କନକ ବ୍ୟୁରୋ : ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୁଲସି ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ । ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ, ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି । ବ୍ଲ୍ୟୁ- ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବ । ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟContinue reading “୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ : କଟକ ଓ ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ; ସୁରକ୍ଷା ବ୍ୟବସ୍ଥା କଡ଼ାକଡି”
Tag Archives: News
ଜେଇ ସିଭିଲ ପରୀକ୍ଷା ବାତିଲ : ବଢିଲା ଚାକିରି ଆଶାୟୀଙ୍କ ଚିନ୍ତା; ଏତେ ବଡ ପରୀକ୍ଷାରେ କେମିତି ଲିକ ହେଲା ପ୍ରଶ୍ନପତ୍ର ?
କନକ ବ୍ୟୁରୋ : ବାତିଲ ହୋଇଛି ଜେଇ ସିଭିଲ ପରୀକ୍ଷା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ଜେଇ ସିଭିଲ୍ ପରୀକ୍ଷା ବାତିଲ ହୋଇଛି । ଏବେ ନୂଆ ତାରିଖରେ ପରୀକ୍ଷା ହେବ । କିନ୍ତୁ ଏହାକୁ ନେଇ ଚିନ୍ତାରେ ଚାକିରି ଆଶାୟୀ । କାରଣ ସେମାନେ ଏବେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏହିContinue reading “ଜେଇ ସିଭିଲ ପରୀକ୍ଷା ବାତିଲ : ବଢିଲା ଚାକିରି ଆଶାୟୀଙ୍କ ଚିନ୍ତା; ଏତେ ବଡ ପରୀକ୍ଷାରେ କେମିତି ଲିକ ହେଲା ପ୍ରଶ୍ନପତ୍ର ?”
ଜ୍ଞାନବାପୀ ପରିସରରେ ସର୍ଭେ କାମ ବନ୍ଦ : ୨ ଦିନ ପାଇଁ କଟକଣା ଲଗାଇଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ : ଜ୍ଞାନବାପୀ ପରିସରରେ ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ । ୨ ଦିନ ପାଇଁ ସୁପ୍ରିମକୋର୍ଟ ଏହି କଟକଣା ଲଗାଇଛନ୍ତି । ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ କଟକଣା ଲାଗିଛି । ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିିଚାଳନା କମିଟି ମାମଲା ଦାୟର କରିଥିଲା । ପୂର୍ବରୁ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବାପୀ ମସଜିଦରେ ସାଇନଟିଫିକ୍ ସର୍ଭେ କରିବାକୁ ଅନୁମତିContinue reading “ଜ୍ଞାନବାପୀ ପରିସରରେ ସର୍ଭେ କାମ ବନ୍ଦ : ୨ ଦିନ ପାଇଁ କଟକଣା ଲଗାଇଲେ ସୁପ୍ରିମକୋର୍ଟ”
ମୃତଦେହ ନେବାକୁ ନାହିଁ ପୋଲ କି ରାସ୍ତା : ଭରା ନଈରେ ଶ୍ମଶାନକୁ ନିଆଗଲା ଶବ
କନକ ବ୍ୟୁରୋ : ଗାଁକୁ ନାହିଁ ରାସ୍ତା । ଭରା ନଈ ପାର ହୋଇ ମୃତଦେହ ଗଲା ଶ୍ମଶାନ । କାନ୍ଧରେ ଶବ ଧରି ଅତି ବିପଦଜନକ ଭାବେ ନଈ ପାର ହେଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଚାରଡ଼ା ଗାଁରେ । ଶନିବାର ସଂଧ୍ୟାରେ ଚାରଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ମୃତଦେହକୁ ଶଶ୍ମାନ କେମିତି ନେବେContinue reading “ମୃତଦେହ ନେବାକୁ ନାହିଁ ପୋଲ କି ରାସ୍ତା : ଭରା ନଈରେ ଶ୍ମଶାନକୁ ନିଆଗଲା ଶବ”
ସଂସଦ ଭବନ ବାହାରେ ଉଭୟ ଶାସକ ଓ ବିରୋଧୀଙ୍କ ପ୍ରତିବାଦ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି; ସେପଟେ ରାଜସ୍ଥାନ ପ୍ରସଙ୍ଗ ଉଠାଇ ବିଜେପି ସାଂସଦଙ୍କ ଧାରଣା
କନକ ବ୍ୟୁରୋ : ସଂସଦ ଭବନ ବାହାରେ ଏକାଠି ହେଲେ ବିରୋଧୀ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ଲୋଡିଛନ୍ତି ବିରୋଧୀ । ସଂସଦରେ ମୋଦୀ ଏହି ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ସାଂସଦ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଇଣ୍ଡିଆ ମେଂଟରେ ଥିବା ସମସ୍ତ ଦଳର ସାଂସଦ ପ୍ରଥମ ଥର ପାଇଁ ସଂସଦ ଭବନ ପରିସରରେ ଏକାଠି ହୋଇଛନ୍ତି । ଆଉContinue reading “ସଂସଦ ଭବନ ବାହାରେ ଉଭୟ ଶାସକ ଓ ବିରୋଧୀଙ୍କ ପ୍ରତିବାଦ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି; ସେପଟେ ରାଜସ୍ଥାନ ପ୍ରସଙ୍ଗ ଉଠାଇ ବିଜେପି ସାଂସଦଙ୍କ ଧାରଣା”
ବଟି ମଗାକୁ ନେଇ ତୁମୁଳକାଣ୍ଡ : ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ଆକ୍ରମଣ, ଶରୀରର ଏକାଧିକ ସ୍ଥାନରେ କ୍ଷତ
କନକ ବ୍ୟୁରୋ : ବଟି ମଗାକୁ ନେଇ ତୁମୁଳକାଣ୍ଡ । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରେଲୱେ କଲୋନୀରେ ଗେଲ ଇଣ୍ଡିଆ କମ୍ପାନୀର ସାଇଡ଼ ସୁପରଭାଇଜର ଆର.ପି ସିଂଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତାଙ୍କ ଦେହରେ ୪୦ରୁ ଅଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଛୁରି ଓ ବିଅର ବୋତଲରେ ଭୁସା ହୋଇଥିବା ଜଣାପଡ଼ିଛି । ବେକରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ତାଙ୍କୁ ଭର୍ତ୍ତିContinue reading “ବଟି ମଗାକୁ ନେଇ ତୁମୁଳକାଣ୍ଡ : ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ଆକ୍ରମଣ, ଶରୀରର ଏକାଧିକ ସ୍ଥାନରେ କ୍ଷତ”
ମାର୍କେଟ ବିଲ୍ଡିଂ ବିବାଦ, କେବେ ବାହାରିବ ସମାଧାନ ? ପ୍ରଶାସନକୁ ଆଜି ସନ୍ଧ୍ୟା ଯାଏଁ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ
କନକ ବ୍ୟୁରୋ : ମାର୍କେଟ ବିଲ୍ଡିଂ ବିବାଦରେ କେବେ ବାହାରିବ ସମାଧାନର ବାଟ । ପ୍ରଶାସନକୁ ଆଜି ସନ୍ଧ୍ୟା ଯାଏଁ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ । ସମାଧାନ ନହେଲେ କାଲିଠୁ ଖୋଲିବନି ରାଜଧାନୀର ଗୋଟିଏ ବି ଦୋକାନ । ଏପଟେ ସାଢ଼େ ୧୦ଟାରେ ଉଠା ଦୋକାନୀ ସଂଘ ରାସ୍ତାକୁ ଓହ୍ଲାଇବେ । ଉଠା ଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି, ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟContinue reading “ମାର୍କେଟ ବିଲ୍ଡିଂ ବିବାଦ, କେବେ ବାହାରିବ ସମାଧାନ ? ପ୍ରଶାସନକୁ ଆଜି ସନ୍ଧ୍ୟା ଯାଏଁ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ”
ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ ଭଗବତ ଗୀତା ପାଠ ! ହଲିଉଡ ଫିଲ୍ମ ଓପେନହାଇମରକୁ ନେଇ ତେଜୁଛି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି
କନକ ବ୍ୟୁରୋ : ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ ଭଗବତ ଗୀତା ପାଠ, ତେଜିଲା ବିବାଦ । ହଲିଉଡ ଫିଲ୍ମ ଓପେନହାଇମର ଗତ ସପ୍ତାହରେ ରିଲିଜ୍ ହୋଇଛି । ଯେଉଁଥିରେ ଆପତ୍ତିଜନକ ସିନ୍ ବେଳେ ଭଗବତ ଗୀତା ପାଠ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ହଲିଉଡ ନିର୍ଦ୍ଦେଶକ ଖ୍ରୀଷ୍ଟୋଫରଙ୍କ ଏହି ଫିଲ୍ମ ରବର୍ଟ ଓପେନହାଇମରଙ୍କ ଉପରେ ଆଧାରିତ । ବିଶ୍ୱର ପ୍ରଥମ ପରମାଣୁ ବୋମା ତିଆରି କରିବାରେ ରବର୍ଟ ମାଷ୍ଟରContinue reading “ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ ଭଗବତ ଗୀତା ପାଠ ! ହଲିଉଡ ଫିଲ୍ମ ଓପେନହାଇମରକୁ ନେଇ ତେଜୁଛି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି”
ଗିରଫ ହେଲେ IAS ଅଫିସର । କୋଇଲା ଖଣି ଦୁର୍ନୀତିରେ EDର ବଡ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ: କୋଇଲା ଖଣି ଦୁର୍ନୀତିରେ ଇଡିର ବଡ କର୍ଯ୍ୟାନୁଷ୍ଠାନ । ଶୁକ୍ରବାର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କ ସମେତ ଏକାଧିକ ଅଧିକାରୀ ଓ ନେତାଙ୍କ ଘରେ ରେଡ୍ କରିବା ପରେ ଆଇଏଏସ୍ ରାନୁ ସାହୁଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ରାନୁ ସାହୁଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ଜୁଲାଇ ୨୫ରେ ତାଙ୍କୁ କୋର୍ଟରେ ହାଜର କରାଯିବ । ରାନୁ ସାହୁଙ୍କ ଘରେ ରେଡ କରିବାକୁ ଜୁଲାଇ ୧୮ ତାରିଖରେContinue reading “ଗିରଫ ହେଲେ IAS ଅଫିସର । କୋଇଲା ଖଣି ଦୁର୍ନୀତିରେ EDର ବଡ କାର୍ଯ୍ୟାନୁଷ୍ଠାନ”
୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜମ୍ମୁ-କାଶ୍ମୀରରେ କମୁଛି ଆତଙ୍କବାଦୀଙ୍କ ଅନୁପ୍ରବେଶ
କନକ ବ୍ୟୁରୋ : ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିିଳିଛି । ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ ଦୁଇଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଜୁନ୍ ଏବଂ ଜୁଲାଇ ମାସରେ ସବୁଠୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।Continue reading “୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜମ୍ମୁ-କାଶ୍ମୀରରେ କମୁଛି ଆତଙ୍କବାଦୀଙ୍କ ଅନୁପ୍ରବେଶ”