କନକ ବ୍ୟୁରୋ : ବର୍ତ୍ତମାନ ରାଜ୍ୟକୁ ନାହିଁ ପ୍ରବଳ ବର୍ଷା ଭୟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ, ଆଜି ପୂର୍ବାହ୍ନ ଯାଏଁ ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ. ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଢ଼େଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜContinue reading “ରାଜ୍ୟକୁ ବର୍ତ୍ତମାନ ନାହିଁ ପ୍ରବଳ ବର୍ଷା ଭୟ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”
Tag Archives: News
ଲଗାଣ ବର୍ଷା ପରେ ଚିନ୍ତା ବଢ଼ାଇଛି ବନ୍ୟାଜଳ : ୧୫ ଜିଲ୍ଲା ପାଇଁ ୮ଟି ଏନଡିଆରଏଫ ଓ ୧୩ଟି ଓଡ୍ରାଫ ଟିମ୍ ମୁତୟନ
କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଚିନ୍ତା ବଢ଼ାଇଛି ବନ୍ୟାଜଳ । ବନ୍ୟାକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ ଥିବା ବେଳେ ଯେକୌଣସି ପରସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ୧୫ ଜିଲ୍ଲା ପାଇଁ ମୁତୟନ ହୋଇଛନ୍ତି ୮ଟି ଏନଡିଆରଏଫ ଓ ୧୩ଟି ଓଡ୍ରାଫ ଟିମ୍ । ସେହିପରି ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ୍ ମୃତୟନ ହୋଇଛନ୍ତି । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବୌଦ୍ଧ, ମୟୂରଭଂଜ,Continue reading “ଲଗାଣ ବର୍ଷା ପରେ ଚିନ୍ତା ବଢ଼ାଇଛି ବନ୍ୟାଜଳ : ୧୫ ଜିଲ୍ଲା ପାଇଁ ୮ଟି ଏନଡିଆରଏଫ ଓ ୧୩ଟି ଓଡ୍ରାଫ ଟିମ୍ ମୁତୟନ”
ବୌଦ୍ଧରେ ବନ୍ୟା : ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ବୌଦ୍ଧରେ ବନ୍ୟା । ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ଧଳପୁର ପଞ୍ଚାୟତର ଖଣ୍ଡିଧଳପୁର, ତେନ୍ତୁଳିପଦର ବନ୍ୟପାଣି ଘେରରେ ରହିଥିବା ବେଳେ ସଂକୁଳେଇ ପଞ୍ଚାୟତ ପାଣିଘରା ଓ କୁଶଙ୍ଗContinue reading “ବୌଦ୍ଧରେ ବନ୍ୟା : ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ”
ସେହ୍ୱାଗଙ୍କୁ ଧକ୍କା ଦେଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ । ସାର୍ଟ କଲର ଧରିବା ସହ, ମାଗିଥିଲେ କ୍ଷମା । ଜାଣନ୍ତୁ, ସେହି କୋଚ୍ କିଏ?
କନକ ବ୍ୟୁରୋ: ସେହ୍ୱାଗଙ୍କୁ ଧକ୍କା ଦେଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ । ସାର୍ଟ କଲର ଧରିବା ସହିତ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଏହି ଦୁର୍ଦ୍ଦଶ ଓପନରଙ୍କୁ ଖରାପ ବ୍ୟବହାର କରିଥିଲେ । ଏନେଇ ଦୀର୍ଘ ବର୍ଷ ପରେ ଖୁଲାସା କରିଛନ୍ତି ନିଜେ ବୀରେନ୍ଦ୍ର ସେହ୍ୱାଗ । ୨୦୦୦ ମସିହାରେ ଟିମ୍ ଇଣ୍ଡିଆର ପ୍ରଥମ ବିଦେଶୀ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ ଜନ୍ ରାଇଟ୍ । ତାଙ୍କ କୋଚିଂ ସମୟରେ ବି ଟିମ୍ ଇଣ୍ଡିଆ ସଫଳତାରContinue reading “ସେହ୍ୱାଗଙ୍କୁ ଧକ୍କା ଦେଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ । ସାର୍ଟ କଲର ଧରିବା ସହ, ମାଗିଥିଲେ କ୍ଷମା । ଜାଣନ୍ତୁ, ସେହି କୋଚ୍ କିଏ?”
ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଏଜେଣ୍ଡାରେ ନାହିଁ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଖୋଲିବା ଓ ବନକଲାଗି ବିଭ୍ରାଟ ପ୍ରସଙ୍ଗ
କନକ ବ୍ୟୁରୋ : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବ । ଲଗାତର ଦୁଇଟି ବୈଠକ ବସିପାରିନଥିଲା । ଏବେ କିନ୍ତୁ ବୈଠକ ବସିବାକୁ ଯାଉଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହା ପ୍ରଥମ ବୈଠକ ହୋଇଥିବାରୁ ବେଶ ଗୁରୁତ୍ୱ ବହନ କରୁଛି । ତେବେ ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗContinue reading “ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଏଜେଣ୍ଡାରେ ନାହିଁ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଖୋଲିବା ଓ ବନକଲାଗି ବିଭ୍ରାଟ ପ୍ରସଙ୍ଗ”
ବୁଢା ନଦୀରେ ଭାସିଯାଇ ଯୁବକ ମୃତ : ଘରକୁ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ
କନକ ବ୍ୟୁରୋ : ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ । ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ବୈତରଣୀ ଶାଖା ବୁଢ଼ା ନଦୀରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦର ଥାନା ଓଲେଇପଡ଼ା ଗାଁର ଅକ୍ଷୟ ନାୟକ । ସେ ଘରୁ ଦୋକାନ ଖୋଲିବାକୁ ଆସୁଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । The postContinue reading “ବୁଢା ନଦୀରେ ଭାସିଯାଇ ଯୁବକ ମୃତ : ଘରକୁ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ”
ଲଗାଣ ବର୍ଷା, ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ; ୧୪୪ ଧାରା ଜାରି
କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ବେଢ଼ା ଓ ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ଏଥିପାଇଁ ମା’ଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ରତ୍ନଗିରି ପାହାଡ଼ରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତରିତ କରାଯାଇଛି । ଆଜି ମା’ଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ପୂଜାର୍ଚ୍ଚନା କରାଯିବ ।Continue reading “ଲଗାଣ ବର୍ଷା, ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ; ୧୪୪ ଧାରା ଜାରି”
ବାଙ୍କୀରେ ପ୍ରବେଶ କଲା ପ୍ରଥମ ବନ୍ୟାଜଳ : ହୁଳୁହୁଳା ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି , ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ
କନକ ବ୍ୟୁରୋ : କଟକ ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ବାଉଁଶପୁଟ, ବନ୍ଦା. ରତାଗଡ, ଓସ୍ତିଆ ଆଦି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ହେକ୍ଟର ଚାଷContinue reading “ବାଙ୍କୀରେ ପ୍ରବେଶ କଲା ପ୍ରଥମ ବନ୍ୟାଜଳ : ହୁଳୁହୁଳା ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି , ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ”
ରାଜଧାନୀରେ ବେକାବୁ ଡେଙ୍ଗୁ : ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା; ୩ ଦିନ ହେବ ୪୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ରାଜଧାନୀକୁ ଡେଙ୍ଗୁ ଡର । ଦୁଇ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି । ସୋମବାର ୪୩, ମଙ୍ଗଳବାର ୪୬ ଓ ବୁଧବାର ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି । ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ୫୦%Continue reading “ରାଜଧାନୀରେ ବେକାବୁ ଡେଙ୍ଗୁ : ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା; ୩ ଦିନ ହେବ ୪୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ”
ନଈପଠାକୁ ଛତୁ ତୋଳିବାକୁ ଯାଇଥିଲେ, ମାଡି ଆସିଲା ବନ୍ୟାପାଣି : ୧୦ ଘଣ୍ଟା ପରେ ୭ ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍
କନକ ବ୍ୟୁରୋ : ନଈପଠାକୁ ଛତୁ ତୋଳିବାକୁ ଯାଇଥିଲେ । ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ବନ୍ୟାଜଳ ଘେରରେ ଦୀର୍ଘ ୧୦ ଘଣ୍ଟା ଫସି ରହିଥିଲେ ୭ ଜଣ ଗ୍ରାମବାସୀ । ଖବର ପାଇ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିଛି । ହାଟଡିହି ବ୍ଲକ ବୈତରଣୀ ନଦୀ କୁଳିଆ ଗାଁ ବାହାରିପୁରର କିଛି ଲୋକ ନଦୀ ପଠାକୁ ଛତୁ ତୋଳିବାକୁ ଯାଇଥିଲେ । ହେଲେ ନଦୀର ହଠାତ ବନ୍ୟା ପାଣିContinue reading “ନଈପଠାକୁ ଛତୁ ତୋଳିବାକୁ ଯାଇଥିଲେ, ମାଡି ଆସିଲା ବନ୍ୟାପାଣି : ୧୦ ଘଣ୍ଟା ପରେ ୭ ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍”