ସିବିଏସଇ ସ୍କୁଲରେ ଓଡିଆରେ ପଢ଼ାଯିବ ପାଠ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସିବିଏସଇ ଅନୁବନ୍ଧିତ ସ୍କୁଲରେ ଆଞ୍ଚଳିକ ଭାଷାରେ ପଢ଼ାଇବା ଲାଗି ଜାରି କରାଯାଇଛି ସର୍କ୍ୟୁଲାର

କନକ ବ୍ୟୁରୋ: ଜାତୀୟ ଶିକ୍ଷାନୀତି ଅନୁସାରେ ସିବିଏସଇ ସ୍କୁଲରେ ଓଡିଆ ସମେତ ୨୨ଟି ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ପାଠ । ଏଣିକି ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ ଏନେଇ ସିବିଏସଇ ଜାରି କରିଛି ସର୍କୁଲାର । ଛାତ୍ରଛାତ୍ରୀଙ୍କ ଭିତରେ ଭାଷାରେ ବିବିଧତା, ସଂସ୍କୃତିକୁ ବୁଝିବା ଏବଂ ଶିକ୍ଷଣୀୟ ସଫଳତାକୁ ବଢାଇବା ପାଇଁ ବହୁଭାଷୀ ଶିକ୍ଷାକୁ ଗରୁତ୍ୱ ଦିଆଯାଇଛି । ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପାଠContinue reading “ସିବିଏସଇ ସ୍କୁଲରେ ଓଡିଆରେ ପଢ଼ାଯିବ ପାଠ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସିବିଏସଇ ଅନୁବନ୍ଧିତ ସ୍କୁଲରେ ଆଞ୍ଚଳିକ ଭାଷାରେ ପଢ଼ାଇବା ଲାଗି ଜାରି କରାଯାଇଛି ସର୍କ୍ୟୁଲାର”

ଜାରି ରହିଛି କଂଗ୍ରେସ କନ୍ଦଳ । ରାଜ୍ୟ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ । ସେପଟେ କଟକରେ ନିଲମ୍ବିତ ନେତାଙ୍କ ସମର୍ଥକ କଲେ ମୌନବ୍ରତ

କନକ ବ୍ୟୁରୋ: ଶରତ ପଟ୍ଟନାୟକ ପିସିସି ସଭାପତି ହେବାର ପ୍ରାୟ ବର୍ଷେ ପରେ ଆଜି ପ୍ରଥମ ଥର ପାଇଁ ହୋଇଛି ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । କିନ୍ତୁ ବୈଠକ କଂଗ୍ରେସ ଭବନରେ ନହୋଇ ଭୁବନେଶ୍ୱରର ଏକ ହୋଟେଲରେ ହୋଇଛି । ବୈଠକରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ହେଲେ, ମିଳିଥିବା ସୂଚନା ଅନୁସାରେ ବୈଠକରେ କୁଆଡେ ନିଲମ୍ବିତ ନେତାଙ୍କୁ ନେଇ ଝଡ ଉଠିଛି । ହେଲେ, ଏ ସମ୍ପର୍କରେ ବାହାରେContinue reading “ଜାରି ରହିଛି କଂଗ୍ରେସ କନ୍ଦଳ । ରାଜ୍ୟ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ । ସେପଟେ କଟକରେ ନିଲମ୍ବିତ ନେତାଙ୍କ ସମର୍ଥକ କଲେ ମୌନବ୍ରତ”

ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା

କନକ ବ୍ୟୁରୋ: ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଣିପୁର ପୋଲିସ ଗିରଫ କରିଛି । ଏହାସହିତ ଏହି ଘଟଣାରେ ଗିରଫ ସଂଖ୍ୟା ୫ରେ ପହଁଚିଛି । ଅନ୍ୟContinue reading “ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା”

ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଚୋରି କରିବା ହେଲା କାଳ । ଏସି ଚୋରି କରିବାକୁ ଆସି ଚୋରର ପ୍ରାଣ ଚାଲିଯାଇଛି । ଶିଶୁ ଭବନ କିଡନୀ ୱାଡରେ ଲାଗିଥିବା ଏସିକୁ ଚୋରି କରିବାକୁ ଆସିଥିବା ବେଳେ କରେଂଟ ଲାଗି ଚୋରର ମୃତ୍ୟୁ ହୋଇଯାଇଛି । ଏବେ ସୁଦ୍ଧା ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନି । । କେତେବେଳ ଓ କେଉଁ ସମୟରେ ତାର ମୃତ୍ୟୁ ହୋଇଛି ଜଣାପଡିନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ଓ ଫରେନସିକ୍ ଟିମ୍Continue reading “ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣଙ୍କ ମୃତ୍ୟୁ”

ଧରାପଡ଼ିଲା ଫାଇଭ-ଟି ସ୍କୁଲ ଚୋର, ଜଗତସିଂହପୁରରୁ ମିଳିଲା ସୁନ୍ଦରଗଡରୁ ଚୋରି ହୋଇଥିବା ଟିଭି

କନକ ବ୍ୟୁରୋ : ଧରାପଡ଼ିଲା ଫାଇଭ-ଟି ସ୍କୁଲ ଚୋର । ଜଗତସିଂହପୁରରୁ ମିଳିଲା ସୁନ୍ଦରଗଡରୁ ଚୋରି ହୋଇଥିବା ଟିଭି ଓ ଅନ୍ୟାନ୍ୟ ଚୋରୀ ସାମଗ୍ରୀ । ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ଖେଳାଉଥିବା ଚୋରଙ୍କ ଟାର୍ଗେଟରେ ଥିଲା ଫାଇଭ-ଟି ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର । ଗୋଟିଏ ଗୋଟିଏ ରାତିରେ ୧୦ରୁ ଅଧିକ ସ୍କୁଲରୁ ଗାଏବ ହୋଇଯାଉଥିଲା ସମସ୍ତ ଜିନିଷ । ଏଭଳି ଏକ ଚାଂଚଲ୍ୟକର ଖବର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି । ଫାଇଭ-ଟି ସ୍କୁଲ ହେବା ପରେContinue reading “ଧରାପଡ଼ିଲା ଫାଇଭ-ଟି ସ୍କୁଲ ଚୋର, ଜଗତସିଂହପୁରରୁ ମିଳିଲା ସୁନ୍ଦରଗଡରୁ ଚୋରି ହୋଇଥିବା ଟିଭି”

ପୁରା ଗାଁକୁ ଠକି ଦେଲା ସାଇବର ଠକ, ଅନଲାଇନ୍ ଆପ୍ ଜରିଆରେ ନେଇଗଲା କୋଟିଏରୁ ଅଧିକ ଟଙ୍କା

କନକ ବ୍ୟୁରୋ : ସବୁ ବେଳେ ଅଧିକ ଲୋଭ ମଣିଷକୁ ଅସୁବିଧାରେ ପକାଇଥାଏ । ଏଇ ଯେମିତି ଟଙ୍କା ଦୁଇ ଗୁଣା ହୋଇଯିବାର ଲୋଭ ଗ୍ରାମବାସୀଙ୍କୁ ଅସୁବିଧାରେ ପକାଇ ଦେଇଛି । ସେମାନଙ୍କ କଷ୍ଟ ଅର୍ଜିତ ଅର୍ଥକୁ ସାଇବର ଠକ ହାତରେ ଟେକି ଦେଇଛି । ଟି ଆଣ୍ଡ ଜି ନାମକ ଏକ ଆପ୍ ମାଧ୍ୟମରେ ଗଞ୍ଜାମ ରାମ୍ଭା ଥାନା ବଡରାମପଲ୍ଲୀ ଗାଁଁରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଠକି ନେଇଛି ସାଇବର ଠକ । ଅନଲାଇନ୍ ଆପ୍Continue reading “ପୁରା ଗାଁକୁ ଠକି ଦେଲା ସାଇବର ଠକ, ଅନଲାଇନ୍ ଆପ୍ ଜରିଆରେ ନେଇଗଲା କୋଟିଏରୁ ଅଧିକ ଟଙ୍କା”

୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ ସିରିଜ୍ । 

କନକ ବ୍ୟୁରୋ: ଡ୍ର’ରେ ଶେଷ ହେଲା ଭାରତ-ବାଂଲାଦେଶ ତୃତୀୟ ଦିନିକିଆ । ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଇଛି । ଏଥିସହିତ ଆଇସିସି ମହିଳା ଚାମ୍ପିୟନସିପରେ ଚାଲିଥିବା ଏହି ସିରିଜ୍ ୧-୧ ସ୍ଥିତିରେ ଶେଷ ହୋଇଛି । ଶନିବାର ବାଂଲାଦେଶ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରେଇ ୨୨୫ ରନ୍ କରିଥିଲା । ଏହାପରେ ବ୍ୟାଟିଂ କରିଥିବା ଭାରତୀୟ ମହିଳାContinue reading “୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ ସିରିଜ୍ । “

ସରକାରୀ ଅଫିସରେ ଚାଲିଛି ସୁରା ପାନ । ଦୁଇ ଜଣଙ୍କ ସହ ମିଶି ମଦ ପିଉଛନ୍ତି ଜଳସେଚନ ବିଭାଗର ଯନ୍ତ୍ରୀ

କନକ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟ ଭିତରେ ଚାଲିଛି ମଦ୍ୟପାନ । ବାବୁ ବସିଛନ୍ତି, ବାବୁଙ୍କ ଆଗରେ ମଦ ଗ୍ଲାସ ସହ ଚାଖଣା ଥୁଆ ହୋଇଛି । ପାଖରେ ଦୁଇ ତିନି ଜଣଙ୍କୁ ବସାଇ ମଦ ପିଉଛନ୍ତି ଯନ୍ତ୍ରୀ । ସରକାରୀ ବାବୁଙ୍କ ଟେବୁଲ ଉପରେ ଖାତା ଖତିଆନା ନାହିଁ ବରଂ ମଦ ଭର୍ତି ଗ୍ଲାସ ସାଙ୍ଗକୁ ବିଭିନ୍ନ ପ୍ରକାର ଚାଖଣା ରଖାଯାଇଛି । ସରକାରୀ ଅଫିସ ଭିତରେ ଯନ୍ତ୍ରୀଙ୍କ ଏହି କାଣ୍ଡ ଏବେ ଭାଇରାଲ ହେବାରେContinue reading “ସରକାରୀ ଅଫିସରେ ଚାଲିଛି ସୁରା ପାନ । ଦୁଇ ଜଣଙ୍କ ସହ ମିଶି ମଦ ପିଉଛନ୍ତି ଜଳସେଚନ ବିଭାଗର ଯନ୍ତ୍ରୀ”

କେବେ ସୁଧୁରିବ ସରକାରୀ ବିଦ୍ୟାଳୟର ଅବସ୍ଥା । ଭଙ୍ଗା ଘର ଓ ଶିକ୍ଷକ ଅଭାବ ଭିତରେ ଅନ୍ଧାରକୁ ଚାଲିଯାଉଛି ଛାତ୍ର ଛାତ୍ରୀଙ୍କ ଭାଗ୍ୟ

କନକ ବ୍ୟୁରୋ : ଆଉ କେତେ ବିଦ୍ୟାଳୟର ଦୁରାବସ୍ତା ଦେଖିବେ ଅବିଭାବକ । ବିଦ୍ୟାଳୟ ସମସ୍ୟାକୁ ନେଇ ସବୁ ଦିନ କେଉଁଠୁ ନା କେଉଁଠୁ ଖବର ଆସୁଛି । ସେହି ଖବର ଲେଖିବା ବେଳେ ଆମ ମନକୁ ପ୍ରଶ୍ନ ଆସୁଛି, ଆଉ କେତେ ବିଦ୍ୟାଳୟ ସମସ୍ୟା ଆମେ ଟିଭି ମାଧ୍ୟମରେ ପ୍ରଶାସନ ପାଖରେ ପହଂଚାଇବା । ବିଦ୍ୟାଳୟ ଗୁଡିକ ଏତେ ଦୟନୀୟ ଅବସ୍ଥାରେ ଥିବା ବେଳେ ଆମ ସରକାର ଉନ୍ନତ ଶିକ୍ଷା କଥା ଚିନ୍ତା କରୁଛନ୍ତି କେମିତିContinue reading “କେବେ ସୁଧୁରିବ ସରକାରୀ ବିଦ୍ୟାଳୟର ଅବସ୍ଥା । ଭଙ୍ଗା ଘର ଓ ଶିକ୍ଷକ ଅଭାବ ଭିତରେ ଅନ୍ଧାରକୁ ଚାଲିଯାଉଛି ଛାତ୍ର ଛାତ୍ରୀଙ୍କ ଭାଗ୍ୟ”

ଚୀନକୁ ଘେରିବାକୁ ଭାରତର ବଡ ପ୍ଲାନ୍ । ଭିଏତନାମକୁ ଆଇଏନଏସ୍ କୃପାଣ ଭେଟିଦେବ ଭାରତ । 

କନକ ବ୍ୟୁରୋ: ପଡୋଶୀ ଚୀନକୁ ଘେରିବାକୁ ଭାରତର ନୂଆ ପ୍ଲାନ୍ । ଚୀନର ପଡୋଶୀ ରାଷ୍ଟ୍ର ଭିଏତନାମକୁ ଯୁଦ୍ଧ ଜାହାଜ ଆଇଏନଏସ୍ କୃପାଣ ଭେଟିଦେବ ଭାରତୀୟ ନୌସେନା । ଶନିବାର ଦକ୍ଷିଣ ଚୀନ ସାଗରର ଏକ ମିଲିଷ୍ଟ୍ରି ବେସରେ ଭିଏତନାମ ନୌସେନାକୁ ଏହି ଆଇଏନଏସ୍ କୃପାଣ ଉପହାରରେ ଭେଟିଦେବେ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର । ଅନ୍ୟ ପଡୋଶୀଙ୍କ ପରି ଚୀନର ଭିଏତନାମ୍ ସହିତ ସୀମାକୁ ନେଇ ବିବାଦ ରହିଛି । ଭିଏତନାମର ଉତ୍ତରContinue reading “ଚୀନକୁ ଘେରିବାକୁ ଭାରତର ବଡ ପ୍ଲାନ୍ । ଭିଏତନାମକୁ ଆଇଏନଏସ୍ କୃପାଣ ଭେଟିଦେବ ଭାରତ । “

Design a site like this with WordPress.com
Get started