ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ “ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ : ସ୍ଥିତି ଅନୁଧ୍ୟାନ ସହ ରାଜ୍ୟପାଳଙ୍କୁ ଭେଟିବେ ୨୦ ସାଂସଦ

କନକ ବ୍ୟୁରୋ : ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳଗୁଡ଼ିକୁ ନେଇ ହୋଇଥିବା ମେଣ୍ଟ “ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ୨୦ ଜଣ ସାଂସଦ ଏହି ପ୍ରତିନିଧି ମଣ୍ଡଳରେ ରହିବେ ବୋଲି ଜଣାପଡ଼ିଛି । ଦୁଇ ଦିନିଆ ଗସ୍ତରେ ଯାଉଛି ଏହି ପ୍ରତିନିଧି ମଣ୍ଡଳୀ । ମଣିପୁର ରାଜ୍ୟପାଳଙ୍କୁ ମଧ୍ୟContinue reading “ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ “ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ : ସ୍ଥିତି ଅନୁଧ୍ୟାନ ସହ ରାଜ୍ୟପାଳଙ୍କୁ ଭେଟିବେ ୨୦ ସାଂସଦ”

କନକ ନ୍ୟୁଜର ମହାପ୍ରଭାବ: ବଦଳିଲେ ମାର୍ଶାଘାଇ ଥାନାକୁ ମାଡ଼ମରା ଥାନା କରିଦେଇଥିବା IIC, ପୁଣି ସେହି ଜିଲ୍ଲାରେ ଥଇଥାନ କାହିଁକି କଲେ ବଡ଼ ବାବୁ?

କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ଶେଷର ଭାଙ୍ଗିଲା ପୋଲିସ ପ୍ରଶାସନର ନିଦ, ବଦଳିଲେ ଗୁଣ୍ଡାଗର୍ଦ୍ଦି କରୁଥିବା ପୋଲିସ ବାବୁ । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଡିଏସପି ଇନଚାର୍ଜ ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ବଦଳି କରାଯାଇଛି । ଦବଙ୍ଗ ପୋଲିସ ବାବୁ ଜଣକ ମାର୍ଶାଘାଇ ଥାନାକୁ ମାଡ଼ମରା ଥାନା କରିଦେଇଥିବା ଅଭିଯୋଗର ତାଲିକା ଲମ୍ବିବା ପରେ ଶେଷରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ତାଙ୍କ ବଦଳି ପରେ ମାର୍ଶାଘାଇ ଥାନାର ନୂଆ ଆଇଆଇସି ଭାବେContinue reading “କନକ ନ୍ୟୁଜର ମହାପ୍ରଭାବ: ବଦଳିଲେ ମାର୍ଶାଘାଇ ଥାନାକୁ ମାଡ଼ମରା ଥାନା କରିଦେଇଥିବା IIC, ପୁଣି ସେହି ଜିଲ୍ଲାରେ ଥଇଥାନ କାହିଁକି କଲେ ବଡ଼ ବାବୁ?”

ବିଭତ୍ସ ହତ୍ୟାକାଣ୍ଡରେ ପୁଣି ଥରି ଉଠିଲା ଦିଲ୍ଲୀ, ଏକ ତରଫା ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କଲା ପ୍ରେମିକ

କନକ ବ୍ୟୁରୋ : ଅପରାଧର ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିନ ଦ୍ୱିପହରରେ ଜଣେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏକ ତରଫା ପ୍ରେମରେ ବିଫଳ ହେବା ପରେ ପାଗଳ ପ୍ରେମିକ ଏହି ବର୍ବର କାଣ୍ଡ ଘଟାଇବା ପରେ ଗିରଫ ହୋଇଛି । ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାଁ ନର୍ଗିସ ଓ ତାଙ୍କ ମୃତ ଦେହ ଏକ ପାର୍କରୁ ଜବତ କରିଛି ପୁଲିସ । ନର୍ଗିସକୁ ବିବାହ କରିବାକୁContinue reading “ବିଭତ୍ସ ହତ୍ୟାକାଣ୍ଡରେ ପୁଣି ଥରି ଉଠିଲା ଦିଲ୍ଲୀ, ଏକ ତରଫା ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କଲା ପ୍ରେମିକ”

ରାମମନ୍ଦିର ଉଦଘାଟନ ପୂର୍ବରୁ ଚଳଚଂଚଳ ହେଲାଣି ଅଯୋଧ୍ୟା, ଜିଲ୍ଲାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସର ଚାହିଦା

କନକ ବ୍ୟୁରୋ : ଅଯୋଧ୍ୟାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସ ଚାହିଦା । ଏଠାରେ ଚାଲିିଥିବା ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଖୁବ ଶିଘ୍ର ହେବାକୁ ଯାଉଛି । ଉତ୍ସବରେ ଯୋଗଦେବା ପାଇଁ ଶ୍ରଦ୍ଧାଳୁମାନେ ଏବେଠାରୁ ହିଁ ହୋଟେଲ, ଧର୍ମଶାଳା, ଗେଷ୍ଟହାଉସ ବୁକ କରିବାରେ ଲାଗିପଡିଲେଣି । ତେଣୁ ଏଗୁଡିକର ଦାମ ହଠାତ ବଢିବାରେ ଲାଗିଛି । ୨୦୨୪ ଜାନୁଆରୀ ମାସରେ ରାମଲାଲାଙ୍କ ମୂର୍ତି ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ହେବ । ଏହି ଉତ୍ସବରେ ସାମିଲ ହେବାକୁ ବେଶContinue reading “ରାମମନ୍ଦିର ଉଦଘାଟନ ପୂର୍ବରୁ ଚଳଚଂଚଳ ହେଲାଣି ଅଯୋଧ୍ୟା, ଜିଲ୍ଲାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସର ଚାହିଦା”

ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ମଧ୍ୟ ସମାନ ସ୍ଥିତି

କନକ ବ୍ୟୁରୋ : ତେଲେଙ୍ଗାନାରେ ବନ୍ୟା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେବା ସହ ସ୍ଥିତି ସଙ୍ଗୀନ ହୋଇପଡିଛି । ବହୁ ଗାଁ ବନ୍ୟା ଜଳରେ ବୁଡ଼ିଗଲାଣି । ବନ୍ୟା ଜଳରେ ବହୁ ଲୋକ ଫସିଯାଇଥିବାବେଳେ ଏନଡ଼ିଆରଏଫ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି । ତେଲେଙ୍ଗାନାର ଭୁପାଲପାଲି ଜିଲ୍ଲା ଅଧିନସ୍ଥ ମୋରଂଚ ପାଲି ଗାଁରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି । ବନ୍ୟାଜଳରେ ବୁଡ଼ିଛି ସମଗ୍ର ଗାଁ । ଗାଁ ଲୋକେContinue reading “ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ମଧ୍ୟ ସମାନ ସ୍ଥିତି”

ଗୁଜରାଟଗସ୍ତରେ ଗସ୍ତର ଶେଷ ଦିନରେ ସେମିକଣ୍ଡକ୍ଟର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ କହିଲେ, ଏକବିଂଶ ଶତାଦ୍ଦୀ ଭାରତରେ ସମସ୍ତଙ୍କ ପାଇଁ ରହିଛି ଅପାର ସୁଯୋଗ

କନକ ବ୍ୟୁରୋ : ଦୁଇ ଦିନିଆ ଗୁଜରାଟଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ସେମିକମ-୨୦୨୩ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ସେମିକଣ୍ଡକ୍ଟର ମାଧ୍ୟମରେ ଶିଳ୍ପ, ବିଶେଷଜ୍ଞ, ନୀତି ନିର୍ମାତାମାନଙ୍କ ସହିତ ଅପଡେଟ ହୋଇଥାଏ । ସମ୍ପର୍କରେ ସମନ୍ୱୟ ପାଇଁ ଏହା ଆବଶ୍ୟକ । ପୂର୍ବ ଦିନମାନଙ୍କ ଅପେକ୍ଷା ଚଳିତବର୍ଷ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଶାଠୁ ଅଧିକ ନିବେଶ ହୋଇଛି ।Continue reading “ଗୁଜରାଟଗସ୍ତରେ ଗସ୍ତର ଶେଷ ଦିନରେ ସେମିକଣ୍ଡକ୍ଟର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ କହିଲେ, ଏକବିଂଶ ଶତାଦ୍ଦୀ ଭାରତରେ ସମସ୍ତଙ୍କ ପାଇଁ ରହିଛି ଅପାର ସୁଯୋଗ”

ଏଲଏସିରେରେ ଚୀନର ଦବଦବା ଭିତରେ ଲଦାଖରେ ପହଁଚିଲେ ସ୍ଥଳ ସେନା ମୁଖ୍ୟ, ଲେହରେ ସେନାଧିକାରୀଙ୍କୁ ଭେଟି ସୁରକ୍ଷା ସ୍ଥିତିର କଲେ ସମୀକ୍ଷା

କନକ ବ୍ୟୁରୋ : ପୂର୍ବ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଛି ଚୀନ । ନିଜ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକରୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରଖି ସଡ଼କଠୁ ଘର, ହେଲିପ୍ୟାଡ଼, ରାଜପଥ ନିର୍ମାଣ କରିଚାଲିଛି । ଏଥିସହ ସୀମା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଘାତକ ମିସାଇଲ, ରାଡାର ଓ ଗୋଳାବାରୁଦ ସହ ମହଜୁଦ ଅଛନ୍ତି ଚୀନ ସେନା । ଏହା ଭିତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଲଦାଖ ଗସ୍ତContinue reading “ଏଲଏସିରେରେ ଚୀନର ଦବଦବା ଭିତରେ ଲଦାଖରେ ପହଁଚିଲେ ସ୍ଥଳ ସେନା ମୁଖ୍ୟ, ଲେହରେ ସେନାଧିକାରୀଙ୍କୁ ଭେଟି ସୁରକ୍ଷା ସ୍ଥିତିର କଲେ ସମୀକ୍ଷା”

