ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ବନ୍ଧା ହେଲେ ଦଶମନ୍ତପୁର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସଆଇ ଦୀପିକା ହୀରା

କନକ ବ୍ୟୁରୋ: ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସଆଇ ଦୀପିକା ହୀରା ଭିଜିଲାନ୍ସ ଅଧିକାରୀଙ୍କ ହାବୁଡରେ ପଡିଛନ୍ତି । ଏକ ମାମଲାର ରଫାଦଫା କରିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଥାନା ବାବୁ ଓ ଏଏସଆଇ । ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସଆଇ ଦୀପିକା ହୀରାଙ୍କୁ ଗିରଫ କରାଯାଇଛି । ଆଗରୁ ମଧ୍ୟ ଭିନ୍ନ ଭିନ୍ନContinue reading “ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ବନ୍ଧା ହେଲେ ଦଶମନ୍ତପୁର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସଆଇ ଦୀପିକା ହୀରା”

‘୫ ବର୍ଷ ହେବ ମୁଁ ଅସୁବିଧା ଭୋଗୁଛି’…ଯେତେବେଳେ ପଡୋଶୀ ରୋକିଦେଲେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍

କନକ ବ୍ୟୁରୋ: ବେଙ୍ଗାଲୁରୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆବାସ ସାମ୍ନାରେ ରହୁଥିବା ଜଣେ ବୃଦ୍ଧ ଦମ୍ପତ୍ତି ସିଏମଙ୍କ କାରକୁ ରୋକିଦେଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲଗାତର ଆସୁଥିବା ଲୋକଙ୍କ କାରଣରୁ ହେଉଥିବା ପାର୍କିଂ ସମସ୍ୟା ବାବଦରେ ତାଙ୍କୁ ଅବଗତ କରାଇବା । ମୁଖ୍ୟମନ୍ତ୍ରୀ ନିଜ ଘରୁ ଦପ୍ତର ଅଭିମୁଖେ ବାହାରିଥିଲେ । ଏହି ସମୟରେ ନରୋତ୍ତମ ନାମକ ଜଣେ ବ୍ୟକ୍ତି ନିଜ ଗାଡି ରାସ୍ତା ମଝିରେ ଗାଡି ଅଟକାଇଦେଇଥିଲେ । ସେ କହିଥିଲେ ଏହିଭଳିContinue reading “‘୫ ବର୍ଷ ହେବ ମୁଁ ଅସୁବିଧା ଭୋଗୁଛି’…ଯେତେବେଳେ ପଡୋଶୀ ରୋକିଦେଲେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍”

ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ୧୪ତମ କିସ୍ତିର ୨ହଜାର ଟଙ୍କା 

କନକ ବ୍ୟୁରୋ: ଓଡ଼ିଶା ଚାଷୀଙ୍କୁ ମିଳିଲା ପିଏମ କିଶାନ ଟଙ୍କା । ପିଏମ କିଶାନ ନିଧିର ୧୪ ତମ କିସ୍ତି ଆକାରରେ ୧୮ ହଜାର କୋଟି ବ୍ୟୟ କରିଛନ୍ତି କେନ୍ଦ୍ର ସରକାର । ପୁରୀ ନିଆଳି ଅଂଚଳର ଚାଷୀଙ୍କ ବ୍ୟାଙ୍କା ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିଛି । ଏବେ ଚାଷ କାର୍ଯ୍ୟ ଜାରିରହିଥିବାରୁ ଉକ୍ତ ଟଙ୍କାକୁ ଚାଷ କାର୍ଯ୍ୟରେ ଲଗାଉଥିବା କହିଛନ୍ତି ଚାଷୀ । ଚାଷ କାର୍ଯ୍ୟରେ ଏବେ ମଜୁରୀ, ଟ୍ରାକ୍ଟରରେ ହଳ, ସାରContinue reading “ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ୧୪ତମ କିସ୍ତିର ୨ହଜାର ଟଙ୍କା “

ପ୍ରଶ୍ନପତ୍ର ଦଲାଲର ଦାମୀ ଗାଡି ସଉକ: ଇନୋଭା ଗାଡିକୁ ସିଜ୍ କଲା ବାଲେଶ୍ୱର ପୋଲିସ, ଘର ଆଗରେ ଛିଡା ହୋଇଛି ‘ଥର୍’

କନକ ବ୍ୟୁରୋ: ପ୍ରଶ୍ନପତ୍ର ଦଲାଲ ଗୋବିନ୍ଦ ତ୍ରିପାଠୀଙ୍କ ଦାମୀ ଗାଡି ସଉକ । ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ନିଜର ସଉକ ପୁରା କରୁଥିଲା । ଗୋବିନ୍ଦ ଇନୋଭା ଗାଡିକୁ ସିଜ୍ କରିଛି ବାଲେଶ୍ୱର ପୋଲିସ । ଘର ଆଗରେ ଛିଡା ହୋଇଛି ଥର ଗାଡି । ବହୁ ଦିନ ଧରି ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ଅଛି ଗୋବିନ୍ଦ । ବେକାର ଯୁବକ ଯୁବତୀଙ୍କ ଠାରୁ ପୁଳା ପୁଳା ଟଙ୍କା ନେଉଥିଲା । ବେଲଗଣ୍ଠାରେContinue reading “ପ୍ରଶ୍ନପତ୍ର ଦଲାଲର ଦାମୀ ଗାଡି ସଉକ: ଇନୋଭା ଗାଡିକୁ ସିଜ୍ କଲା ବାଲେଶ୍ୱର ପୋଲିସ, ଘର ଆଗରେ ଛିଡା ହୋଇଛି ‘ଥର୍’”

ମାଛ ଧରିବାକୁ ଯାଇ ଫଶିଲେ ମତ୍ସଜୀବୀ: ଅଧିକ ଉଚ୍ଚାର ଜୁଆର ଆସିବାରୁ ଓଲଟି ପଡିଲା ଡଙ୍ଗା । ୮ ଜଣ ଉଦ୍ଧାର, ୨ ଜଣଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ: ମାଛ ଧରିବାକୁ ଯାଇ ଫଶିଲେ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ସାଗର ଦୀପକୁ ମାଛ ଧରିବାକୁ ଯାଇଥିଲେ ବାଳେଶ୍ୱର ଜଳେଶ୍ୱର ଅଂଚଳର ୧୦ ମତ୍ସ୍ୟଜୀବୀ ଫଶି ଯାଇଛନ୍ତି । ଆଜି ୧୦ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ଅଧିକ ଉଚ୍ଚାର ଜୁଆର ଆସିବାରୁ ଭାରଶ୍ୟାମ ହରାଇ ଡଙ୍ଗା ଓଲଟି ପଡିଥିଲା । ପରେ ଅନ୍ୟ ଏକ ଡଙ୍ଗା ପହଂଚି ୮ ଜଣ ଉଦ୍ଧାର କରିଥିବା ବେଳେ ଏବେବି ଦୁଇ ଜଣ ନିଖୋଜContinue reading “ମାଛ ଧରିବାକୁ ଯାଇ ଫଶିଲେ ମତ୍ସଜୀବୀ: ଅଧିକ ଉଚ୍ଚାର ଜୁଆର ଆସିବାରୁ ଓଲଟି ପଡିଲା ଡଙ୍ଗା । ୮ ଜଣ ଉଦ୍ଧାର, ୨ ଜଣଙ୍କ ମିଳୁନି ପତ୍ତା”

ମଣିପୁର ପ୍ରସଙ୍ଗରେ ସଂସଦରେ ବୟାନ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

କନକ ବ୍ୟୁରୋ : ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀମାନେ ହଟ୍ଟଗୋଳ କରୁଛନ୍ତି । ଏହାରି ମଧ୍ୟରେ ସଂସଦ ବୈଠକକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି କ୍ରମରେ ବିରୋଧୀ ସାଂସଦମାନେ ମଣିପୁର ହିଂସାକୁ ନେଇ ଜବାବ୍ ମାଗୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି କି ମଣିପୁର ଘଟଣା ଉପରେ ଚର୍ଚ୍ଚା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଏବେ ବାଚସ୍ପତି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କେବେ ସମୟ ସ୍ଥିରContinue reading “ମଣିପୁର ପ୍ରସଙ୍ଗରେ ସଂସଦରେ ବୟାନ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ”

ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ: ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମନ୍ତ୍ରୀ ନବଦାସ ହତ୍ୟା ମାମଲା । ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ । ମନ୍ତ୍ରୀଙ୍କ ଲୋକ ମନୋଜ ବରିହା ଧମକ ଦେଇଥିଲା । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଗୋପାଳ । ପଲିଗ୍ରାଫ ଟେଷ୍ଟରେ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ୧୩ଟି ପ୍ରଶ୍ନର ଉତ୍ତରରେ ହିଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତରContinue reading “ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ: ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ”

