କନକ ବ୍ୟୁରୋ : ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମଗାଯାଇଛି । ଏହି ବହୁContinue reading “ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା : ୫୫ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କ ପ୍ରସ୍ତୁତି; କାହିଁକି ଆଜୀବନ ବାସନ୍ଦ ନକରାଯିବ କାରଣ ଦର୍ଶାଅ ନୋଟିସ୍”
Tag Archives: News
ଆଇ-ଫୋନ୍ ପାଇଁ ଛୁଆକୁ ବିକିଦେଲା ମା’ । ଇଷ୍ଟାଗ୍ରାମ ରିଲ୍ସ୍ ପାଇଁ ମମତାକୁ ମାରିଦେଲେ ବାପା-ମା’
କନକ ବ୍ୟୁରୋ : କୁହାଯାଏ ମାଆ ହିଁ ସର୍ବଶ୍ରେଷ୍ଠ । ପିଲାଙ୍କ ପାଇଁ ମାଆର ମମତା ଅତୁଳନୀୟ । ମାଆର ମମତା ଆଗରେ ଦୁନିଆର ସବୁ ଜିନିଷ ଛୋଟ । କିନ୍ତୁ ଏହାର ଏକ ବିପରିତ ଉଦାହରଣ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ଯେଉଁ ଘଟଣା ମାଆର ମମତାକୁ କଳଙ୍କିତ କରିଛି । ଇଂଷ୍ଟାଗ୍ରାମ୍ ରିଲ୍ସ ପାଇଁ ମଣିଷ କେତେ ତଳକୁ ଖସିପାରେ ପଶ୍ଚିମବଙ୍ଗରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି । ଇଂଷ୍ଟାଗ୍ରାମରେ ରିଲ୍ସ କରିContinue reading “ଆଇ-ଫୋନ୍ ପାଇଁ ଛୁଆକୁ ବିକିଦେଲା ମା’ । ଇଷ୍ଟାଗ୍ରାମ ରିଲ୍ସ୍ ପାଇଁ ମମତାକୁ ମାରିଦେଲେ ବାପା-ମା’”
ଯୋଶୀମଠ ପରେ ମସୁରୀକୁ ବିପଦ! ପର୍ଯ୍ୟଟକଙ୍କ ଆସିବା ଉପରେ ଲାଗିବ କଟକଣା!
କନକ ବ୍ୟୁରୋ: ଯୋଶୀମଠ ପରେ ହିଲ ଷ୍ଟେସନ୍ ମସୁରୀକୁ ନେଇ ଚିନ୍ତା ପ୍ରକଟ କରିଛି ନ୍ୟାସନାଲ ଗ୍ରୀନ୍ ଟିବ୍ୟୁନାଲ । ମସୁରୀର ସୁରକ୍ଷା ପାଇଁ ଧାମୀ ସରକାରଙ୍କୁ ଜଣାଇଛି ଏନଜିଟି । ମସୁରୀର ବହନ କ୍ଷମତାକୁ ଅନୁଶୀଳନ କରିବା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସୁପାରିଶ କରିଛି ଏନଜିଟି । ଉତ୍ତରଖଣ୍ଡ ଯୋଶୀମଠରେ ମାଠି ଫାଟିବା ସହ ଘରଦ୍ୱାରରେ ଫାଟ ସୃଷ୍ଟି ହେବା ଘଟଣା ସାରା ଦେଶକୁ ଚକିତ କରିବା ପରେ ଏହାContinue reading “ଯୋଶୀମଠ ପରେ ମସୁରୀକୁ ବିପଦ! ପର୍ଯ୍ୟଟକଙ୍କ ଆସିବା ଉପରେ ଲାଗିବ କଟକଣା!”
