କନକ ବ୍ୟୁରୋ: ୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ଦେଶରେ ହେଉଥିବା ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟContinue reading “ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ : ବନ୍ୟା, ଭୂସ୍ଖଳନ ଭଳି ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ମୋଦୀ”
Tag Archives: News
ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ବିରୋଧୀ ସାଂସଦ । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
କନକ ବ୍ୟୁରୋ: ମଣିପୁରରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ଗସ୍ତର ଦ୍ୱିତୀୟ ଦିନରେ ୨୧ଜଣ ସାଂସଦ ବିଭିନ୍ନ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ପୀଡିତଙ୍କୁ ଭେଟିଛନ୍ତି । ହିଂସାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ଯାଇ ଭେଟିଛନ୍ତି ସାଂସଦ । ପରେ ମଣିପୁର ରାଜ୍ୟପାଳ ଅନୁସୁଇୟା ଉକେଇଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତ କାର୍ଯ୍ୟକ୍ରମ ପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ରାଜ୍ୟପାଳଙ୍କ ସହ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା ସଫଳContinue reading “ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ବିରୋଧୀ ସାଂସଦ । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର”
ଅନୁଗୁଳ ଆଠମଲ୍ଲିକରେ ନରବଳି ଘଟଣାର ମାଷ୍ଟରମାଇଣ୍ଡ ଅଟକ: ୪ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
କନକ ବ୍ୟୁରୋ: ଅନୁଗୁଳ ଆଠମଲ୍ଲିକରେ ନାବାଳକକୁ ନରବଳି ଅଭିଯୋଗ ଘଟଣାର ଆରମ୍ଭ ହୋଇଛି ତନାଘନା । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରୀତାଞ୍ଜଳି ବାଘଙ୍କୁ ଉଠାଇ ଆଣିଛି ପୋଲିସ । ଏହାସହ ତାଙ୍କ ତିନି ପୁଅଙ୍କୁ ମଧ୍ୟ ଆଣି ପଚରାଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି । ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତContinue reading “ଅନୁଗୁଳ ଆଠମଲ୍ଲିକରେ ନରବଳି ଘଟଣାର ମାଷ୍ଟରମାଇଣ୍ଡ ଅଟକ: ୪ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ”
୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ! ଚର୍ଚ୍ଚାରେ ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରିପୋର୍ଟ ।
କନକ ବ୍ୟୁରୋ: ୨୦୨୪ରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢ଼ିପାରିବେ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ । ଆଜିର ଦିନରେ ଯଦି ନିର୍ବାଚନ ହୁଏ, ମୋଦୀଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛିContinue reading “୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ! ଚର୍ଚ୍ଚାରେ ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ରିପୋର୍ଟ ।”
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଓଏସଏସସି ପରିଚାଳିତ ୟୁଏଲବି ଆକାଉଣ୍ଟାଣ୍ଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉତ୍ତେଜନା ।
କନକ ବ୍ୟୁରୋ: ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଟାଣ୍ଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ପରୀକ୍ଷାର୍ଥୀ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଛି । ନିକଟରେ ଓଏସଏସସିର ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଚାଲିଛି ।Continue reading “ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଓଏସଏସସି ପରିଚାଳିତ ୟୁଏଲବି ଆକାଉଣ୍ଟାଣ୍ଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉତ୍ତେଜନା ।”
ଚାଲି ଚାଲି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଡାକ୍ତରୀ ଟିମ୍ , ମାଗଣାରେ ଲୋକଙ୍କୁ ଦେଲେ ସେବା । ନବରଙ୍ଗପୁର ଝରିଗାଁରୁ ଆସିଲା ଦମନ କାହାଣୀ ଭଳି ଚିତ୍ର
