ଗୋପାଳପୁର ଉଚ୍ଚ ବାଳିକା ବିଦ୍ୟାଳୟର ବିଚିତ୍ର ବ୍ୟବସ୍ଥା । ଛାତ୍ରୀ ଉପସ୍ଥାନ ୬’, ଶିକ୍ଷକଙ୍କ ସଂଖ୍ୟା ବି ୬’

କନକ ବ୍ୟୁରୋ: ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ଧାରଣା ଦେବା ଖବର ଅନେକ ଥର ଗଣମାଧ୍ୟମରେ ପ୍ରସାରଣ ହୋଇଛି । ହେଲେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବିଦ୍ୟାଳୟ ଛାତ୍ରୀ ସଂଖ୍ୟା ଠାରୁ ଅଧିକ ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା । ଛାତ୍ରୀ ଉପସ୍ଥାନ ୬, ଶିକ୍ଷକଙ୍କ ସଂଖ୍ୟା ବି ୬ ଗୋପାଳପୁର ଉଚ୍ଚ ବାଳିକା ବିଦ୍ୟାଳୟର ବିଚିତ୍ର ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର ଠାରୁ ୨୦କିଲୋମିଟର ଦୂରରେContinue reading “ଗୋପାଳପୁର ଉଚ୍ଚ ବାଳିକା ବିଦ୍ୟାଳୟର ବିଚିତ୍ର ବ୍ୟବସ୍ଥା । ଛାତ୍ରୀ ଉପସ୍ଥାନ ୬’, ଶିକ୍ଷକଙ୍କ ସଂଖ୍ୟା ବି ୬’”

ବର୍ଷା ବିତ୍ପାତ : ଆସନ୍ତାକାଲି ବନ୍ଦ ରହିବ ଝାରସୁଗୁଡାର ସମସ୍ତ ସ୍କୁଲ, ସର୍ତକତା ପଦକ୍ଷେପ ସ୍ୱରୂପ ନିଷ୍ପତ୍ତି ନେଲେ ଜିଲ୍ଲାପାଳ ।

କନକ ବ୍ୟୁରୋ : ବର୍ଷାରେ ବେହାଲ ଓଡ଼ିଶା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଝାରସୁଗୁଡାର ସବୁ ସ୍କୁଲ ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ତେବେ ସତର୍କତାContinue reading “ବର୍ଷା ବିତ୍ପାତ : ଆସନ୍ତାକାଲି ବନ୍ଦ ରହିବ ଝାରସୁଗୁଡାର ସମସ୍ତ ସ୍କୁଲ, ସର୍ତକତା ପଦକ୍ଷେପ ସ୍ୱରୂପ ନିଷ୍ପତ୍ତି ନେଲେ ଜିଲ୍ଲାପାଳ ।”

ୱେଷ୍ଟଇଣ୍ଡିଜ୍ ବୋର୍ଡ ଉପରେ ଖପ୍ପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । କହିଲେ, ସାଧାରଣ ସୁବିଧା ସୁଯୋଗ ଯୋଗେଇ ଦେଉ ଇଣ୍ଡିଜ୍ ବୋର୍ଡ । 

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଉପରେ ଖପ୍ପା ହାର୍ଦ୍ଦିକ ପାଣ୍ଡ୍ୟା । ୱେଷ୍ଟଇଣ୍ଡିଜରେ ଭାରତୀୟ କ୍ରିକେଟରଙ୍କୁ ସାଧାରଣ ସୁବିଧା ସୁଯୋଗ ନମିଳିବା କାରଣରୁ ରାଗିଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଭାରତୀୟ ଖେଳାଳି କୌଣସି ବିଳାସପୂର୍ଣ୍ଣ ସୁବିଧାସୁଯୋଗ ଖୋଜୁନଥିବାବେଳେ, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ତାଙ୍କୁ ସାଧାରଣ ସୁବିଧାସୁଯୋଗ ଯୋଗାଇ ଦେଉ ବୋଲି ପାଣ୍ଡ୍ୟା କହିଛନ୍ତି । ଟେଷ୍ଟ ସିରିଜ୍ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଜିତିସାରିଛି ଭାରତୀୟ ଦଳ । ଏବେ ୱେଷ୍ଟଇଣ୍ଡିଜ୍Continue reading “ୱେଷ୍ଟଇଣ୍ଡିଜ୍ ବୋର୍ଡ ଉପରେ ଖପ୍ପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । କହିଲେ, ସାଧାରଣ ସୁବିଧା ସୁଯୋଗ ଯୋଗେଇ ଦେଉ ଇଣ୍ଡିଜ୍ ବୋର୍ଡ । “

