କନକ ବ୍ୟୁରୋ : ପେଶା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା । ଜାପାନୀ ପ୍ରଜାତିର ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି କଳାହାଣ୍ଡିର ରକ୍ଷାକର ଭୋଇ । ଯିଏ କି ପେଶାରେ ଜଣେ ସରକାରୀ ଶିକ୍ଷକ । ପ୍ରକୃତି ପ୍ରତି ଥିବା ପ୍ରେମ ତାଙ୍କୁ ଜଣେ ସଫଳ ଚାଷୀ ବନାଇଛି । ତାଙ୍କ ବଗିଚାରେ ଅନେକ କିଶମର ଫୁଲ, ଫଳ ସହ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରହିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକContinue reading “କଳାହାଣ୍ଡିର ନିଆରା ଶିକ୍ଷକ । ବିଶାଳ ବଗିଚା କରି ଚାଷ କରୁଛନ୍ତି ଜାପାନର ମିଆଜାକି ଆମ୍ବ”
Tag Archives: News
ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ବାଟ । ଯୁବ ଇଞ୍ଜିନିୟର ଏବେ ସଫଳ ଚାଷୀ, ଧଳା ଘୁଷୁରୀ ଚାଷ କରି ଲକ୍ଷପତି
କନକ ବ୍ୟୁରୋ : ମେକାନିକାଲ ଇଲେକ୍ଟ୍ରିକାଲରେ ବି-ଟେକ୍ ପାସ କରିବା ପରେ ଚାକିରୀ ସହିତ ଏବେ ଧଳା ଘୁଷୁରୀ ଚାଷ କରୁଛନ୍ତି କେନ୍ଦୁଝର ରାମଚନ୍ଦ୍ରପୁର ଗାଁର ଅମିତ୍ କୁମାର ପଲେଇ । ମାତ୍ର ୧୦ଟି ଘୁଷୁରୀରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତାଙ୍କୁ ଲକ୍ଷପତି କରିଛି । ୬ ମାସ ତଳେ ଆରମ୍ଭ କରିଥିଲେ ଧଳା ଘୁଷୁରୀ ଫାର୍ମ । ନିଜସ୍ୱ ଉଦ୍ୟମରେ ଘୁଷୁରୀ ମାନେ ରହିବା ପାଇଁ ଘର, ସେମାନଙ୍କ ଖାଇବା ପାଇଁ ଖାଦ୍ୟContinue reading “ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ବାଟ । ଯୁବ ଇଞ୍ଜିନିୟର ଏବେ ସଫଳ ଚାଷୀ, ଧଳା ଘୁଷୁରୀ ଚାଷ କରି ଲକ୍ଷପତି”
ପାକିସ୍ତାନରେ ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ: ପାକିସ୍ତାନରେ ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୨ ଶହରୁ ଅଧିକ ଏଥିରେ ଆହତ ହୋଇଛନ୍ତି । #UPDATE | At least 35 killed, 200 injured in suicide blast targeting JUI-F workers’ convention in Bajaur, reports Pakistan’s Geo English https://t.co/8RrO1a7YrF — ANI (@ANI) July 30, 2023 https://platform.twitter.com/widgets.js ବାଜୌର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି । ଏଠାରେ ଓଲେମା ଜମିୟତContinue reading “ପାକିସ୍ତାନରେ ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ”
ଅସହିଷ୍ଣୁ ଆନ୍ଧ୍ର । ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । ତାତିଲେଣି କୋଟିଆ ବାସୀ
