ସାଇବର ଠକଙ୍କ କବଜାରେ ଆଇନଜୀବୀ : ଶିକାର ହେଲେ ୨ ଜିଲ୍ଲାର ୬ ଆଇନଜୀବୀ; ସମ୍ପର୍କୀୟ କହି ଫୋନ୍ ଜରିଆରେ ଟଙ୍କା ହଡପ

କନକ ବ୍ୟୁରୋ : ସାଇବର ଲୁଟେରାଙ୍କ କବଜାରେ ଆଇନଜୀବୀ । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୬ ଆଇନଜୀବୀ ସାଇବର ଠକଙ୍କ ହାବୁଡରେ ପଡିଛନ୍ତି । ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେବା ପରେ ଚିନ୍ତା ପ୍ରକାଶ କରିଛନ୍ତି । ସାଇବର ଲୁଟେରାମାନେ ଆଇନଜୀବୀଙ୍କ ପରିବାର ସଦସ୍ୟ ନାଁରେ ବିଶ୍ୱାସ ଜନ୍ମାଇ ହଜାର ହଜାର ଟଙ୍କା ଠକେଇ କରିଛନ୍ତି । ଠକେଇର ଶିକାର ପରେ ଆଇନଜୀବୀ ବୀରେଶ ପଟ୍ଟନାୟକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।Continue reading “ସାଇବର ଠକଙ୍କ କବଜାରେ ଆଇନଜୀବୀ : ଶିକାର ହେଲେ ୨ ଜିଲ୍ଲାର ୬ ଆଇନଜୀବୀ; ସମ୍ପର୍କୀୟ କହି ଫୋନ୍ ଜରିଆରେ ଟଙ୍କା ହଡପ”

ପତ୍ନୀର ମାନ୍ୟତା ଦାବି : ଶ୍ୱଶୁର ଘର ଆଗରେ ବର୍ଷାରେ ଭିଜିଭିଜି ଧାରଣା

କନକ ବ୍ୟୁରୋ : ପତ୍ନୀର ମାନ୍ୟତା ଦାବି କରି ମହିଳା ଜଣକ ଶ୍ୱଶୁର ଘର ଆଗରେ ବର୍ଷାରେ ଭିଜିଭିଜି ଧାରଣା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲିସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷ । ସେ ବେଗୁନିଆପଡ଼ା ବାଲିସାହିର ବିଶ୍ୱଜିତ ଜଗନ୍ନାଥ ସାହୁଙ୍କୁ ଭଲ ପାଉଥିଲେ । କିନ୍ତୁ ପରିବାର ଲୋକଙ୍କର ଉଦ୍ୟମରେ ସେ ଅନ୍ୟତ୍ର ବିବାହ କରିଛନ୍ତି । ଏଥିରେ ବିଶ୍ୱଜିତ କ୍ରୋଧାନ୍ୱିତContinue reading “ପତ୍ନୀର ମାନ୍ୟତା ଦାବି : ଶ୍ୱଶୁର ଘର ଆଗରେ ବର୍ଷାରେ ଭିଜିଭିଜି ଧାରଣା”

ସ୍କୁଟି ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍ : ଫେରାର ହେଉଥିବା ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କନକ ବ୍ୟୁରୋ : ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡ଼ିଛି । ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠ ମାଧିଆପାଲି ନିକଟରେ ଏକ ଟ୍ରକ୍ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସେହି ଅଞ୍ଚଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ୍ଟି ପଳାଉଥିବା ବେଳେ ଲୋକେ ତାକୁ ପିଛା କରି କିଛିContinue reading “ସ୍କୁଟି ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍ : ଫେରାର ହେଉଥିବା ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ”

କାହାର ହେବ ଏନସିପି ? ଶରଦ ପାୱାର ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ନୋଟିସ

କନକ ବ୍ୟୁରୋ : ଏନିସିପି କାହାର ? ଦଳରେ ବିଭାଜନ ପରେ ପ୍ରତିଷ୍ଠାତା ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି । ଉଭୟ ଶିବିର ନିଜକୁ ପ୍ରକୃତ ଏନସିପି ବୋଲି ଦାବି କରି ଦଳର ନାମ ଓ ଚିହ୍ନ ଦାବି କରୁଛନ୍ତି । ଅଜିତ ପାୱାର ଗୋଷ୍ଠୀ ଏନସିପି ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଜିତ ପାୱାରଙ୍କ ଆବେଦନ ଉପରେ ନିର୍ବାଚନ ଆୟୋଗContinue reading “କାହାର ହେବ ଏନସିପି ? ଶରଦ ପାୱାର ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ନୋଟିସ”

ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି : କଂଗ୍ରେସ ଓ ଆପର ହ୍ୱିପ ଜାରି; ଆଜି ଇ-ଣ୍ଡି-ଆ ମେଣ୍ଟ କଳା ପୋଷାକ ପିନ୍ଧି ଆସିବେ ସଂସଦ ଭବନ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି । କଂଗ୍ରେସ ଏହାର ସାଂସଦମାନଙ୍କୁ ହ୍ୱିପ୍ ଜାରି ଆଜି ରାଜ୍ୟସଭାରେ ହାଜର ହେବାକୁ କହିଛି । ସେହିପରି ଆପ୍ ମଧ୍ୟ ଦଳର ସମସ୍ତ ରାଜ୍ୟସଭା ସାଂସଦ ଜୁଲାଇ ୨୭ ଓ ୨୮ ତାରିଖରେ ରାଜ୍ୟସଭାରେ ଉପସ୍ଥିତ ରହିବାପାଇଁ ଆପ୍ ହ୍ୱିପ୍ ଜାରି କରିଛି । ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସମସ୍ତContinue reading “ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି : କଂଗ୍ରେସ ଓ ଆପର ହ୍ୱିପ ଜାରି; ଆଜି ଇ-ଣ୍ଡି-ଆ ମେଣ୍ଟ କଳା ପୋଷାକ ପିନ୍ଧି ଆସିବେ ସଂସଦ ଭବନ”

ଚେତାବନୀ ପରେ ଚେତିଲେ ସରକାର : ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ

କନକ ବ୍ୟୁରୋ : ଡ୍ରାଇଭର ସଂଘର ଚେତାବନୀ ପରେ ଚେତିଲେ ସରକାର । ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ବୋର୍ଡରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅନ୍ୟମାନଙ୍କContinue reading “ଚେତାବନୀ ପରେ ଚେତିଲେ ସରକାର : ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ”

ମୋଦୀଙ୍କ ଦାବି, ପୁଣି ଥରେ ଗଢିବେ ସରକାର : ତୃତୀୟ ପାଳିରେ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ଭାରତ ହେବ ବୋଲି କଲେ ଘୋଷଣା

କନକ ବ୍ୟୁରୋ : ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବେ ପ୍ରଧାନମନ୍ତ୍ରୀ । ଏକଥାକୁ ସେ ନିଜେ କହିଛନ୍ତି । ନୂଆଦିଲ୍ଲୀ ପ୍ରଗତି ମୈଦାନରେ ‘ଭାରତ ମଣ୍ଡପମ୍’ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ମଧ୍ୟ ମୋଦୀ କହିଛନ୍ତି । ତୃତୀୟ ପାଳି ସରକାରରେ ଭାରତ ବିଶ୍ୱ ଅର୍ଥନୀତିରContinue reading “ମୋଦୀଙ୍କ ଦାବି, ପୁଣି ଥରେ ଗଢିବେ ସରକାର : ତୃତୀୟ ପାଳିରେ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ଭାରତ ହେବ ବୋଲି କଲେ ଘୋଷଣା”

ଲଘୁଚାପ ପ୍ରଭାବ, ୫ ଦିନ ଲାଗି ରହିବ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ଓ ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ । ୫ ଦିନ ଧରି ଲାଗି ରହିବ ବର୍ଷା । ଆଜି ମଧ୍ୟାହ୍ନ ସୁଦ୍ଧା ମାଲକାନଗିରି ଓ କୋରାପୁଟରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ନୂଆପଡା, ଗଜପତି, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାରContinue reading “ଲଘୁଚାପ ପ୍ରଭାବ, ୫ ଦିନ ଲାଗି ରହିବ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି”

ପିଏମ୍ କିଷାନ ସମ୍ମାନ ନିଧି ଯୋଜନା : ଆଜି ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା; ଉପକୃତ ହେବେ ସାଢ଼େ ୮ କୋଟି ଚାଷୀ

କନକ ବୁରୋ : ଆଜି ଚାଷୀଙ୍କ ଆକାଉଣ୍ଟଙ୍କୁ ମୋଦୀ ସରକାର ପଠାଇବେ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ତମ କିସ୍ତିକୁ ନେଇ ଚାଲିଥିବା ପ୍ରତୀକ୍ଷାର ଆଜି ଅନ୍ତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ । ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନContinue reading “ପିଏମ୍ କିଷାନ ସମ୍ମାନ ନିଧି ଯୋଜନା : ଆଜି ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା; ଉପକୃତ ହେବେ ସାଢ଼େ ୮ କୋଟି ଚାଷୀ”

ଦିଲ୍ଲୀ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ କନଭେନସନ ସେଂଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ୭ଟି ଉନ୍ନତ ପ୍ରଦର୍ଶନୀ ହଲ ସହ ରହିଛି ୩ଟି ଭବ୍ୟ ଆମ୍ପି ଥିଏଟର

କନକ ବ୍ୟୁରୋ : ଦୁନିଆର ଅନ୍ୟତମ ସର୍ବବୃହତ ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷ ବା ଆଇଇସିସିର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀ । ଦିଲ୍ଲୀ ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷର ଲୋକାର୍ପଣ କରିଛନ୍ତି । ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହୋଇଛି । ଏଥିରେ ଏକାସଙ୍ଗେ ୭ ହଜାର ଲୋକେ ବସି ପାରିବେ । ତେବେ ଏହା ସିଡ଼ନୀର ଅପେରାContinue reading “ଦିଲ୍ଲୀ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ କନଭେନସନ ସେଂଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ୭ଟି ଉନ୍ନତ ପ୍ରଦର୍ଶନୀ ହଲ ସହ ରହିଛି ୩ଟି ଭବ୍ୟ ଆମ୍ପି ଥିଏଟର”

Design a site like this with WordPress.com
Get started