କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବସ୍ତାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ପାଣି । ମଥାନୀ ଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୬ ଦଶମିକ ୧୯ ମିଟର ଜଳ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବା ବନ୍ୟା ଆଶଙ୍କାରେ ଭୟଭୀତContinue reading “ବସ୍ତାରେ ବିପଦ ସଙ୍କେତ ଉପରେ ଜଳକା : ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ”
Tag Archives: News
ଲଗାଣ ବର୍ଷା ପରେ ଫୁଲୁଛି ବଂଶଧାରା : ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
କନକ ବ୍ୟୁରୋ : ଲଗାଣ ବର୍ଷାରେ ବଶଂଧାରା ଫୁଲୁଛି । ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଜଳସ୍ତର ବଢିବାରେ ଲାଗିଛି । କାଶୀନଗର ଠାରେ ବିପଦ ସଙ୍କେତ ୫୪ ଦଶମିକ ୬ ଫୁଟ ଥିବା ବେଳେ ବିପଦ ସଙ୍କେତ ଟପି ୫୫ ଦଶମିକ ୧୦ ଫୁଟ ଜଳ ପ୍ରବାହିତ ହେଇଛି । ନଦୀରଜଳସ୍ତର ବଢିଲେ ତଲିଆ ଅଂଚଳରେContinue reading “ଲଗାଣ ବର୍ଷା ପରେ ଫୁଲୁଛି ବଂଶଧାରା : ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ”
ବୈତରଣୀରେ ବନ୍ୟା ଆସିବାରୁ ତଳିଆ ଅଞ୍ଚଳ ଜଳମଗ୍ନ : ବାହାରିପୁର ନିକଟରେ ୫ଫୁଟ ଉଚ୍ଚର ପାଣି ପ୍ରବାହିତ
କନକ ବ୍ୟୁରୋ : ବୈତରଣୀ ନଦୀରେ ବନ୍ୟା ଆସିବାରୁ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁର ନିକଟରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ସମଣା ପଂଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ଜଳବନ୍ଦୀ ହୋଇ ଭୟରେ ରହିଛନ୍ତି । ସେହିପରି ଗେଡମା-ଆଇତିପୁର ରାସ୍ତାର ରାଘବବପୁର ନିକଟରେ ୪ ଫୁଟ ଉଚ୍ଚର ପାଣି ଚାଲିଥିବାରୁ ଆଇତିପୁର ପଞ୍ଚାୟତର ରାଘବପରୁ, ଆଇତିପୁର, ନୂଆଗାଁ, ଅମୃତପୁରଗାଁContinue reading “ବୈତରଣୀରେ ବନ୍ୟା ଆସିବାରୁ ତଳିଆ ଅଞ୍ଚଳ ଜଳମଗ୍ନ : ବାହାରିପୁର ନିକଟରେ ୫ଫୁଟ ଉଚ୍ଚର ପାଣି ପ୍ରବାହିତ”
ଲଗାଣ ବର୍ଷା ପରେ ଫୁଲୁଛି ବିଭିନ୍ନ ନଦୀ : କଣାସରେ ଫୁଲୁଛି ଦୟା, ରାଜୁଆ ଓ ମକରା ନଦୀ; ନଦୀକୂଳିଆ ଲୋକେ ଆତଙ୍କିତ
କନକ ବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ନଦୀ । ବନ୍ୟାଜଳରେ ବୁଡ଼ିଲା ହଜାର ହଜାର ହେକ୍ଟର ଚାଷ ଜମି । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଥିବା ଦୟା, ରାଜୁଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ରାଜୁଆ ନଦୀ କୂଳରେ ରହିଥିବା ଗଡ଼ବଡ଼ପୁଟ, ବଡ଼ାଶ, ଦୋକନ୍ଦା, ଗଡ଼ବଳଭଦ୍ରପୁର ପଞ୍ଚାୟତର ନଦୀକୂଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ବନ୍ୟାଜଳରେ ବୁଡ଼ି ରହିଛି । ଚାଷୀ ଚାଷ କରିଥିବା ଧାନ, ପୋଟଳ, ଜହ୍ନି, ବାଇଗଣ, କଖାରୁ,Continue reading “ଲଗାଣ ବର୍ଷା ପରେ ଫୁଲୁଛି ବିଭିନ୍ନ ନଦୀ : କଣାସରେ ଫୁଲୁଛି ଦୟା, ରାଜୁଆ ଓ ମକରା ନଦୀ; ନଦୀକୂଳିଆ ଲୋକେ ଆତଙ୍କିତ”
ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କଲେ ସତର୍କତା
କନକ ବ୍ୟୁରୋ : ମହାନଦୀରେ ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ । ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ଏଥିପାଇଁ ଏସଆରସି ସତର୍କତା ଜାରି କରିଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଞ୍ଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ହେଲେ ଅନୁଗୁଳ, ନୟାଗଡ, କଟକ,Continue reading “ମୁଣ୍ଡଳି ଦେଇ ପ୍ରବାହିତ ହେବ ବନ୍ୟାଜଳ : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କଲେ ସତର୍କତା”
ଲଗାଣ ବର୍ଷା ପରେ ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ : ବନ୍ୟା ଆଶ୍ରୟସ୍ଥଳୀକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତର
କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ବେଢ଼ା ଓ ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ଏଥିପାଇଁ ମା’ଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ରତ୍ନଗିରି ପାହାଡ଼ରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତରିତ କରାଯାଇଛି । ଆଜି ମା’ଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ପୂଜାର୍ଚ୍ଚନା କରାଯିବ ।Continue reading “ଲଗାଣ ବର୍ଷା ପରେ ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ : ବନ୍ୟା ଆଶ୍ରୟସ୍ଥଳୀକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତର”
ଲଗାଣ ବର୍ଷା : ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ; ପାଣି ଘେରରେ ୧୫ରୁ ଅଧିକ ପଞ୍ଚାୟତ
କନକ ବ୍ୟୁରୋ : ସାରା ରାଜ୍ୟରେ ଲଗାଣ ବର୍ଷା ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଉପୁଜାଇଲାଣି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି । ଲଗାଣ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ପାଣି ଘେରରେ ୧୫ରୁ ଅଧିକ ପଞ୍ଚାୟତ ରହିଛି । ସେହିପରି ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଙ୍କେତଠାରୁContinue reading “ଲଗାଣ ବର୍ଷା : ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ; ପାଣି ଘେରରେ ୧୫ରୁ ଅଧିକ ପଞ୍ଚାୟତ”
