ସରକାରୀ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ : ୨ ଜଣଙ୍କୁ ଗିରଫ କଲା ଭଞ୍ଜନଗର ପୋଲିସ

କନକ ବ୍ୟୁରୋ : ସରକାରୀ ଚାକିରି କରାଇଦେବା ନାଁରେ ଚୁନା ଲଗାଇଥିଲେ । ଏବେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭଞ୍ଜନଗର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ, ଅବିନାଶ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ଶୁଭମ୍ ପ୍ରଧାନ । ଠକେଇ ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଖୋଜୁଥିଲା । ଗୋଆରେ ମଧ୍ୟ ଖାନତଲାସ କରିଥିଲା । ଏବେ ଗିରଫ କରି କୋର୍ଟContinue reading “ସରକାରୀ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ : ୨ ଜଣଙ୍କୁ ଗିରଫ କଲା ଭଞ୍ଜନଗର ପୋଲିସ”

ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ । ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କ ମୃତ୍ୟୁ

କନକ ବ୍ୟୁରୋ: ଚଳନ୍ତା ଟ୍ରେନରେ ଭୟଙ୍କର ଗୁଳିକାଣ୍ଡ । ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ହଇଚଇ ଖେଳିଯାଇଥିଲା । କାରଣ ସକାଳ ପାଖାପାଖି ୫ଟା ସମୟରେ ହଠାତ ଏକ ବଗିରେ ଗୁଳିମାଡ ହୋଇଥିଲା । ଫଳରେ ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଘଟଣ ଟ୍ରେନର ୫ ନମ୍ବର ବଗିରେ ହୋଇଥିବା ଜଣାପଡିଛି । The post ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ ।Continue reading “ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ । ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କ ମୃତ୍ୟୁ”

ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜୀବନ : ଭଞ୍ଜନଗର ଟାଙ୍ଗଣ ଗାଁରେ ଅଘଟଣ

କନକ ବ୍ୟୁରୋ : ଟ୍ରାକ୍ଟର ତଳେ ଚାପି ହୋଇଗଲେ ଡ୍ରାଇଭର । ଘଟଣାସ୍ଥଳରେ ଚାଲିଗଲା ଜୀବନ । ଭଞ୍ଜନଗର ଟାଙ୍ଗଣ ଗାଁରେ ଏହି ଅଘଟଣ  ଘଟିଛି । ମୃତକ ହେଉଛନ୍ତି ଖୋଦ୍ ଟ୍ରାକ୍ଟର ମାଲିକ ଧୋବା ସାହୁ । ବିଲରେ ଟ୍ରାକ୍ଟର ଯୋଗେ ହଳ କରୁଥିଲେ । ଏହି ସମୟରେ କୌଣସି କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ସେହି ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ ଧୋବା ସାହୁ । ପାଖରେContinue reading “ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜୀବନ : ଭଞ୍ଜନଗର ଟାଙ୍ଗଣ ଗାଁରେ ଅଘଟଣ”

ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ : ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ ଆହତ

କନକ ବ୍ୟୁରୋ : ଶକ୍ତିଶାଳୀ ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ । ଏକ ରାଜନୈତିକ ରାଲି ବେଳେ ଏହି ବିସ୍ଫୋରଣ ଘଟିଛି । ଏଥିରେ ଅତିକମରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ ଆହତ ହୋଇଛନ୍ତି । ଖାଇବର ପଖତନଖ୍ୱାବ ପ୍ରଦେଶର ବଜଉର ଖାରରେ ଏହି ବିସ୍ଫୋରଣ ଘଟିଛି । ଜମାତ ଉଲେମା-ଇ-ଇସଲାମ-ଫଜଲ, ଜେୟୁଆଇଏଫ କର୍ମୀମାନେ ଏକ ସମ୍ମିଳନୀରେ ଏକାଠି ହୋଇଥିଲେ । ଏହି ସମ୍ମିଳନୀରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଫଳର ଘଟଣାସ୍ଥଳରେContinue reading “ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ : ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ ଆହତ”

୨୦୩୦ ସୁଦ୍ଧା ଭାରତ ହେବ ୬ ଟ୍ରିଲିଅନ ଅର୍ଥନୀତି : ୭୦% ବଢିବ ମୁଣ୍ଡପିଛା ଆୟ; ମଧ୍ୟମ ଆୟ ଦେଶ ପାଲଟିବ ଭାରତ

କନକ ବ୍ୟୁରୋ : ୨୦୩୦ ସୁଦ୍ଧା ଭାରତ ହେବ ୬ ଟ୍ରିଲିଅନ ଅର୍ଥନୀତି । ୭୦ ପ୍ରତିଶତ ଭାରତୀୟଙ୍କ ବଢିବ ମୁଣ୍ଡପିଛା ଆୟ । ମଧ୍ୟମ ଆୟ ଦେଶ ପାଲଟିବ ଭାରତ । ଏନେଇ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କର ରିପୋର୍ଟକ ପ୍ରକାଶ କରିଛି । ଭାରତର ଅର୍ଥନୀତିକୁ ଆଗକୁ ବଢାଇବାରେ ବୈଦେଶିକ ବାଣିଜ୍ୟ ପ୍ରମୁଖ ଭୂମିକା ନିଭାଇବ ବୋଲି ରିପୋର୍ଟରେ ପକାଶ ପାଇଛି । ଦେଶର ଜିଡିପି ଏବେ ୩ ଦଶମିକ୍ ୭ ଟ୍ରିଲିଅନ ଥିବା ବେଳେContinue reading “୨୦୩୦ ସୁଦ୍ଧା ଭାରତ ହେବ ୬ ଟ୍ରିଲିଅନ ଅର୍ଥନୀତି : ୭୦% ବଢିବ ମୁଣ୍ଡପିଛା ଆୟ; ମଧ୍ୟମ ଆୟ ଦେଶ ପାଲଟିବ ଭାରତ”

