କନକ ବ୍ୟୁରୋ : ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା । ହାୱଡା ପଞ୍ଚଲାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ଉଲଗ୍ନ କରି ଟଣା ଓଟରା କରିଛନ୍ତି ମହିଳା ଗୋଷ୍ଠୀ । ଜୁଲାଇ ୮ର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପଞ୍ଚାୟତ ନିର୍ବାଚନ ବେଳେ ରାଜନୈତିକ ବିବାଦରୁ ଏହି ବର୍ବରକାଣ୍ଡ ଘଟିଥିଲା । ଚୋରି ଅଭିଯୋଗରେ କିଛି ମହିଳା ଜଣେ ମହିଳାଙ୍କୁ ନିବସ୍ତ୍ର କରି ଟଣାଓଟରା କରିଥିଲେContinue reading “ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା : ମହିଳାଙ୍କୁ ଉଲଗ୍ନ କରାଇ ଟଣାଓଟରା କଲେ ମହିଳା ଗୋଷ୍ଠୀ; ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା”
Tag Archives: News
ମଣିପୁର ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ; ୧୧ ଦିନିଆ ମିଣ୍ଡିଆରେ ଗଲେ ଅନ୍ୟ ୪ ଅଭିଯୁକ୍ତ
କନକ ବ୍ୟୁରୋ : ମଣିପୁର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ୧୧ ଦିନିଆ ମିଣ୍ଡିଆରେ ଗଲେ ଅନ୍ୟ ୪ ଅଭିଯୁକ୍ତ । ସେହିପରି ଅନ୍ୟ ୭ ଜଣ ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇସାରିଛି । ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ନାରକୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଂଚିଛି ।Continue reading “ମଣିପୁର ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ; ୧୧ ଦିନିଆ ମିଣ୍ଡିଆରେ ଗଲେ ଅନ୍ୟ ୪ ଅଭିଯୁକ୍ତ”
ଅବକାରୀ ଅଧିକାରୀଙ୍କୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ : ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ସୂଚନା
କନକ ବ୍ୟୁରୋ : କୋଟପାଡ ବ୍ଲକ୍ ଛତିଶଗଡ ସୀମାନ୍ତରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ । ଆଇଆଇସିଙ୍କ ସମେତ ଅବକାରୀ ବିଭାଗରେ କାଯ୍ୟରତ କନେଷ୍ଟବଳ ମେଘନାଦ ଶବର ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ ୨୫ରୁ ଅଧିକ ଦୃର୍ବୃତ୍ତ । କୋଟପାଡ ଥାନା ଘୋଡାହାଟ ଗ୍ରାମରେ ରାତି ୧୦ ଟା ପରେ ଏହି ଘଟଣା ଘଟିଛି । ମୁଣ୍ଡରେContinue reading “ଅବକାରୀ ଅଧିକାରୀଙ୍କୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ : ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ସୂଚନା”
ମା’ର ଭିନ୍ନ ଏକ ରୂପ : ପୁରୁଷ ବନ୍ଧୁ ସହ ମିଶି ନାବାଳିକା ଝିଅଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା; ଉଦ୍ଧାର କଲା ଆରପିଏଫ
କନକ ବ୍ୟୁରୋ : ନାବାଳିକାକୁ ନିର୍ଯାତନା ଦେଉଥିଲେ ମା’ର ପୁରୁଷବନ୍ଧୁ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏପରି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଝାରସୁଗୁଡ଼ା ବେଲପାହାଡ ଅଞ୍ଚଳର ନାବାଳିକାଙ୍କୁ ସମ୍ବଲପୁରରୁ ଉଦ୍ଧାର କରାଯାଇଛି । ନାବାଳିଙ୍କ ମା’ ଚେନ୍ନାଇର ଶ୍ରୀପୁରାରେ ଏକ କମ୍ପାନୀରେ କାମ କରନ୍ତି । ସେଠାରେ କାମ କରୁଥିବା ବେଳେ ଜଣେ ବିବାହିତ ଯୁବକଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ସେତେବେଳେ ନାବାଳିକା ଓ ତାଙ୍କ ବଡ଼ ଭଉଣୀContinue reading “ମା’ର ଭିନ୍ନ ଏକ ରୂପ : ପୁରୁଷ ବନ୍ଧୁ ସହ ମିଶି ନାବାଳିକା ଝିଅଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା; ଉଦ୍ଧାର କଲା ଆରପିଏଫ”
କଟକରେ ପୁଣି ନକଲି ମସଲା ଠାବ : ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉ, ୨୦ କ୍ୱିଣ୍ଟାଲ ନକଲି ମସଲା ଠାବ
କନକ ବ୍ୟୁରୋ : କଟକରେ ପୁଣି ନକଲି ମସଲା ଠାବ । ମାଲଗୋଦାମରୁ ନକଲି ମସଲା ଠାବ କଲା କମିସନରେଟ ପୋଲିସ । ପ୍ରାୟ ୨୦ କ୍ୱିଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡଗପୁରୀ ମିକ୍ସ ମସଲା ଆଦି ଠାବ ହୋଇଛି । ଉଭୟ କମିସନରେଟ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉରେ ବିପୁଳ ପରିମାଣର ନକଲି ମସଲା ସାମଗ୍ରