କନକ ବ୍ୟୁରୋ : ୭୬ ବର୍ଷର ବରକୁ ୪୭ ବର୍ଷର କନିଆ । ଏଭଳି ନିଆରା ପ୍ରେମ ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆତପଡ଼ା ଗାଁରେ । ବୟସର ଅପରାହ୍ଣରେ କୁଲାଡ ଗାଁର ତ୍ରିନାଥ ସାହୁଙ୍କ ୪୭ ବର୍ଷିୟ ଝିଅକୁ ଜୀବନସାଥୀ ଭାବେ ବାଛି ନେଇଛନ୍ତି ୭୬ ବର୍ଷର ରାମଚନ୍ଦ୍ର ସାହୁ । ୧୮ ବର୍ଷ ହେଲା ରାମଚନ୍ଦ୍ରଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା । ସ୍ତ୍ରୀ ଚାଲିଯିବା ପରେ ରୋଷେଇ କରି ଦେବାକୁContinue reading “୭୬ ବର୍ଷର ବରକୁ ୪୭ ବର୍ଷର କନିଆ : ପରିଣତ ବୟସରେ ସୁରେଖାଙ୍କୁ ଜୀବନ ସାଥୀ କଲେ ରାମଚନ୍ଦ୍ର”
Tag Archives: News
ନିବେଶ କରିବେ କେଉଁଠି ? ୫ ବର୍ଷରେ ଅନ୍ୟାନ୍ୟ ସେୟାର ତୁଳନାରେ ଭଲ ରିଟର୍ଣ୍ଣ ଦେଇଛି ସୁନା; କରୋନା କାଳରେ ବି କମିନି ଚମକ
କନକ ବ୍ୟୁରୋ : ନିବେଶ କରିବେ କେଉଁଠି ? ସେୟାର ବଜାରରେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି । ଗତ ୫ ବର୍ଷ ମଧ୍ୟରେ କେତେବେଳେ କରୋନା ତ ଆଉ କେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ନିବେଶ କରିବା ଅସୁରକ୍ଷିତ ହୋଇପଡିଛି । ଏପରି ସ୍ଥିତିରେ କିନ୍ତୁ କିଛି ନିବେଶକ ଭଲ ରିଟର୍ଣ୍ଣ ବା ଲାଭ ପାଇଛନ୍ତି । ଆଉ ଏହି ଲାଭ ହୋଇଛି ସୁନାରେ । ଯଦି ଆମେ ପୁଞ୍ଜି ବିନିଯୋଗ ବିଷୟରେContinue reading “ନିବେଶ କରିବେ କେଉଁଠି ? ୫ ବର୍ଷରେ ଅନ୍ୟାନ୍ୟ ସେୟାର ତୁଳନାରେ ଭଲ ରିଟର୍ଣ୍ଣ ଦେଇଛି ସୁନା; କରୋନା କାଳରେ ବି କମିନି ଚମକ”
ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା : ସ୍ୱାଭାବିକ ବର୍ଷା ତୁଳନାରେ ୧୩ ପ୍ରତିଶତ କମ୍ ବର୍ଷା
କନକ ବ୍ୟୁରୋ : ଚଳିତ ମୌସୁମୀ ରୁତୁରେ ନିଅଣ୍ଟିଆ ବର୍ଷା । ଜୁନ ୧ରୁ ଜୁଲାଇ ୨୪ ସୁଦ୍ଧା ରାଜ୍ୟରେ ୪୦୭ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ସ୍ୱାଭାବିକ ବର୍ଷା ତୁଳନାରେ ୧୩ ପ୍ରତିଶତ କମ୍ ବର୍ଷା ହୋଇଥିବା ଜଣାପଡ଼ିଛି । ଏହି ଅବଧି ଭିତରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬ ଦଶମିକ ୮ ମିଲିମିଟର ସହ ୪୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭Continue reading “ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା : ସ୍ୱାଭାବିକ ବର୍ଷା ତୁଳନାରେ ୧୩ ପ୍ରତିଶତ କମ୍ ବର୍ଷା”
ସ୍କୁଲ ପରିସରରେ ବୁଲୁଛି ଭାଲୁ : ଭୟରେ ଶ୍ରେଣୀ ଗୃହରୁ ବାହାରକୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ
କନକ ବ୍ୟୁରୋ : ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସଦାଶିବ ହାଇସ୍କୁଲ ପରିସରରେ ବୁଲୁଛନ୍ତି ୩ଟି ଭାଲୁ । ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ଅଛନ୍ତି । ଭୟରେ ଶ୍ରେଣୀ ଗୃହରୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ । ସ୍କୁଲରେ ବର୍ତମାନ ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୧୬ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ସ୍କୁଲ କର୍ମଚାରୀ ରହିଛନ୍ତି । ଭାଲୁ ଭୟରେ କେହି ବାହାରକୁ ବାହାରୁ ନାହାଁନ୍ତିContinue reading “ସ୍କୁଲ ପରିସରରେ ବୁଲୁଛି ଭାଲୁ : ଭୟରେ ଶ୍ରେଣୀ ଗୃହରୁ ବାହାରକୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ”
ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ବିରୋଧ : ସ୍ୱର ଉଠାଇଲା ଏଆଇଟିୟୁସି; ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ଶୋଭାଯାତ୍ରା
କନକ ବ୍ୟୁରୋ : ଉଠାଦୋକାନୀଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଥିବାରୁ ଏହାର ବିରୋଧରେ ଏଆଇଟିୟୁସି ସ୍ୱର ଉଠାଇଛି । ଏହାର ପ୍ରତିବାଦରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏଁ ଶୋଭାଯାତ୍ରା କରାଯାଇଛି । ଆସନ୍ତା ୨୮ ତାରିଖରେ ବିଏମସି ଅଫିସ ଘେରାଉ କରିବାକୁ ଏଆଇଟିୟୁସି ଚେତାବନୀ ଦେଇଛି । ରାଜଧାନୀର ଉଠାଦୋକନୀଙ୍କ ପ୍ରତି ବୈମାତୃକ ମନୋଭାବ ରଖିଛି ବିଏମସି । କୌଣସି ସଠିକ୍ ନିୟମ ନଥିବାରୁ ସମସ୍ୟା ଭୋଗୁଛନ୍ତି ଉଠାଦୋକନୀ । ସରକାରଙ୍କ ମଲ୍ ପ୍ରିତି ପାଇଁ ସାଧାରଣContinue reading “ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ବିରୋଧ : ସ୍ୱର ଉଠାଇଲା ଏଆଇଟିୟୁସି; ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ଶୋଭାଯାତ୍ରା”
କେମିତି ହେଲା ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ? ମୁଣ୍ଡିଆ ମାରି ଚାକିରି ଆଶାୟୀଙ୍କ ପ୍ରତିବାଦ; ଖାଲି ପାଦରେ ଗଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
କନକ ବ୍ୟୁରୋ : ତେଜୁଛି ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ । ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାକିରି ଆଶାୟୀ । ହେଲେ ଭେଟିଲେନି ଅଧ୍ୟକ୍ଷ । ଏବେ ଆଶାୟୀ ମାନେ ଖାଲି ପାଦରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ । ଏହା ପୂର୍ବରୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରିଥିଲେ । କିନ୍ତୁ ଅଧ୍ୟକ୍ଷ ଦେଖା ଦେଲେନି ।Continue reading “କେମିତି ହେଲା ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ? ମୁଣ୍ଡିଆ ମାରି ଚାକିରି ଆଶାୟୀଙ୍କ ପ୍ରତିବାଦ; ଖାଲି ପାଦରେ ଗଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ”
ଦାଦାବଟି ନଦେବାରୁ ଗୁଳିମାଡ : ସମବାୟ ସମିତି ସଭାପତିଙ୍କ ଗାଡ଼ି ଭଙ୍ଗାରୁଜା; ସିସିଟିଭିରେ କଏଦ ହେଲା ଦୃଶ୍ୟ
କନକ ବ୍ୟୁରୋ : ଦାଦାବାଟି ନଦେବାରୁ ଗୁଳିମାଡ । ସେବା ସମବାୟ ସମିତିର ସଭାପତିଙ୍କ ଗାଡିକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏହା ସହ ଘର ଆଗରେ ମାରଣାସ୍ତ୍ର ବୁଲାଇ ସୃଷ୍ଟି କଲେ ଆତଙ୍କ । ଘଟଣା ଘଟିଛି ନୟାଗଡ଼ ଇଟାମାଟି ଥାନା ସାଲୁଣି ଗାଁରେ । ଚମ୍ପତିପୁର ସେବା ସମବାୟ ସମିତିର ସଭାପତି ପ୍ରତାପ ବେହେରାଙ୍କୁ ନାଟୁଗାଁର ୪ ଜଣ ଯୁବକ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ହେଲେ ଦାଦାବଟି ଦେବାକୁ ମନାContinue reading “ଦାଦାବଟି ନଦେବାରୁ ଗୁଳିମାଡ : ସମବାୟ ସମିତି ସଭାପତିଙ୍କ ଗାଡ଼ି ଭଙ୍ଗାରୁଜା; ସିସିଟିଭିରେ କଏଦ ହେଲା ଦୃଶ୍ୟ”
ଟେଷ୍ଟ ମ୍ୟାଚରେ ଟି-୨୦ ପ୍ରଦର୍ଶନ ଦେଖାଇଲେ ଇଶାନ । ୱେଷ୍ଟଇଣ୍ଡିଜ ମାଟିରୁ ରିଷଭ ପନ୍ତଙ୍କୁ ଜଣାଇଲେ ଧନ୍ୟବାଦ, କୋହଲିଙ୍କୁ ନେଇ କହିଲେ କିଛି ଏମିତି?
କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଶେଷ ଦିନରେ ଭାରତକୁ ବିଜୟ ପାଇଁ ୮ଟି ୱିକେଟର ଆବଶ୍ୟକତା ଥିବା ବେଳେ ୱେଷ୍ଟଇଣ୍ଡିଜକୁ ୨୮୯ ରନର ଆବଶ୍ୟକତା ରହିଛି । ତେଣୁ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ରହିଛି । ତେବେ ଦ୍ୱିତୀୟ ପାଳିରେ ଭାରତର ଆକ୍ରମଣାତ୍ମକ ବ୍ୟାଟିଂ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦ୍ୱିତୀୟ ଇନିଂସରେ ମାତ୍ର ୨୪ ଓଭରରେ ୧୮୧ ରନ କରି ପାଳି ଘୋଷଣା କରିଥିଲା ଟିମ୍Continue reading “ଟେଷ୍ଟ ମ୍ୟାଚରେ ଟି-୨୦ ପ୍ରଦର୍ଶନ ଦେଖାଇଲେ ଇଶାନ । ୱେଷ୍ଟଇଣ୍ଡିଜ ମାଟିରୁ ରିଷଭ ପନ୍ତଙ୍କୁ ଜଣାଇଲେ ଧନ୍ୟବାଦ, କୋହଲିଙ୍କୁ ନେଇ କହିଲେ କିଛି ଏମିତି?”
ଫେସୁବକରେ ପ୍ରେମ ସମ୍ପର୍କ : ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ ; ଶ୍ୱଶୂର ଘର ଲୋକଙ୍କ ବଢିଲା ଚିନ୍ତା
କନକ ବ୍ୟୁରୋ : ଦେଶରେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କିଏ କହୁଛି ସେ ପାକିସ୍ତାନର ଗୁଇନ୍ଦା ଆଉ କିଏ କହୁଛି ସେ ତାର ପ୍ରେମ ପାଇଁ ଭାରତ ଆସିଛି । ଆଉ ଏବେ ସେ ଭାରତର ବୋହୂ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏହାରି ଭିତରେ ଟିକିଏ ବ୍ୟତିକ୍ରମ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଭାରତୀୟ ବୋହୂ ପାକିସ୍ତାନ ଯାଇଛନ୍ତି ନିଜର ପ୍ରେମ ପାଇଁ । ପାକିସ୍ତାନୀContinue reading “ଫେସୁବକରେ ପ୍ରେମ ସମ୍ପର୍କ : ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ ; ଶ୍ୱଶୂର ଘର ଲୋକଙ୍କ ବଢିଲା ଚିନ୍ତା”
ସାପ କାମୁଡାରେ ଚାଲିଗଲା ଦୁଇ ଜୀବନ : ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
କନକ ବ୍ୟୁରୋ : ସାପ କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଦମୌଦ, ଆଗରଡ଼ା ଗାଁରେ ଘଟିଛି ଦୁଇଟି ଅଭାବନୀୟ ଘଟଣା । ହଦମୌଦା ଗାଁର ସୁଧାକର ଜେନା ବିଲକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହିପରିContinue reading “ସାପ କାମୁଡାରେ ଚାଲିଗଲା ଦୁଇ ଜୀବନ : ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର”