କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଏମ୍ସ ସିକ୍ୟୁରିଟି ଗାର୍ଡଙ୍କ ଧାରଣା । ହସ୍ପିଟାଲ ମୁଖ୍ୟ ଫାଟକ ଆଗରେ ସିକ୍ୟୁରିଟି ଗାର୍ଡ ଧାରଣାରେ ବସିଛନ୍ତି । ଠିକା ସଂସ୍ଥା ବିରୋଧରେ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରତି ମାସ ୭ ତାରିଖ ଦରମା ଏବଂ ମାସକରେ ୨୬ ଦିନ ଡ୍ୟୁଟି କରିବାକୁ ସିକ୍ୟୁରିଟି ଗାର୍ଡ ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହାଦ୍ୱାରାContinue reading “ଦ୍ୱିତୀୟ ଦିନରେ ଏମ୍ସ ସିକ୍ୟୁରିଟି ଗାର୍ଡଙ୍କ ଧାରଣା : ନିର୍ଦ୍ଧାରିତ ଦିନରେ ଦରମା ଏବଂ କାର୍ଯ୍ୟ ଦିବସ ଦାବି କରି ଠିକା ସଂସ୍ଥା ବିରୋଧରେ ଏକାଠି”
Tag Archives: News
ପୋର୍ଟ ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାଗ୍ରସ୍ତ । ୪ ସୈନିକଙ୍କ ସହ ୯ ମୃତ
କନକ ବ୍ୟୁରୋ: ପୋର୍ଟ ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ସୈନିକଙ୍କ ସହ ଜଣେ ଶିଶୁ ମଧ୍ୟ ରହିଥିବା ଜଣାପଡିଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସେନା ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ସୁଦାନ ସେନା ଓ ଅର୍ଦ୍ଧସୈନିକ ଦଳ ମଧ୍ୟରେ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ରବିବାର ୧୦୦ ଦିନ ପୁରିଛି । ଏହା ମଧ୍ୟରେ ଦାରକୁର ଅଞ୍ଚଳରେContinue reading “ପୋର୍ଟ ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାଗ୍ରସ୍ତ । ୪ ସୈନିକଙ୍କ ସହ ୯ ମୃତ”
ଜ୍ଞାନବାପୀ ମସଜିଦ ସର୍ବେକ୍ଷଣ ଆରମ୍ଭ : ବାରଣାସୀ କୋର୍ଟଙ୍କ ରାୟ ପରେ ୩୦ ଜଣିଆ ଏଏସଆଇ ଟିମର ଯାଞ୍ଚ
କନକ ବ୍ୟୁରୋ : ଆରମ୍ଭ ହେଲା ବାରଣାସୀର ଜ୍ଞାନବାପୀ ମସଜିଦର ସାଇନଟିଫିକ୍ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ସର୍ଭେ ଆରମ୍ଭ କରିଛି । ଏଏସଆଇ ଟିମ୍ ଆଜି ସକାଳ ୭ଟାରେ ଏଥିପାଇଁ ଜ୍ଞାନବାପୀ ମସଜିଦ ପରିସରରେ ପହଂଚିଥିଲା । ଏଏସଆଇର ୩୦ ଜଣିଆ ଟିମ ସର୍ବେକ୍ଷଣ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ କରାଯାଇଛି । ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦରContinue reading “ଜ୍ଞାନବାପୀ ମସଜିଦ ସର୍ବେକ୍ଷଣ ଆରମ୍ଭ : ବାରଣାସୀ କୋର୍ଟଙ୍କ ରାୟ ପରେ ୩୦ ଜଣିଆ ଏଏସଆଇ ଟିମର ଯାଞ୍ଚ”
ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ମଳମାସ ଚାଲିଥିଲେ ମଧ୍ୟ ଶୈବପୀଠମାନଙ୍କରେ କାଉଡିଆଙ୍କ ଭିଡ
କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ମଳମାସ ଚାଲିଥିଲେ ମଧ୍ୟ ଶୈବପୀଠମାନଙ୍କରେ କାଉଡିଆଙ୍କ ଭିଡ ଲାଗୁଛି । ବାଲେଶ୍ୱର ଭୋଗରାଇର ବାବା ଚନ୍ଦନେଶ୍ୱର ଶୈବପୀଠରେ ଦେଖିବାକୁ ମିଳିଛି ଭକ୍ତଙ୍କ ସମାଗମ । ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ବାବାଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ଏହା ପରେ କାଉଡିଆମାନେ ଜଳଲାଗି କରିଥିଲେ । ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଆଦି ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ବାବାଙ୍କ ନିକଟରେContinue reading “ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ମଳମାସ ଚାଲିଥିଲେ ମଧ୍ୟ ଶୈବପୀଠମାନଙ୍କରେ କାଉଡିଆଙ୍କ ଭିଡ”
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଅସୁସ୍ଥ : ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କଟକ ମେୟର
କନକ ବ୍ୟୁରୋ : ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ କଟକ ମେୟର । ଦୀର୍ଘ ଦିନ ହେଲା ଫୁସଫୁସ ଜନିତ ରୋଗରେ ପୀଡିତ ଅଛନ୍ତି । କଟକ ସ୍ଥିତ ତାଙ୍କ ବାସଭବନକୁ ଯାଇ କଟକ ମେୟର ସୁବାସ ସିଂ ଭେଟିବା ସହ ଡାକ୍ତର ଟିମଙ୍କୁ ଡାକି ସ୍ୱାସ୍ଥ୍ୟବସ୍ଥା ବାବଦରେ ଆଲୋଚନା କରିଛନ୍ତି । କବି ଜୟନ୍ତ ମାହାପାତ୍ରଙ୍କ ଚିକିତ୍ସା ପାଇଁ ଆଗକୁ କଣ ଦରକାର ସେନେଇ ବୁଝାସୁଝା କରିଛନ୍ତି । TheContinue reading “ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଅସୁସ୍ଥ : ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କଟକ ମେୟର”
ବସଷ୍ଟାଣ୍ଡ ଥିଲେ ବି ନିୟମିତ ଆସୁନି ବସ୍, ହଇରାଣ ହେଉଛନ୍ତି ଯାତ୍ରୀ : ଜଟଣୀ ବିଡିଏ ନୂଆ ବସଷ୍ଟାଣ୍ଡ ଉଦଘାଟନକୁ ବିତିଲାଣି ୨୩ ବର୍ଷ
କନକ ବ୍ୟୁରୋ : ବସଷ୍ଟାଣ୍ଡ ଅଛି, ହେଲେ ଷ୍ଟାଣ୍ଡକୁ ନା ଆସୁଛି ବସ, ନା ଆସୁଛନ୍ତି ଯାତ୍ରୀ । ଜଟଣୀ ବିଡିଏ ନୂଆ ବସଷ୍ଟାଣ୍ଡ ଉଦଘାଟନକୁ ୨୩ ବର୍ଷ ବିତିଲାଣି । ହେଲେ ନୂଆ ବସଷ୍ଟାଣ୍ଡରୁ ନିୟମିତ ବସ ଚଳାଚଳ ଆରମ୍ଭ ହୋଇନାହିଁ । ଯାହା ଦ୍ୱାରା ଯାତ୍ରୀ ହଇରାଣ ହେଉଛନ୍ତି । ବସଷ୍ଟାଣ୍ଡ ଥିବା ସତ୍ୱେ ବିପଦପୂର୍ଣ୍ଣ ଭାବେ ରାସ୍ତାରେ ବସକୁ ଉଠୁଛନ୍ତି । କିନ୍ତୁ ସବୁ ଜାଣି ପ୍ରଶାସନ ଓ ରାଜନେତା ଚୁପ ରହିଥିବାContinue reading “ବସଷ୍ଟାଣ୍ଡ ଥିଲେ ବି ନିୟମିତ ଆସୁନି ବସ୍, ହଇରାଣ ହେଉଛନ୍ତି ଯାତ୍ରୀ : ଜଟଣୀ ବିଡିଏ ନୂଆ ବସଷ୍ଟାଣ୍ଡ ଉଦଘାଟନକୁ ବିତିଲାଣି ୨୩ ବର୍ଷ”
ଶାଖା କେନାଲରେ ପାଣି ଛାଡିବା ଦାବି : ଦେଓ ନଦୀବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କୁ ୩ କିମି ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ
କନକ ବ୍ୟୁରୋ : ଶାଖା କେନାଲରେ ପାଣି ଛାଡିବା ଦାବିରେ ଦେଓ ନଦୀବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କୁ ୩ କିମି ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପାଟୁଳିଡିହି ଗାଁ ନିକଟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଉତ୍ତ୍ୟକ୍ତ ଗ୍ରାମବାସୀ ପାଟୁଳିଡିହି ଗାଁ ନିକଟରୁ ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଳିକଙ୍କୁ ଚଲା ଚଲାଇ ତିନିକିମି ଦୂର ଦେଓବନ୍ଧ ମୁଖ୍ୟ ଗେଟ ଯାଏଁ ନେଇଥିଲେ । ଲୋକଙ୍କ ଅଭିଯୋଗContinue reading “ଶାଖା କେନାଲରେ ପାଣି ଛାଡିବା ଦାବି : ଦେଓ ନଦୀବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କୁ ୩ କିମି ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ”
