କନକ ବ୍ୟୁରୋ: କେରଳରେ ୧୧ଜଣ ମହିଳାଙ୍କ ଭାଗ୍ୟ ଏକା ସମୟରେ ଚମକିଛି । ଭାରି ଅଭାବୀ ଘରର ୧୧ ଜଣ ମହିଳା ୨୫ ଟଙ୍କା ଲେଖାଏଁ ଆଦାୟ କରି କିଣିଥିଲେ ଲଟେରୀ ଟିକେଟ୍ । ଭାଗ୍ୟକୁ ଜିତିଲେ କୋଟିଏ କି ଦୁଇ କୋଟି ନୁହେଁ ପୁରା ୧୦କୋଟିର ଜ୍ୟାକପଟ୍ । ସୂଚନା ମୁତାବକ, ଏହି ୧୧ଜଣ ମହିଳା ହେଉଛନ୍ତି, କେରଳର ପରାପ୍ପାନାନ୍ଗାଡ଼ି ପୌରପାଳିକା ଅନ୍ତର୍ଗତ ଗ୍ରୀନ୍ ଟିମ୍ ‘ହରିତ କର୍ମ ସେନା’ର ସଦସ୍ୟା। ଗୋଟିଏ ଲଟେରୀ ଟିକେଟ୍,Continue reading “୧୧ ଜଣ ମହିଳା ଚାନ୍ଦା କରି କିଣିଥିଲେ ଲଟେରୀ ଟିକେଟ୍ । ଏକାଥରକେ ଜିତିଗଲେ ୧୦ କୋଟିର ଜ୍ୟାକପଟ୍”
Tag Archives: News
ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ : ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ୍ ନେଇ ଅଭିଯୋଗ
କନକ ବ୍ୟୁରୋ : ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ । ଅଭିନେତ୍ରୀ ଶୀତଲ ଏ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ୍ ନେଇ ସେ ଅଭିଯୋଗ କରିଛନ୍ତି । ସେନି ନିର୍ମାତା ଦୟାନିଧି ଦହିମାଙ୍କ ନାଁ ସେ ଅଭିଯୋଗ କରିଛନ୍ତି । ଠକେଇ, ନିର୍ଯାତନା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ଖାବି ସେତିକି ନୁହେଁ ସୁଟିଂ ସେଟରେ ଦୟାନିଧି ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି । କାମContinue reading “ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ : ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ୍ ନେଇ ଅଭିଯୋଗ”
ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲାଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର : ୭ ଦିନରେ ତଥ୍ୟ ଦେବାକୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲାଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର । ୭ ଦିନରେ ତଥ୍ୟ ଦେବାକୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଓଡ଼ିଶାରେ ପଢ଼ୁଥିବା ମଣିପୁର ଛାତ୍ରଛାତ୍ରୀଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟContinue reading “ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲାଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର : ୭ ଦିନରେ ତଥ୍ୟ ଦେବାକୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ”
କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ : ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ଆନ୍ଧ୍ରର ପ୍ରୟାସ; ଗୋ ବ୍ୟାକ୍ ନାରା ଦେଲେ ସ୍ଥାନୀୟ ଜନପ୍ରତିନିଧି