ଗୁରୁ ନାମରେ କଳଙ୍କ : କଲେଜରୁ ଫେରୁଥିବା ଛାତ୍ରୀଙ୍କ ମୋବାଇଲ ଲୁଟ କଲେ ହାଇସ୍କୁଲ ଶିକ୍ଷକ
କନକ ବ୍ୟୁରୋ : ରାସ୍ତାରୁ କଲେଜ ଛାତ୍ରୀଙ୍କ ମୋବାଇଲ ଓ ବ୍ୟାଗ ଲୁଟ କରି ଗିରଫ ହେଲେ ହାଇସ୍କୁଲ ଶିକ୍ଷକ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଆସିଛି ଏହି ଅଭାବନୀୟ ଖବର । ଥାନାରେ ଏତଲା ହେବା ପରେ ମାଧପୁର ଗଣନାଥ ଉଚ୍ଚବିଦ୍ୟାଳୟର ଶିକ୍ଷକ ଉତ୍ତମ ଦାସ ଓ ତାଙ୍କ ସହଯୋଗୀ ରାଜନ ସିଂଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ ଗତ ୩୧ ତାରିଖରେ କଲେଜ ଛାତ୍ରୀ ସୁଭସ୍ମିତାContinue reading “ଗୁରୁ ନାମରେ କଳଙ୍କ : କଲେଜରୁ ଫେରୁଥିବା ଛାତ୍ରୀଙ୍କ ମୋବାଇଲ ଲୁଟ କଲେ ହାଇସ୍କୁଲ ଶିକ୍ଷକ”
ପ୍ରଭୁ ଫସିଛନ୍ତି ପାଣିରେ : ମନ୍ଦିରରେ ପଶିଲା ଅଳିଆ ପାଣି, ଅଧାବୁଡ଼ିଗଲେ ଠାକୁର ଓ ଠାକୁରାଣୀ
କନକ ବ୍ୟୁରୋ : ଚାହିଁଛି ମା’… ନାସାମଣି ଯାଏ ଚଢ଼ିଲାଣି ବର୍ଷାପାଣି । ଭାସୁଛି ଫୁଲ ଚାଙ୍ଗୁଡ଼ି, ଜଳମଗ୍ନ ହୋଇଛି ଜଗଦଜନନୀଙ୍କୁ ଲାଗି ହେଉଥିବା ବାସନ ପାତ୍ର । ଏ ଦୃଶ୍ୟ ପ୍ରତିଟି ଶ୍ରଦ୍ଧାଳୁଙ୍କୁ ଯେତିକି ବ୍ୟଥିତ କରୁଛି, ପ୍ରଶାସନର ପର୍ଯ୍ୟଟନ ବିକାଶକୁ ନେଇ ତା’ଠୁ ବଡ଼ ପ୍ରଶ୍ନ ଉଠାଇଛି । କାରଣ ଲଗାଣ ବର୍ଷା ପାଣିର ଲୁହରେ ବୁଡ଼ିଯାଇଛନ୍ତି ମା’ ପାଟଣେଶ୍ୱରୀ । ଆଉ ଅଧିଷ୍ଠାତ୍ରୀ ଦେବୀ ଅଧା ବୁଡ଼ିଯିବା ପରେ ଭକ୍ତଙ୍କ ଆଖି ଓଦାContinue reading “ପ୍ରଭୁ ଫସିଛନ୍ତି ପାଣିରେ : ମନ୍ଦିରରେ ପଶିଲା ଅଳିଆ ପାଣି, ଅଧାବୁଡ଼ିଗଲେ ଠାକୁର ଓ ଠାକୁରାଣୀ”
ରାସ୍ତା ଖୋଳାପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଲା ବିଏମସି : ଏଣିକି ନେବାକୁ ପଡିବ ଅନୁମତି, ଖୋଳିଲେ ପୂର୍ବପରି ସଜାଡିବାକୁ ବାଧ୍ୟ
କନକ ବ୍ୟୁରୋ : ଭୁବନେଶ୍ୱରରେ ରାସ୍ତା ଖୋଳା ପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ । ବିଭିନ୍ନ ଟେଲିଫୋନ କମ୍ପାନୀ ଖୁଂଟ, ଟାୱାର ଓ କେବୁଲ ପକାଇବା ପାଇଁ ରାସ୍ତା ଖୋଳିଦେଉଛନ୍ତି । ମାତ୍ର ଏଣିକି ବିନା ଅନୁମତିରେ କୌଣସି ଟେଲିଫୋନ କମ୍ପାନୀ ରାସ୍ତା ଖୋଳିପାରିବେ ନାହିଁ । ଯଦି ବିଏମସି ରାସ୍ତା ଖୋଳିବା ଜରୁରୀ, ତେବେ ସଂପୃକ୍ତ କମ୍ପାନୀContinue reading “ରାସ୍ତା ଖୋଳାପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଲା ବିଏମସି : ଏଣିକି ନେବାକୁ ପଡିବ ଅନୁମତି, ଖୋଳିଲେ ପୂର୍ବପରି ସଜାଡିବାକୁ ବାଧ୍ୟ”