ପ୍ରୋଟୋକଲ ଭାଙ୍ଗିଲେ, ଲୋକଙ୍କ ସହ ମିଶିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଧାନୀରେ ମହାମହିମଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

କନକ ବ୍ୟୁରୋ:  ପ୍ରୋଟୋକଲ ଭାଙ୍ଗିଲେ ଲୋକଙ୍କୁ ହାତହଲାଇ ଅଭିବାଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରୁ ରାଜଭବନ ଯିବା ବାଟରେ ପ୍ରଟୋକଲ ଭାଙ୍ଗି ଗାଡିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି । ରାସ୍ତାରେ ଚାଲିଚାଲି ସେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଲୋକେ ବି ପ୍ରଥମ ନାଗରିକଙ୍କୁ ପାଖରେ ପାଇ ବେସ ଖୁସି ଅନୁଭବ କରିଥଲେ । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟContinue reading “ପ୍ରୋଟୋକଲ ଭାଙ୍ଗିଲେ, ଲୋକଙ୍କ ସହ ମିଶିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଧାନୀରେ ମହାମହିମଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା “

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ନିଆରା ପ୍ରୟାସ, କେଉଁଠି ଖୋଳକୀର୍ତ୍ତନ ତ ଆଉ କେଉଁଠି ଆଦିବାସୀ ନୃତ୍ୟ …

କନକ ବ୍ୟୁରୋ: ମହାମହିମଙ୍କ ସ୍ୱାଗତ ପାଇଁ କିଏ କେତେ ପ୍ରକାରର ପ୍ରୟାସ କରିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖୋଳକୀର୍ତ୍ତନ ସହ ମହାମହିମଙ୍କୁ ସ୍ୱାଗତ କରିଛନ୍ତି ସଙ୍କୀର୍ତ୍ତନ ଦଳ । ଦ୍ରୌପଦୀ ମୁର୍ମଙ୍କ ଫଟୋ ସହ ହାତରେ ତ୍ରିରଙ୍ଗାଧରି ସମସ୍ତେ ତାଙ୍କୁ ସ୍ୱାଗତ କରିଛନ୍ତି । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେContinue reading “ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ନିଆରା ପ୍ରୟାସ, କେଉଁଠି ଖୋଳକୀର୍ତ୍ତନ ତ ଆଉ କେଉଁଠି ଆଦିବାସୀ ନୃତ୍ୟ …”

ରାଜକନିକାରେ ଦେଖିବାକୁ ମିଳେ ମଣିଷ ମହୁମାଛିର ମଧୁର ସଂପର୍କ । ମହୁ ମାଛିଙ୍କ ପ୍ରେମରେ ପଡିଛନ୍ତି ଆଳିର ପାନ ଦୋକାନୀ ହୀରା

କନକ ବ୍ୟୁରୋ : ମହୁମାଛିଙ୍କ ପ୍ରିୟ ମଣିଷ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଲୋକାପଡା ଗାଁର ଗଣେଶ ଚନ୍ଦ୍ର ରାୟ । ହୀରା ନାଁରେ ପରିଚିତ ଏହି ବ୍ୟକ୍ତି ଜଣଙ୍କ ଆଳି ବଜାରରେ ଏକ ପାନ ଦୋକାନ କରିଛନ୍ତି । ପାନ ଦୋକାନ ଖୋଲିବା କ୍ଷଣି ଗ୍ରାହକଙ୍କ ଭିଡ ଲାଗୁଛି । ପାନ ଖାଇବା ପାଇଁ ନୁହେଁ ବରଂ ହୀରାଙ୍କ ମହୁମାଛିଙ୍କୁ ଦେଖିବା ପାଇଁ । ସକାଳୁ ସଞ୍ଜ ଯାଏଁ ହୀରାଙ୍କ ଦେହରେ ବସିବା ସହ ଦୋକାନରେContinue reading “ରାଜକନିକାରେ ଦେଖିବାକୁ ମିଳେ ମଣିଷ ମହୁମାଛିର ମଧୁର ସଂପର୍କ । ମହୁ ମାଛିଙ୍କ ପ୍ରେମରେ ପଡିଛନ୍ତି ଆଳିର ପାନ ଦୋକାନୀ ହୀରା”

ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଗୁହାରୀ ଶୁଣିଲେ ନାହିଁ ପ୍ରଶାସନିକ ବାବୁ । ରୋଗିଣା ପୁଅକୁ ଧରି ଫେରିଗଲେ ବାପା