ଜଲାପୁଟରେ ଫକଳ ଭାଙ୍ଗିବା ଘଟଣା : ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ : ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଫଳକକୁ ଓପାଡ଼ି ଦେଲେ ଆନ୍ଧ୍ର ଅଧିକାରୀ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆନ୍ଧ୍ର ଅଧିକାରୀ ଏହି ଫଳକ ଭାଙ୍ଗିବା ପରେ ବିଜେପି କର୍ମୀ ସେଠାରେ ପହଞ୍ଚି ପୁଣି ଥରେ ସେହି ଫଳକକୁ ଲଗାଇ ଦେଇଛନ୍ତି । ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀContinue reading “ଜଲାପୁଟରେ ଫକଳ ଭାଙ୍ଗିବା ଘଟଣା : ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର”

ମଣିପୁର ଗସ୍ତରୁ ଫେରିଲେ ବିରୋଧୀ ସାଂସଦ : ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟି ଦେଲେ ସ୍ମାରକପତ୍ର

କନକ ବ୍ୟୁରୋ : ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ପ୍ରତିନିଧି ଦଳ ମଣିପୁର ଗସ୍ତ କରି ଫେରିଛନ୍ତି । ମଣିପୁର ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟରେ ଶାନ୍ତି ଏବଂ ସଦଭାବ ଫେରାଇ ଆଣିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ବିରୋଧୀ ସାଂସଦ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ରାଜ୍ୟପାଳଙ୍କୁ ଅନୁରୋଧContinue reading “ମଣିପୁର ଗସ୍ତରୁ ଫେରିଲେ ବିରୋଧୀ ସାଂସଦ : ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟି ଦେଲେ ସ୍ମାରକପତ୍ର”

ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ୫ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ବଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । କିନ୍ତୁ କେତକ ଜିଲ୍ଲାରେ ୪ ତାରିଖ ଯାଏ ବର୍ଷା ଲାଗି ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରContinue reading “ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ୫ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”

କେନ୍ଦ୍ରାପଡ଼ାର ସୁଲୋଚନାକୁ ରୋଜଗାରର ବାଟ ଦେଖାଇଛି ଗୋ-ପାଳନ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅଳେଇଲୋ ଗାଁର ସୁଲୋଚନା ବେହେରା । ସେ ଜଣେ ଗୃହିଣୀ ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହେବାର ଇଛା ତାଙ୍କୁ ରୋଜଗାରକ୍ଷମ କରାଇଛି । ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଅନ୍ୟମାନଙ୍କୁ ରୋଜଗାର ପ୍ରଦାନ କରିବାର ସ୍ୱପ୍ନ ତାଙ୍କୁ ସଫଳତା ଦେଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଛି ରୁଣ ନେଇ ସେ ଆରମ୍ଭ କରିଛନ୍ତି ଗାଇଁ ଫାର୍ମ । ମହାକାଳପଡ଼ା ବ୍ଲକContinue reading “କେନ୍ଦ୍ରାପଡ଼ାର ସୁଲୋଚନାକୁ ରୋଜଗାରର ବାଟ ଦେଖାଇଛି ଗୋ-ପାଳନ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର”

ଡ୍ରାଗନ ଫ୍ରୁଟ୍ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଳାହାଣ୍ଡି ମଦନପୁର ରାମପୁରର ବାପ-ପୁଅ । ଗୁଜରାଟରୁ ତାଲିମ ନେଇ ନିଜ ବାଡ଼ିରେ ଫଳାଇଛନ୍ତି ଫଳ

କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ବିଦେଶୀ ଫଳ । ଏକ ଏକର ଜମିରେ ଲହଡ଼ି ଭାଙ୍ଗୁଛି ଡ୍ରାଗନ ଫ୍ରୁଟ୍ ଚାଷ । ସିମେଂଟ ଖୁଂଟ ସହାୟତାରେ ଗଛ ଗୁଡ଼ିକ ଲଟେଇ ରହିଥିବା ବେଳେ ପ୍ରଚୁର ପରିମାଣର ଫଳ ବି ଆସିଛି । ମାତ୍ର ୨୦ ଡିସିମିଲ ଜମିରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଏକ ଏକରରେ ପହଂଚିଲାଣି । ଆଉ ଏହି ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କଳାହାଣ୍ଡି ମଦନପୁର ରାମପୁରContinue reading “ଡ୍ରାଗନ ଫ୍ରୁଟ୍ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଳାହାଣ୍ଡି ମଦନପୁର ରାମପୁରର ବାପ-ପୁଅ । ଗୁଜରାଟରୁ ତାଲିମ ନେଇ ନିଜ ବାଡ଼ିରେ ଫଳାଇଛନ୍ତି ଫଳ”

Design a site like this with WordPress.com
Get started