କନକ ବ୍ୟୁରୋ: ଗାଁକୁ ନାହିଁ ପକ୍କା ରାସ୍ତା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୯ କିମି ଚାଲିଲେ ସ୍ୱାସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରୁ ଆସିଛି ଏପରି ଚିତ୍ର । ବର୍ଷା ଯୋଗୁଁ ମ୍ୟାଲେରିଆ ଆଶଙ୍କାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ତେବେ ଗାଁକୁ ଯିବାକୁ ପକ୍କା ରାସ୍ତା ନଥିବାରୁ ଡାକ୍ତରୀ ଟିମ୍ ଚାଲି ଚାଲି ଯାଇଥିଲେ । ଅପହଞ୍ଚContinue reading “ଚାଲି ଚାଲି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଡାକ୍ତରୀ ଟିମ୍ , ମାଗଣାରେ ଲୋକଙ୍କୁ ଦେଲେ ସେବା । ନବରଙ୍ଗପୁର ଝରିଗାଁରୁ ଆସିଲା ଦମନ କାହାଣୀ ଭଳି ଚିତ୍ର”
ବିଷାକ୍ତ ଛତୁ ଖାଇ ୭ ଜଣ ଅସୁସ୍ଥ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଏନଏସି ୭ ନମ୍ବର ୱାର୍ଡରୁ ଏପରି ଖବର ଆସିଛି । ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ସଂଗ୍ରହ କରି ଆଣିଥିଲେ, ଆଉ ଏହାକୁ ରାନ୍ଧି ଖାଇଥିଲେ । ଏହାପରେ ପରିବାରର ୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ବିଷାକ୍ତ ଛତୁ ଖାଇବା ପରେ ସେମାନଙ୍କ ମୁଣ୍ଡ ଝିମ ଝିମ୍ ହେବା ସହContinue reading “ବିଷାକ୍ତ ଛତୁ ଖାଇ ୭ ଜଣ ଅସୁସ୍ଥ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି”
ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍ । ଚିକିତ୍ସା କରୁଛନ୍ତି ୪ ଜଣିଆ ଡାକ୍ତରୀ ଟିମ୍ ।
କନକ ବ୍ୟୁରୋ: ଅସୁସ୍ଥ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ । ଆଠଗଡ଼ ବନଖଣ୍ଡ ସୁକାସନ ଜଙ୍ଗଲରେ ଦନ୍ତା ହାତୀଟି ଅସୁସ୍ଥ ଥିବାରୁ ତାକୁ ଟ୍ରାଙ୍କୁଲାଇଜ କରିଛି ବନବିଭାଗ । ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍ ବର୍ତମାନ ହାତୀର ଚିକିତ୍ସା କରୁଛି । ହାତୀଟିର ପଛପଟ ଡାହାଣ ଗୋଡ଼ରେ ଆଘାତ ଲାଗିଛି । ହାତୀର ବୟସ ୨୫ରୁ ୩୦ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର । The post ଅସୁସ୍ଥContinue reading “ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍ । ଚିକିତ୍ସା କରୁଛନ୍ତି ୪ ଜଣିଆ ଡାକ୍ତରୀ ଟିମ୍ ।”
ରାତି ଅଧରେ ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ! ମା’ଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ଅଭିଯୋଗ
କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ରାତି ଅଧରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ । ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ । ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା କୁହାଯାଉଛି । ମନ୍ଦିରର ପୂଜକଙ୍କ ସୂଚନା ଅନୁଯାୟୀ, ଦୁର୍ବୃତମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି । ମନ୍ଦିରରେ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ।Continue reading “ରାତି ଅଧରେ ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ! ମା’ଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ଅଭିଯୋଗ “
ଶ୍ରମିକଙ୍କ ଭଗବାନ, ସଙ୍କଟବେଳର ସାଥୀ । ରିଅଲ ଲାଇଫର ହିରୋ ସୋନୁ ସୁଦଙ୍କୁ ଜନ୍ମଦିନର ଶୁଭେଚ୍ଛା ।
କନକ ବ୍ୟୁରୋ: କିଏ କହେ ତାଙ୍କୁ ହୃଦୟର ହିରୋ, କିଏ କହେ କରୋନା ବେଳର ମସିହା, ତ ଆଉ କିଏ କହେ ଶ୍ରମିକଙ୍କ ଭଗବାନ । ସାଉଥ୍ ଫିଲ୍ମରୁ ନିଜର ପରିଚୟ ତିଆରି କରିଥିବା ସୋନୁ ସୁଦ୍ ଏବେ ଫ୍ୟାନ୍ସଙ୍କ ମଧ୍ୟରେ କେବଳ ଜଣେ ଫିଲ୍ମ ଷ୍ଟାର ନୁହେଁ ବରଂ ଦୁଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବେ ବେଶ୍ ପରିଚିତ । ଅସହାୟଙ୍କ ଆପଣାର ମଣିଷ ସୋନୁ ସୁଦଙ୍କର ଆଜି ହେଉଛି ଜନ୍ମଦିନ । ସୋନୁଙ୍କ ବିଷୟରେContinue reading “ଶ୍ରମିକଙ୍କ ଭଗବାନ, ସଙ୍କଟବେଳର ସାଥୀ । ରିଅଲ ଲାଇଫର ହିରୋ ସୋନୁ ସୁଦଙ୍କୁ ଜନ୍ମଦିନର ଶୁଭେଚ୍ଛା ।”