ଅନୁଗୁଳ ଆଠମଲିକରେ ନରବଳି ଅଭିଯୋଗ ଘଟଣାର ତନାଘନା । ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ : ଅନୁଗୁଳ ଆଠମଲ୍ଲିକରେ ନାବାଳକକୁ ନରବଳି ଅଭିଯୋଗ ଘଟଣାର ଆରମ୍ଭ ହୋଇଛି ତନାଘନା । ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ହତ୍ୟା ନେଇ କୌଣସି ସୁରାକ୍ ପାଇନି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରୀତାଞ୍ଜଳି ବାଘଙ୍କ ଟେର୍ ମିଳୁନି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି । ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କContinue reading “ଅନୁଗୁଳ ଆଠମଲିକରେ ନରବଳି ଅଭିଯୋଗ ଘଟଣାର ତନାଘନା । ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”

ରାତି ଅଧରେ ମସ୍କୋ ଉପରେ ୟୁକ୍ରେନର ବଡ ଆକ୍ରମଣ । ଦୁଇଟି ଅଫିସ କ୍ଷତିଗ୍ରସ୍ତ 

କନକ ବ୍ୟୁରୋ : ରୁଷ୍ ଉପରେ ୟୁକ୍ରେନର ବଡ଼ ଆକ୍ରମଣ । ବିଳମ୍ବିତ ରାତିରେ ରୁଷର ରାଜଧାନୀ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ । ପ୍ରଥମଥର ପାଇଁ ରୁଷ୍ ଉପରେ ୟୁକ୍ରେନ ଏଭଳି ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ୟୁକ୍ରେନ ଅନେକଥର ମସ୍କୋ ଉପରେ ଏୟାର ଷ୍ଟ୍ରାଇକ କରିଛି, କିନ୍ତୁ ପ୍ରତିଥର ଏହାକୁ ପ୍ରତିହତ କରିବାରେ ସଫଳ ରହିଥିଲା ରୁଷ । ଆକ୍ରମଣ ପରେ ରୁଷର ମସ୍କୋ ଭାନୁକୋଭାContinue reading “ରାତି ଅଧରେ ମସ୍କୋ ଉପରେ ୟୁକ୍ରେନର ବଡ ଆକ୍ରମଣ । ଦୁଇଟି ଅଫିସ କ୍ଷତିଗ୍ରସ୍ତ “

ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବରାବର ସ୍ଥିତିକୁ ଆଣିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ୧୮୧ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍

କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାରେ ସଫଳ ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଟସ୍ ଜିତିଥିଲେ କାରବୀୟ ଦଳର ଅଧିନାୟକ ସାଇ ହୋପ୍ । ଏହାପରେ ସେ ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲେ । ଭାରତର ଦୁଇ ଓପନର ଇଶାନ କିଶାନ ଓ ଶୁଭମନ ଗିଲ୍ ଚମକ୍ରାର ବ୍ୟାଟିଂ କରି ପ୍ରଥମ ୱିକେଟରେ ୯୦ ରନ୍ କରିପାରିଥିଲେ । ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା ।Continue reading “ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବରାବର ସ୍ଥିତିକୁ ଆଣିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ୧୮୧ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍”

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର । ଅକ୍ସିଜେନ୍ ହ୍ରାସ ଯୋଗୁଁ ଆଇସିୟୁରେ ଭର୍ତ୍ତି

କନକ ବ୍ୟୁରୋ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ ଗୁରୁତର । ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଶରୀରରେ ଅମ୍ଳଜାନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଇବା ଫଳରେ ପ୍ରବଳ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା। ୭୯ ବର୍ଷୀୟ ଭଟ୍ଟାଚାର୍ୟ୍ୟଙ୍କ ଅକ୍ସିଜେନ୍ ସ୍ତର ୭୦ ତଳକୁ ଖସିଯିବାପରେ ଡାକ୍ତରମାନେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ୨୦୦୦ରୁ ୨୦୧୧ ପର୍ୟ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିବା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ କିଛି ଦିନ ହେବ ସିଓପିଡିContinue reading “ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର । ଅକ୍ସିଜେନ୍ ହ୍ରାସ ଯୋଗୁଁ ଆଇସିୟୁରେ ଭର୍ତ୍ତି”

ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ମରଣ ମୁହଁରୁ ବର୍ତିଗଲେ ମହିଳା ଯାତ୍ରୀ । ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ ଆରପିଏଫ କର୍ମଚାରୀ

କନକ ବ୍ୟୁରୋ : ଆକସ୍ମିକ ଅଘଟଣରୁ ବର୍ତି ଗଲେ ଜଣେ ମହିଳା ଯାତ୍ରୀ । ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ । ଫଳରେ ଯାତ୍ରୀ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ । ଏପରି ଘଟଣା ଘଟିଛି ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ । ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା । ଟ୍ରେନ୍ ଛାଡିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେContinue reading “ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ମରଣ ମୁହଁରୁ ବର୍ତିଗଲେ ମହିଳା ଯାତ୍ରୀ । ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ ଆରପିଏଫ କର୍ମଚାରୀ”

ଝରକା ଖୋଲୁ ଖୋଲୁ ମୃତ୍ୟୁ: ଜିଅନ୍ତା ଜଳିଗଲେ ବୟସ୍କ ମହିଳା, ଛାତିଥରା ଏ ଘଟଣା

କନକ ବ୍ୟୁରୋ: ବାଲକୋନୀକୁ ଆସି ଝରକା ଖୋଲୁଖୋଲୁ କାନ୍ଥ ପାଖ ଦେଇ ଯାଇଥିବା ହେଭି ୱେଟ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ବୟସ୍କ ମହିଳା । ଦେଖିଦେଖୁ ବିଦ୍ୟୁତ ତାର ସହ ମହିଳା ଜଣକ ମଧ୍ୟ ଧୁ ଧୁ ହୋଇ ଜଳିବାର ଦେଖିବାକୁ ମିଳିଥିଲା । ଚାହିଁଥିଲେ ବି କେହି ତାଙ୍କୁ ବଞ୍ଚାଇ ପାରିନଥିଲେ । ବିଦ୍ୟୁତ୍ ଅଫିସକୁ ଫୋନ୍ କରି ଲାଇନ୍ କାଟ ପରେ ହୁଏତ କିଛି ହୋଇପାରିଥାନ୍ତା । କିନ୍ତି କେହି କିଛି ନକରି ବରଂContinue reading “ଝରକା ଖୋଲୁ ଖୋଲୁ ମୃତ୍ୟୁ: ଜିଅନ୍ତା ଜଳିଗଲେ ବୟସ୍କ ମହିଳା, ଛାତିଥରା ଏ ଘଟଣା”

ଯୁବକକୁ ଗିରଫ କରିବାକୁ ଯାଇ ରାତି ଅଧରେ ହଟହଟା ହେଲା ପୋଲିସ । ଭ୍ୟାନ ସହ ପୋଲିସ କର୍ମୀଙ୍କୁ ଅଟକ ରଖିଲେ ଗାଁ ଲୋକେ

କନକ ବ୍ୟୁରୋ : ରାତି ଅଧରେ ହଟହଟା ହେଲା ପୋଲିସ । ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଅଟକାଇଲେ ଗାଁଲୋକେ । ଘଟଣା ଘଟିଛି ପିପିଲି ଜୟପୁରଶାସନରେ । ଧଉଳି ଅଞ୍ଚଳର ଏକ ଉଦଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତକୁ ଧରିବାକୁ ଗାଁକୁ ଯାଇଥିଲା ପୋଲସ । ହେଲେ ଦୁଇ ଜଣ ଯୁବକ ମେଳଣ ପଡ଼ିଆଠାରେ ଏକ ବାଇକକୁ ଛାଡି ପଳାଇଥିବା ଅଭଯୋଗ ହୋଇଛି । ହେଲେ ପୋଲିସ ଗାଁର ଜଣେ ଯୁବକକୁ ଉଠାଇ ନେଇଥିବା ଅଭିଯୋଗContinue reading “ଯୁବକକୁ ଗିରଫ କରିବାକୁ ଯାଇ ରାତି ଅଧରେ ହଟହଟା ହେଲା ପୋଲିସ । ଭ୍ୟାନ ସହ ପୋଲିସ କର୍ମୀଙ୍କୁ ଅଟକ ରଖିଲେ ଗାଁ ଲୋକେ”