କନକ ବ୍ୟୂୁରୋ: ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଫଳକକୁ ଓପାଡ଼ି ଦେଲେ ଆନ୍ଧ୍ର ଅଧିକାରୀ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପଟେ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି । ଯଦି ଆନ୍ଧ୍ର ନିଜର ମନମୁଖୀ କାମ ବନ୍ଦ ନକରେ, ତାହେଲେ ହାତରେ ଅସ୍ତ୍ରଶସ୍ତ୍ର ଧରି ସେମାନେ ସୀମା ଜଗିବେ ବୋଲି କହିଛନ୍ତିContinue reading “ଅସହିଷ୍ଣୁ ଆନ୍ଧ୍ର । ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । ତାତିଲେଣି କୋଟିଆ ବାସୀ”
ଆଜୋଲା ଚାଷ କରି ଚର୍ଚ୍ଚାରେ ଖୋର୍ଦ୍ଧାର ଏସଏଚଜି ମହିଳା, କିଲୋପ୍ରତି ୯୦ରୁ ୧୦୦ ଟଙ୍କାରେ ହେଉଛି ବିକ୍ରି
କନକ ବ୍ୟୁରୋ : ନୂଆ ପ୍ରଜାତିର ଘାସ ଚାଷ କରି ଚର୍ଚ୍ଚାରେ ଖୋର୍ଦ୍ଧା ଲେଖନପୁର ଗାଁର ଏସଏଚଜି ମହିଳା ଏହି ଆଜୋଲା ଘାସକୁ ଗାଇ, ଛେଳି, କୁକୁଡ଼ା ଓ ଘୁଷୁରିଙ୍କ ପାଇଁ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ । ଏହା ଏକ ଭାସମାନ ଉଦ୍ଭିଦ ଯାହା ପାଣି ଭିତରେ ଖୁବ୍ ଶିଘ୍ର ବଢ଼ିଥାଏ । ଯେଉଁ ଚାଷୀ ମାନଙ୍କ ପାଖରେ ସବୁଜ ଘାସ କିମ୍ବା ଚାରା ପ୍ରସ୍ତୁତ କରିବା ପାଇଁ ଅଧିକ ଜାଗା ନାହିଁ ସେମାନେ ଆଜୋଲାକୁContinue reading “ଆଜୋଲା ଚାଷ କରି ଚର୍ଚ୍ଚାରେ ଖୋର୍ଦ୍ଧାର ଏସଏଚଜି ମହିଳା, କିଲୋପ୍ରତି ୯୦ରୁ ୧୦୦ ଟଙ୍କାରେ ହେଉଛି ବିକ୍ରି”
ଭଗବାନଙ୍କ ଭରସାରେ ବିମାନଯାତ୍ରୀ । ଡିଜିସିଏର ବିନା ଅନୁମତିରେ ରଙ୍ଗେଇଲୁଣ୍ଡାରେ ଉଡୁଛି ବିମାନ
କନକ ବ୍ୟୁରୋ: ଉଦଘାଟନ ହେବାର ୫ମାସ ବିତିଗଲାଣି , ହେଇପାରିଲାନି ବିମାନ ବନ୍ଦରର ସଂପ୍ରସାରଣ । ଏପଟେ ବିମାନ ଉଡିବା ପାଇଁ ଡିଜିସିଏର ଅନୁମତି ନଥିବା ବେଳେ କେବଳ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସହମତିରେ ଉଡୁଛି ବିମାନ । ତେବେ ପରୀକ୍ଷାମୂଳକ ଭାବେ ଉଡୁଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଗବାନଙ୍କ ଭରସାରେ ବିମାନ ଯାତ୍ରୀContinue reading “ଭଗବାନଙ୍କ ଭରସାରେ ବିମାନଯାତ୍ରୀ । ଡିଜିସିଏର ବିନା ଅନୁମତିରେ ରଙ୍ଗେଇଲୁଣ୍ଡାରେ ଉଡୁଛି ବିମାନ”
ହଜିଲା ପୁଅକୁ ଖୋଜୁଛି ମାଆ । ପଶ୍ଚିମବଙ୍ଗରୁ ଆସି ନୀଳଗିରିର ଗାଁ ଗାଁ ବୁଲୁଛନ୍ତି ୬୦ ବର୍ଷର ବୃଦ୍ଧା ।
କନକ ବ୍ୟୁରୋ: ପୁଅକୁ ଖୋଜୁଛନ୍ତି ମା’ । ଗାଁକୁ ଗାଁ ବୁଲି ପୁଅର ପରିଚୟ ଠିକଣା ଖୋଜୁଛନ୍ତି ଜଣେ ଅସହାୟା ବୃଦ୍ଧା । ୫ବର୍ଷ ତଳେ ନିଖୋଜ ହୋଇଯାଇଥିବା ପୁଅକୁ ଖୋଜିବା ପାଇଁ ପଶ୍ଚିମବଙ୍ଗରୁ ନୀଳଗିରିରେ ଆସି ପହଞ୍ଚିଛନ୍ତି । ରାସ୍ତାରେ ଯାହାଙ୍କୁ ଦେଖୁଛନ୍ତି ପୁଅ ଫଟୋ ଦେଇ ପଚାରୁଛନ୍ତି ମୋ’ ପୁଅକୁ ଦେଖିଛନ୍ତି କି ଆଜ୍ଞା? ଦୁଃଖ ବୟାନ କରିବା ପାଇଁ ବୋଧେ ଭାଷାର ଆବଶ୍ୟକତା ପଡ଼େନି । କୋହ ଭରା ଛାତି ଏବଂ ଛଳଛଳContinue reading “ହଜିଲା ପୁଅକୁ ଖୋଜୁଛି ମାଆ । ପଶ୍ଚିମବଙ୍ଗରୁ ଆସି ନୀଳଗିରିର ଗାଁ ଗାଁ ବୁଲୁଛନ୍ତି ୬୦ ବର୍ଷର ବୃଦ୍ଧା ।”
ଅନ୍ଧବିଶ୍ୱାସର ଅନ୍ଧଗଳି: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କଲା ଅନୁଗୁଳ ଆଠମଲିକରେ ନରବଳି ଅଭିଯୋଗ
କନକ ବ୍ୟୁରୋ: ଯୁଗ ଯାଇ କେଉଁଠି ପହଂଚିଲାଣି, ଚନ୍ଦ୍ରକୁ ମଣିଷ ଯାନ ପଠାଉଛି । ହେଲେ ତଥାପି ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହା ଶୁଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁ ଯାଉଛି । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀବନ ଛାରଖାର ହୋଇଯାଉଛି । ଅନୁଗୁଳରୁ ନରବଳିର ଯେଉଁ ଅଭିଯୋଗ ଆସିଛି, ସାରା ଓଡ଼ିଶାର ବିବେକକୁ ଦୋହଲାଇ ଦେଇଛି । ଯଦିଓ ଏହା ନରବଳି ବୋଲି ସ୍ପଷ୍ଟ ନାହିଁ, ହେଲେ ଯେଉଁ ପରିସ୍ଥିତିରେ ଘଟଣାContinue reading “ଅନ୍ଧବିଶ୍ୱାସର ଅନ୍ଧଗଳି: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କଲା ଅନୁଗୁଳ ଆଠମଲିକରେ ନରବଳି ଅଭିଯୋଗ”
ଇଲେଟ୍ରି ଗାଡ଼ି କିଣିବା ପାଇଁ ସରକାର ଆଣିଲେ ଅଗ୍ରୀମ ଟଙ୍କା । ଗାଡ଼ି ନକିଣି ଅନ୍ୟତ୍ର ଖର୍ଚ୍ଚ କଲେ ସରକାରୀ ବାବୁ । ବିନା ସୁଧରେ ମିଳୁଥିବା ଆଡଭାନ୍ସର ଅପବ୍ୟବହାର
କନକ ବ୍ୟୁରୋ: ପ୍ରଦୂଷଣ ରୋକିବା ପାଇଁ ସରକାର ଆଣିଲେ ସ୍କିମ । ହେଲେ ଏହାର ଫାଇଦା ନେଇଗଲେ ସରକାରୀ ବାବୁ । ବିନା ସୁଧରେ ଇଲେକ୍ଟ୍ରିକ ଗାଡି ପାଇଁ ଅଗ୍ରୀମ ଋଣର ଯୋଜନା କରିଥିଲେ ରାଜ୍ୟ ସରକାର । ଆଉ ଏବେ ଏହି ଅଗ୍ରୀମ ଟଙ୍କା ନେଇ ଅନେକ ସରକାରୀ କର୍ମଚାରୀ ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣିଥିବା ବେଳେ ଅନ୍ୟ କିଛି କର୍ମଚାରୀ ଗାଡ଼ି ନକିଣି ଟଙ୍କାକୁ ଅନ୍ୟତ୍ର ବ୍ୟବହାର କରିଥିବା ଜଣାପଡ଼ିଛି । ଅର୍ଥContinue reading “ଇଲେଟ୍ରି ଗାଡ଼ି କିଣିବା ପାଇଁ ସରକାର ଆଣିଲେ ଅଗ୍ରୀମ ଟଙ୍କା । ଗାଡ଼ି ନକିଣି ଅନ୍ୟତ୍ର ଖର୍ଚ୍ଚ କଲେ ସରକାରୀ ବାବୁ । ବିନା ସୁଧରେ ମିଳୁଥିବା ଆଡଭାନ୍ସର ଅପବ୍ୟବହାର”
ଶୁଖିଲା ପଡିଛି ଶ୍ରାବଣ: ବାରମ୍ବାର ଆସୁଛି ଲଘୁଚାପ, ହେଲେ ଆଶାନୁରୂପ ହେଉନି ବର୍ଷା
କନକ ବ୍ୟୁରୋ: ଓଡ଼ିଶା ଉପକୂଳରେ ଆସୁଛି ଘନ ଘନ ଲଘୁଚାପ, ହେଲେ ଆଶାନୁରୂପ ବର୍ଷା ହେଉ ନାହିଁ । ଫଳରେ ରାଜ୍ୟରେ ନିଆଂଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଜୁନ୍ ଓ ଜୁଲାଇ ମାସରେ କେବଳ ଦେବଗଡ଼ ଓ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୨ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏହି ନିଅଂଟିଆ ପରିମାଣକୁ ପୂରଣ କରୁଛି ନା ନାହିଁ,Continue reading “ଶୁଖିଲା ପଡିଛି ଶ୍ରାବଣ: ବାରମ୍ବାର ଆସୁଛି ଲଘୁଚାପ, ହେଲେ ଆଶାନୁରୂପ ହେଉନି ବର୍ଷା”