କୋଟିଆ ଗସ୍ତରେ ପଞ୍ଚାୟତ ସଚିବ : ବିଭିନ୍ନ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
କନକ ବ୍ୟୁରୋ : ଆନ୍ଧ୍ର ଓଡ଼ିଶାର ବିବାଦୀୟ କୋଟିଆ ଅଞ୍ଚଳରେ ବିଭିନ୍ନ ଗାଁ ଗସ୍ତରେ ପଞ୍ଚାୟତ ସଚିବ ସୁଶୀଲ କୁମାର ଲୋହାନୀ । ସଚିବ କୋଟିଆରେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଦୋକାନ ଗୃହ ଓ ଝାଡ଼ୁ କେନ୍ଦ୍ର, ସୋଲାର ଶୀତଳଭଣ୍ଡାର ପରିଦର୍ଶନ କରି ଏସଏଚଜି ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଏହି ପଞ୍ଚାୟତର କୁରୁଡ଼ିପଦର, ମାଡ଼କାର ଗାଁକୁ ଯାଇ ସେଠାରେ ମହୁଚାଷ, ମନରେଗାରେ ଅଞ୍ଚଳବାସୀଙ୍କୁ ପ୍ରଦାନ କରାଯାଇଥିବା ଗାଈContinue reading “କୋଟିଆ ଗସ୍ତରେ ପଞ୍ଚାୟତ ସଚିବ : ବିଭିନ୍ନ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା”
ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ : ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟମ ପ୍ରକାଶ ପରିଡା
କନକ ବ୍ୟୁରୋ : ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ । ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟମ ପ୍ରକାଶ ପରିଡା । ସ୍ୱୟମଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ୧କୋଟି ୯ଲକ୍ଷ ଟଙ୍କାର ଠକେଇ ହୋଇଥିଲା । ୨୦୧୫ରୁ ୨୦୧୭ ମଧ୍ୟରେ ଋଣ ଦେବା ନାଁରେ ଠକେଇ ହୋଇଥିଲା । ନକଲି କାଗଜପତ୍ରରେ ଭିନ୍ନ ଭିନ୍ନ ବ୍ୟାଙ୍କରୁ ଠକେଇ ହୋଇଛି । ୨୪ଟି ଗାଡି ଋଣ ସହ ସିସିContinue reading “ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ : ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟମ ପ୍ରକାଶ ପରିଡା”
ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ : ରେସ୍କ୍ୟୁ ଟିମର ଖୋଜାଖୋଜି ଜାରି
କନକ ବ୍ୟୁରୋ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ବାଲେଶ୍ୱରର ସଞ୍ଜୟ ଜେନା ବୋଲି ଜଣାପଡିଛି । ୮ନଂ ଜୋନରେ ଗାଧୋଉଥିବା ବେଳେ ଯୁବକ ଜଣଙ୍କ ଭାସି ଯାଇଛନ୍ତି । ସୂଚନାଅନୁସାରେ ସେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଯାଇ ଗାଧୋଇବା ବେଳେ ଏପରି ଅଘଟଣ ଘଟିଛି । ରେସ୍କ୍ୟୁ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି । The post ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେContinue reading “ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ : ରେସ୍କ୍ୟୁ ଟିମର ଖୋଜାଖୋଜି ଜାରି”
ଦାଢି ରଖି ସ୍କୁଲ ଆସିଲେ କଟିବ ଶିକ୍ଷକଙ୍କ ଦରମା; ଜିନ୍ସ, ଟିସାର୍ଟ ଉପରେ ବି କଟକଣା । ଶିକ୍ଷୟିତ୍ରୀଙ୍କୁ ଭାରତୀୟ ପରିଧାନରେ ଆସିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ଆଜିକାଲି ବିହାରରେ ଶିକ୍ଷକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ ହେଉଛି । ଏବେ ବେଗୁସରାଇ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଜିଲ୍ଲା ଶିକ୍ଷାଧିକାରୀ କେ କେ ପାଠକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅଜବ ନିୟମ ଲାଗୁ କରିଛନ୍ତି । କୌଣସି ଶିକ୍ଷକ ସ୍କୁଲକୁ ଦାଢି ରଖି ଆସିପାରିବେ ନାହିଁ । ଜିନ୍ସ, ଟିସାର୍ଟ ପିନ୍ଧି ସ୍କୁଲ ଆସିବେ ନାହିଁ ।Continue reading “ଦାଢି ରଖି ସ୍କୁଲ ଆସିଲେ କଟିବ ଶିକ୍ଷକଙ୍କ ଦରମା; ଜିନ୍ସ, ଟିସାର୍ଟ ଉପରେ ବି କଟକଣା । ଶିକ୍ଷୟିତ୍ରୀଙ୍କୁ ଭାରତୀୟ ପରିଧାନରେ ଆସିବାକୁ ନିର୍ଦ୍ଦେଶ”
