ଆଜି ବି ସମ୍ବଲପୁରରେ ବନ୍ଦ ରହିବ ସବୁ ସ୍କୁଲ : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

କନକ ବ୍ୟୁରୋ : ଆଜି ବି ସମ୍ବଲପୁରରେ ବନ୍ଦ ରହିବ ସବୁ ସ୍କୁଲ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି । ଅଙ୍ଗନୱାଡି କେନ୍ଦ୍ର ବି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ବର୍ଷା ଯୋଗୁ ଜିଲ୍ଲାରେ ଅନେକ ଜାଗାରେ ସେତୁ ଧୋଇ ହୋଇଯାଇଥିବା ବେଳେ ବହୁଲୋକଙ୍କ ଘରଦ୍ବାର ଭାଂଗିଯାଇ ନାହିଁ ନଥିବା କ୍ଷୟକ୍ଷତି ଘଟିଛି । ସମ୍ବଲପୁର ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଛି। ଯୁଯୁମୁରାରେ ସର୍ବାଧିକ ୩୬୧.୮ ମିମି ବର୍ଷାContinue reading “ଆଜି ବି ସମ୍ବଲପୁରରେ ବନ୍ଦ ରହିବ ସବୁ ସ୍କୁଲ : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି”

ବର୍ଷାରେ ଉବୁଟୁବୁ ଓଡ଼ିଶା : ଆଜି ୧୦ ଜିଲ୍ଲାକୁ ‌ରେଡ୍‌, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଦୁଇ ଦିନ ହେଲା ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ଭୀଷଣ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ପୂର୍ବାହ୍ନ ଯାଏଁ ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।  ସୁନ୍ଦରଗଡ଼, ଝାରସୁଗୁଡ଼ା,Continue reading “ବର୍ଷାରେ ଉବୁଟୁବୁ ଓଡ଼ିଶା : ଆଜି ୧୦ ଜିଲ୍ଲାକୁ ‌ରେଡ୍‌, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”

ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ ଟ୍ରମ୍ପ ଷଡଯନ୍ତ୍ର କରିଥିବା ଅଭିଯୋଗ

କନକ ବ୍ୟୁରୋ : ପୁଣି ସମସ୍ୟା ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ନୂଆ ବିବାଦ ଭିତରେ ଫଶିଛନ୍ତି ଡୋନାଲ୍ଟ୍ର ଟ୍ରମ୍ପ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଛି । ୪ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା ଅଟେContinue reading “ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ ଟ୍ରମ୍ପ ଷଡଯନ୍ତ୍ର କରିଥିବା ଅଭିଯୋଗ”

ଲୋକପ୍ରିୟ କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ! ନୀରବି ଗଲେ ନୀତୀନ ଦେଶାଇ ଋଣ ବୋଝ ସାଜିଲା କାଳ ! ଷ୍ଟୁଡିଓରୁ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ବୁଧବାର ସକାଳୁ ମୁମ୍ବାଇସ୍ଥିତ ଏନଡିଏ ଷ୍ଟୁଡିଓରୁ ଆସିଥିଲା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ମୃତ୍ୟୁ ଖବର । ନିଆଁ ବେଗରେ ପ୍ରଘଟ ହୋଇଥିଲା ଖବର । ପରିବାର, ସମ୍ପର୍କୀୟଙ୍କ ସମେତ ପୂରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଷ୍ଟୁଡିଓରୁମରୁ ତାଙ୍କର ଝୁଲନ୍ତାବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଷ୍ଟୁଡିଓରେ ଥିବା କର୍ମଚାରୀଙ୍କ କହିବା ଅନୁସାରେ ଷ୍ଟୁଡିଓ ଭିତରେ ଥିବା ନିଜ ବ୍ୟକ୍ତିଗତ ରୁମକୁ ନୀତୀନ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେContinue reading “ଲୋକପ୍ରିୟ କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ! ନୀରବି ଗଲେ ନୀତୀନ ଦେଶାଇ ଋଣ ବୋଝ ସାଜିଲା କାଳ ! ଷ୍ଟୁଡିଓରୁ ମୃତଦେହ ଉଦ୍ଧାର”

ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତି ରହିଛି । ବର୍ତମାନ ଦେଶର ବିଧାୟକଙ୍କ ସମ୍ପତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ଜଣ ବିଧାୟକଙ୍କ ମୋଟ ସମ୍ପତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ଅଧିକ । ଏହି ତିନି ରାଜ୍ୟର ମୋଟ ବଜେଟ୍Continue reading “ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ”

ସୀମା ହାଇଦର ଓ ସଚିନ ମୀଣାଙ୍କୁ ମିଳିଲା ଚାକିରି ସୁଯୋଗ। ସାହାଯ୍ୟ ପାଇଁ ଆଗେଇ ଆସିଲେ ଗୁଜରାଟର ବ୍ୟବସାୟ

