କିଏ ହେବ ସିଏସକେର ଆଗାମୀ କ୍ୟାପଟେନ୍? ଅମ୍ବାତି ରାଇଡୁ କହିଲେ ଏହି ଖେଳାଳିର ନା । ଜାଣନ୍ତୁ, କିଏ ସେହି ଖେଳାଳି…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ୪୨ ବର୍ଷ, ହେଲେ ଏହାସତ୍ତ୍ୱେ ବି ଏବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଗତଥର ଚେନ୍ନାଇ ସୁପର କିଙ୍ଗସକୁ ୫ମ ଥର ଟ୍ରଫି ଜିତାଇବା ପରେ, ଧୋନୀ ଆଇପିଏଲରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଧୋନୀ ଅବସର ନେଇ ମୁହଁ ଖୋଲିଥିଲେ । ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍ ନିଲାମ ପୂର୍ବରୁ ସେ ଆଇପିଏଲରୁContinue reading “କିଏ ହେବ ସିଏସକେର ଆଗାମୀ କ୍ୟାପଟେନ୍? ଅମ୍ବାତି ରାଇଡୁ କହିଲେ ଏହି ଖେଳାଳିର ନା । ଜାଣନ୍ତୁ, କିଏ ସେହି ଖେଳାଳି…”

ଆର୍ଯ୍ୟବର୍ତ୍ତରୁ ଇଣ୍ଡିଆ… ଆମ ଦେଶର ନାଁ ପଛର ଏମିତି ରହିଛି ରହସ୍ୟ

କନକ ବ୍ୟୁରୋ: ଦେଶରେ ପୁଣିଥରେ ଭାରତ ବନାମ ଇଣ୍ଡିଆ ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ୨୬ ବିରୋଧୀ ଦଳ ନିଜର ମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଏହି ଘୋଷଣା ପରେ ବିଜେପି ଏହାର ଘୋର ବିରୋଧ କରିଥିଲା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଇଣ୍ଡିଆ ଇଂରେଜମାନଙ୍କ ଦିଆଯାଇଥିବା ନାଁ ।  ଆଜି ଜାଣିବା ଭାରତ ଆଉ ଇଣ୍ଡିଆକୁ ନେଇ ଦେଶରେ ଚାଲିଥିବା ବିବାଦ ବାବଦରେ । ଜାଣିବା ଆର୍ଯ୍ୟବର୍ତ୍ତContinue reading “ଆର୍ଯ୍ୟବର୍ତ୍ତରୁ ଇଣ୍ଡିଆ… ଆମ ଦେଶର ନାଁ ପଛର ଏମିତି ରହିଛି ରହସ୍ୟ”

ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ, ଚାରିଆଡୁ ବିରୋଧ ପରେ ଏବେ ମାଗିଲେ କ୍ଷମା

କନକ ବ୍ୟୁରୋ : ପ୍ରବଚକ ଅମୋଘ ଲିଲା ଦାସ ଦେଇଥିବା ବିବାଦୀୟ ବୟାନ ପାଇଁ ଏବେ କ୍ଷମା ମାଗିଛନ୍ତି । ଅମୋଘ ଲିଲା ଦାସ ମାଛ ଖାଇବାକୁ ନେଇ ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀପରେ ଇସ୍କନ ସଂଗଠନ ତରଫରୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାପରେ ଆଜି ପ୍ରବଚକ କ୍ଷମା ମାଗିବା ସହ କହିଛନ୍ତି କି, ସେ କାହାର ଭାବନା ଉପରେ ଉର୍ଦ୍ଦେଶ୍ୟମୂଳକ ଭାବେ ଦୁଃଖ ପହଂଚାଇବାକୁContinue reading “ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ, ଚାରିଆଡୁ ବିରୋଧ ପରେ ଏବେ ମାଗିଲେ କ୍ଷମା”

ଏଥର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବ ହେବ ଖାସ୍ । ଯୋଗଦେବେ ସୀମା ଅଞ୍ଚଳର ୬୬୨ ସରପଞ୍ଚ । କେନ୍ଦ୍ର ସରକାର ପଠାଇଛନ୍ତି ସ୍ୱତନ୍ତ୍ର ନିମନ୍ତ୍ରଣ ।

