ବିଧାୟକଙ୍କ ଘରେ ପଶି ଆକ୍ରମଣ : ବୁଝାଇବାକୁ ଯାଇଥିବା ପୋଲିସକୁ ମାଡ ମାରିଲେ ଦୁଇ ମଦ୍ୟପ ଯୁବକ

କନକ ବ୍ୟୁରୋ : ବିଧାୟକଙ୍କ ଘରେ ପଶି ଆକ୍ରମଣ । ବୁଝାଇବାକୁ ଯାଇଥିବା ପୁଲିସକୁ ମାଡ ମାରିଲେ ଦୁଇ ମଦ୍ୟପ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳୁ ଜିଲ୍ଲାରେ । ଅନୁୁଗୁଳୁ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଘର ପାଖରେ ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ସେମାନେ ପୁଲିସ ସହ ଯୁକ୍ତିତର୍କ କରିଥିଲେ ।Continue reading “ବିଧାୟକଙ୍କ ଘରେ ପଶି ଆକ୍ରମଣ : ବୁଝାଇବାକୁ ଯାଇଥିବା ପୋଲିସକୁ ମାଡ ମାରିଲେ ଦୁଇ ମଦ୍ୟପ ଯୁବକ”

ନବ ଦାସ ହତ୍ୟାକାଣ୍ଡ ମାମଲା : ଝାରସୁଗୁଡା କୋର୍ଟରେ ଆଜି ହାଜର ହେବ ଗୋପାଳ ଦାସ

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଆଜି କୋଟରେ ହାଜର ହେବେ । ଏଥିପାଇଁ ଗତକାଲି ବିଳମ୍ବିତ ରାତିରୁ ଚୌଦ୍ୱାର ଜେଲରୁ ଝାରସୁଗୁଡା ନିଆଯାଇଛି । ଆଜି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହେବ ଗୋପାଳ । ଗତ ୧୩ ତାରିଖରେ ପୂର୍ବତନ ଏଏସଆଇ ଗୋପାଳକୁ ଝାରସୁଗୁଡା ଜେଏଏସଫି କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ମାମଲା ଉପର କୋର୍ଟ ତଥା ଝାରସୁଗୁଡାContinue reading “ନବ ଦାସ ହତ୍ୟାକାଣ୍ଡ ମାମଲା : ଝାରସୁଗୁଡା କୋର୍ଟରେ ଆଜି ହାଜର ହେବ ଗୋପାଳ ଦାସ”

ମଣିପୁରକୁ ନେଇ ସଂସଦରେ ଅଚଳାବସ୍ଥା : ଆଜି ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ କମ୍ପିଲା ସଂସଦ । ଆଜି ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ଏ ସଂକ୍ରାନ୍ତରେ ବାଚସ୍ପତିଙ୍କୁ ନୋଟିସ ଦିଆଯିବ ବୋଲି ଇଣ୍ଡିଆ ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଛି । ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ସକାଳେ ବିରୋଧୀଦଳଗୁଡିକର ବୈଠକ ହେବ । ଏବାବଦରେ ଆଇଏନଡିଆଇଏ ନେତାମାନେ ଚୂଡ଼ାନ୍ତ ନିଷ୍ପତି ନେବେ । ଏଥିପାଇଁ ଦଳର ସବୁ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପContinue reading “ମଣିପୁରକୁ ନେଇ ସଂସଦରେ ଅଚଳାବସ୍ଥା : ଆଜି ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ”

ମହାପ୍ରଭୁଙ୍କ ବନକଲାଗି ବିବାଦ : ଆଜି ନୀତି କରିବାକୁ ଦତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ; ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ନିଳାଦ୍ରୀ ବିଜେର ୨୫ ଦିନ ପରେ ବି ବନକଲାଗି ନିତି ହୋଇପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ ଦତ ମହାପାତ୍ର ନିଯୋଗକୁ ଆଜି ବନକଲାଗି ନୀତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବନକଲାଗି ନୀତି ନକଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବି କହିଛି ଶ୍ରୀମନ୍ଦିରContinue reading “ମହାପ୍ରଭୁଙ୍କ ବନକଲାଗି ବିବାଦ : ଆଜି ନୀତି କରିବାକୁ ଦତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ; ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ”

ଆଜି କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : କରିବେ ମାଆ କଟକ ଚଣ୍ଡିଙ୍କ ଦର୍ଶନ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

କନକ ବ୍ୟୁରୋ : ୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ରାଜଭବନ ଯିବା ବାଟରେ ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତିଙ୍କର କଟକ ଗସ୍ତ ରହିଛି । କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ । ଆଜି ସକାଳ ୮ଟାରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦର ଯିବେ । ସେଠାରୁ ସ୍ୱତନ୍ତ୍ରContinue reading “ଆଜି କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : କରିବେ ମାଆ କଟକ ଚଣ୍ଡିଙ୍କ ଦର୍ଶନ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ”

ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ହେବ ଉପସ୍ଥାପନ

କନକ ବ୍ୟୁରୋ : ଦିଲ୍ଲୀରେ ଅଧିକାରୀମାନଙ୍କର ଟ୍ରାନ୍ସଫର ଓ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ମଙ୍ଗଳବାର ଦିନ ମୋଦୀ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ଏବେ ଏହି ଅଧ୍ୟାଦେଶକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବେ । କେନ୍ଦ୍ର ସରକାର ମେ ମାସ ୧୯ ତାରିଖରେ ଏହି ଅଧ୍ୟାଦେଶ ଜାରି କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶରେ ଗ୍ରୁପ-ଏ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଓContinue reading “ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ହେବ ଉପସ୍ଥାପନ”

ସ୍ୱଭାବିକ ହୋଇଛି ଆଇଆରସିଟିସି ସାଇଟ, ବୈଷୟିକ ତୃଟି ପାଇଁ ଟିକେଟ ବୁକିଂରେ ହେଉଥିଲା ଅସୁବିଧା

କନକ ବ୍ୟୁରୋ : ସ୍ୱାଭାବିକ ହେଲା ଆଇଆରସିଟିସି ସାଇଟ୍ । ପୂର୍ବରୁ ବୈଷୟିକ ତ୍ରୁଟି ପାଇଁ ଟିକେଟ ବୁକିଂରେ ସମସ୍ୟା ହୋଇଥିବାବେଳେ ଏବେ ପୁଣିଥରେ ସ୍ୱାଭାବିକ ହୋଇଛି । ମଙ୍ଗଳବାର ସକାଳୁ ଆଇଆରସିଟିସି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ୱେବସାଇଟରେ ଟିକେଟ ବୁକିଂ ହୋଇପାରୁନଥିଲା । ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଦେଶରେ ରେଳ ଟିକେଟ୍ ବୁକିଂ ହୋଇ ପାରୁ ନଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଜାହିର କରିଥିଲେ ଲୋକେ ।Continue reading “ସ୍ୱଭାବିକ ହୋଇଛି ଆଇଆରସିଟିସି ସାଇଟ, ବୈଷୟିକ ତୃଟି ପାଇଁ ଟିକେଟ ବୁକିଂରେ ହେଉଥିଲା ଅସୁବିଧା”

ରାଜସ୍ଥାନ ବିଧାୟକଙ୍କ ଅଜବ ପ୍ରତିବାଦ, ମହିଳାଙ୍କ ସମ୍ମାନ ପାଇଁ ଓଟରେ ରାଲିକଲେ ରାଜେନ୍ଦ୍ର ଗୁଡା

କନକ ବ୍ୟୁରୋ : ମହିଳାଙ୍କ ସମ୍ମାନ ପାଇଁ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କ ଓଟ ରାଲି କରିଛନ୍ତି । ମନ୍ତ୍ରୀ ପଦ ଯିବା ସହ ରାଜସ୍ଥାନ ବିଧାନସଭାରୁ ବିଦା ହେବା ପରେ ନିଜ ସମର୍ଥକଙ୍କ ସହ ଓଟ ରାଲିରେ ଉଦୟପୁରବାଟି ପହଁଚିଛନ୍ତି । ରାଜସ୍ଥାନର ଗେହଲଟ ସରକାରରୁ ମନ୍ତ୍ରୀ ପଦରୁ ବହିଷ୍କାର ହେବା ପରେ ନିଜର ବିଧାନସଭା କ୍ଷେତ୍ର ଉଦୟପୁରବାଟୀ, ଉଦୟପୁରବାଟୀର ଝଡ଼ାୟା ନଗର ବାଲାଜୀରୁ ଓଟ ରାଲି ଆରମ୍ଭ କରିଛନ୍ତି   । ସମର୍ଥକମାନେ ରାଜେନ୍ଦ୍ରContinue reading “ରାଜସ୍ଥାନ ବିଧାୟକଙ୍କ ଅଜବ ପ୍ରତିବାଦ, ମହିଳାଙ୍କ ସମ୍ମାନ ପାଇଁ ଓଟରେ ରାଲିକଲେ ରାଜେନ୍ଦ୍ର ଗୁଡା”

ସୀମା ଓ ସଚିନଙ୍କ ପାଇଁ ବଢିଲା ଅଡୁଆ, ପୁଣିଥରେ ସେମାନଙ୍କୁ ଉଠାଇନେଲା ଏଟିଏସ୍

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚିତ ଯୋଡ଼ି ସୀମା ଓ ସଚିନଙ୍କୁ ଉଠାଇନେଲା ଏଟିଏସ୍ । ଦୁହିଁଙ୍କ ଦେହ ଅସୁସ୍ଥ ନେଇ ସୂଚନା ରହିଥିବାବେଳେ ଏବେ ତୁରନ୍ତ ସୁସ୍ଥ ହେବା ପରେ ଦୁହିଁଙ୍କୁ ଏଟିଏସ ଉଠାଇନେଇଛି । ଦୁହିଁଙ୍କୁ ଆଇବି ଏବଂ ଏଟିଏସ ମିଳିତ ଭାବେ ପଚରାଉଚରା କରୁଛନ୍ତି । ପ୍ରେମ ପାଇଁ ପାକିସ୍ତାନ ସୀମା ପାର କରି ଭାରତ ଆସିଥିବା ସୀମାକୁ ନେଇ ଏବେ ବି ସନ୍ଦେହ ରହିଛି । ଗୋଟିଏ ପଟେ ସୀମାContinue reading “ସୀମା ଓ ସଚିନଙ୍କ ପାଇଁ ବଢିଲା ଅଡୁଆ, ପୁଣିଥରେ ସେମାନଙ୍କୁ ଉଠାଇନେଲା ଏଟିଏସ୍”

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା । ରାସ୍ତାଘାଟ,କ୍ଷେତବାଡ଼ି ଠାରୁ ଆରମ୍ଭ କରି ଏୟାରପୋର୍ଟ ପଶୁଛି ପାଣି

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି । ଯମୁନାର ଜଳସ୍ତର କିଛି ସମୟ ପାଇଁ କମୁଥିବାବେଳେ ପୁଣି ବଢ଼ୁଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି । କେବଳ ଦିଲ୍ଲୀ ନୁହେଁ , ଉତର ପ୍ରଦେଶ, କର୍ଣ୍ଣାଟକ, ପଂଜାବ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ବନ୍ୟାସ୍ଥିତି ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି । ବନ୍ୟା ଫଳରେ ଲୋକଙ୍କ ଘରଦ୍ୱାର, ବିଲବାଡ଼ି ଆଦି ବୁଡ଼ିଯାଇଛି । କର୍ଣ୍ଣାଟକର ହାଭେରୀରେ ବନ୍ୟାContinue reading “ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା । ରାସ୍ତାଘାଟ,କ୍ଷେତବାଡ଼ି ଠାରୁ ଆରମ୍ଭ କରି ଏୟାରପୋର୍ଟ ପଶୁଛି ପାଣି”

Design a site like this with WordPress.com
Get started