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ନୋଏଡା ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଚିଠି ଲେଖି ଦୁଃଖ ଜଣାଇଥିଲେ ବହୁ ଚର୍ଚ୍ଚିତ ଯୋଡି ସୀମା ହାଇଦର ଓ ସଚିନ ମୀଣା । କେବଳ ସୀମା କି ସଚିନ ନୁହେଁ ବଂର ଏମାନଙ୍କ ପରିବାର ଲୋକ ମଧ୍ୟ ଚିଠି ଲେଖି ସାହାଯ୍ୟ ଲୋଡିଥିଲେ । ଅଭାବ,ଦୁଃଖ ଭିତରେ ଦିନ କଟୁଛି । ଖାଇବା ପାଇଁ ଅର୍ଥ ନାହିଁ । କାମ ମିଳୁନି କି ଘରୁ ବାହାରି ହେଉନିContinue reading “ସୀମା ହାଇଦର ଓ ସଚିନ ମୀଣାଙ୍କୁ ମିଳିଲା ଚାକିରି ସୁଯୋଗ। ସାହାଯ୍ୟ ପାଇଁ ଆଗେଇ ଆସିଲେ ଗୁଜରାଟର ବ୍ୟବସାୟ”

କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ମୃତ୍ୟୁ

କନକ ବ୍ୟୁରୋ : ପୁଣି ଗଲା ଆଉ ଏକ ଚିତାର ଜୀବନ । ବୁଧବାର ସକାଳେ ମଧ୍ୟପ୍ରଦେଶ କୁନୋ ଜାତୀୟପ୍ରାଣୀ ଉଦ୍ୟାନରେ ‘ଧାତ୍ରୀ’ ନାମକ ଚିତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରୋଜେକ୍ଟ ଚିତା ଅଧିନରେ ଦକ୍ଷିଣଆଫ୍ରିକା ଓ ନାମିବ୍ୟାରୁ ୨୦ ଟି ଚିତା ଭାରତକୁ ଅଣାଯାଇଥିଲା । ଆଉ ଏବେ ସୁଦ୍ଧା ୯ ଟି ଚିତାର ମୃତ୍ୟୁ ହୋଇସାରିଲେଣି । ତେବେ ଧାତ୍ରୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେContinue reading “କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ମୃତ୍ୟୁ”

ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ କରାଇଲେ ଅବଗତ

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିରୋଧୀ । ମଣିପୁର ହିଂସା ଘଟଣାେରେ ବିରୋଧୀ ମେଂଟ ଇଣ୍ଡିଆର ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ନିକଟରେ ମଣିପୁର ପହଂଚିଥିଲେ ପ୍ରତିନିଧମଣ୍ଡଳୀ ଓ ସେଠାକାର ଗ୍ରାଉଣ୍ଡ ଜିରୋ ରିର୍ପୋଟ ପ୍ରସ୍ତୁତ କରିଥିଲେ । ମଣିପୁର ସ୍ଥିତିରେ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କୁ ଦେଇଛି ବିରୋଧୀ ମେଂଟ । ମଣିପୁରରେ ଯଥା ସମ୍ଭବ ଶାନ୍ତି ଫେରାଇ ଆଣିବାକୁ ଅପିଲ କରିଛି ବିରୋଧୀ ।Continue reading “ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ କରାଇଲେ ଅବଗତ”

ଖଟ୍ଟର ସରକାରଙ୍କ ଉପରେ ଉଠିଲା ପ୍ରଶ୍ନ, ସୁପ୍ରିମକୋର୍ଟରେ ପହଁଚିଲା ହରିଆଣା ହିଂସା ମାମଲା

କନକ ବ୍ୟୁରୋ : ହରିଆଣାର ନୁହରେ ଯେଉଁ ହିଂସା ଘଟିଯାଇଛି ତାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଗୋଟେ ପରେ ରାଜ୍ୟର ସ୍ଥିତି ବର୍ତମାନ ସ୍ଥିର ରହିଛି ଅନ୍ୟପଟେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନବାଜୀ, ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ଖଟ୍ଟର ସରକାରଙ୍କୁ କଂଗ୍ରେସର ପ୍ରଶ୍ନ – ହିଂସା ବାବଦରେ ଗୁଇନ୍ଦା ସୂଚନା ଥାଇ କ’ଣ ପାଇଁ ଚୁପ ଥିଲେ ରାଜ୍ୟ ସରକାର -କ’ଣ ପାଇଁ ନୁହ ଏସିପିଙ୍କୁContinue reading “ଖଟ୍ଟର ସରକାରଙ୍କ ଉପରେ ଉଠିଲା ପ୍ରଶ୍ନ, ସୁପ୍ରିମକୋର୍ଟରେ ପହଁଚିଲା ହରିଆଣା ହିଂସା ମାମଲା”

ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭା ପ୍ରଶ୍ନ ଉତ୍ତରରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

କନକ ବ୍ୟୁରୋ: ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭାର ପ୍ରଶ୍ନ ଉତ୍ତରରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଗୋଟିଏ ବର୍ଷ ଭିତରେ ସାଢେ ୩ ହଜାରରୁ ଅଧିକ ନାବାଳିକା ଓ ୩୦ ହଜାର ୧୮ ବର୍ଷରୁ ଅଧିକ ଝିଅ, ମହିଳା ଓଡିଶାରୁ ନିଖୋଜ ହୋଇଥିବା ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଯାହାପରେ ରାଜ୍ୟରେ ମହିଳା ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତବର୍ଷ ସେପ୍ଟେମ୍ବର ମାସରେ ନିଖୋଜ ଝିଅContinue reading “ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭା ପ୍ରଶ୍ନ ଉତ୍ତରରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।”

Design a site like this with WordPress.com
Get started