ହରିଆଣା ନୁହ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୟାନ । କହିଲେ ପ୍ରତିବ୍ୟକ୍ତିଙ୍କୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ ନାହିଁ

କନକ ବ୍ୟୁରୋ : ନୁହ ହିଂସା ଭିତରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି କି ପ୍ରତିବ୍ୟକ୍ତିଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ । ଏଥିପାଇଁ ଆମକୁ ସ୍ଥିତି ବଦଳାଇବାକୁ ପଡିବ । ପ୍ରତିବ୍ୟକ୍ତିକୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ ନାହିଁ । ଏଥିପାଇଁ ସାମାଜିକ ସଦଭାବ ଠିକ କରିବାକୁ ପଡିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ସାମ୍ବାଦିକContinue reading “ହରିଆଣା ନୁହ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୟାନ । କହିଲେ ପ୍ରତିବ୍ୟକ୍ତିଙ୍କୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ ନାହିଁ”

ବର୍ଷାରୁ ମିଳିବ ମୁକ୍ତି । କାଲିଠୁ କମିବ ବର୍ଷାର ପ୍ରଭାବ…

କନକ ବ୍ୟୁରୋ: ମିଳିବ ବର୍ଷାରୁ ମୁକ୍ତି । କାଲିଠୁ କମିବ ବର୍ଷା । ଅବିଶ୍ରାନ୍ତ ବର୍ଷାର ପ୍ରଭାବ କାଲିଠୁ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ ଓ ପରିମାଣ କମିବା ନେଇ ଆକଳନ କରାଯାଉଥିଲେ ହେଁ ଆଜି କିନ୍ତୁ ରାତି ଯାଏଁ ବର୍ଷାର ପ୍ରଭାବ ରହିବ । ବିଶେଷ କରି ବାଲେଶ୍ୱର, କଟକରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ନୟାଗଡରେContinue reading “ବର୍ଷାରୁ ମିଳିବ ମୁକ୍ତି । କାଲିଠୁ କମିବ ବର୍ଷାର ପ୍ରଭାବ…”

ସଂସଦରେ ଲିଖିତ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ, ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ ୧ଲକ୍ଷରୁ ଅଧିକ ପଦ ଖାଲି

କନକ ବ୍ୟୁରୋ : ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ ଅଧିନରେ ଥିବା ବିଭାଗରେ କେତେ ଖାଲି ପଦ ରହିଛି ତାହାକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ସମାଜବାଦୀ ପାର୍ଟିର ସାଂସଦ ଜାବେଦ ଅଲ୍ଲୀ ଖାନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଲିଖିତContinue reading “ସଂସଦରେ ଲିଖିତ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ, ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ ୧ଲକ୍ଷରୁ ଅଧିକ ପଦ ଖାଲି”