ସମ୍ବିଧାନରୁ ହଟାଯାଉ ‘ଇଣ୍ଡିଆ’ ଶବ୍ଦ । ଏହି ଶବ୍ଦ ବ୍ରିଟିଶମାନଙ୍କର ଗୁଲାମୀର ପ୍ରତୀକ । ଏମିତି ଦାବି କଲେ ବିଜେପି ସାଂସଦ ।

କନକ ବ୍ୟୁରୋ: ସମ୍ବିଧାନରୁ ହଟାଯାଉ ‘ଇଣ୍ଡିଆ’ ଶବ୍ଦ । ଉତ୍ତରାଖଣ୍ଡର ବିଜେପି ସାଂସଦ ନରେଶ ବଂଶଲ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟେଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ଶବ୍ଦଟି ହେଉଛନ୍ତି ଔପନିବେଶକିତାବାଦର ପ୍ରତୀକ । ଆମ ଦେଶର ବାସ୍ତବିକ ନାମ ହେଉଛି ଭାରତ । ତେବେ ଗୁଲାମୀର ପ୍ରତୀକ ଥିବା ଇଣ୍ଡିଆ ଶବ୍ଦକୁ ବର୍ତ୍ତମାନ ସମ୍ବିଧାନରୁ ହଟେଇଦେବା ଉଚିତ୍ ବୋଲି ସେ କହିଛନ୍ତି । ବିଜେପି ସାଂସଦଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ମୋଦୀContinue reading “ସମ୍ବିଧାନରୁ ହଟାଯାଉ ‘ଇଣ୍ଡିଆ’ ଶବ୍ଦ । ଏହି ଶବ୍ଦ ବ୍ରିଟିଶମାନଙ୍କର ଗୁଲାମୀର ପ୍ରତୀକ । ଏମିତି ଦାବି କଲେ ବିଜେପି ସାଂସଦ ।”

 ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଡିଜିସିଏ ଲଗାଇଲା ୩୦ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏବଂ ଡିଜିସିଏ ଆବଶ୍ୟକତା ଓ ଓଇଏମ ଗାଇଡଲାଇନ ଅନୁଯାୟୀ ସେମାନଙ୍କ ଦସ୍ତାବିଜ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋ ଏୟାରଲାଇନ୍ସ ୨୦୨୩ ର ୬ମାସ ମଧ୍ୟରେ ଏ୩୨୧ ବିମାନରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା । ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏକContinue reading ” ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଡିଜିସିଏ ଲଗାଇଲା ୩୦ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାରଣ”

ହରିବଂଶଙ୍କ ପାଇଁ ହ୍ୱିପ୍ ଜାରି କଲା ଜେଡିୟୁ, କ’ଣ ରାଜ୍ୟସଭା ସଭାପତି ଏବଂ ଉପସଭାପତି ହ୍ୱିପର ପରିସରରେ ଆସନ୍ତି କି? ପଢନ୍ତୁ ନିୟମ…

କନକ ବ୍ୟୁରୋ: ଦିଲ୍ଲୀରେ ବଦଳି ଏବଂ ଚାକିରୀରେ ପୋଷ୍ଟିଂ ନେଇ ଚାଲିଥିବା ଲଢେଇ ସଂସଦରେ ପହଞ୍ଚିଛି । ଦିଲ୍ଲୀର ସତ୍ତାଧାରୀ ଆପ୍ ବିରୋଧୀ ଦଳର ସହାୟତାରେ ଏହି ବିଧେୟକକୁ ରାଜ୍ୟସଭାରେ ମାତ୍ ଦେବା ପାଇଁ ଆଶା କରିଛି । ସେପଟେ ସରକାର ମଧ୍ୟ ଏହାକୁ ପାରିତ କରିବା ପାଇଁ ପୂରା ପ୍ରସ୍ତୁତି କରିଛନ୍ତି । ଏହାକୁ ନେଇ ସରକାରୀ ଏବଂ ବିରୋଧୀ ଉଭୟ ସେମାନଙ୍କ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି । କେନ୍ଦ୍ରରେ ସରକାରରେ ଥିବାContinue reading “ହରିବଂଶଙ୍କ ପାଇଁ ହ୍ୱିପ୍ ଜାରି କଲା ଜେଡିୟୁ, କ’ଣ ରାଜ୍ୟସଭା ସଭାପତି ଏବଂ ଉପସଭାପତି ହ୍ୱିପର ପରିସରରେ ଆସନ୍ତି କି? ପଢନ୍ତୁ ନିୟମ…”

Design a site like this with WordPress.com
Get started