କନକ ବ୍ୟୁରୋ: ରାଜସ୍ଥାନ ପୂର୍ବତନ ମନ୍ତ୍ରୀଙ୍କ କୋହ । କ୍ୟାମେରା ଆଗରେ କାନ୍ଦି କାନ୍ଦି ଦୁଃଖ ଜଣାଇଲେ ରାଜେନ୍ଦ୍ର ଗୁଢ଼ା । ମନ୍ତ୍ରୀ ପଦ ଯିବା ପରେ ସୋମବାର ରାଜସ୍ଥାନ ବିଧାନସଭାରୁ ବି ତାଙ୍କୁ ବିଦା କରାଯାଇଛି । ବେଶ ନାଟକୀୟ ଶୈଳୀରେ ରାଜେନ୍ଦ୍ର ଗୁଢ଼ାଙ୍କୁ ଚଳିତ ବିଧାନସଭା ଅଧିବେଶନରୁ ନୀଲମ୍ବିତ କରାଯାଇଛି । ରାଜସ୍ଥାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଘାଡିୱାଲଙ୍କ ମାଇକ୍ ଟାଣିବାରୁ ତାଙ୍କୁ ବିଧାନସଭାରୁ ନୀଲମ୍ବିତ କରାଯାଇଛି । ଘାଡିୱାଲ, ରାଜେନ୍ଦ୍ର ଗୁଢାଙ୍କୁContinue reading “ମନ୍ତ୍ରୀପଦରେ ରାଜସ୍ଥାନ ବିଧାନସଭାରୁ ବିଦା ହେଲେ ରାଜେନ୍ଦ୍ର ଗୁଢା: ସଦନରେ ଯୁକ୍ତି ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପାଇଁ ଚଳିତ ବିଧାନସଭା ଅଧିବେଶନରୁ ନିଲମ୍ବିତ”
Tag Archives: News
ପୁଣି ଉଛୁଳିଲା ଗଙ୍ଗା, ଯମୁନା: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନ
କନକ ବ୍ୟୁରୋ: ଜଳ ଦେଉଛି ଯାତନା । ଶୁଣିଥିବେ ଯେ, ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ଆଉ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଜଳବନ୍ଦୀ ଜୀବନଯାପନ କରୁଛନ୍ତି ଲକ୍ଷାଧିକ ଲୋକେ । ଅନ୍ୟପଟେ କିଛି ସମୟର ଆଶ୍ୱସ୍ତି ପରେ ପୁଣି ଯମୁନାର ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଛି । ସେପଟେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛିContinue reading “ପୁଣି ଉଛୁଳିଲା ଗଙ୍ଗା, ଯମୁନା: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନ”
ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ
କନକ ବ୍ୟୁରୋ: ଉତରପ୍ରଦେଶ ବାରାଣାସୀରେ ଥିବା ଜ୍ଞାନବ୍ୟାପି ମସଜିଦ ସୋମବାର ସକାଳୁ ଆରମ୍ଭ ହୋଇଥିବା ଏଏସ୍ଆଇ ସର୍ଭେ କାମ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏଏସ୍ଆଇର ପ୍ରାୟ ୩୮ଜଣ ସଦସ୍ୟ ଜ୍ଞାନବ୍ୟାପି ମସଜିଦରେ ପହଁଚି ସାଇଂଟିଫିକ୍ ସର୍ଭେ ଆରମ୍ଭ କରିଥିଲେ । ସର୍ଭେ ସମୟରେ ଏହି ଐତିହାସିକ ମସଜିଦ୍ରେ କାଳେ ଖୋଳାଖୋଳି କରିବେ, ଏନେଇ ମସଜିଦ୍ କର୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନାୟାଳୟ ଏହାର ଶୁଣାଣି କରି ଜୁଲାଇ ୨୬ ସନ୍ଧ୍ୟା ୫ଟାContinue reading “ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ”
ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆଶଙ୍କା । ୨୬ ଜୁଲାଇରେ ନେଇପାରେ ଅବପାତର ରୂପ
କନକ ବ୍ୟୁରୋ: ହୀରାକୁଦରେ ଖୋଲିଲା ଆଉ ତିନି ଗେଟ୍ । ଗତକାଲି ହୀରାକୁଦ ଜଲଭଣ୍ଡାର ୫ଟି ଗେଟ ଖୋଲି ପ୍ରଥମେ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଳସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ଆଜି ଆଉ ୩ଟି ଗେଟ ଖୋଲିବାକୁ ନିଷ୍ପତି ନେଇଛି କର୍ତୃପକ୍ଷ । ସେପଟେ ପଶ୍ଚିମ-କେନ୍ଦ୍ରୀୟ ଓ ଏହାସହ ଲାଗି ରହିଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ୨୬ ଜୁଲାଇ ବେଳକୁ ଏହାContinue reading “ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆଶଙ୍କା । ୨୬ ଜୁଲାଇରେ ନେଇପାରେ ଅବପାତର ରୂପ”
ଚର୍ଚ୍ଚାରେ ସୀମା ପାର ପ୍ରେମ କାହାଣୀ: ସୀମା ହୈଦରଙ୍କ ପରେ ଭାରତର ଅଂଜୁ ଏବେ ପ୍ରେମ ପାଇଁ ଛାଡିଲେ ଦେଶ
କନକ ବ୍ୟୁରୋ: କଥାରେ ଅଛି, ପ୍ରେମ ମାନେନା ଜାତି, ଧର୍ମ, ରଙ୍ଗ, ବନ୍ଧବାଡ଼, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଲାଣି ତ କେବେ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଯାଉଛନ୍ତି । ନିକଟରେ ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ରାଜସ୍ଥାନର ଜଣେ ମହିଳା ଅନଲାଇନରେContinue reading “ଚର୍ଚ୍ଚାରେ ସୀମା ପାର ପ୍ରେମ କାହାଣୀ: ସୀମା ହୈଦରଙ୍କ ପରେ ଭାରତର ଅଂଜୁ ଏବେ ପ୍ରେମ ପାଇଁ ଛାଡିଲେ ଦେଶ”
ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ । ଲୋଭନୀୟ ଅଫର ଦେଇ ଠକୁଛନ୍ତି ଚାଇନିଜ୍ ଠକ । ଫେକ କମ୍ପାନୀ ଜରିଆରେ ଶହେ କୋଟି ଚୂନା
କନକ ବ୍ୟୁରୋ: ପ୍ୟାନ ଇଣ୍ଡିଆ ଅନଲାଇନ୍ ପୁଞ୍ଜି ସ୍କାମ ମାଧ୍ୟମରେ ୧୦୦ କୋଟିରୁ ଅଧିକ ଠକେଇ । ଆଉ ଏହି ଠକେଇ ଅଭିଯୋଗରେ ଚୀନର ଜଣେ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ୍ ସର୍କୁଜାଲ ଜାରି କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଅଭିଯୁକ୍ତ ଜଣକ ବିଭିନ୍ନ ସଂସ୍ଥା ଜରିଆରେ ଏହି ଠକେଇ କରିଥିଲା । ୨୦୧୯ରୁ ୨୦୨୦ ଭିତରେ ଭାରତ ବି ଆସିଥିଲା । ତା’ ପରଠାରୁ ଚାଇନାରେ ରହି ଭାରତରେ ଥିବା ବିଭିନ୍ନ ଜାଲ ସଂସ୍ଥାContinue reading “ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ । ଲୋଭନୀୟ ଅଫର ଦେଇ ଠକୁଛନ୍ତି ଚାଇନିଜ୍ ଠକ । ଫେକ କମ୍ପାନୀ ଜରିଆରେ ଶହେ କୋଟି ଚୂନା”
ମଣିପୁରରେ ହିଂସା, ସଂସଦରେ ହଙ୍ଗାମା: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଓ ବିସ୍ତୃତ ଆଲୋଚନା ଦାବିରେ ବିରୋଧୀ ମେଂଟର ପ୍ରତିବାଦ
କନକ ବ୍ୟୁରୋ: ଗୋଟିଏ ପଟେ ଥମୁନି ମଣିପୁର ହିଂସା । ଏପଟେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନାନା ଗୁଜବ ଓ ମିଥ୍ୟା ଭିଡିଓ ପ୍ରସାର ହେଉଥିବାରୁ ଏହାକୁ ନେଇ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ହିଂସା ବଢିବାରେ ଲାଗିଛି ବୋଲି କହୁଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ । ଏପଟେ ସଂସଦରେ ଦେଖିବାକୁ ମିଳିଛି ମଣିପୁର ନିଆଁ । ଥମୁନି ମଣିପୁରର ହିଂସା । ଉତର-ପୂର୍ବ ରାଜ୍ୟରେ ଉକ୍ରଟ ହେବାରେ ଲାଗିଛିContinue reading “ମଣିପୁରରେ ହିଂସା, ସଂସଦରେ ହଙ୍ଗାମା: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଓ ବିସ୍ତୃତ ଆଲୋଚନା ଦାବିରେ ବିରୋଧୀ ମେଂଟର ପ୍ରତିବାଦ “
