କନକ ବ୍ୟୁରୋ : ଲଗାଣ ବର୍ଷା ହେଲା କାଳ । ଓଲଟି ପଡିଲା କାର । ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସି ପଡିଛି କାର । କାରଟି ଧାମରାରୁ ଧାମନଗର ଯାଉଥିବା ଜଣାପଡିଛି । ଦୁଇ ଜଣ ଗୁରୁତର ଆହତଙ୍କୁ ଭଦ୍ରକ ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚିଛି । The post ଲଗାଣ ବର୍ଷା ହେଲା କାଳ : ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲାContinue reading “ଲଗାଣ ବର୍ଷା ହେଲା କାଳ : ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର; ୨ ଗୁରୁତର”
Tag Archives: News
ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତକୁ ନେଇ ଝଡ : ବିରୋଧୀ କହିଲେ ଲୋକତନ୍ତ୍ରକୁ ଦୁର୍ବଳ କରୁଛି କେନ୍ଦ୍ର
କନକ ବ୍ୟୁରୋ : ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତର ସହ ଜଡିତ ଦିଲ୍ଲୀ ସେବା ସଂଶୋଧନ ବିଲ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଆଜି ଦିଲ୍ଲୀ ସେବା ନିଯୁକ୍ତି ବିଲ୍କୁ ସରକାର ଲୋକସଭାରେ ଆଗତ କରିଥିଲେ । ବିରୋଧୀ ସାଂସଦମାନେ ଉକ୍ତ ବିଲ୍କୁ ତୀବ୍ର ବିରୋଧ କରିଛନ୍ତି । ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ଏହାକୁ ବିରୋଧ କରି କହିଛନ୍ତି କେନ୍ଦ୍ର ସରକାର ସମ୍ବିଧାନକୁContinue reading “ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତକୁ ନେଇ ଝଡ : ବିରୋଧୀ କହିଲେ ଲୋକତନ୍ତ୍ରକୁ ଦୁର୍ବଳ କରୁଛି କେନ୍ଦ୍ର”
ଗାଁରୁ ସହର ମୁହାଁ ହେଲେଣି ଅଜଣା ଜନ୍ତୁ : ଆକ୍ରମଣରେ ୩ ଆହତ; ଆତଙ୍କିତ ଅବସ୍ଥାରେ ଲୋକେ
କନକ ବ୍ୟୁରୋ : ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ । ଗାଁରୁ ସହର ମୁହାଁ ହେଲେଣି ଏହି ଅଜଣା ଜନ୍ତୁ । ଦିନକ ତଳେ ରାତିରେ ଏହି ଅଜଣା ଜନ୍ତୁ ସହରର ଲକ୍ଷ୍ମୀବଜାର ଅଂଚଳରେ ଦେଖିବାକୁ ମିଳିଥିଲା । ଏହି ଜନ୍ତୁ ଆକ୍ରମଣରେ ସହରର ୩ଜଣ ଆହତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ଆରଦା ଗ୍ରାମର ୫୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ଏହି ଅଜଣା ଜନ୍ତୁକୁ ଧରିବା ପାଇଁContinue reading “ଗାଁରୁ ସହର ମୁହାଁ ହେଲେଣି ଅଜଣା ଜନ୍ତୁ : ଆକ୍ରମଣରେ ୩ ଆହତ; ଆତଙ୍କିତ ଅବସ୍ଥାରେ ଲୋକେ”
ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ : ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ସମ୍ପୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବିଇଓ ଅଫିସକୁ ଡେପୁଟେସନରେ ନେଇଯିବା ଫଳରେ ବିଦ୍ୟାଳୟରେ ପାଠପଢା ସମସ୍ୟା ଦେଖାଯିବା ଆଶଙ୍କା କରି ଏଭଳି ପଦକ୍ଷେପ ନେଇଛନ୍ତି ଅଭିଭାବକ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସନ୍ତୋଟେଂଟୋଇ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଦୃଶ୍ୟ । ସୂଚନା ମୁତାବକ ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠContinue reading “ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ : ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ”
ଫିଲ୍ମ ପରେ ଏବେ ସୀମା –ସଚିନଙ୍କୁ ଚାକିରି ଅଫର୍ । ୬-୬ ଲକ୍ଷର ପ୍ୟାକେଜ ଦେବାକୁ ପ୍ରସ୍ତୁତ ବ୍ୟବସାୟୀ
କନକ ବ୍ୟୁରୋ: ଅନେକ କଷ୍ଟ ପରେ ବଦଳିବାକୁ ଯାଉଛି ସୀମା ହାଇଦର ଓ ସ୍ୱାମୀ ସଚିନ ମୀନାଙ୍କ ଜୀବନ । ନିଜ ପ୍ରେମ ପାଇଁ ୪ ପିଲାଙ୍କୁ ଧରି ନେପାଳ ପଟ ଦେଇ ଭାରତ ପଳାଇଆସିଥିବା ପାକିସ୍ତାନୀ ମହିଳା ସୀମାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ । ହେଲେ ତାଙ୍କୁ ପାକିସ୍ତାନୀ ଏଜେଣ୍ଟ ଭାବି ଏଟିଏସ୍ ବାରମ୍ବାର ଜୋରା କରିବା ଓ ସ୍କାନରରେ ରଖିବା ଯୋଗୁଁ ସେମାନଙ୍କ ଅବସ୍ଥା ଜଟିଳ ହୋଇପଡିଛି । ବାହାରକୁ ଯାଇ କାମContinue reading “ଫିଲ୍ମ ପରେ ଏବେ ସୀମା –ସଚିନଙ୍କୁ ଚାକିରି ଅଫର୍ । ୬-୬ ଲକ୍ଷର ପ୍ୟାକେଜ ଦେବାକୁ ପ୍ରସ୍ତୁତ ବ୍ୟବସାୟୀ”