କନକ ବ୍ୟୁରୋ : ଜନଶୁଣାଣୀକୁ ଆସିଲେ ନିରାଶ ହୋଇ ଫେରିଲେ । ଦିବ୍ୟାଙ୍ଗ ନାବାଳକକୁ ନା ବସିବାକୁ ଦେଲେ ନା ତାଙ୍କ ଅଭିଯୋଗ କେହି ଶୁଣିଲେ । ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ନାଗେନମାଲ ଗାଁର ଦେବାନନ୍ଦ ଧରେଇ ତାଙ୍କ ପୁଅକୁ ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରକୁ ଆସିଥିଲେ । ଜିଲ୍ଲାପାଳଙ୍କୁ ଦେଖା କରି ପୁଅର ସମସ୍ୟା ସଂପର୍କରେ ଜଣାଇବେ । ହେଲେ ସେମିତି କିଛି ହେଲା ନାହିଁ, ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ମିଲିଲାContinue reading “ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଗୁହାରୀ ଶୁଣିଲେ ନାହିଁ ପ୍ରଶାସନିକ ବାବୁ । ରୋଗିଣା ପୁଅକୁ ଧରି ଫେରିଗଲେ ବାପା”

ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି । ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ

କନକ ବ୍ୟୁରୋ : ଯୌବନରେ ସଂସାର ଗଢିବାକୁ ଶାଶୁଘରକୁ ଆସିଥିଲେ ରାୟଗଡା ଜିଲ୍ଲା ଗୁଣୁପୁର ଜଗନ୍ନାଥ ନଗରର ଉଚ୍ଚ ଶିକ୍ଷିତା ରଶ୍ମିତା ପାଣିଗ୍ରାହୀ । ସ୍ୱାମୀଙ୍କ ସହ ସଂସାର ଗଢିବା ସହ ଆଇଏଏସ ହେବେ । ହେଲେ ସଂସାର ଭିତରେ ସ୍ନେହ, ଶ୍ରଦ୍ଧା, ସମ୍ମାନ ବଦଳରେ ବସା ବାନ୍ଧିଲା ଯୌତୁକ ଲୋଭ । ସ୍ତ୍ରୀଙ୍କ ପାଇଁ ସୈତାନ ପାଲଟିଗଲେ ସ୍ୱାମୀ । ପଦ୍ମପୁର ଅଂଚଳର ରାମଚନ୍ଦ୍ର ପାଢୀ ବୁଝିଲେ ନାହିଁ, ସ୍ତ୍ରୀର ସମର୍ପଣ ଓ ତ୍ୟାଗକୁ ।Continue reading “ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି । ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ”

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

କନକ ବ୍ୟୁରୋ: ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଲେ ମହାମହିମ । ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରିContinue reading “ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ”

ଲଗାଣ ବର୍ଷା ଫଳରେ ଚିତ୍ରକୋଣ୍ଡା ପାପରମେଟଲାରେ ଭାଙ୍ଗିଗଲା ବନ୍ଧ । ଚାଷ ଜମିରେ ମାଡିଗଲା ପଥର ଓ ବାଲି

କନକ ବ୍ୟୁରୋ : ପାଣି ଧୋଇ ନେଇଛି ଚାଷୀଙ୍କ ପରିଶ୍ରମ । ବନ୍ଧ ଭାଙ୍ଗି ଚାଷ ଜମିରେ ପଥର ଓ ବାଲି ଚରି ଯାଇଛି । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ପାପରମେଟଲାରେ ବନ୍ଧ ଭାଙ୍ଗି ଯିବାରୁ ଚାଷ ଜମିରେ ପଥର ଖଣ୍ଡ ଓ ବାଲି ଚରି ଯାଇଛି । ୧୦ରୁ ୧୨ ଏକର ଜମିରେ ଧାନ, ମାଣ୍ଡିଆContinue reading “ଲଗାଣ ବର୍ଷା ଫଳରେ ଚିତ୍ରକୋଣ୍ଡା ପାପରମେଟଲାରେ ଭାଙ୍ଗିଗଲା ବନ୍ଧ । ଚାଷ ଜମିରେ ମାଡିଗଲା ପଥର ଓ ବାଲି”

ଜାତିଗତ ଆକ୍ଷେପ କରି ଶାଶୁଘର ଲୋକ ବୋହୂକୁ ଠାକୁର ଓ ରୋଷେଇ ଘରକୁ ଛାଡୁନଥିବା ଅଭିଯୋଗ, ଜଳେଶ୍ୱର ଥାନାର ଦ୍ୱାରସ୍ଥ ହେଲେ ବୋହୂ