ଖବର ବାଜିଲା, ଧାରଣା ବଦଳିଲା! ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ହେଲା କି ଅନ୍ତ? ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ । କଟକରେ ଜଣେ ମହିଳାଙ୍କୁ ପ୍ରଥମେ ଚଢାଇଛନ୍ତି ବସର କଣ୍ଡକ୍ଟର । ଗୋଟିଏ ଦିନରେ ହୁଏତ ବର୍ଷବର୍ଷ ଧରି ରହିଥିବା ଭ୍ରାନ୍ତ ଧାରଣା ପରିବର୍ତନ କରିବା ସମ୍ଭବ ନୁହେଁ । କିନ୍ତୁ ପରିବର୍ତନ ଏଇଠୁ ଆରମ୍ଭ ହୋଇଛି । କାରଣ ମହିଳାଙ୍କ ପ୍ରତି ଭେଦଭାବ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନContinue reading “ଖବର ବାଜିଲା, ଧାରଣା ବଦଳିଲା! ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ”

ପାକିସ୍ତାନରୁ ଭିଡିଓ ଜାରି କଲେ ଭାରତୀୟ ମହିଳା ଅଂଜୁ । କହିଲେ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ଆସିଛନ୍ତି ପାକିସ୍ତାନ, ଖୁବଶିଘ୍ର ଫେରିବେ ଭାରତ

କନକ ବ୍ୟୁରୋ : ପାକିସ୍ତାନରେ ବସି ଅଂଜୁ ସେହି ସବୁ ଦାବିକୁ ଖଣ୍ଡନ କରିଛନ୍ତି ଯାହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ବେଶ ଚର୍ଚ୍ଚା ହେଉଛି । ଅଂଜୁ କହିଛନ୍ତି ସେ ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଆସିଛନ୍ତି । ସବୁ ବୈଧ ଦସ୍ତାବିଜ ସହ କିଛି ଦିନ ପାଇଁ ପାକିସ୍ତାନରେ ରହିବାକୁ ଆସିଛନ୍ତି ଓ ଖୁବ ଶିଘ୍ର ଭାରତ ଫେରିବେ । ଏହି ବୟାନ ସେହି ସମୟରେ ଜାରି ହୋଇଛି ଯେଉଁ ସମୟରେ ପାକିସ୍ତାନContinue reading “ପାକିସ୍ତାନରୁ ଭିଡିଓ ଜାରି କଲେ ଭାରତୀୟ ମହିଳା ଅଂଜୁ । କହିଲେ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ଆସିଛନ୍ତି ପାକିସ୍ତାନ, ଖୁବଶିଘ୍ର ଫେରିବେ ଭାରତ”

ସିବିଆଇ ହାତକୁ ଗଲା ମଣିପୁର ମାମଲା । ମହିଳାଙ୍କୁ ବିବସ୍ତ୍ର ଘଟଣାର ହେବ ତଦନ୍ତ, କେନ୍ଦ୍ର ଗୃହମନ୍ତ୍ରାଳୟର ନିଷ୍ପତ୍ତି

କନକ ବ୍ୟୁରୋ : ମଣିପୁର । ହିଂସା, ଉତେଜନା, ପ୍ରତିବାଦ, ହତ୍ୟା, ଲୁଟପାତରେ ଥରୁଛି । ଦୁଇମାସରୁ ଅଧିକ ସମୟ ହେବ ରାଜ୍ୟରେ ଯେଉଁ ସ୍ଥିତି ଜାରି ରହିଛି ତାହା ସବୁଠି ଚର୍ଚ୍ଚା ସାଉଁଟୁଛି । ଏହା ଭିତରେ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ମଣିପୁରରେ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଘଟଣାର ହେବ ସିିବିଆଇ ତଦନ୍ତ ଏନେଇ ଗୁରୁବାର ଗୃହମନ୍ତ୍ରାଳୟ ସୂଚନା ଦେଇଛି । ହିଂସାଗ୍ରସ୍ତ ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରିContinue reading “ସିବିଆଇ ହାତକୁ ଗଲା ମଣିପୁର ମାମଲା । ମହିଳାଙ୍କୁ ବିବସ୍ତ୍ର ଘଟଣାର ହେବ ତଦନ୍ତ, କେନ୍ଦ୍ର ଗୃହମନ୍ତ୍ରାଳୟର ନିଷ୍ପତ୍ତି”

Design a site like this with WordPress.com
Get started