ଆଜି ମହରମ୍ : ସମ୍ବଲପୁରରେ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି

କନକ ବ୍ୟୁରୋ : ଆଜି ମହରମ୍ ଥିବା ବେଳେ ସମ୍ବଲପୁରରେ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ମହରମ କମିଟି ଗୁଡ଼ିକ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ବାହାର କରିପାରିବେ ନାହିଁ । ତେବେ ନିଜ ନିଜ ପଡ଼ାରେ ଶୋଭାଯାତ୍ରା ବାହାର କରିପାରିବେ । ତେବେ କୌଣସି ବିଶୃଙ୍ଖଳା ଦେଖାଗଲେ ତୁରନ୍ତ ପୋଲିସକୁContinue reading “ଆଜି ମହରମ୍ : ସମ୍ବଲପୁରରେ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି”

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ ନୀତି : ତିନି ଠାକୁରଙ୍କ ହେବ ସ୍ୱତନ୍ତ୍ର ନୀତି

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ ନୀତି । ବିଧି ଅନୁସାରେ ୩ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁରଙ୍କୁ ବିଜେ କରନ୍ତି । ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ, କାଳିଆ ଠାକୁରଙ୍କ ସ୍ଥାନରେ ଶ୍ରୀ ନାରାୟଣଙ୍କୁ ବିଜେ କରିଥାନ୍ତି । ସେଠାରେ ତିନି ଠାକୁରଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ହରିଶୟନ ଏକାଦଶୀରୁ ହରି ଉତଥାନ ଏକାଦଶୀ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇନଥାଏContinue reading “ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ ନୀତି : ତିନି ଠାକୁରଙ୍କ ହେବ ସ୍ୱତନ୍ତ୍ର ନୀତି”

୨୦୨୪ ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ନୂଆ ଟିମ୍ । ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ, ପୁଣିଥରେ ବୈଜୟନ୍ତଙ୍କୁ ମିଳିଲା ସୁଯୋଗ ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ନଡ୍ଡାଙ୍କ ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ଯେଉଁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ନେତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀContinue reading “୨୦୨୪ ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ନୂଆ ଟିମ୍ । ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ, ପୁଣିଥରେ ବୈଜୟନ୍ତଙ୍କୁ ମିଳିଲା ସୁଯୋଗ ।”

ସାପ ସହ ସାରାରାତି : ବିଛଣା ତଳେ ଥିଲା ବିଷଧର ନାଗସାପ; ଉପରେ ଶୋଇଥିଲେ ପୂରା ପରିବାର

କନକ ବ୍ୟୁରୋ : ସାପ ସହ ସାରା ରାତି । ବିଛଣା ତଳେ ଥିଲା ବିଷଧର ନାଗ ସାପ । ଉପରେ ଶୋଇଥିଲେ ପୂରା ପରିବାର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଉପସ୍ଥିତ ବୁଦ୍ଧି ଯୋଗୁଁ ପୁରା ପରିବାରର ଜୀବନ ବଞ୍ଚିଯାଇଛି । ସ୍ଥାନୀୟ କମଳପୁର ଗାଁରେ ଧୀରେନ୍ଦ୍ର ରାଉତଙ୍କ ପରିବାର ସହ ଏଭଳି ଘଟଣା ଘଟିଛି । ଗତକାଲିContinue reading “ସାପ ସହ ସାରାରାତି : ବିଛଣା ତଳେ ଥିଲା ବିଷଧର ନାଗସାପ; ଉପରେ ଶୋଇଥିଲେ ପୂରା ପରିବାର”

ବିଶ୍ୱ ହେପାଟାଇଟିସ୍ ଦିବସ : ଉତ୍କଳ ହସ୍ପିଟାଲ ପକ୍ଷରୁ ପାଳିତ

କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରିବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଇଛୁକ ସାଧାରଣ ଲୋକଙ୍କ ହେପାଟାଇଟିସ୍ ପରୀକ୍ଷା କରାଯାଇଥିଲା । ବିଶେଷଜ୍ଞମାନେ ହେପାଟାଇଟିସ୍ ରୋଗର ଚିକିତ୍ସା ଓ ନିରାକରଣ ବିଷୟରେ ଏକ ସେମିନାରରେ ଆଲୋଚନା କରିଥିଲେ । ଏ ଅବସରରେ ଉକ୍ରଳ ହସ୍ପିଟାଲରେ ଫାଇବ୍ରୋସ୍କାନ ଫ୍ୟାସିଲିଟିର ଉଦଘାଟନ କରାଯାଇଥିଲା । ଏହି ସୁବିଧା ଦ୍ୱାରା ଲିଭରର ସ୍ୱାସ୍ଥ୍ୟ ବିଷୟରେ ଜାଣିହୁଏContinue reading “ବିଶ୍ୱ ହେପାଟାଇଟିସ୍ ଦିବସ : ଉତ୍କଳ ହସ୍ପିଟାଲ ପକ୍ଷରୁ ପାଳିତ”

ନିର୍ବାଚନ ଲଢିବାକୁ ତୃତୀୟ ପିଲାକୁ ଲୁଚାଇଥିଲେ , ସତ ଜଣାପଡିବା ପରେ ଗଲା ମେୟର ପଦ

କନକ ବ୍ୟୁରୋ:  ନିର୍ବାଚନ ଲଢିବାକୁ ତୃତୀୟ ପିଲାକୁ ଲୁଚାଇଥିଲେ  । ଜଣାପଡିବା ପରେ ଗଲା ମେୟର ପଦ।   ଆମେ କହୁଛୁ ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତାଙ୍କ କଥା । ପିଲାଙ୍କ ପାଇଁ ଗଲା ମେୟର ପଦ । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା ଯାଞ୍ଚରୁ ଜଣାପଡିବା ପରେ ତାଙ୍କୁ ମେୟର ପଦ ହରାଇବାକୁ ପଡିଛି । ସୂଚନା ମୁତାବକ, ନାମାଙ୍କନ ପତ୍ର ଦାଖଲ ସମୟରେ ରାକ୍ଷୀ ଯାହାContinue reading “ନିର୍ବାଚନ ଲଢିବାକୁ ତୃତୀୟ ପିଲାକୁ ଲୁଚାଇଥିଲେ , ସତ ଜଣାପଡିବା ପରେ ଗଲା ମେୟର ପଦ”