ବାଙ୍କୀ-ଡମପଡା ମହାନଦୀ ପଠାରେ ହେଉଛି ପ୍ରକଳ୍ପ କାମ : ଜଳସେଚନ ପ୍ରକଳ୍ପରେ ଡିନାମାଇଟ ବିସ୍ଫୋରଣକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ
କନକ ବ୍ୟୁରୋ : ମେଗା ଉଠା ଜଳସେଚନ ପ୍ରକଳ୍ପରେ ଡିନାମାଇଟ ବିସ୍ଫୋରଣକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ । ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ମହାନଦୀ ପଠାର କାଳିକା ପ୍ରସାଦ ନିକଟରେ ଚାଷୀଙ୍କ ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି । ହେଲେ ପ୍ରକଳ୍ପ କାମରେ ଡିନାମାଇଟ ବିସ୍ଫୋରଣ ଯୋଗୁଁ ବଡ ବଡ ପଥର ଖଣ୍ଡ ଛିଟିକି ଗାଁରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ଆଉ ଏହାର ପ୍ରତିବାଦରେ ନିର୍ମାଣ କାମକୁ ବନ୍ଦ କରି ଦେଇଛନ୍ତିContinue reading “ବାଙ୍କୀ-ଡମପଡା ମହାନଦୀ ପଠାରେ ହେଉଛି ପ୍ରକଳ୍ପ କାମ : ଜଳସେଚନ ପ୍ରକଳ୍ପରେ ଡିନାମାଇଟ ବିସ୍ଫୋରଣକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ”
ଅସମ୍ଭାଳ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସ୍ଥିତି : ଆସାମ ପରେ ଏବେ ମିଜୋରାମରୁ ମୈତେୟୀ ସଂପ୍ରଦାୟର ଲୋକଙ୍କ ଗଣପଳାୟନ; ରାଜ୍ୟ ସରକାର ଦେଲେ ସୁରକ୍ଷା ପ୍ରତିଶ୍ରୁତି
କନକ ବ୍ୟୁରୋ : ମଣିପୁରରେ ଦୁଇ କୁକି ସଂପ୍ରଦାୟର ମହିଳାଙ୍କୁ ନିର୍ବସ୍ତ୍ର କରି ଯୌନ ନିର୍ଯାତନାର ଭିଡିଓ ଭାଇରାଲ ପରେ ଆକ୍ରୋଶ ଦେଖିବାକୁ ମିଳିଛି । ଯାହାକୁ ନେଇ ମିଜୋରାମରେ ରହୁଥିବା ମୈତେୟୀ ସଂପ୍ରଦାୟ ଆତଙ୍କିତ ହୋଇପଡିଛନ୍ତି । ମିଜୋରାମରେ ଉଗ୍ରବାଦୀ ସଂଗଠନ ଶୀଘ୍ର ମୈତେୟୀ ସଂପ୍ରଦାୟକୁ ରାଜ୍ୟ ଛାଡିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଜୀବନ ବିକଳରେ ଏବେ ମିଜୋରାମରୁ ମୈତେଇ ସମୁଦାୟଙ୍କ ଗଣ ପଳାୟନ ଆରମ୍ଭ ହୋଇଛି । ବହୁ ଲୋକ ଶନିବାରContinue reading “ଅସମ୍ଭାଳ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସ୍ଥିତି : ଆସାମ ପରେ ଏବେ ମିଜୋରାମରୁ ମୈତେୟୀ ସଂପ୍ରଦାୟର ଲୋକଙ୍କ ଗଣପଳାୟନ; ରାଜ୍ୟ ସରକାର ଦେଲେ ସୁରକ୍ଷା ପ୍ରତିଶ୍ରୁତି”
ଜ୍ଞାନବାପୀ ମସଜିଦରେ ଆଜିଠୁ ହେବ ସର୍ବେକ୍ଷଣ : ବାରଣାସୀ କୋର୍ଟଙ୍କ ରାୟ ପରେ ସାଇଣ୍ଟିଫିକ ସର୍ଭେ କରିବ ଏଏସଆଇ
କନକ ବ୍ୟୁରୋ : ବାରଣାସୀର ଜ୍ଞାନବ୍ୟାପୀ ମସଜିଦର ସାଇଣ୍ଟିଫିକ ସର୍ଭେ ଆଜିଠୁ କରିବ ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା । ଏଏସଆଇ ଟିମ୍ ଆଜି ସକାଳ ୭ଟାରେ ଜ୍ଞାନବାପୀ ମସଜିଦରେ ପହଞ୍ଚି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ସର୍ବେକ୍ଷଣ କରିବ ବୋଲି ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ବାରଣାସୀରେ ଏଏସଆଇ ଟିମ ପହଞ୍ଚି ଥିବା ବେଳେ ବାରଣାସୀ କମିସନରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଁContinue reading “ଜ୍ଞାନବାପୀ ମସଜିଦରେ ଆଜିଠୁ ହେବ ସର୍ବେକ୍ଷଣ : ବାରଣାସୀ କୋର୍ଟଙ୍କ ରାୟ ପରେ ସାଇଣ୍ଟିଫିକ ସର୍ଭେ କରିବ ଏଏସଆଇ”