କଥା କଥାରେ ଏବେ ଫେରାଇପାରିବେ ନାହିଁ ପୁରସ୍କାର, ଏବେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନେବାକୁ ପଡିବ ଶପଥ !

କନକ ବ୍ୟୁରୋ : କଥା କଥା ପୁରସ୍କାର ଫେରାଇ ଦେବା ବା ଫେରାଇ ଦେବାକୁ ଧମକ ଦେବା ଟ୍ରେଣ୍ଡ ବଢିବାରେ ଲାଗିଛି । ଦେଶରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପୁରସ୍କାର ଫେରାଇବା ମାମଲା ସବୁବେଳେ ଚର୍ଚ୍ଚାରେ ରହୁଛି । ଏବେ ଏବେ ମଣିପୁରର ଜଣେ ଟପ୍ ଆଥଲେଟସ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି କି ମଣିପୁରରେ ଲାଗି ରହିଥିବା ହିଂସାକୁ ସରକାର ତୁରନ୍ତ ନିୟନ୍ତ୍ରଣକୁ ନଆଣିପାରିଲେ ସେ ପୁରସ୍କାର ଫେରାଇContinue reading “କଥା କଥାରେ ଏବେ ଫେରାଇପାରିବେ ନାହିଁ ପୁରସ୍କାର, ଏବେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନେବାକୁ ପଡିବ ଶପଥ !”

ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ନେଇ ମୋଦୀଙ୍କ କଟାକ୍ଷ । କହିଲେ,ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ରହିଥିଲା । 

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଜେପିର ସଂସଦୀୟ ଦଳ ବୈଠକ ବସିଛି । ଏହି ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡିଆ ନାମ ଲଗାଇବା ଦ୍ୱାରା କିଛି ହେବ ନାହିଁ । ଏହାସହ ଇଣ୍ଡିଆ ମେଣ୍ଟର ତୁଳନା ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନ, ଇଷ୍ଟ ଇଣ୍ଡିଆ ଓContinue reading “ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ନେଇ ମୋଦୀଙ୍କ କଟାକ୍ଷ । କହିଲେ,ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ରହିଥିଲା । “

ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ ମେଣ୍ଟ, ଜାଣନ୍ତୁ ସଫଳ ହେବାକୁ କିଭଳି ପ୍ରସ୍ତୁତ ହୋଇଛି ଯୋଜନା

କନକ ବ୍ୟୁରୋ : ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ସଦନରେ ବିରୋଧୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଏକ ସୂତ୍ର ସୂଚନା ରହିଛି । ଏହି କ୍ରମରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଣିପୁର ଘଟଣାକୁ ନେଇ ଲୋକସଭାରେ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି । ମଣିପୁରରେ ଚାଲିଥିବା ହିଂସାକୁ ନେଇ ଆଲୋଚନା ପାଇଁ (ସାଂସଦ ନିୟମ ୨୬୭ ଅନୁଯାୟୀ) ନୋଟିସ କରିଛନ୍ତି । ଏହିContinue reading “ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ ମେଣ୍ଟ, ଜାଣନ୍ତୁ ସଫଳ ହେବାକୁ କିଭଳି ପ୍ରସ୍ତୁତ ହୋଇଛି ଯୋଜନା”

ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ଯାଞ୍ଚ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଭିତ୍ତିଭୂମି

କନକ ବ୍ୟୁରୋ : କେନ୍ଦୁଝରରେ ୭ଦିନ ମଧ୍ୟରେ ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ । ପ୍ରତି ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ୍ । ୨ଟି ଭିନ୍ନ ଭିନ୍ନ ଘଟଣାରେ ୪ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର ହୋଇଛନ୍ତି । ଆଗକୁ ଏପରି ଘଟଣା ରୋକିବା ପାଇଁ ସଜାଗ ହୋଇଛି ପ୍ରଶାସନ । ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହ ଆବାସିକ ସ୍କୁଲ, ହଷ୍ଟେଲ ଓContinue reading “ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ଯାଞ୍ଚ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଭିତ୍ତିଭୂମି”

ମଣିପୁର ହିଂସାର ଆଉ ଏକ କାହାଣୀ : ଉପଦ୍ରବକାରୀଙ୍କ ଆକ୍ରମଣରେ ପରେ ଶଯ୍ୟାଶାୟୀ ବିଜେପି ବିଧାୟକ; ପାର୍ଟି ଲୋକ ବି ଅନେଇ ନଥିବା କହିଲେ ପୁଅ

କନକ ବ୍ୟୁରୋ : ସାମ୍ନାକୁ ଆସୁଛି ମେ-୩,୪ ତାରିଖରେ ମଣିପୁର ହିଂସାର ଗୋଟିଏ ପରେ ଗୋଟିଏ ଅଘଟଣର କାହାଣୀ ଏବେ ସାମ୍ନାକୁ ଆସିବାରେ ଲାଗିଛି । ମୈତେୟୀ ଓ କୁକି ସମ୍ପ୍ରଦାୟ ଭିତରେ ହିଂସାତ୍ମକ ସଂଘର୍ଷ ଭିତରେ ସାଧାରଣ ଲୋକଙ୍କ କଥା ଛାଡନ୍ତୁ ବିଧାୟକ ବି ବାଦ୍ ପଡି ନାହାଁନ୍ତି । ମେ ୪ ତାରିଖରେ ଉପଦ୍ରବକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ ବିଜେପି ବିଧାୟକ ଭୁନଜାଗିନ୍ ଭୋଲଟେ । ରାତିରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀContinue reading “ମଣିପୁର ହିଂସାର ଆଉ ଏକ କାହାଣୀ : ଉପଦ୍ରବକାରୀଙ୍କ ଆକ୍ରମଣରେ ପରେ ଶଯ୍ୟାଶାୟୀ ବିଜେପି ବିଧାୟକ; ପାର୍ଟି ଲୋକ ବି ଅନେଇ ନଥିବା କହିଲେ ପୁଅ”

ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ, ସୂଚନା ଦେଲେ ଏସପି

କନକ ବ୍ୟୁରୋ : ଖୁବଶୀଘ୍ର ଓଏସଏସସି ପ୍ରଶ୍ନପତ୍ର ଲିକ୍ର ଫିଟିବ ଗୁମର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତି ଚାଲିଛି । ତିନୋଟି ଏଥିରେ ନିୟୋଜିତ ଅଛନ୍ତି । ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ । ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ସେହିପରି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁContinue reading “ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ, ସୂଚନା ଦେଲେ ଏସପି”

ବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ : ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି କଲେ କଟାକ୍ଷ

କନକ ବ୍ୟୁରୋ : ବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆକ୍ଷେପ । ମୋଦୀ କହିଛନ୍ତି ଇଣ୍ଡିଆ ନାଁ ରଖିଥିଲେ କିଛି ହୋଇଯିବ ନାହିଁ । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ବିଜେପି ସଂସଦୀୟ ଦଳକୁ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଏବେ ଦିଗହରା ଓ ହତାଶ ହୋଇପଡ଼ିଛନ୍ତି । ପୂର୍ବରୁ ବିରୋଧୀ ଏପରି ଦିଗହରା ହୋଇଥିବାContinue reading “ବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ : ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି କଲେ କଟାକ୍ଷ”

ଡେଙ୍ଗୁ ମୃତ୍ୟୁକୁ ନେଇ ଅଭିନବ ପ୍ରତିବାଦ : ମଶାରୀ ଟାଙ୍ଗୀ ବିଏମସି ଅଫିସ ସାମ୍ନାରେ ଧାରଣାରେ ବସିଲେ ବିଜେପି କର୍ମୀ

କନକ ବ୍ୟୁରୋ : ବିଜେପିର ଅଭିନବ ପ୍ରତିବାଦ । ଡେଙ୍ଗୁ ମୃତ୍ୟୁକୁ ନେଇ ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ । ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ଏ ଦିଗରେ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରି  ବିଜେପି କର୍ମୀ ଧାରଣା ଦେଇଛନ୍ତି । ରାଜଧାନୀରେ ଯଦି ଏଭଳି ଅବସ୍ଥା, ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ହୋଇଥିବା ନେଇ କଲେ ପ୍ରଶ୍ନ । ଭୁବନେଶ୍ୱର ଜିଲ୍ଲାContinue reading “ଡେଙ୍ଗୁ ମୃତ୍ୟୁକୁ ନେଇ ଅଭିନବ ପ୍ରତିବାଦ : ମଶାରୀ ଟାଙ୍ଗୀ ବିଏମସି ଅଫିସ ସାମ୍ନାରେ ଧାରଣାରେ ବସିଲେ ବିଜେପି କର୍ମୀ”

କେଉଁ କେଉଁ ସାପ କାମୁଡ଼ିଲେ ବିପଦ ? ସାପ କାମୁଡ଼ିଲେ କରିବେ କ’ଣ ?

କନକ ବ୍ୟୁରୋ : ଚିନ୍ତା ବଢ଼ାଇଲା ସାପ କାମୁଡ଼ା ଜନିତ ମୃତ୍ୟୁ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ମେଡିକାଲରେ ଆଂଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଲୋକଙ୍କ ଭିତରେ ସଚେତନତା ନଥିବାରୁ ଗୁଣି ଗାରେଡ଼ି ଚିକିତ୍ସାରେ ସମୟ ନଷ୍ଟ କରୁଛନ୍ତି ଲୋକେ । ସାପ କାମୁଡ଼ିଲେ ଗୁଣି ଗାରେଡ଼ି ଚିକିତ୍ସା ନକରି ତୁରନ୍ତ ମେଡିକାଲ ନେବାକୁ ଲୋକଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି । ସାପContinue reading “କେଉଁ କେଉଁ ସାପ କାମୁଡ଼ିଲେ ବିପଦ ? ସାପ କାମୁଡ଼ିଲେ କରିବେ କ’ଣ ?”

ବର୍ଷା ପାଇଁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ପାଖରେ ମଗ ରଖି ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ପରୀକ୍ଷା ଟେବୁଲ ଉପରେ ମଗ୍ ରଖି ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନିର ଛାତ୍ରଛାତ୍ରୀ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୯ ସ୍ଥିତ ଡଃ ଶ୍ୟାମପ୍ରସାଦ ଯୁକ୍ତ ତିନି ମହାବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ । ମଙ୍ଗଳବାର ଯୁକ୍ତ ତିନି କଳାର ଚତୁର୍ଥ ସେମିଷ୍ଟାର ଲାଗି ପରୀକ୍ଷା ଚାଲିଛି । ତେବେ ଲଗାଣ ବର୍ଷା ପାଇଁ ଛାତରୁ ପାଣି ଗଳୁଛି, ଯାହାଫଳରେ ପରୀକ୍ଷାର୍ଥୀ ଟେବୁଲ ଉପରେ ମଗ ରଖି ପରୀକ୍ଷା ଦେଉଛନ୍ତି ।Continue reading “ବର୍ଷା ପାଇଁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ପାଖରେ ମଗ ରଖି ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ”

Design a site like this with WordPress.com
Get started