ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି : ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ରଶ୍ମିତା ପାଣିଗ୍ରାହୀ; ଶରୀରର ୬୫% ପୋଡ଼ିଯାଇଥିବାରୁ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ମେଡିକାଲ ବେଡରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି । ଚିକିତ୍ସାଧୀନ ଅବସ୍ଥାନରେ ବି ଲକ୍ଷ୍ୟ ପୂରଣ କରିବା ପାଇଁ ଦୃଢ ନିଷ୍ଠା । ଇଏ ହେଲେ ରଶ୍ମିତା ପାଣିଗ୍ରାହୀ । ୨୮ ଅକ୍ଟୋବର ୨୦୨୨ରେ ଏକ ଅଘଟଣର ଶିକାର ହୋଇଥିଲେ । ଶାଶୁଘର ଲୋକେ ରଶ୍ମିତାଙ୍କୁ ପୋଡି ମାରିଦେବାର କରିଥିଲେ ଉଦ୍ୟମ । ଘଟଣାରେ ରଶ୍ମିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ହେଲେ ଏହି ଅଘଟଣ ପାଇଁ ରଶ୍ମିତାଙ୍କ ଶରୀର ପ୍ରାୟ ୬୫Continue reading “ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି : ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ରଶ୍ମିତା ପାଣିଗ୍ରାହୀ; ଶରୀରର ୬୫% ପୋଡ଼ିଯାଇଥିବାରୁ ଚାଲିଛି ଚିକିତ୍ସା”

ଚିନ୍ତା ବଢ଼ାଇଲା ସାପ କାମୁଡ଼ା ଜନିତ ମୃତ୍ୟୁ : ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ; ଗୁଣିଗାରେଡିକୁ ବିଶ୍ୱାସ ନକରି ମେଡିକାଲ ଆଣିବାକୁ ପରାମର୍ଶ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଲା ସାପ କାମୁଡ଼ା ଜନିତ ମୃତ୍ୟୁ । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ମେଡିକାଲରେ ଆଂଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଲୋକଙ୍କ ଭିତରେ ସଚେତନତା ନଥିବାରୁ ଗୁଣି ଗାରେଡ଼ି ଚିକିତ୍ସାରେ ସମୟ ନଷ୍ଟ କରୁଛନ୍ତି ଲୋକେ । ସାପ କାମୁଡ଼ିଲେ ଗୁଣି ଗାରେଡ଼ି ଚିକିତ୍ସା ନକରି ତୁରନ୍ତ ମେଡିକାଲ ଆଣିବାକୁ ଲୋକଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି । ସେପଟେ, ଆଜିContinue reading “ଚିନ୍ତା ବଢ଼ାଇଲା ସାପ କାମୁଡ଼ା ଜନିତ ମୃତ୍ୟୁ : ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ; ଗୁଣିଗାରେଡିକୁ ବିଶ୍ୱାସ ନକରି ମେଡିକାଲ ଆଣିବାକୁ ପରାମର୍ଶ”

ସାପ କାମୁଡାରେ ଦେଢବର୍ଷ ଶିଶୁପୁତ୍ର ମୃତ : ମା’ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ

କନକ ବ୍ୟୁରୋ : ସାପ କାମୁଡାରେ ଦେଢବର୍ଷ ଶିଶୁପୁତ୍ର ମୃତ, ସେପଟେ ମା’ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଉଦଳା ଶରତ ଥାନା କଟୁରିଆ ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ସୋମବାର ରାତିରେ କଟୁରିଆ ଗାଁର ମିନତୀ ମହାକୁଡ ନିଜ ଦେଢବର୍ଷର ଶିଶୁପୁଅକୁ ଧରି ଶୋଇଥିବା ବେଳେ ଏକ ବିଶାକ୍ତ ଚିତି ସାପ ଆସି ଉଭୟ ମା-ପୁଅକୁ କାମୁଡି ଦେଇଥିଲା । ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତିContinue reading “ସାପ କାମୁଡାରେ ଦେଢବର୍ଷ ଶିଶୁପୁତ୍ର ମୃତ : ମା’ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ”

ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

କନକ ବ୍ୟୁରୋ : ଆଜି ପୁଣି ହୀରାକୁଦ ଜଲଭଣ୍ଡାର ଆଉ୪ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଛି । ଗତକାଲି ହୀରାକୁଦ ଜଲଭଣ୍ଡାର ୮ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଲସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ପୁଣି ଆଉ ୪ ଟି ଗେଟ ଖୋଲିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି  । ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଲସ୍ତର ଆହୁରିContinue reading “ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ”

ହାତୀ ପାଇଁ ରାତି ଅନିଦ୍ରା : ଗାଁରେ ପାଳି କରି ଜଗୁଛନ୍ତି, ଘର ଛାତରେ ପଲିଥିନ୍ ବାନ୍ଧି ବସୁଛନ୍ତି ଲୋକେ

କନକ ବ୍ୟୁରୋ : ହାତୀ ପାଇଁ ରାତି ଅନିଦ୍ରା । ଗାଁ ଲୋକେ ପାଳି କରି ଜଗୁଛନ୍ତି ହାତୀ । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବକ୍ଲ ବତେମୁରା ପଞ୍ଚାୟତର ଲୋକଙ୍କୁ ଘାରିଛି ହାତୀ ଭୟ । ଗତ କିଛି ଦିନ ଏକ ଦନ୍ତାହାତୀ ଗାଁ ମୁଖା ହେଉଥିବାରୁ ବଲାରଙ୍ଗା ଓ କୁଢେନିଶା ଗାଁର ଲୋକେ ପାଳି କରି ହାତୀ ଜଗୁଛନ୍ତି । ଛାତ ଉପରେ ପଲିଥିନି ବାନ୍ଧି ଗ୍ରାମବାସୀ ଜଗି ରହୁଛନ୍ତି । ହାତୀ ଗାଁକୁ ପ୍ରବେଶContinue reading “ହାତୀ ପାଇଁ ରାତି ଅନିଦ୍ରା : ଗାଁରେ ପାଳି କରି ଜଗୁଛନ୍ତି, ଘର ଛାତରେ ପଲିଥିନ୍ ବାନ୍ଧି ବସୁଛନ୍ତି ଲୋକେ”

ଶୋଷ ମେଣ୍ଟାଇବାକୁ ଯାଇଥିଲେ, ମାଡି ଆସିଲା ବଢି ପାଣି; ଭାସି ଗଲେ ଶହ ଶହ ଗାଈଗୋରୁ

କନକ ବ୍ୟୁରୋ : ପାଣି ପିଇବାକୁ ନଦୀକୁ ଯାଇଥିଲେ ଗୋରୁ ପଲ । ହଠାତ୍ ମାଡି ଆସିଲା ପାଣି । ଭାସି ଗଲେ ଶହ ଶହ ଗାଈଗୋରୁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ । ମହାନଦୀରେ ପାଣି ପିଇବାକୁ ଆସିଥିଲେ ଶହ ଶହ ଗୋରୁ । ହେଲେ ଏହି ସମୟରେ ହଠାତ୍ ନଦୀରେ ପାଣି ମାଡି ଆସିଥିଲା । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯିବା ପରେ ମହାନଦୀରେ ବି ପାଣି ବୃଦ୍ଧିContinue reading “ଶୋଷ ମେଣ୍ଟାଇବାକୁ ଯାଇଥିଲେ, ମାଡି ଆସିଲା ବଢି ପାଣି; ଭାସି ଗଲେ ଶହ ଶହ ଗାଈଗୋରୁ”

ହରମନପ୍ରୀତଙ୍କୁ ଦଣ୍ଡିତ କରିପାରେ ଆଇସିସି, ଜାଣନ୍ତୁ କେତୋଟି ମ୍ୟାଚରୁ ହୋଇପାରନ୍ତି ବ୍ୟାନ୍?

କନକ ବ୍ୟୁରୋ : ଭାରତ-ବାଂଲାଦେଶ ମହିଳା ଟିମ ମଧ୍ୟରେ ହୋଇଥିବା ଦିନିକିଆ ସିରିଜକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ଅମୀମାଂସିତ ରହିଲା । ଫଳରେ ସିରିଜଟି ଡ୍ର ରହିଥିଲା । କିନ୍ତୁ ତୃତୀୟ ଦିନିକିଆରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର । ହରମନପ୍ରୀତଙ୍କୁ ବାଂଲାଦେଶ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ ଦେବାରୁ ରାଗରେContinue reading “ହରମନପ୍ରୀତଙ୍କୁ ଦଣ୍ଡିତ କରିପାରେ ଆଇସିସି, ଜାଣନ୍ତୁ କେତୋଟି ମ୍ୟାଚରୁ ହୋଇପାରନ୍ତି ବ୍ୟାନ୍?”