କନକ ବ୍ୟୁରୋ : କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ । ପଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ପ୍ରୟାସ କରିଛି ଆନ୍ଧ୍ର । ହେଲେ ଲୁଚିଛପି ଅନୁପ୍ରବେଶ କରିବା ଆନ୍ଧ୍ର ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଜନପ୍ରତିନିଧି ଗୋବ୍ୟାକ ନାରା ଦେବାରୁ ଆନ୍ଧ୍ର ଅଧିକାରୀ ଅପଦସ୍ତ ହୋଇ ଫେରିଛନ୍ତି । ଫାଟୁସିନେରୀ ଗାଁରେ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସାଲୁର ମଣ୍ଡଳ ଅଧିକାରୀଙ୍କ ସହ ପାର୍ବତୀପୁରମ ମାନ୍ୟମ୍ ଜିଲ୍ଲାContinue reading “କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ : ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ଆନ୍ଧ୍ରର ପ୍ରୟାସ; ଗୋ ବ୍ୟାକ୍ ନାରା ଦେଲେ ସ୍ଥାନୀୟ ଜନପ୍ରତିନିଧି”
ପୁଅର କଲେଜ ଫିସ୍ ପାଇଁ ବସ୍ ଆଗକୁ ଡେଇଁ ପଡ଼ିଲା ମାଆ : ସରକାର କ୍ଷତିପୂରଣ ଦେବେ ଭାବି ପୁଅର ଭବିଷ୍ୟତ ପାଇଁ ଜୀବନ ହାରିଲା ଜନ୍ମଦାତ୍ରୀ
କନକ ବ୍ୟୁରୋ : ମା’ ମୋ କଲେଜ ଫିସ୍ ଭରିବା ପାଇଁ ତୁ ଚରମ ନିଷ୍ପତ୍ତି ନେଲୁ । ମୋତେ ହାରିବାକୁ ଦେବୁନି ବୋଲି ତୁ ନିଜ ଜୀବନ ହାରିଦେଲୁ, ଚଳନ୍ତା ବସ୍ ସାମ୍ନାକୁ ଆସି ଆଖି ବୁଜିଦେଲୁ, ମୋତେ ଅଧାବାଟରେ ଛାଡ଼ିଦେଇଗଲୁ । ସରକାର ସିନା ତୋ ଜୀବନର ମୂଲ୍ୟ କେଇ ଲକ୍ଷ ଟଙ୍କାରେ ସୁଝିଦେଲେ, ତୋ ସ୍ନେହ ମମତାର ମୂଲକୁ କ’ଣ ସାତ ଜନ୍ମରେ ସୁଝି ହେବ କି? ମୁଁ ନପଢ଼ିଥିଲେ ବି ତୋତେContinue reading “ପୁଅର କଲେଜ ଫିସ୍ ପାଇଁ ବସ୍ ଆଗକୁ ଡେଇଁ ପଡ଼ିଲା ମାଆ : ସରକାର କ୍ଷତିପୂରଣ ଦେବେ ଭାବି ପୁଅର ଭବିଷ୍ୟତ ପାଇଁ ଜୀବନ ହାରିଲା ଜନ୍ମଦାତ୍ରୀ”
ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ ପ୍ରସଙ୍ଗ : ଆଜି ବସିବ ନୀତି ସବକମିଟି ବୈଠକ; ସୁରୁଖୁରରେ ମହାପ୍ରଭୁଙ୍କ ନୀତିନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
କନକ ବ୍ୟୁରୋ : ଶ୍ରୀଜିଉଙ୍କ ବନକଲାଗି ପ୍ରସଙ୍ଗରେ ଆଜି ବସୁଛି ନୀତି ସବ୍କମିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ । ବୁଧବାରContinue reading “ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ ପ୍ରସଙ୍ଗ : ଆଜି ବସିବ ନୀତି ସବକମିଟି ବୈଠକ; ସୁରୁଖୁରରେ ମହାପ୍ରଭୁଙ୍କ ନୀତିନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା”
ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ : ୧୧୫ ରନର ଟାର୍ଗେଟକୁ ୨୨ ଓଭରରେ ପୂରଣ କଲା ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ । ୧୧୫ ରନର ଟାର୍ଗେଟକୁ ୨୩ ଓଭର ସୁଦ୍ଧା ପୂରଣ କଲା ଟିମ୍ ଇଣ୍ଡିଆ । ଘରୋଇ ଦଳର ଟପ ଅର୍ଡର ବ୍ୟାଟସମ୍ୟାନଙ୍କୁ ଭାରତର ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ଆଉଟ କରିବା ପରେ ଘରୋଇ ଦଳ ୨୨ ଓଭରରେ ୧୨୪ ରନ୍ କରି ଅଲଆଉଟ ହୋଇଥିଲା । ଏହାପରେ ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେContinue reading “ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ : ୧୧୫ ରନର ଟାର୍ଗେଟକୁ ୨୨ ଓଭରରେ ପୂରଣ କଲା ଟିମ୍ ଇଣ୍ଡିଆ”
କେନ୍ଦ୍ରମନ୍ତ୍ରୀଙ୍କ ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ବିଭିନ୍ନ ରାଜପଥ ଓ ପ୍ରଶସ୍ତିକରଣ ନେଇ କଲେ ସମୀକ୍ଷା
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି । ଏହାଛଡା କୋଷ୍ଟାଲ ହାଇୱେ, ସମ୍ବଲପୁର ରିଙ୍ଗ ରୋଡ, କ୍ୟାପିଟାଲ ରିଙ୍ଗ ରୋଡ କାମ ଅଗ୍ରଗତିContinue reading “କେନ୍ଦ୍ରମନ୍ତ୍ରୀଙ୍କ ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ବିଭିନ୍ନ ରାଜପଥ ଓ ପ୍ରଶସ୍ତିକରଣ ନେଇ କଲେ ସମୀକ୍ଷା”
ପାକିସ୍ତାନରେ ବିଶ୍ୱର ବଡ ସେକ୍ସ ସ୍କାଣ୍ଡାଲ : ୫ ହଜାରରୁ ଅଧିକ ଛାତ୍ରୀଙ୍କ ଯୌନ ଶୋଷଣର ଭିଡିଓ ଭାଇରାଲ
କନକ ବ୍ୟୁରୋ : ପାକିସ୍ତାନର ୫,୫୦୦ କଲେଜ ଛାତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ବିଶ୍ୱର ସବୁଠାରୁ ବଡ ସେକ୍ସ ସ୍କାଣ୍ଡଲ ବୋଲି କୁହାଯାଉଛି । ଏଥିରେ ହଜାର ହଜାର ଝିଅଙ୍କୁ ଡ୍ରଗ୍ସ ନିଶାରେ ଫସାଇ ଯୌନଶୋଷ ଓ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସର ଏକ ଆଶ୍ଚର୍ଯ୍ୟଜନକ ବୟାନ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ କହୁଛନ୍ତି ଯେ ଝିଅମାନଙ୍କୁ ବଞ୍ଚାଇବା ଆମର କାମContinue reading “ପାକିସ୍ତାନରେ ବିଶ୍ୱର ବଡ ସେକ୍ସ ସ୍କାଣ୍ଡାଲ : ୫ ହଜାରରୁ ଅଧିକ ଛାତ୍ରୀଙ୍କ ଯୌନ ଶୋଷଣର ଭିଡିଓ ଭାଇରାଲ”
୪ ମହଲା କୋଠାରୁ ଖସି ୨ ବର୍ଷ ଛୁଆର ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
କନକ ବ୍ୟୁରୋ : ଚାରି ମହଲା ଛାତର ବାଲକୋନୀରୁ ଖସି ପଡିବାରୁ ୨ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଧୋବାବନ୍ଧ ରାଜୀବ ଆବାସ କଲୋନୀରେ । ୧୧ ନମ୍ବର ବ୍ଲକରେ ଥିବା ଚତୁର୍ଥ ମହଲାରେ ଥିବା ୩୦୩ ନମ୍ବର କୋଠାରେ ରହୁଥିବା ହିତାଧିକାରୀଙ୍କ ଘରକୁ ଶେରଗଡ ଅଞ୍ଚଳରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମ୍ପର୍କୀୟ ଆସିଥିଲେ । ତେବେ ହିତାଧିକାରୀ ପରିବାର ନିଜବୃତି ପାଇଁ ବାହାରକୁ ଯାଇଥିବାContinue reading “୪ ମହଲା କୋଠାରୁ ଖସି ୨ ବର୍ଷ ଛୁଆର ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା”