ବନ୍ୟାଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ : ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ କହିଲେ ବୈଠକ ପାଇଁ ଚିଠି ଦେଲେ ବି ରଖୁନି ଜବାବ

କନକ ବ୍ୟୁରୋ : ବନ୍ୟାଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ୨୦୧୯ରୁ ବନ୍ୟା ଜଳକୁ ନେଇ କୌଣସି ତଥ୍ୟ ଦେଉନାହିଁ । ଏହା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଜି ହୀରାକୁଦର ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି । ଏହାପରେ ପଡୋଶୀ ରାଜ୍ୟର ଅସହଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟଯନ୍ତ୍ରୀ । ସେ କହିଛନ୍ତି ବନ୍ୟାଜଳ ପରିଚାଳନା ପାଇଁ ଓଡିଶା ବୈଠକ ପାଇଁ ବାରମ୍ବାରContinue reading “ବନ୍ୟାଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ : ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ କହିଲେ ବୈଠକ ପାଇଁ ଚିଠି ଦେଲେ ବି ରଖୁନି ଜବାବ”

ସାପ କାମୁଡିବାରୁ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ : ବାରିଆ ଥାନା ନିଶ୍ଚିତପୁର କୋଚିଂ ସେଣ୍ଟରରେ ଅଘଟଣ

କନକ ବ୍ୟୁରୋ : ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ , ଜଣେ ଗୁରୁତର । କୋଚିଂ ସେଣ୍ଟରରେ ଶୋଇଥିବାବେଳେ ସାପ କାମୁଡ଼ାରେ ୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିନ୍ତପୁରରେ ଥିବା ଏକ କୋଚିଂ ସେଣ୍ଟରରେ ଏପରି ଘଟଣା ଘଟିଛି । ଗୁରୁତରଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ରହିଛିContinue reading “ସାପ କାମୁଡିବାରୁ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ : ବାରିଆ ଥାନା ନିଶ୍ଚିତପୁର କୋଚିଂ ସେଣ୍ଟରରେ ଅଘଟଣ”

ସାହସିକତା ପାଇଁ ପୁରସ୍କୃତ ହେବେ ଶିମିଳିପାଳର ୩ ବନ କର୍ମଚାରୀ : ୨ ଜଣଙ୍କୁ ମରଣୋତର ସମ୍ମାନ, ଜଣଙ୍କୁ ବୀରତ୍ୱ ପୁରସ୍କାର ମିଳିବ

କନକ ବ୍ୟୁରୋ : ସାହସିକତା ପାଇଁ ପୁରସ୍କୃତ ହେବେ ଶିମିଳିପାଳର ୩ ବନ କର୍ମଚାରୀ । ୨ ଜଣଙ୍କୁ ମରଣୋତର ସମ୍ମାନ ମିଳିବାକୁ ଥିବା ବେଳେ ଜଣଙ୍କୁ ବୀରତ୍ୱ ପୁରସ୍କାର ମିଳିବ । ଶିମିଳିପାଳ ଅଭୟାରଣ୍ୟରେ ଶିକାରି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ୨ ବନ କର୍ମଚାରୀ ମାଥି ହାଁସଦା ଓ ବିମଳ କୁମାର ଜେନା । ସେହିପରି ଆହତ ବନ କର୍ମଚାରୀ ହେଲେ ହିମାଂଶୁ ଶେଖର ସେଠୀ । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁContinue reading “ସାହସିକତା ପାଇଁ ପୁରସ୍କୃତ ହେବେ ଶିମିଳିପାଳର ୩ ବନ କର୍ମଚାରୀ : ୨ ଜଣଙ୍କୁ ମରଣୋତର ସମ୍ମାନ, ଜଣଙ୍କୁ ବୀରତ୍ୱ ପୁରସ୍କାର ମିଳିବ”

ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ

କନକ ବ୍ୟୁରୋ : ପୋର୍ଟ ଅଫ୍ ସ୍ପେନରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ୱିକେଟ ହରାଇ ୨୨୯ ରନ୍ କରିଛି । ପ୍ରଥମ ଟେଷ୍ଟରେ ଘରୋଇ ଦଳ ହାରିବା ପରେ ଏବେ ଦ୍ୱିତୀୟ ଟେଷ୍ଟରେ ସମ୍ମାନ ରଖିବାକୁ ସଂଘର୍ଷ କରୁଛି । ବ୍ରାଥୱେଟଙ୍କ ଲଢୁଆ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜର ସ୍ଥିତି ଟିକିଏ ମଜବୁତ ହୋଇଛି । ତେବେ ଅର୍ଦ୍ଧଶତକ ହାସଲ କରି ଆଗକୁ ବଢୁଥିବାContinue reading “ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ”

ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲା ବୁଲଗେରିଆ । ଏବେ କ’ଣ ରହିବ ଋଷର ଆଭିମୂଖ୍ୟ

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଉଭୟ ଦେଶଙ୍କର ଅନେକ କ୍ଷୟକ୍ଷତି ଘଟିଲାଣି । ତଥାବି ଯୁଦ୍ଧ ବିରାମର କୌଣସି ଆଶଂକା ଦେଖାଯାଉନାହିଁ । ଏହିରି ମଧ୍ୟରେ ୟୁକ୍ରେନକୁ ସହାୟତା କରିବା ପାଇଁ ଆଗେଇ ଆସିଛି ବୁଲଗେରିଆ । ପ୍ରାୟ ୧୦୦ ଶସସ୍ତ୍ର ବାହୀନି ଧରି ୟୁକ୍ରେନର ସହାୟତା କରିବା ପାଇଁ ଆଗେଇ ଆସିଛି ବୁଲଗେରିଆ । ୧୯୮୦ ଦଶକରେ ବୁଲଗେରିଆକୁ ସୋଭିଏତ୍ ଯୁଗର ସଶସ୍ତ୍ର ଯାନ ଯୋଗାଇ ଦିଆଯାଇଥିଲାContinue reading “ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲା ବୁଲଗେରିଆ । ଏବେ କ’ଣ ରହିବ ଋଷର ଆଭିମୂଖ୍ୟ”

