ବିରୋଧୀଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ । କହିଲେ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପରେ କାହିଁକି ହେଉନାହିଁ ଆଲୋଚନା

କନକ ବ୍ୟୁରୋ : ମଣିପୁରରେ ମହିଳାଙ୍କ ସହ ହେଉଥିବା ହିଂସା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରି ବିରୋଧୀମାନେ ୪ ଦିନ ହେବ ହଟ୍ଟଗୋଳ କରୁଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ଜାରି ରହିଥିବା ବେଳେ ବିଜେପି ମଧ୍ୟ ଆକ୍ରାମକ ରୂପ ଆପଣାଇଛି । ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସଭାରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ କହିଛନ୍ତି କି, ମଣିପୁର ଉପରେ ଚର୍ଚ୍ଚା ପାଇଁ ଦାବି କରୁଥିବା ବିରୋଧୀ ଛତିଶଗଡ,Continue reading “ବିରୋଧୀଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ । କହିଲେ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପରେ କାହିଁକି ହେଉନାହିଁ ଆଲୋଚନା”

ଗୋପାଳ ବିରୋଧରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଆଈ ମା’ କାହାଣୀ ; ହତ୍ୟା ଉଦ୍ଦେଶ୍ୟ ନେଇ ନାହିଁ କୌଣସି ବଳିଷ୍ଠ ପ୍ରମାଣ : ଆଇନଜୀବୀ

କନକ ବ୍ୟୁରୋ : ଗୋପାଳ ବିରୋଧରେ କ୍ରାଇମବ୍ରାଞ୍ଚ କରିଥବା ଚାର୍ଜସିଟକୁ ଆଈ ମା’ କାହାଣୀ ବୋଲି କହିଛନ୍ତି ଆଇନଜୀବୀ । ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ପ୍ରମାଣ, ପାରିପାର୍ଶ୍ୱିକ ପ୍ରମାଣ, ହତ୍ୟାର କାରଣ ଓ ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆଜି ଗୋପାଳ ବିରୋଧରେ ଚାର୍ଜଫ୍ରେମ ବେଳେ ଝାରସୁଗୁଡା ପୋଲିସର ବଡ଼ ବଡ଼ ଅଧିକାରୀ ଉପସ୍ଥିତ ଥିଲେ । କିନ୍ତୁ ହତ୍ୟାକାଣ୍ଡରେ ଗୋପାଳର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ସେମାନେ କୌଣସି ପ୍ରମାଣ ଦେଇନଥିବା କହିଛନ୍ତି ଆଇନଜୀବୀ ।Continue reading “ଗୋପାଳ ବିରୋଧରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଆଈ ମା’ କାହାଣୀ ; ହତ୍ୟା ଉଦ୍ଦେଶ୍ୟ ନେଇ ନାହିଁ କୌଣସି ବଳିଷ୍ଠ ପ୍ରମାଣ : ଆଇନଜୀବୀ”

ବନକଲାଗି : ସେବାୟତଙ୍କୁ ପ୍ରଶାସନର ଧମକ; ଆଜି ନୀତି ନକଲେ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ଆଜି ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଧମକ । ଦତମହାପାତ୍ର ସେବକଙ୍କୁ ଆଜି ବନକଲାଗି କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୁକ୍ତି ରଖିଛନ୍ତି । କହିଛନ୍ତି, ଆଜି ବନକଲାଗି କରାନଗଲେ ଧାରା ୩୩ ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକContinue reading “ବନକଲାଗି : ସେବାୟତଙ୍କୁ ପ୍ରଶାସନର ଧମକ; ଆଜି ନୀତି ନକଲେ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ”

ତାଗିଦ୍ କରିବାରୁ ଜୀବନ ହାରିଦେଲା ପୁଅ : ଆତ୍ମହତ୍ୟା ପୂର୍ବରୁ ଛାଡିଗଲେ ହାତଲେଖା ଚିଠି

କନକ ବ୍ୟୁରୋ : ବାପା-ମାଆଙ୍କ ଗୋଟିଏ ବୋଲି ପୁଅ । ଅତି ଗେହ୍ଲାରେ ବଢାଇଥିଲେ । ପୁଅର ସବୁ ଅଳି ଅଝଟ ପୂରଣ କରୁଥିଲେ ବାପା-ମାଆ । ପୁଅ ଦଶମ ଶ୍ରେଣୀରେ ପଢୁଥିଲା । ସବୁ କିଛି ଠିକ୍ଠାକ୍ ଚାଲିଥିଲା, ହେଲେ ହଠାତ୍ ସବୁ କିଛି ବଦଳି ଗଲା । ସାମାନ୍ୟ କଥା ପାଇଁ ଜୀବନ ହାରିଦେଲା ପୁଅ । ଘଟଣା ଘଟିଛି ଜଗତସିଂହପୁର ଗାଲୁପଡ଼ା ଗାଁରେ । ଗାଁର ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ପୁଅContinue reading “ତାଗିଦ୍ କରିବାରୁ ଜୀବନ ହାରିଦେଲା ପୁଅ : ଆତ୍ମହତ୍ୟା ପୂର୍ବରୁ ଛାଡିଗଲେ ହାତଲେଖା ଚିଠି”

ଆସିବାକୁ ଯାଉଛି ଆଦାନୀ ଗ୍ରୁପର କ୍ରେଡିଟ୍ କାର୍ଡ, ଭିସା ସହ ହୋଇଛି ଡିଲ୍

କନକ ବ୍ୟୁରୋ : ଖୁବଶୀଘ୍ର ଆପଣମାନେ ଆଦାନୀ ଗ୍ରୁପର କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ । ବିଶ୍ୱର ଦ୍ୱିତୀୟ ବୃହତ କାର୍ଡ ପେମେଣ୍ଟ ଅର୍ଗାନାଇଜେସନ ସେନ ଫ୍ରାନସିକୋର କମ୍ପାନୀ ଭିସା ତରଫରୁ ନୂଆ କୋ-ବ୍ରେଣ୍ଡ କ୍ରେଡିଟ୍ କାର୍ଡ ପାଇଁ ଆଦାନୀ ଗ୍ରୁପ ସହ ଚୁକ୍ତି କରିଛି । ବିଶେଷଜ୍ଞଙ୍କ ସହ ଆଲୋଚନା କରି ଭିସା ସିଇଓ ରିଆନ ମ୍ୟାକଇନର୍ନି କହିଛନ୍ତି ଯେ, କମ୍ପାନୀ କୋ-ବ୍ରାଣ୍ଡ କ୍ରେଡିଟ୍ କାର୍ଡ ପାଇଁ ଆଦାନୀ ଗ୍ରୁପ ସହ ଚୁକ୍ତି ସ୍ୱାକ୍ଷାର କରିଛିContinue reading “ଆସିବାକୁ ଯାଉଛି ଆଦାନୀ ଗ୍ରୁପର କ୍ରେଡିଟ୍ କାର୍ଡ, ଭିସା ସହ ହୋଇଛି ଡିଲ୍”

ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତିଙ୍କ ମଞ୍ଜୁରୀ, କେବଳ ତାରିଖ ଓ ସମୟକୁ ଅପେକ୍ଷା

କନକ ବ୍ୟୁରୋ : ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି, ଚର୍ଚ୍ଚା ପାଇଁ ପରେ ତାରିଖ ଧାର୍ଯ୍ୟ କରାଯିବ । ଓମ୍ ବିର୍ଲା ଏହା ଘୋଷଣା କରିବା ପରେ ଦିନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଦେଇଛନ୍ତି । ଏହି ସମୟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ମଣିପୁର ହିଂସା ଓ ସେଠାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରContinue reading “ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତିଙ୍କ ମଞ୍ଜୁରୀ, କେବଳ ତାରିଖ ଓ ସମୟକୁ ଅପେକ୍ଷା”

ମଣିପୁର ମାମଲା: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସ୍ୱୀକୃତି

କନକ ବ୍ୟୁରୋ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ଏହା ସହ ସବୁ ରାଜନୈତିକ ଦଳ ସହିତ ଆଲୋଚନା କରିବା ପରେ ନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ଅବଗତ କରାଇବାକୁ କହିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ଏହି ଅନାସ୍ଥା ପ୍ରସ୍ତାବ ଲୋଡ଼ିContinue reading “ମଣିପୁର ମାମଲା: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସ୍ୱୀକୃତି”

କୋର୍ଟରେ ହାଜର ହେଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ : ଜଜଙ୍କୁ କ’ଣ କହିଲା ଗୋପାଳ ?

କନକ ବ୍ୟୁରୋ : କୋର୍ଟରେ ଦୋଷ ସ୍ୱୀକାର କରିଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ । କିନ୍ତୁ ପରବର୍ତୀ ଶୁଣାଣି ଯାଏଁ ଅପେକ୍ଷା କରିବାକୁ ଜଜ୍ କହିଛନ୍ତି । ଆଜି କୋର୍ଟରୁମରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋପାଳ ବିରୋଧରେ ଚାର୍ଜଫ୍ରେମ କରିବା ପାଇଁ ଝାରସୁଗୁଡା ଜିଲ୍ଲା ସେସନ୍ସ କୋର୍ଟରେ ହାଜର କରିଥିଲା ପୋଲିସ । କାଠଗଡାରେ ଛିଡା ହୋଇଥିବା ବେଳେ ଅଭିଯୁକ୍ତର କେହି ଓକିଲ ଅଛନ୍ତି କି ବୋଲି ପ୍ରଶ୍ନContinue reading “କୋର୍ଟରେ ହାଜର ହେଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ : ଜଜଙ୍କୁ କ’ଣ କହିଲା ଗୋପାଳ ?”

ଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନ କୁମାର ଶତପଥୀ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅନୁଗୁଳ କିଆକଟା ଥାନା ଏଏସଆଇ । ଏଏସଆଇ ନବୀନ କୁମାର ଶତପଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି । ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା । ବୌଦ୍ଧ ବସଷ୍ଟାଣ୍ଡରୁ ଭିଜିଲାନ୍ସ ଧରିଛି । ପାରିବାରିକ କେସକୁ ରଫାଦଫା କରିବା ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ । The post ଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନContinue reading “ଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନ କୁମାର ଶତପଥୀ”

‘ଭାରତ ସୀମା ଡେଇଁବା ପରେ ସେ  ଆମ ପାଇଁ ସେ ମରିଯାଇଛି’: ଗଣମାଧ୍ୟମ ଆଗରେ ଅଞ୍ଜୁ ବାପାଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ: ‘ଯେବେଠୁ ସେ ଭାରତ ସୀମା ଟପିଲା, ସେବେଠାରୁ ସେ ଆମ ପାଇଁ ମରିଯାଇଛି’ । ଗଣମାଧ୍ୟମ ଆଗରେ ଏଭଳି କହିଛନ୍ତି ପାକିସ୍ତାନ ପଳାୟନ କରି ସେଠାରେ ନସରୁଲ୍ଲାଙ୍କୁ ବାହା ହୋଇଥିବା ଅଞ୍ଜୁଙ୍କ ବାପା ।  ବିଦେଶ ବୁଲିବାକୁ ଯାଉଥିବା କହି ପାକିସ୍ତାନ ପଳାଇବା ପରେ ସେଠାରେ ଖିବର ପକ୍ତୁନଖ୍ୱା ବାସିନ୍ଦା ନସରୁଲ୍ଲା ନାମକ ଯୁବକକୁ ବିବାହ କରିବା ପରେ ପ୍ରତିକ୍ରିୟଶୀଳ ହୋଇଛନ୍ତି ଅଞ୍ଜୁଙ୍କ ବାପା । କହିଛନ୍ତି,’ ତା ବିଷୟରେ ମୋର  କିଛି ବିContinue reading “‘ଭାରତ ସୀମା ଡେଇଁବା ପରେ ସେ  ଆମ ପାଇଁ ସେ ମରିଯାଇଛି’: ଗଣମାଧ୍ୟମ ଆଗରେ ଅଞ୍ଜୁ ବାପାଙ୍କ ପ୍ରତିକ୍ରିୟା”

Design a site like this with WordPress.com
Get started