କନକ ବ୍ୟୁରୋ: ତିନି ଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ୱରରେ ଅତୁଟ ବନ୍ଧନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସରକାରୀ ମେଡିକାଲ କଲେଜରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଅନୁଷ୍ଠାନର ଏଭଳି ସେବାମୂଳକ କାମକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ବଣ ମଲ୍ଲିକୁ ବଣରେ ମଉଳିବାକୁ ଦେଇନଥିବାରୁ ସଂସ୍ଥାର ପୃଷ୍ଠ ପୋଷକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରିContinue reading “ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଗାଁକୁ ଯାଇ ସେବା କରିବାକୁ ପରାମର୍ଶ”
Tag Archives: News
କଟକରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି, ପ୍ରଥମ ନାଗରିକଙ୍କୁ ନିକଟରେ ପାଇ ପିଲା ଖୁସ୍
କନକ ବ୍ୟୁରୋ: ରାଷ୍ଟ୍ରପତି ହେବାର ଏକବର୍ଷ ପୂର୍ତି ଅବସରରେ ୩ ଦିନିଆ ଓଡିଆ ଗସ୍ତରେ ଅଛନ୍ତି ମହାମହିମ । ଆଉ ରାଷ୍ଟ୍ରପତିଙ୍କ ସକାଳ ଆରମ୍ଭ ହୋଇଥିଲା କଟକ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନାରୁ । ସଡ଼କ ପଥରେ ଭୁବନେଶ୍ୱରରୁ କଟକ ଯାଇ ଚଣ୍ଡିମନ୍ଦିରରେ ପ୍ରାୟ ୧୫ ମିନିଟ ରହିଥିଲେ ମହାମହିମ । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ମାଆ କଟକଚଣ୍ଡୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଛୋଟ ପିଲାଙ୍କୁContinue reading “କଟକରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି, ପ୍ରଥମ ନାଗରିକଙ୍କୁ ନିକଟରେ ପାଇ ପିଲା ଖୁସ୍”
ଓଡ଼ିଶା ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବ: ତ୍ୱରିତ ନ୍ୟାୟ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ, ବଞ୍ଚିତ ବର୍ଗକୁ ନ୍ୟାୟ ପ୍ରଦାନ ପାଇଁ ପରାମର୍ଶ
କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ମହାମହିମ । କହିଛନ୍ତି, ବିଳମ୍ବିତ ନ୍ୟାୟ ଯୋଗୁଁ ଅନେକଙ୍କ ଜୀବନ ଜେଲରେ କଟୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ଓ ତାଙ୍କ ଟିମକୁContinue reading “ଓଡ଼ିଶା ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବ: ତ୍ୱରିତ ନ୍ୟାୟ ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ, ବଞ୍ଚିତ ବର୍ଗକୁ ନ୍ୟାୟ ପ୍ରଦାନ ପାଇଁ ପରାମର୍ଶ”
ସାଇବର ଠକଙ୍କ ହାବୁଡରେ ପଡିଗଲେ ଆଇନଜୀବୀ, ଅନଲାଇନରେ ସହାଯ୍ୟ କରି ଠକେଇର ଶିକାର ହୋଇଛନ୍ତି ଏକାଧିକ ଓକିଲ
କନକ ବ୍ୟୁରୋ : ସାଇବର ଠକାମିରେ ପଡ଼ିଗଲେ ଏକାଧିକ ଆଇନଜୀବୀ । ଦିନକୁ ଦିନ ସାଇବର ଠକାମୀର କଳାକାରନାମା ବଢ଼ିବାରେ ଲାଗିଛି । କେତେବେଳେ କିପରି କାହାପାଖରୁ ଟଙ୍କା ଲୁଟି ନେଇ ଯାଉଛନ୍ତି ତାହା ଜାଣିବା କଷ୍ଟ କର ହୋଇ ପଡ଼ୁଛି ।ଏବେ ଏହି ଠକାମିର ଶିକାର ହୋଇଛନ୍ତି ଆଇନ ଜୀବି । ଜଣେ କି ୨ ଜଣ ନୁହଁ କୋରାପୁଟ ଓ ମାଲକାଲକାନ ଗିରି ଜିଲ୍ଳାର ଏକାଧିକ ଆଇଜିବି ଏବେ ଏହି ଠକାମିର ଶିକାର ହୋଇଛନ୍ତିContinue reading “ସାଇବର ଠକଙ୍କ ହାବୁଡରେ ପଡିଗଲେ ଆଇନଜୀବୀ, ଅନଲାଇନରେ ସହାଯ୍ୟ କରି ଠକେଇର ଶିକାର ହୋଇଛନ୍ତି ଏକାଧିକ ଓକିଲ”
ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ପକ୍କା ଘର କି କଳାପଟା । ମାଟି ଘରେ ମାଟି କାନ୍ଥରେ ଲେଖି ପାଠ ପଢୁଛନ୍ତି କୁନି କୁନି ପିଲା
କନକ ବ୍ୟୁରୋ : ବ୍ଲାକବୋର୍ଡ ବଦଳରେ ଏଠି ମାଟି କାନ୍ଥରେ ହେଉଛି କୋମଳମତୀ ପିଲାଙ୍କୁ ଶିକ୍ଷାଦାନ ! ଦୀର୍ଘ ୧୦ବର୍ଷଧରି ଝାଟିମାଟିର ଘରେ ଚାଲିଛି କୋମଳମତି ଶିଶୁଙ୍କ ଭାଗ୍ୟ ଭବିଷ୍ୟତ । ଏପଟେ ପାଠପଢିବାକୁ ଯାଇ ଅଙ୍ଗନବାଡିକେନ୍ଦ୍ରରେ ଛୋଟ ପିଲାର ଭାଙ୍ଗିଲା ଗୋଡ଼ କଣାସ ଥାନାରେ ଅଙ୍ଗନବାଡ଼ି ଦିଦିଙ୍କ ନାମରେ ଏତଲା ଦେଲେ ଅଭିଭାବକ ! ସେପଟେ ନା ଅଛି ଶୌଚାଳୟ ନା ବ୍ଲାକବୋର୍ଡ। ବ୍ଲାକବୋର୍ଡ ବଦଳରେ ପିଲେ ଏଠି ଚକରେ ମାଟି କାଥଂରେ ଲେଖୁଛନ୍ତି। ଘରରContinue reading “ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ପକ୍କା ଘର କି କଳାପଟା । ମାଟି ଘରେ ମାଟି କାନ୍ଥରେ ଲେଖି ପାଠ ପଢୁଛନ୍ତି କୁନି କୁନି ପିଲା”
ଗାଁକୁ ନାହିଁ ରାସ୍ତା, ପାହାଡ ଓହ୍ଲାଇ ଆମ୍ବୁଲାନ୍ସ ପାଖକୁ ଆସିଲେ ଗର୍ଭବତୀ ମହିଳା । ୨ କିଲୋମିଟର ଚାଲିବା ସହ ୩ ନାଳ ପାର ହେଲେ ପ୍ରସୂତି
କନକ ବ୍ୟୁରୋ : ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ରାସ୍ତା ଚାଲିଲେ ପ୍ରସୂତି । କେବଳ ରାସ୍ତା ଚାଲିଲେ ତା’ନୁହେଁ, ୩ଟି ନାଳ ପାର ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ ମହିଳା । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ଦୁର୍ଗମ କହ୍ନେଇଗୋଳା ଗାଁରରୁ ଆସିଛି ଏଭଳି ଚିତ୍ର । ଗର୍ଭବତୀ ମହିଳା କାଞ୍ଚନ ହରିଚନ୍ଦନପୁର ଡାକ୍ତରଖାନାକୁ ଆସିବା ପାଇଁ ୨କିଲୋମିଟର ଚାଲିବା ସହ ୩ଟି ନାଳ ପାର ହେବାକୁ ପଡିଛିContinue reading “ଗାଁକୁ ନାହିଁ ରାସ୍ତା, ପାହାଡ ଓହ୍ଲାଇ ଆମ୍ବୁଲାନ୍ସ ପାଖକୁ ଆସିଲେ ଗର୍ଭବତୀ ମହିଳା । ୨ କିଲୋମିଟର ଚାଲିବା ସହ ୩ ନାଳ ପାର ହେଲେ ପ୍ରସୂତି”
ମାଆକୁ ମୁଖାଗ୍ନି ଦେଲା ୨ ବର୍ଷର କୁନି ଝିଅ । ସମସ୍ତଙ୍କ ଆଖିରେ ଲୁହ ଭରିଦେଲା କୋକସରା ମାଝିଗୁଡା ଗାଁ ମଶାଣିର ଦୃଶ୍ୟ
କନକ ବ୍ୟୁରୋ : ଯେଉଁ ହାତ ମାଆର ହାତ ଧରି ଚାଲିବା କଥା ସେଇ ହାତ ଆଜି ମାଆ ମୁହଁରେ ମୁଖାଗ୍ନି ଦେଇଛି । କୁନି କୁନି ହାତରେ ମୁଖାଗ୍ନୀ ଧରି ଜୁଇ ଚାରିପଟେ ପରିକ୍ରମା କରିଥିଲା କୁନି ଝିଅ । କିନ୍ତୁ ସେ ଜାଣିନି ଏଇ ଜୁଇରେ ଯିଏ ଶୋଇଛି, ସେ ହେଉଛି ତା’ ମାଆ । ତା ମୁଣ୍ଡ ଉପରୁ ମାଆର ପଣତକାନି ହଟି ଯାଇଛି । ତା ଓଠର ମାଆ ଶବ୍ଦ ଏଇContinue reading “ମାଆକୁ ମୁଖାଗ୍ନି ଦେଲା ୨ ବର୍ଷର କୁନି ଝିଅ । ସମସ୍ତଙ୍କ ଆଖିରେ ଲୁହ ଭରିଦେଲା କୋକସରା ମାଝିଗୁଡା ଗାଁ ମଶାଣିର ଦୃଶ୍ୟ”