ପ୍ରବଳ ବର୍ଷା, ୫ ଜିଲ୍ଲାରେ ସ୍କୁଲ ଛୁଟି : ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାରେ ସ୍କୁଲ ଛୁଟି । ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟContinue reading “ପ୍ରବଳ ବର୍ଷା, ୫ ଜିଲ୍ଲାରେ ସ୍କୁଲ ଛୁଟି : ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ”
ରାଜ୍ୟରେ ପ୍ରବଳ ବର୍ଷା ଜାରି : ଆଜି ୪ ଜିଲ୍ଲା ପାଇଁ ରେଡ୍, ୯ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି କେନ୍ଦୁଝର,Continue reading “ରାଜ୍ୟରେ ପ୍ରବଳ ବର୍ଷା ଜାରି : ଆଜି ୪ ଜିଲ୍ଲା ପାଇଁ ରେଡ୍, ୯ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପୁଣି ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ । ୫ ଦିନ ପୂର୍ବରୁ ହୋଇଥିଲା ଭୂକମ୍ପ
କନକ ବ୍ୟୁରୋ: ଆଜି ଭୋର୍ ୫.୪୦ରେ ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ନିକୋବର୍ ଦ୍ବୀପରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ଭୂଗର୍ଭର ୧୦ କି.ମି. ଅଭ୍ୟନ୍ତରେ ସୃଷ୍ଟ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ଥିଲା ୫.୦। ଅଗଷ୍ଟ ୨ ତାରିଖ ଭୋର୍ ୫:୪୦:୧୧ରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଅକ୍ଷାଂଶ ୯.୩୨ ଓ ଦ୍ରାଘିମା ୯୪.୦୩ ଅନ୍ତର୍ଗତ ନିକୋବର ଦ୍ବୀପ ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଭୂଗର୍ଭରContinue reading “ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପୁଣି ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ । ୫ ଦିନ ପୂର୍ବରୁ ହୋଇଥିଲା ଭୂକମ୍ପ”
ମଣିପୁରର ‘ମିରାକିଲ ମ୍ୟାନ୍’ IAS ଆର୍ମଷ୍ଟଙ୍ଗ ପେମ୍ । ସରକାରୀ ସହାଯ୍ୟ ବିନା କରିଦେଲେ ୧୦୦ କିମି ରାସ୍ତା
କନକ ବ୍ୟୁରୋ:ମଣିପୁରର ପ୍ରଥମ ଆଇଏଏସ୍ ଆର୍ମଷ୍ଟଙ୍ଗ ପେମ । ଦକ୍ଷତା ପାଇଁ ସେ ଏବେ ରାଜ୍ୟର ‘ମିରାକିଲ ମ୍ୟାନ୍’। ମଣିପୁର କ୍ୟାଡରର ଆଇଏଏସ୍ ଆର୍ମଷ୍ଟ୍ରଙ୍ଗ ପେମଙ୍କ ଜିଦ୍ ପୁରା ସମାଜ ପାଇଁ ଏକ ବଳିଷ୍ଟ ଉଦାହରଣ । ଜେମେ ସମ୍ପ୍ରଦାୟର ସେ ହେଉଛନ୍ତି ପ୍ରଥମ ଆଇଏଏସ୍ । ତାଙ୍କର କିଛି କାର୍ଯ୍ୟ ତାଙ୍କୁ ପୁରା ରାଜ୍ୟରେ ମିରାକିଲ ମ୍ୟାନର ମାନ୍ୟତା ଦେଇଛି । ସଂକ୍ଷେପରେ ତାଙ୍କର ସଫଳତାର କାହାଣୀ । ଆପଣ ଅନେକ ଆଇଏଏସ୍ ଓ ଆଇପିଏସ୍Continue reading “ମଣିପୁରର ‘ମିରାକିଲ ମ୍ୟାନ୍’ IAS ଆର୍ମଷ୍ଟଙ୍ଗ ପେମ୍ । ସରକାରୀ ସହାଯ୍ୟ ବିନା କରିଦେଲେ ୧୦୦ କିମି ରାସ୍ତା”
ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି; ସାମ୍ବାଦିକ ସଂଘ ପକ୍ଷରୁ ମଙ୍ଗଳପୁର ଥାନାରେ ଦାବିପତ୍ର ପ୍ରଦାନ
କନକ ବ୍ୟୁରୋ : ଦଶରଥପୁର ଅଞ୍ଚଳର ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଏନେଇ ଦଶରଥପୁର ସାମ୍ବାଦିକ ସଙ୍ଘ ତରଫରୁ ମଙ୍ଗଳପୁର ଥାନାରେ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ଉପସ୍ଥିତିିରେ ମିଥ୍ୟା ମାମଲାର ପ୍ରତ୍ୟାହାର, ଏବଂ ଯୋଜନାବଦ୍ଧ ଭାବେ ଏକତ୍ରିତ ହୋଇ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବି କରାଯାଇଛି । ଆକ୍ରମଣ ହୋଇଥିବା ଘଟଣା ସ୍ଥଳରୁ ମଙ୍ଗଳପୁର ଥାନାContinue reading “ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି; ସାମ୍ବାଦିକ ସଂଘ ପକ୍ଷରୁ ମଙ୍ଗଳପୁର ଥାନାରେ ଦାବିପତ୍ର ପ୍ରଦାନ”