ଦିଲ୍ଲୀରେ ପୁଣି ବଢୁଛି ଯମୁନା ନଦୀର ଜଳସ୍ତର : ରିଲିଫ ଶିବିରରେ ୨୭ହଜାର ଲୋକ

କନକ ବ୍ୟୁରୋ : ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି । ଦିଲ୍ଲୀରେ ଯମୁନା ଜଳସ୍ତର ଶୁକ୍ରବାର ସନ୍ଧ୍ୟାରୁ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି । ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ରିଲିଫ୍ ଶିବିର ପଠାଯାଇଛି । ୨୭ ହଜାରରୁ ଅଧିକ ଲୋକ ଏବେ ଘର ଛାଡ଼ି ରିଲିଫ୍ ଶିବିରରେ ରହୁଛନ୍ତି । ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲିContinue reading “ଦିଲ୍ଲୀରେ ପୁଣି ବଢୁଛି ଯମୁନା ନଦୀର ଜଳସ୍ତର : ରିଲିଫ ଶିବିରରେ ୨୭ହଜାର ଲୋକ”

ଗୁଜରାଟରେ ବନ୍ୟା ସ୍ଥିତି : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ; ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ

କନକ ବ୍ୟୁରୋ : ଗୁଜରାଟରେ ବର୍ଷା ବିତ୍ପାତ । ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ତେଣୁ ବନ୍ୟା ଆଶଙ୍କା ଦେଖାଦେଇଛି । ନବସାରୀ, ଆମରେଲି ଓ ଜୁନାଗଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚାରିଆଡେ ପାଣି ମାଡିଯିବାରୁ ଲୋକେ ଏବେ ଜଳବନ୍ଦୀ ହୋଇ ରହିଛନ୍ତି । କାଲବୋ ଓ ସୋନରେଖା ନଦୀରେ ବନ୍ୟା ଆସିବାରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାଘାଟ ଓContinue reading “ଗୁଜରାଟରେ ବନ୍ୟା ସ୍ଥିତି : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ; ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ”

ବର୍ଷା ଆସିଲା ଚିନ୍ତା ବଢିଲା : ସ୍କୁଲ ଗଲା ବେଳେ ଶୁଖିଲା ଥିଲା, ଫେରିବା ବେଳକୁ ମାଡି ଆସିଲା ନଦୀପାଣି; ବିପଦପୂର୍ଣ୍ଣ ଅବସ୍ଥାରେ ପାରି ହେଲେ ସ୍କୁଲର ପିଲା

କନକ ବ୍ୟୁରୋ : ଶୁଖିଲାରେ ସ୍କୁଲ ଯାଇଥିଲେ ପିଲା । ଫେରିବା ବେଳକୁ ଉଛୁଳିଲା ନଦୀ । ମାଡି ଆସିଲା ପାଣି । ଫସିଗଲେ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଦୁର୍ଗମ ବାଦପୁର ଗାଁରେ । ଘୋଡାହାଡ ନଦୀରେ ପାଣି ବଢିବା ଯୋଗୁଁ ଶିକ୍ଷକ ଓ ଛାତ୍ରଛାତ୍ରୀ ନଈର ଆରପଟେ ରହି ଯାଇଥିଲେ । ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇଥିଲେ । ଏପରିକି ଶିକ୍ଷକଙ୍କContinue reading “ବର୍ଷା ଆସିଲା ଚିନ୍ତା ବଢିଲା : ସ୍କୁଲ ଗଲା ବେଳେ ଶୁଖିଲା ଥିଲା, ଫେରିବା ବେଳକୁ ମାଡି ଆସିଲା ନଦୀପାଣି; ବିପଦପୂର୍ଣ୍ଣ ଅବସ୍ଥାରେ ପାରି ହେଲେ ସ୍କୁଲର ପିଲା”

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ହେବ ପରିଣତ; ପ୍ରଭାବରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଆଜି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସମ୍ବଲପୁର ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରContinue reading “ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ହେବ ପରିଣତ; ପ୍ରଭାବରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି”

ଗରିବ ଓ ଶ୍ରମିକଙ୍କ ପାଇଁ ରେଳବାଇର ବଡ ଉପହାର ! ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ମିଳିବ ଅନେକ ସୁବିଧା

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ଖୁସି ଖବର ଆଣିଛି ଭାରତୀୟ ରେଳବାଇ । ଗରିବ ଲୋକଙ୍କୁ ରେଳ ଯାତ୍ରାରେ ସୁବିଧା ଯୋଗାଇ ଦେବା ଲାଗି ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଏଣିକି ସସ୍ତାରେ ଯାତ୍ରା କରିପାରିବେ ଯାତ୍ରୀ । ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ବସ୍ ହେଉ କି ଟ୍ରେନ୍, ଜଣେ ସାଧାରଣ ଗରିବ ଲୋକ ବାContinue reading “ଗରିବ ଓ ଶ୍ରମିକଙ୍କ ପାଇଁ ରେଳବାଇର ବଡ ଉପହାର ! ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ମିଳିବ ଅନେକ ସୁବିଧା”

Design a site like this with WordPress.com
Get started