ଋଣ ଆଦାୟ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି : ଘରେ ପଶି ଗାଳିଗୁଲଜ କରୁଥିବା ଭିଡ଼ିଓ ଭାଇରାଲ; ଆଇନର ଆଶ୍ରୟ ନେବେ କହିଲେ ମହିଳା
କନକ ବ୍ୟୁରୋ : ଋଣ ଆଦାୟ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି । ବାଲେଶ୍ୱର ପୌରାଂଚଳ ଗୋଷଳପଦା ଅଂଚଳର କନକ ବେହେରା ଜନଲକ୍ଷ୍ମୀ ବ୍ୟାଙ୍କରୁ ଦୁଇଟି କିସ୍ତିରେ ଲକ୍ଷେ ୧୦ହଜାର ଟଙ୍କା ଋଣ ଆଣିଥିଲେ । ୪୫ହଜାର ଓ ୬୫ହଜାରର ଦୁଇଟି କିସ୍ତିରେ ଋଣ ଆଣିଥିଲେ କନକ । ଏବଂ ମାସକୁ ମାସ କିସ୍ତି ବାବଦରେ ୨୬୦୦ ଟଙ୍କା ଓ ୩ହଜାର ୨୦ ଟଙ୍କା ଏପରି ମୋଟ୍ ୫ହଜାର ୬୨୦ଟଙ୍କା ଦେଉଥିଲେ । କିନ୍ତୁ ଦୁଇ ମାସContinue reading “ଋଣ ଆଦାୟ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି : ଘରେ ପଶି ଗାଳିଗୁଲଜ କରୁଥିବା ଭିଡ଼ିଓ ଭାଇରାଲ; ଆଇନର ଆଶ୍ରୟ ନେବେ କହିଲେ ମହିଳା”
ପାହାଡିଆ ନଦୀ ପାଣିରେ ଧୋଇଗଲା ପୋଲ : ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୦ରୁ ଅଧିକ ଗାଁ
କନକ ବ୍ୟୁରୋ : ପାହାଡିଆ ନଦୀ ପାଣିରେ ଧୋଇଗଲା ପୋଲ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ୧୦ରୁ ଅଧିକ ଗାଁ । କନ୍ଧମାଳ ଜିଲ୍ଲାରେ ଗତ କାଲିରୁ ଲାଗିରହିଥିବା ଲଗାତର ବର୍ଷା ଯୋଗୁଁ ପାହାଡିଆ ନଦୀରେ ପାଣି ଆସି ଭାସି ଯାଇଛି ପୋଲ । ଫିରିଙ୍ଗିଆ ବ୍ଲକ ଗୋଛାପଡା – ସାଲାଗୁଡା ରାସ୍ତାର ଗାଡିପଦର ଗାଁରେ ପାହାଡିଆ ନଦୀ ଉପରେ ନିର୍ମିତ ଏକ ପୋଲ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯିବା ସହ ଆଉ ଏକ ପୋଲContinue reading “ପାହାଡିଆ ନଦୀ ପାଣିରେ ଧୋଇଗଲା ପୋଲ : ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୦ରୁ ଅଧିକ ଗାଁ”
ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠ ପୋଲ : ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୩ ଗାଁ
କନକ ବ୍ୟୁରୋ : ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠ ପୋଲ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୩ ଖଣ୍ଡ ଗାଁ । ଗଜପତି ଜିଲ୍ଲା ମୋହନାର ଲଗାଣ ବର୍ଷାରେ ହରଭଙ୍ଗି ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସି ଯାଇଛି । ଗରଡ଼ମା ପଞ୍ଚାୟତ ନିମ୍ବାଡ଼ ଗାଁ ନିକଟର ଥିବା ଅସ୍ଥାୟୀ ପୋଲ ଭାସିଯିବା ପରେ ନିମ୍ବାଡ଼ ଗାଁ ସମେତ ମାତାକୁପା ଓ ନାକେଜୁ ଗାଁଲୋଙ୍କ ଯାତାୟତ ଠପ ହୋଇଯାଇଛି । ଲୋକଙ୍କContinue reading “ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠ ପୋଲ : ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୩ ଗାଁ”