ବାବା ହରିଶଙ୍କରଙ୍କ ମନ୍ଦିରରେ ବନ୍ୟା ପାଣି । ରାସ୍ତାରେ ଚାଲୁଛି ୪ ଫୁଟ ପାଣି ।

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚଉକିନାଳରେ ବନ୍ୟାଜଳ ପ୍ରବାହିତ ହେଉଛି । ବିନିକା ତେଳିପାଲି ରାସ୍ତା ଉପରେ ୪ଫୁଟର ପାଣି ପ୍ରବାହିତ ହେଉଛି । ବିନିକା ଖଇରମାଳରେ ଥିବା ଶ୍ରୀ ଶ୍ରୀ ହରିଶଙ୍କର ବାବାଙ୍କ ମନ୍ଦିରରେ ପଶିଛି ପାଣି । ଚଉକି ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ନାଳର ଉଭୟ ପାଶ୍ୱର୍ରେ ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ଲୀଳା ସାହାଜୀ ବିଦ୍ୟା ମନ୍ଦିର ପାଖରେ ଥିବାContinue reading “ବାବା ହରିଶଙ୍କରଙ୍କ ମନ୍ଦିରରେ ବନ୍ୟା ପାଣି । ରାସ୍ତାରେ ଚାଲୁଛି ୪ ଫୁଟ ପାଣି ।”

ଆହୁରି ବର୍ଷିବ । ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ. ଅନୁଗୁଳ, କେନ୍ଦୁଝର, ବୌଦ୍ଧContinue reading “ଆହୁରି ବର୍ଷିବ । ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”

ସହରାଞ୍ଚଳ ବନ୍ୟା ସ୍ଥିତିକୁ ନେଇ ଷ୍ଟାଣ୍ଡିଂ କମିଟି ବୈଠକ । ବିଏମସି, ସିଏମସି କମିଶନରଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ନେଇ ଆଲୋଚନା

କନକ ବ୍ୟୁରୋ: ସହରାଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଷ୍ଟାଣ୍ଡିଂ କମିଟିର ବୈଠକ ହୋଇଛି । ବୈଠକରେ କଟକ, ଭୁବନେଶ୍ୱର ଜଳବନ୍ଦୀ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କମିଟିର ସଦସ୍ୟ । ବିଏମସି, ସିଏମସି କମିଶନରଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଛି । ବୈଠକରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକ ସଂଖ୍ୟା ବଢ଼ୁଥିବାରୁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରContinue reading “ସହରାଞ୍ଚଳ ବନ୍ୟା ସ୍ଥିତିକୁ ନେଇ ଷ୍ଟାଣ୍ଡିଂ କମିଟି ବୈଠକ । ବିଏମସି, ସିଏମସି କମିଶନରଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ନେଇ ଆଲୋଚନା”

ରାଜ୍ୟ ବଜେଟଠାରୁ ଅଧିକ ସମ୍ପତ୍ତି ୪୦୦୧ ବିଧାୟକଙ୍କ ପାଖରେ । ବିଜେପିଠାରୁ ବି ଧନୀ ଏହି ୨ ଦଳର ବିଧାୟକ

କନକ ବ୍ୟୁରୋ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ଓ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠକୁ ଅଧ୍ୟୟନ କରିବା ପରେ ଚମକାଇଦେଲା ଭଳି ରିପୋର୍ଟ ଜାରି କରିଛି । ରିପୋର୍ଟ ମୁତାବକ, ଦେଶର ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ । ଯଦି ଦଳ ଆଧାରରେ ଦେଖାଯାଏ, ତାହାଲେ ବିଜେପିଠାରୁ କଂଗ୍ରେସ ଓ ୱାଇଏସଆର କଂଗ୍ରେସର ବିଧାୟକଙ୍କ ପାଖରେ ସବୁଠୁ ଅଧିକ ସମ୍ପତ୍ତି ରହିଛି । ସର୍ଭେ ରିପୋର୍ଟ ମୁତାବକ,Continue reading “ରାଜ୍ୟ ବଜେଟଠାରୁ ଅଧିକ ସମ୍ପତ୍ତି ୪୦୦୧ ବିଧାୟକଙ୍କ ପାଖରେ । ବିଜେପିଠାରୁ ବି ଧନୀ ଏହି ୨ ଦଳର ବିଧାୟକ”

Design a site like this with WordPress.com
Get started