ଭୁବନେଶ୍ୱରରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ : କଳିଙ୍ଗ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଫାଉଣ୍ଡେସନ ପକ୍ଷରୁ ପାଳିତ

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ତାରକା ହୋଟେଲରେ କଳିଙ୍ଗ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିବ ମହାନ୍ତି, ଫାଉଣ୍ଡେସନ ମୁଖ୍ୟ ଡାକ୍ତର ଶିବରାମ ପ୍ରସାଦ ସିଂ, ଟୁହିନାକାନ୍ତି ଘୋଷ, ଏସ ଏନ ଅଗ୍ରଗାମୀ ପ୍ରମୁଖ ଯୋଗଦେଇ ହୋପାଟାଇଟିସ୍ ରୋଗ ବିଷୟରେ ଆଲୋଚନା କରିଥିଲେ । ଟିକା ନେଲେ ସମସ୍ତେ ଏହି ରୋଗରୁ ଦୂରେଇ ରହିପାରିବେ । ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି ।Continue reading “ଭୁବନେଶ୍ୱରରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ : କଳିଙ୍ଗ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଫାଉଣ୍ଡେସନ ପକ୍ଷରୁ ପାଳିତ”

ପାକିସ୍ତାନ ମହିଳା ଏଜେଣ୍ଟଙ୍କ ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ କୁରୁଲକର, ବ୍ରହ୍ମୋସ ମିସାଇଲ ବାବଦରେ ଦେଇଥାନ୍ତେ ତଥ୍ୟ ।  ଯାଞ୍ଚରୁ ଧରାପଡିଲା କୁରୁଲକରଙ୍କ ସତ ।

କନକ ବ୍ୟୁରୋ : ପାକିସ୍ତାନ ଏଜେଣ୍ଟଙ୍କ ହନିଟ୍ରାପରେ ଫଶିଥିବା ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଏଟିଏସ ଦ୍ୱାରା ଜେରା କରାଯିବା ବେଳେ କୁରୁଲକର ବ୍ରହ୍ମୋସ ମିସାଇଲ ବାବଦରେ ପାକିସ୍ତାନ ମହିଳା ଏଜେଣ୍ଟଙ୍କୁ ତଥ୍ୟ ଦେବାକୁ ହ୍ୱାଟସଆପରେ ଚାଟ୍ କରିଥିବା ଜାଣିବାକୁ ମିଳିଛି । ଏପରିକି ଉକ୍ତ ପାକିସ୍ତାନ ମହିଳା ଏଜେଣ୍ଟ ମଧ୍ୟ ପ୍ରଦୀପ କୁରୁଲକରଙ୍କୁ ଭେଟିଥିବା ବେଳେ ନିଜକୁ ଜାରା ଦାସଗୁପ୍ତାର ପରିଚୟ ଦେଇଥିବା ଜାଣିବାକୁ ମିଳିଛିContinue reading “ପାକିସ୍ତାନ ମହିଳା ଏଜେଣ୍ଟଙ୍କ ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ କୁରୁଲକର, ବ୍ରହ୍ମୋସ ମିସାଇଲ ବାବଦରେ ଦେଇଥାନ୍ତେ ତଥ୍ୟ ।  ଯାଞ୍ଚରୁ ଧରାପଡିଲା କୁରୁଲକରଙ୍କ ସତ ।”

୨୦୨୪ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା : ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ସବୁ ମ୍ୟାଚ, ଭାଗ ନେବେ ୨୦ ଦଳ

କନକ ବ୍ୟୁରୋ : ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳଯିବା ଟୁର୍ଣ୍ଣାମେଣ୍ଟ । ଆସନ୍ତ ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ । ଏଥର ୧୬ ପରିବର୍ତ୍ତେ ୨୦Continue reading “୨୦୨୪ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା : ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ସବୁ ମ୍ୟାଚ, ଭାଗ ନେବେ ୨୦ ଦଳ”

ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି । ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି : ଧନ ସଞ୍ଚିବାର ଅଜବ ତରିକା

କନକ ବ୍ୟୁରୋ: ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି । ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି । ଏହାର କାରଣ ପଚାରିବାରୁ କହୁଛନ୍ତି ଅଜବ କଥା । ଆଜିକା ସମାଜରେ କିଛି ଲୋକ ଆଖିବୁଜା ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଉ କିଛି ଭାରି କଞ୍ଜୁସ୍ । ଟଙ୍କାଟିଏ ଖର୍ଚ୍ଚ କରିବାକୁ ବି ତାଙ୍କର ଇଚ୍ଛା ନଥିବ ।ହେଲେ ତାହା ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ । କିନ୍ତୁ କାଲିଫର୍ଣ୍ଣିଆରେ ଏପରି ଜଣେ ଲୋକଙ୍କୁ ନେଇ ଚର୍ଚ୍ଚା ଯିଏ କଞ୍ଜୁସିର ସବୁ ସୀମାContinue reading “ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି । ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି : ଧନ ସଞ୍ଚିବାର ଅଜବ ତରିକା”

Design a site like this with WordPress.com
Get started