ଥମୁନି ଆନ୍ଧ୍ର-ଓଡିଶା ମଧ୍ୟରେ ସୀମା ବିବାଦ । ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

କନକ ବ୍ୟୁରୋ : ଓଡ଼ିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡ଼ିଓ । ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବା ଗାଁରେ ଲାଗିଥିବା ଫଳକକୁ ନେଇ ବିବାଦ ଆରମ୍ଭ ହୋଇଛି । ବହୁ ବର୍ଷ ତଳେ ଜଳଭଣ୍ଡାର ଉପରେ କୌଣସି ଭାରିଯାନ ଚଳାଚଳ କରିବ ନାହିଁ ବୋଲି ଦୁଇଟି ଫଳକ ଲଗାଇଯାଥିଲା ।Continue reading “ଥମୁନି ଆନ୍ଧ୍ର-ଓଡିଶା ମଧ୍ୟରେ ସୀମା ବିବାଦ । ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ”

ଯାନ୍ତ୍ରୀକ ତ୍ରୁଟି ପାଇଁ ଅଟକିଲା ଏକ୍ସପ୍ରେସ୍ । ଯାତ୍ରୀ ହନ୍ତସନ୍ତ

କନକ ବ୍ୟୁରୋ : ଯାନ୍ତ୍ରିକ ତ୍ରୁଟିରୁ ଅଟକିଲା ଇସ୍ପାତ ଏକ୍ସପ୍ରେସ । ବଲାଙ୍ଗୀର ସଇଁତଳାରେ ପାଖାପାଖି ୨ ଘଣ୍ଟା ୯ ମିନିଟ୍ ଟ୍ରେନ୍ ଅଟକିବା ପରେ ଗଡିଲା ଟ୍ରେନ୍ । କଣ୍ଟାବାଞ୍ଜିରୁ ହାୱଡା ଯିବା ବେଳେ ଅଟକିଥିଲା ଏହି ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ନେଇ ଜଣାପଡିବା ପରେ ରେଳ ବିଭାଗ ଦ୍ୱାରା ମରାମତି ହୋଇଥିଲା । ଟ୍ରେନ ବିଳମ୍ବରେ ଚାଲିଥିବାରୁ ଯାତ୍ରୀ ହନ୍ତସନ୍ତ । ସେପଟେ, ଅନେକ ଜରୁରୀ କାମରେ ଲୋକେ ଘରୁ ବାହାରିଥିବା ବେଳେ,Continue reading “ଯାନ୍ତ୍ରୀକ ତ୍ରୁଟି ପାଇଁ ଅଟକିଲା ଏକ୍ସପ୍ରେସ୍ । ଯାତ୍ରୀ ହନ୍ତସନ୍ତ”

କୁଲଗାମରେ ସେନାର ଯବାନଙ୍କୁ ଅପହରଣ । ସର୍ଚ୍ଚ ଅପରେସନ୍ ଜୋରଦାର

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗାମରୁ ଆସିଲା ଅଭାବନୀୟ ଘଟଣା । ସେନା ଯବାନଙ୍କୁ କରାଯାଇଛି ଅପହଣ । ଇଦ୍ ଛୁଟିରେ ଘରକୁ ଆସିଥିବା ବେଳେ ତାଙ୍କୁ ଅପହରଣ କରିନିଆଯାଇଛି । ଯାହାକୁ ନେଇ ପରିବାର ଚିନ୍ତିତ ଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି । ସୂଚନା ମୁତାବକ, ଯବାନ ଜଣକ ଇଦ୍ ଛୁଟିରେ ଘରକୁ ଆସିଥିଲେ । ଘରକୁ ଆସିବା ପରେ ସନ୍ଧ୍ୟାରେ ଘର ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିବା ବେଳେContinue reading “କୁଲଗାମରେ ସେନାର ଯବାନଙ୍କୁ ଅପହରଣ । ସର୍ଚ୍ଚ ଅପରେସନ୍ ଜୋରଦାର”

Design a site like this with WordPress.com
Get started