ଆହ୍ଲାବାଦ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇର ସର୍ଭେ
କନକ ବ୍ୟୁରୋ : ଜ୍ଞାନବାପୀ ପରିସରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ଭେ କାମ ସାରିବାକୁ ଏଏସଆଇକୁ ଆଦେଶ ଦେଇଛନ୍ତି । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଜ୍ଞାନବାପୀ ପରିସରରେ ଏଏସଆଇର ସର୍ଭେ ହେବ । ଜୁଲାଇ ୩୧ ସୁଦ୍ଧା ସର୍ଭେ କାମ ସାରିବାକୁ ପଡିବ ଓ ସର୍ଭେ ବେଳେ ଜ୍ଞାନବାପୀ ମସଜିଦ କିମ୍ବା ତା ପରିସରରେ ଥିବା କୌଣସି କୋଠା ଯେଭଳି ନଷ୍ଟ ନହୁଏContinue reading “ଆହ୍ଲାବାଦ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇର ସର୍ଭେ”
ଯୁବରାଜଙ୍କ ମା’ଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ମହିଳା । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ଧରିଲା ପୋଲିସ ।
କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ । ମିଛ ମାମଲାରେ ଫଶାଇବାକୁ ଧମକ ଦେଇ ଯୁବରାଜଙ୍କ ମା’ଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଦାବି କରୁଥିଲେ ମହିଳା । ଯାହାଙ୍କୁ ପୋଲିସ ଗିରଫ କରିଛି । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଡିଏଲଏଫ ଫେଜ୍-୧ ଥାନାରେ ମାମଲା ରୁଜୁ କରାଯାଇଥିଲା । ଗିରଫ ମହିଳାଙ୍କ ନାଁ ହେମା କୌଶିକContinue reading “ଯୁବରାଜଙ୍କ ମା’ଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ମହିଳା । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ଧରିଲା ପୋଲିସ ।”
୧୯୮୪ ଦଙ୍ଗା : ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଉପରେ କୋର୍ଟଙ୍କ ତର୍ଜମା, ଅଗଷ୍ଟ ୫ ତାରିଖରେ ହଜାର ହେବାକୁ ନୋଟିସ
କନକ ବ୍ୟୁରୋ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ପାଇଁ ବଢିଲା ଅଡୁଆ । ଏହି ଦଙ୍ଗା କ୍ରମରେ ଦିଲ୍ଲୀର ପୁଲ ବଂଗଶ ଅଞ୍ଚଳରେ ହୋଇଥିବା ହତ୍ୟା ମାମଲାରେ ସିବିଆଇ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ ଉପରେ ତର୍ଜମା କରି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଜଗଦୀଶ ଟାଇଟଲରଙ୍କୁ ଅଗଷ୍ଟ ୫ ତାରିଖରେ ହଜାର ହେବାକୁ ନୋଟିସ କରିଛି । ସିବିଆଇ ତରଫରୁ ଦାଖଲ କରାଯାଇଥିବା ଚାର୍ଜସିଟରେ କିଛିContinue reading “୧୯୮୪ ଦଙ୍ଗା : ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଉପରେ କୋର୍ଟଙ୍କ ତର୍ଜମା, ଅଗଷ୍ଟ ୫ ତାରିଖରେ ହଜାର ହେବାକୁ ନୋଟିସ”