ପୁରୀରେ ତଳକୁ ଧସିଲା ରାସ୍ତା : ପାଂଚ ଫୁଟର ଓସାରର ପିଚୁ ରାସ୍ତା ଧସି ଯାଇ ସୃଷ୍ଟି ହୋଇଛି ବିରାଟ ଗାତ

ପୁରୀରେ ତଳକୁ ଧସିଲା ରାସ୍ତା । ବେଢି ହନୁମାନ ମନ୍ଦିର ସମ୍ମୁଖ ୨୦ ଫୁଟ ଚଉଡା ରାସ୍ତା ତଳକୁ ଦବି ଯାଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟବୀତ ହୋଇ ପଡିଛନ୍ତି । ନିମ୍ନମାନର କାମ ହୋଇଥିବାରୁ ପ୍ରାୟ ୨୦ ଫୁଟର ରାସ୍ତା ୫ ଫୁଟ ତଳକୁ ଦବି ବିରାଟ ଖାଲ ସୃଷ୍ଟି ହୋଇଛି । ଏ ହେଉଛି ପୁରୀର ଚକ୍ରତୀର୍ଥ ରୋଡ୍ । ଏହା ଏକ ସମ୍ବେଦନଶୀଳ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏହିContinue reading “ପୁରୀରେ ତଳକୁ ଧସିଲା ରାସ୍ତା : ପାଂଚ ଫୁଟର ଓସାରର ପିଚୁ ରାସ୍ତା ଧସି ଯାଇ ସୃଷ୍ଟି ହୋଇଛି ବିରାଟ ଗାତ”

ଲିଫ୍ଟ ଦେବା ବାହାନାରେ ବିଦେଶ ଫେରନ୍ତା ଯୁବକଙ୍କଠୁ ଲୁଟ : ମାଡ଼ ମାରିବା ସହ ନେଇଗଲେ ଟଙ୍କା, ପାସପୋର୍ଟ; ଲୁଟେରାଙ୍କୁ କାବୁ କଲା ପୋଲିସ

କନକ ବ୍ୟୁରୋ : ଲିଫ୍ଟ ଦେବା ବାହାନାରେ ବିଦେଶ ଫେରନ୍ତା ଯୁବକଙ୍କ ଠାରୁ ଲୁଟ । ଅଧାବାଟରେ ନିସ୍ତୁକ ମାଡ଼ ମାରିବା ସହ ନେଇଗଲେ ଟଙ୍କା, ପାସପୋର୍ଟ ଡ଼କ୍ୟୁମେଣ୍ଟ । ଭିଏତନାମାରୁ ନିଜ ଘରକୁ ପେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ ଯୁବକ ଦିଲ୍ଲୀପ ପାତ୍ର । ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କଠାରୁ ନଗଦ ଟଙ୍କା ସହ ପାସପୋର୍ଟ, ଆବଶ୍ୟକୀୟ ଡ଼କ୍ୟୁମେଣ୍ଟ ଉଦ୍ଧାର କରିଛି ପୋଲିସ । ନିଜର ହଜିଲା ଜିନିଷContinue reading “ଲିଫ୍ଟ ଦେବା ବାହାନାରେ ବିଦେଶ ଫେରନ୍ତା ଯୁବକଙ୍କଠୁ ଲୁଟ : ମାଡ଼ ମାରିବା ସହ ନେଇଗଲେ ଟଙ୍କା, ପାସପୋର୍ଟ; ଲୁଟେରାଙ୍କୁ କାବୁ କଲା ପୋଲିସ”

ଅନଲାଇନରେ ହୋଇ ପାରୁନାହିଁ ଟିକେଟ୍ ବୁକିଂ : ଲୋକଙ୍କ ଅଭିଯୋଗ ପରେ ସଫେଇ ରଖିଲା ଆଇଆରସିଟିସ

କନକ ବ୍ୟୁରୋ : ରେଳ ଟିକେଟ୍ ବୁକିଂ ପାଇଁ ଲୋକଙ୍କର ପ୍ରଥମ ପସନ୍ଦ ଆଇଆରସିଟିସି ସାଇଟ୍ । ହେଲେ ଦେଶର ଏହି ସବୁଠାରୁ ବଡ ରେଳ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ତ୍ରୁଟି ଦେଖିବାକୁ ମିଳିଛି । ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ ଟିକେଟ୍ ବୁକିଂ ହୋଇପାରୁନାହିଁ । ଫଳରେ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ରେଳ ଟିକେଟ୍ ବୁକିଂ ହୋଇ ପାରୁ ନଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଜାହିର କରିଛନ୍ତି ଲୋକେ । ଏହାରContinue reading “ଅନଲାଇନରେ ହୋଇ ପାରୁନାହିଁ ଟିକେଟ୍ ବୁକିଂ : ଲୋକଙ୍କ ଅଭିଯୋଗ ପରେ ସଫେଇ ରଖିଲା ଆଇଆରସିଟିସ”

Design a site like this with WordPress.com
Get started