କଳାଧନ ଛାଡି ଦୁବାଇ ପଳାଇଲା କ୍ରିକେଟ ବୁକି, ଘରେ ପୋଲିସ ରେଡ କରିବାରୁ ମିଳିଲା ୧୭ କୋଟି ନଗଦ ଟଙ୍କା ସହ ଏହି ସବୁ ସାମଗ୍ରୀ

କନକ ବ୍ୟୁରୋ : ମହାରାଷ୍ଟ୍ର ଗୌଦିଆ ଠାରେ ଏକ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ବୁକି ଜଣେ ବ୍ୟବସାୟୀଙ୍କ କ୍ରିକେଟ ଜୁଆ ଆପରେ ଟଙ୍କା ନିବେଶ କରିବାକୁ ଲୋଭ ଦେଖାଇ ତାଙ୍କ ଠାରୁ ୫୮ କୋଟି ଟଙ୍କା ଠକି ନେଇଥିଲା । ଏନେଇ ନାଗପୁର ପୋଲିସ କାକା ଚୌକରେ ଥିବା ଅଭିଯୁକ୍ତର ଙର ଉପରେ ଚଢାଉ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛି । କାରଣ ଏହି କ୍ରିକେଟ ବୁକିଙ୍କ ଘରୁ ନଗଦ ୧୭ କୋଟି ଟଙ୍କା ସହ ୧୪ କିଲୋଗ୍ରାମContinue reading “କଳାଧନ ଛାଡି ଦୁବାଇ ପଳାଇଲା କ୍ରିକେଟ ବୁକି, ଘରେ ପୋଲିସ ରେଡ କରିବାରୁ ମିଳିଲା ୧୭ କୋଟି ନଗଦ ଟଙ୍କା ସହ ଏହି ସବୁ ସାମଗ୍ରୀ”

ନୀଳ ଚଢେଇର ଜାଗା ନେବ ‘X’ ! ଖୁବଶୀଘ୍ର ବଦଳିପାରେ ଟୁଇଟରର ଲୋଗୋ । ଜାଣନ୍ତୁ, କଣ ରହିଛି ଏହା ପଛର କାରଣ…

କନକ ବ୍ୟୁରୋ: ବଦଳିବ ଟୁଇଟରର ଲୋଗୋ । ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ । ଏନେଇ ଖୋଦ୍ ନିଜେ ସୂଚନା ଦେଇଛନ୍ତି ଟୁଇଟରର ମାଲିକ ଏଲନ୍ ମସ୍କ । ତେବେ ଯେବେଠୁ ଏଲନ୍ ମସ୍କ ଟୁଇଟରର ମାଲିକାନା ହାସଲ କରିଛନ୍ତି, ସେବେଠୁ ସେ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ଆଉ ଏହି କ୍ରମରେ ଏବେ ସେ ଏହାର ଲୋଗୋରେ ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ରହିଛି । ଜଣେContinue reading “ନୀଳ ଚଢେଇର ଜାଗା ନେବ ‘X’ ! ଖୁବଶୀଘ୍ର ବଦଳିପାରେ ଟୁଇଟରର ଲୋଗୋ । ଜାଣନ୍ତୁ, କଣ ରହିଛି ଏହା ପଛର କାରଣ…”

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନ : ତେଜିଲା ରାଜନୀତି, ଜବାବ ରଖିଲା ବିଜେଡି

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ତେଜିଲା ରାଜନୀତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ ଆଣି ପ୍ରଶ୍ନ କରିଛନ୍ତି, ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା, ପହଞ୍ଚି ପାରିଛି କି ? ୨୩ ବର୍ଷରେContinue reading “ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନ : ତେଜିଲା ରାଜନୀତି, ଜବାବ ରଖିଲା ବିଜେଡି”