କନକ ବ୍ୟୁରୋ: ବୋହୂକୁ ଠାକୁର ଘର ଓ ରୋଷେଇ ଘର ମନା । ଜାତିଗତ ଭେଦଭାବ ଦେଖାଇ ଶାଶୁଘର ଲୋକ ଠାକୁର ଓ ରୋଷେଇ ଘରକୁ ଛାଡୁନଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଂଚଳରୁ ଆସିଛି ଏମିତି ସମ୍ବେଦନଶୀଳ ଅଭିଯୋଗ । ଜାତିଆଣ ଆକ୍ଷେପ କରାଯାଉଥିବା ନେଇ ବୋହୂ ଜଣକ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ୯ ଦିନ ହେଲା ଅଭିଯୋଗ କରିଥିବା ମହିଳା ଜଣଙ୍କ ନ୍ୟାୟ ପାଇଁ ଗୁହାରୀ କରିଛନ୍ତିContinue reading “ଜାତିଗତ ଆକ୍ଷେପ କରି ଶାଶୁଘର ଲୋକ ବୋହୂକୁ ଠାକୁର ଓ ରୋଷେଇ ଘରକୁ ଛାଡୁନଥିବା ଅଭିଯୋଗ, ଜଳେଶ୍ୱର ଥାନାର ଦ୍ୱାରସ୍ଥ ହେଲେ ବୋହୂ”

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡାଙ୍କ ବଡ ଘୋଷଣା, ଦଳ ଏକାକୀ ଲଢିବ ଲୋକସଭା ନିର୍ବାଚନ

କନକ ବ୍ୟୁରୋ : ଦେଶର ବିରୋଧୀମେଣ୍ଟ ଏକଜୁଟ ହେବା ପରେ ଏବେ ଏନଡିଏ ମଧ୍ୟ ତାର ପୂର୍ବ ସହଯୋଗୀଙ୍କୁ ଆକ୍ଟିଭ କରିବାକୁ ଚେଷ୍ଟା କରିଛି । ୨୬ ଟି ଦଳକୁ ନେଇ ବିରୋଧୀ ‘ଇଣ୍ଡିଆ’ ନାମରେ ମେଣ୍ଟ କରିଥିବା ବେଳେ ୩୮ଟି ଦଳକୁ ନେଇ ବିଜେପି ତାର ପୂର୍ବ ଏନଡିଏ ମେଣ୍ଟକୁ ଆକ୍ଟିଭ କରିଛି । ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ଦଳ ଜେଡି(ଏସ) ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ଜୋରContinue reading “ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡାଙ୍କ ବଡ ଘୋଷଣା, ଦଳ ଏକାକୀ ଲଢିବ ଲୋକସଭା ନିର୍ବାଚନ”

କେଉଁ ଦିନ ହେବ ବନକଲାଗି ନୀତି ? ପ୍ରଶାସନ କହୁଛି ବୁଧବାର, ଦତ୍ତମହାପାତ୍ର ସେବାୟତ କହିଲେ ଗୁରୁବାର ।

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ପ୍ରସଙ୍ଗ । ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଦତ୍ତମହାପାତ୍ରଙ୍କ ବିରୋଧ । ପ୍ରଶାସନ କହିଛି କାଲି ବନକଲାଗି ହେବ ବୋଲି । ମାତ୍ର ସେମାନେ ପ୍ରସ୍ତୁତ ନଥିବା କଥା କହିଛନ୍ତି ଦତ୍ତମହାପାତ୍ର । ଏହା ସହ ଦତ୍ତମହାପାତ୍ର ସେବାୟତଙ୍କ କହିବା କଥା ଗୁରୁବାର ହେବ ବନକଲାଗି ନୀତି । ତେବେ ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ କିଛି ଦିନ ଧରି ଲାଗି ରହିଛି । ନୀଳାଦ୍ରିବିଜେ ପରଠୁ ରତ୍ନସିଂହାସନରେContinue reading “କେଉଁ ଦିନ ହେବ ବନକଲାଗି ନୀତି ? ପ୍ରଶାସନ କହୁଛି ବୁଧବାର, ଦତ୍ତମହାପାତ୍ର ସେବାୟତ କହିଲେ ଗୁରୁବାର ।”

Design a site like this with WordPress.com
Get started