ଡାକ୍ତରୀ ପଢ଼ିବାକୁ ନାହିଁ ଟଙ୍କା । ଅର୍ଥ ସାଜିଛି ବାଧକ, ବରା-ପିଆଜି ଦୋକାନ ଦେଇଛନ୍ତି ମାଆ, ବାପା ଦିନ ମଜୁରିଆ । ସରକାରୀ ସହାୟତାକୁ ଅପେକ୍ଷା
କନକ ବ୍ୟୁରୋ: ଟଙ୍କା ସାଜିଛି ମେଧାବୀ ଛାତ୍ରଙ୍କ ପାଠପଢାରେ ବାଧକ । ମେଡିକାଲ ପାଇ ବି ଡାକ୍ତରୀ ପଢିପାରୁନାହାନ୍ତି ବରଗଡର ଛତ୍ରପତି ପ୍ରଧାନ । ଆଉ ତାଙ୍କ ଗାଁ ସ୍କୁଲ ପାଖରେ ବରା ବିକି ପୁଅକୁ ଡାକ୍ତର ପଢାଇବା ପାଇଁ ସ୍ୱପ୍ନ ଦେଖୁଛନ୍ତି ତାଙ୍କ ମାଆ । ବରାପକୁଡ଼ିର ବେଉସା ପେଟ ପୋଷିପାରେ, କିନ୍ତୁ ଭାଗ୍ୟ ବଦଳାଇବା ପାଇଁ କେତେ ନିଅଣ୍ଟ, ତାହା ପଦ୍ମାବତୀଙ୍କ କାହାଣୀ ଜାଣିଲେ ଆଉ ଅବୁଝା ରହିବନି । ବରଗଡ଼ ଜିଲ୍ଲା ମାନପୁରContinue reading “ଡାକ୍ତରୀ ପଢ଼ିବାକୁ ନାହିଁ ଟଙ୍କା । ଅର୍ଥ ସାଜିଛି ବାଧକ, ବରା-ପିଆଜି ଦୋକାନ ଦେଇଛନ୍ତି ମାଆ, ବାପା ଦିନ ମଜୁରିଆ । ସରକାରୀ ସହାୟତାକୁ ଅପେକ୍ଷା”
ବନ୍ଦ ରହିଛି ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ୭ ଦିନ ବିତିଲାଣି, ତୁଟୁନି ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ । ହାତ ବାନ୍ଧି ବସିଛି ବିଏମସି
କନକ ବ୍ୟୁରୋ: ରାଜଧାନୀର ପ୍ରମୁଖ ମାର୍କେଟ ମାର୍କେଟ ବିଲ୍ଡିଂ ସପ୍ତାହେ ପରେ ବି ଖୋଲିପାରିନାହିଁ । ସ୍ଥାୟୀ-ଠିକାଦୋକାନୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଫଳରେ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ହଟାଇବା ଦାବିରେ ଅଡିବସିଛନ୍ତି ସ୍ଥାୟୀ ଦୋକାନୀ । ଭୁବନେଶ୍ୱର ବନ୍ଦ ପାଇଁ ବି ସଜବାଜ ଚାଲିଛି । ଆଉ ଏହାର ମଧ୍ୟରେ ସବୁଠାରୁ ବଡ କଥା ହେଲା, ପ୍ରତିଶ୍ରୁତି ଦେଇ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛିContinue reading “ବନ୍ଦ ରହିଛି ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ୭ ଦିନ ବିତିଲାଣି, ତୁଟୁନି ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ । ହାତ ବାନ୍ଧି ବସିଛି ବିଏମସି “
ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ଜାଲିଆତି ଅଭିଯୋଗ । ୩ କୋଟିରୁ ଅଧିକ ଟଙ୍କା ହେରଫେର୍ । ଥାନାରେ ଏତଲା ଦେଲେ ପ୍ରୟୋଜକ ସଂଜୟ ନାୟକ
କନକ ବ୍ୟୁରୋ: ଜଣାଶୁଣା ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ସାଂଘାତିକ ଅଭିଯୋଗ । କଟକ ତଳ ତେଲେଙ୍ଗା ବଜାରରେ ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ ନାଁରେ ଥିବା ପାଣ୍ଠିର ବ୍ୟାପକ ହେରଫେର ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ପୁରୀ ଘାଟ ଥାନାରେ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରାୟ ୩ କୋଟି ଟଙ୍କାର ହେରଫେର ହୋଇଛି । ଅଭିଯୋଗ ଅନୁସାରେ ୟୁସିସିସିର ଏକ ଶାଖା ଭାବେ ଦର୍ଶାଇ ଓଡିଶା ଫିଲ୍ମ ପ୍ରଡ୍ୟୁସର୍ସContinue reading “ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ଜାଲିଆତି ଅଭିଯୋଗ । ୩ କୋଟିରୁ ଅଧିକ ଟଙ୍କା ହେରଫେର୍ । ଥାନାରେ ଏତଲା ଦେଲେ ପ୍ରୟୋଜକ ସଂଜୟ ନାୟକ”