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ପାଳିବାକୁ ଯାଉଛି ନିଜର ସ୍ୱାଧୀନତା ଦିବସ । ଆଉ ଏଥର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହ ବହୁତ ଖାସ୍ ହେବାକୁ ଯାଉଛି । କାହିଁକି ନା ଏଥର ସ୍ୱାଧୀନତା ଦିବସରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ, ସେତେବେଳେ ସେଠାରେ ଉପସ୍ଥିତ ରହି ଏହାର ସାକ୍ଷୀ ରହିବେ ଦେଶର ସୀମାବର୍ତ୍ତୀ ଅଞ୍ଚଳର ୬୬୨ ଗାଁରେContinue reading “ଏଥର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବ ହେବ ଖାସ୍ । ଯୋଗଦେବେ ସୀମା ଅଞ୍ଚଳର ୬୬୨ ସରପଞ୍ଚ । କେନ୍ଦ୍ର ସରକାର ପଠାଇଛନ୍ତି ସ୍ୱତନ୍ତ୍ର ନିମନ୍ତ୍ରଣ ।”

ଅସ୍ଥାୟୀ ଅଳିଆ ଗଦା ଉଠାଇବାକୁ ଦାବି । କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କଲେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟ ।

କନକ ବ୍ୟୁରୋ: ରାଜଧାନୀ ସ୍ଥିତ ସୈନିକ ସ୍କୁଲ ପଛପଟେ ଥିବା ଅସ୍ଥାୟୀ ଅଳିଆ ଗଦା ଉଠାଇବାକୁ ଦାବି । ଗାଢ଼କଣ ଅଞ୍ଚଳରେ ଥିବା ଏହି ଅସ୍ଥାୟୀ ଅଳିଆ ଗଦା ଉଠାଇବାକୁ ଦାବି କରିଛନ୍ତି ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟ । ଆଜି କଳାବ୍ୟାଚ ପିନ୍ଧି ଅଳିଆ ଗଦା ଉଠାଇବାକୁ ଦାବି କରି ପ୍ରତିବାଦ କରୁଛନ୍ତି । ଅଳିଆ ଗଦା ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ଅଳିଆ ଗଦା ପାଖରେ ସ୍କୁଲ ମଧ୍ୟContinue reading “ଅସ୍ଥାୟୀ ଅଳିଆ ଗଦା ଉଠାଇବାକୁ ଦାବି । କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କଲେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟ ।”

ବନ୍ଦ ହେଇଯିବ କି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ? ବିମାନ ଚଲାଇବାକୁ ସରକାର ପାଖରେ ନାହିଁ ଟଙ୍କା, ଖୁବଶୀଘ୍ର ହେଇପାରେ ଘରୋଇକରଣ

କନକ ବ୍ୟୁରୋ: ବନ୍ଦ ହେଇଯିବ କି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ? ପାକିସ୍ତାନ ଏୟାରଲାଇନ୍ସର ହେବ କି ଘରୋଇକରଣ? ଏହି ପ୍ରଶ୍ନ ଏବେ ଏଥିପାଇଁ ଉଠୁଛି, କାହିଁକି ନା ପାକିସ୍ତାନର ଅର୍ଥବ୍ୟବସ୍ଥା ଭୁଶୁଡିବା ପରେ ଏବେ ଏହାର ବିମାନ ସେବା ମଧ୍ୟ ଠପ୍ ପଡିବାକୁ ଲାଗିଛି । ଏୟାରଲାଇନ୍ସକୁ ଚଲେଇବାକୁ ଏବେ ପାକିସ୍ତାନ ସରକାର ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବାବେଳେ, ଏହାର ଘରୋଇକରଣ ହେଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ଏୟାରଲାଇନ୍ସ ଏବେ ୬ ଶହ ଆରବContinue reading “ବନ୍ଦ ହେଇଯିବ କି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ? ବିମାନ ଚଲାଇବାକୁ ସରକାର ପାଖରେ ନାହିଁ ଟଙ୍କା, ଖୁବଶୀଘ୍ର ହେଇପାରେ ଘରୋଇକରଣ”

୧୫୦ ଫୁଟ୍ ଗଭୀର ବୋରୱେଲରେ ୪ ବର୍ଷର ଶିଶୁ । ଉଦ୍ଧାର କରିବାକୁ ଲାଗିଛନ୍ତି ଏନଡିଆରଏଫ୍ ଟିମ୍ । ଖେଳୁଥିବାବେଳେ ବୋରୱେଲରେ ପଡିଯାଇଛି ଶିଶୁ । 

କନକ ବ୍ୟୁରୋ: ବୋରୱେଲ୍ ଭିତରେ ୪ ବର୍ଷର ଶିଶୁ । ଉଦ୍ଧାରରେ ଲାଗିଛି ଏନଡିଆରଏଫ୍ । କିଛିଦିନର ବ୍ୟବଧାନ ପରେ ଏବେ ପୁଣି ବୋରୱେଲ ଭିତରେ ଶିଶୁ ଫସିଥିବାର ଖବର ସାମ୍ନାକୁ ଆସିଛି । ବିହାରର ନାଳନ୍ଦା ଜିଲ୍ଲାରେ ଗୋଟିଏ ଗାଁରେ ଗୋଟିଏ ୪ ବର୍ଷ ବାଳକ ଆଜି ବୋରୱେଲ ଭିତରେ ପଡିଯାଇଛି । ମିଳିଥିବା ସୂଚନା ମୁତାବକ, ଡୋମନ୍ ମାଞ୍ଝୀଙ୍କ ପୁଅ ଶୁଭମ କୁମାର ରବିବାର ସକାଳ ୯ଟା ବେଳେ ଖେଳୁଥିବାବେଳେ, ଅଚାନକ ବୋରୱେଲ ଭିତରେContinue reading “୧୫୦ ଫୁଟ୍ ଗଭୀର ବୋରୱେଲରେ ୪ ବର୍ଷର ଶିଶୁ । ଉଦ୍ଧାର କରିବାକୁ ଲାଗିଛନ୍ତି ଏନଡିଆରଏଫ୍ ଟିମ୍ । ଖେଳୁଥିବାବେଳେ ବୋରୱେଲରେ ପଡିଯାଇଛି ଶିଶୁ । “

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, ମାଗଣାରେ ମିଳିବ ଲାପଟପ୍ ଓ ମୋବାଇଲ ଫୋନ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ସରକାର ମାଗଣାରେ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ ଓ ଲାପଟପ ଯୋଗାଇ ଦିଆଯିବ । ଏହାସହ କର୍ମଚାରୀମାନେ ଏହି ମୋବାଇଲ ଓ ଲାପଟପକୁ ୪ ବର୍ଷ ପରେ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।Continue reading “କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, ମାଗଣାରେ ମିଳିବ ଲାପଟପ୍ ଓ ମୋବାଇଲ ଫୋନ”

ମନ୍ତ୍ରୀ, ସଚିବଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲା ବିଜେପି । କହିଲା, ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ବିଦେଶରୁ ଆସିଛି କେତେ ପୁଞ୍ଜିନିବେଶ?

କନକ ବ୍ୟୁରୋ: ବିଦେଶ ଗସ୍ତକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଆଇଟି ମନ୍ତ୍ରୀ ଓ ସଚିବ ବାରମ୍ବାର ବିଦେଶ ଯାଇ ପୁଞ୍ଜିନିବେଶ ଆଣୁଥିବା କଥା କହୁଛନ୍ତି, ହେଲେ ରାଜ୍ୟକୁ କେତେ ପୁଞ୍ଜିନିବେଶ ଆସିଛି ? ସେନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି । ଯତୀନ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ କ୍ରୀଡା ସଚିବ, ୫T ସଚିବ ଏବଂ ଆଇଟି ସଚିବଙ୍କୁ ନେଇContinue reading “ମନ୍ତ୍ରୀ, ସଚିବଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲା ବିଜେପି । କହିଲା, ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ବିଦେଶରୁ ଆସିଛି କେତେ ପୁଞ୍ଜିନିବେଶ?”

ହିଂସା ଭିତରେ ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ । କହିଲେ, ରାଜନୀତି କରିବାକୁ ଆସିନି, ପୀଡିତାଙ୍କୁ ଭେଟିବାକୁ ଆସିଛି ।

କନକ ବ୍ୟୁରୋ: ମଣିପୁରରେ ଲାଗି ରହିଥିବା ହିଂସା ଭିତରେ ରବିବାର ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତି ମାଲୀବାଲ ମଣିପୁରର ରାଜଧାନୀ ଇମ୍ଫାଲରେ ଯାଇ ପହଞ୍ଚିଛନ୍ତି । ଇମ୍ଫାଲର ଏୟାରପୋର୍ଟରେ ପହଞ୍ଚିବା ପରେ, ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ କହିଛନ୍ତି ଯେ, ସେ ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବେ, ଏବଂ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିବେ । ସ୍ୱାତୀ ମାଲୀବାଲ ମଣିପୁର ହିଂସା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯୌନଶୋଷଣର ଶିକାର ହେଇଥିବାContinue reading “ହିଂସା ଭିତରେ ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ । କହିଲେ, ରାଜନୀତି କରିବାକୁ ଆସିନି, ପୀଡିତାଙ୍କୁ ଭେଟିବାକୁ ଆସିଛି ।”

Design a site like this with WordPress.com
Get started