ବଳ ଗୋଟାଉଛି କଂଗ୍ରେସ : ଆଜି ଦଳରେ ସାମିଲ ହେଲେ ପୂର୍ବତନ ପ୍ରଶାସକ

କନକ ବ୍ୟୁରୋ : ବଳ ଗୋଟାଉଛି କଂଗ୍ରେସ । ଆଜି ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ । ପୂର୍ବତନ ଆଇଏଏସ ଅଧିକାରୀ ପଞ୍ଚାନନ ଦାସ, ବିଶ୍ୱନାଥ ଆଚାର୍ଯ୍ୟ ଏବଂ ପୂର୍ବତନ ଓଏଏସ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର, ଉଦ୍ଧବ କର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏବଂ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।Continue reading “ବଳ ଗୋଟାଉଛି କଂଗ୍ରେସ : ଆଜି ଦଳରେ ସାମିଲ ହେଲେ ପୂର୍ବତନ ପ୍ରଶାସକ”

ଏସିଆନ୍ ଗେମ୍ସରୁ ବାଦ୍ ପଡିଲେ ଅଲମ୍ପିକ ରୌପ୍ୟପଦକ ବିଜେତା ରବି ଦହିୟା । ଟ୍ରାଏଲରେ ହରାଇଲେ ମହାରାଷ୍ଟ୍ର ଖେଳାଳି ଅତିଶ ତୋଡକର ।

କନକ ବ୍ୟୁରୋ: ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଆୟୋଜିତ ୫୭ କେଜି ବର୍ଗର ଟ୍ରାଏଲ୍ସରେ ରବି ଦହିୟା ପରାଜିତ ହେବା ସହିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି । ମହାରାଷ୍ଟ୍ରର ଖେଳାଳି ଅତିଶ ତୋଡକର ତାଙ୍କୁ ୨୦-୮ରେ ହରାଇଦେଇଛନ୍ତି । ଏଥିସହିତ ଆଗାମୀ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ଏହି ଅଲମ୍ପିକ ରୌପ୍ୟ ପଦକ ବିଜେତା । ରବିContinue reading “ଏସିଆନ୍ ଗେମ୍ସରୁ ବାଦ୍ ପଡିଲେ ଅଲମ୍ପିକ ରୌପ୍ୟପଦକ ବିଜେତା ରବି ଦହିୟା । ଟ୍ରାଏଲରେ ହରାଇଲେ ମହାରାଷ୍ଟ୍ର ଖେଳାଳି ଅତିଶ ତୋଡକର ।”

ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର : କବାଟ ଭାଙ୍ଗି ମୃତଦେହ ଜବତ କଲା ଚାଉଳିଆଗଞ୍ଜ ପୋଲିସ

କନକ ବ୍ୟୁରୋ : କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଡାକ୍ତର ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ଡାକ୍ତର । ତେବେ ୪ ବର୍ଷ ହେବା ଭଡା ଘରେ ଏକାକୀ ରହୁଥିଲେ । ଘର ମାଲିକଙ୍କ କହିବା କଥା ତାଙ୍କର ଶ୍ୱାସ ଏବଂ ଅନ୍ୟାନ୍ୟ ରୋଗ ଥିଲା । ତେଣୁ ସେ ଅବିବାହିତ ଥିଲେ ।  ଦୁଇ ଦିନ ଘର ଭିତରContinue reading “ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର : କବାଟ ଭାଙ୍ଗି ମୃତଦେହ ଜବତ କଲା ଚାଉଳିଆଗଞ୍ଜ ପୋଲିସ”

ବିଜେପି ଉପରେ ବର୍ଷିଲେ ପି. ଚିଦାମ୍ବରମ । କହିଲେ, ପଶ୍ଚିମବଙ୍ଗ, ରାଜସ୍ଥାନରେ ମହିଳାଙ୍କ ପ୍ରତି ହିଂସାର ତୁଳନା ମଣିପୁର ସହ କରିବା ଠିକ୍ କି?

କନକ ବ୍ୟୁରୋ: ମଣିପୁରରେ ଜାରି ରହିଛି ହିଂସା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ଆଉ ଏହାରି ଭିତରେ ମଣିପୁର ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ରବିବାର ଟୁଇଟ୍ କରି ସେ ବିଜେପିକୁ ଟାର୍ଗେଟ କରିଥିବାବେଳେ, ମଣିପୁରର ହିଂସା କଣ ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ହେଉଥିବା ହିଂସା ସହ ସମାନ ବୋଲି ପ୍ରଶ୍ନ କରିଛନ୍ତି । ଚିଦାମ୍ବରମ ଟୁଇଟ୍ କରି ଲେଖିଛନ୍ତିContinue reading “ବିଜେପି ଉପରେ ବର୍ଷିଲେ ପି. ଚିଦାମ୍ବରମ । କହିଲେ, ପଶ୍ଚିମବଙ୍ଗ, ରାଜସ୍ଥାନରେ ମହିଳାଙ୍କ ପ୍ରତି ହିଂସାର ତୁଳନା ମଣିପୁର ସହ କରିବା ଠିକ୍ କି?”

ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି : ପୁରୀ ପ୍ରଶାସନକୁ ସୁଦର୍ଶନ ପଟ୍ଟନାୟକଙ୍କ ଅନୁରୋଧ; ଗୋଟିଏ ଦ୍ୱାର ନ ଖୋଲିଲେ କାଲିଠୁ ଧାରଣା

କନକ ବ୍ୟୁରୋ : ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ଦୋହରାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ପରେ କମିଟିର ନିଷ୍ପତ୍ତି ପରେ ଅନ୍ୟ ଦ୍ୱାର ଖୋଲାଯାଉ ବୋଲି ଦାବି କରିଛନ୍ତି । ଯଦି ତୁରନ୍ତ ଗୋଟିଏ ଦ୍ୱାର ଖୋଲାନଯାଏ ତେବେ ଆସନ୍ତାକାଲି ପଶ୍ଚିମଦ୍ୱାରContinue reading “ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି : ପୁରୀ ପ୍ରଶାସନକୁ ସୁଦର୍ଶନ ପଟ୍ଟନାୟକଙ୍କ ଅନୁରୋଧ; ଗୋଟିଏ ଦ୍ୱାର ନ ଖୋଲିଲେ କାଲିଠୁ ଧାରଣା”

ପାଣି ପାଇଁ ଯନ୍ତ୍ରଣା : ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଉଛୁଳା ନଦୀରେ ପାର ହେଲେ ପ୍ରସୂତି

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀଯନ୍ତ୍ରଣାର ଚିତ୍ର । ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଗର୍ଭବତୀଙ୍କୁ ନଦୀ ପାର କରାଇଲେ ପରିବାର ଲୋକେ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡ଼ା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଗାଁର ରଶ୍ମିତା ସାହୁଙ୍କୁ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଭଲ ରାସ୍ତା ନଥିବାରୁ ଏବଂ ଗାଁ ଶେଷରେ ଏକ ନଦୀ ଥିବାରୁ ଆମ୍ବୁଲାନ୍ସContinue reading “ପାଣି ପାଇଁ ଯନ୍ତ୍ରଣା : ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଉଛୁଳା ନଦୀରେ ପାର ହେଲେ ପ୍ରସୂତି”

ଡେଙ୍ଗୁ ନେଲା ଜୀବନ ! ରାଜଧାନୀରେ ୭ ବର୍ଷ ବାଳିକାର ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ : ଡେଙ୍ଗୁ ନେଲା ଜୀବନ । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସାଇସ୍ମିତା ସାହୁ ଓରଫ୍ ପିହୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି । ରାଜଧାନୀରେ ଚଳିତ ବର୍ଷ ଏହା ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ରାଜଧାନୀରେ ଡେଙ୍ଗୁContinue reading “ଡେଙ୍ଗୁ ନେଲା ଜୀବନ ! ରାଜଧାନୀରେ ୭ ବର୍ଷ ବାଳିକାର ମୃତ୍ୟୁ ଅଭିଯୋଗ”

Design a site like this with WordPress.com
Get started