ଜୁଲାଇ ୨୧ରେ ବାରଣାସୀ ଜିଲ୍ଲା ଜଜ କୋର୍ଟ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ହାଇକୋର୍ଟରେ ମସୁଲିମ ପକ୍ଷ ଚ୍ୟାଲଂଜ କରିଥିଲେ । ତେବେ ଆହ୍ଲାବାଦ କୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି କି ନ୍ୟାୟ ହିତରେContinue reading “ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ”

ରାଜସ୍ଥାନରୁ ଆସିଲା ଅଭାବନୀୟ ଘଟଣା: କୋଇଲା ଭାଟିରୁ ମିଳିଲା ପୋଡ଼ା ଶରୀର, ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା!

କନକ ବ୍ୟୁରୋ: ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ନାବାଳିକାକୁ ଗଣଦୁଷ୍କର୍ମ କରିବା ସହ କୋଇଲା ଭାଟିରେ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଛେଳି ଚରାଇବାକୁ ଯାଇଥିବା ସମୟରେ ପ୍ରଥମେ ଅପହରଣ, ପରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପରିଜନ । ବିଭିନ୍ନ ଦିଗରେ ଛାନଭିନ କରୁଛି ପୁଲିସ । ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାରContinue reading “ରାଜସ୍ଥାନରୁ ଆସିଲା ଅଭାବନୀୟ ଘଟଣା: କୋଇଲା ଭାଟିରୁ ମିଳିଲା ପୋଡ଼ା ଶରୀର, ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା!”

Design a site like this with WordPress.com
Get started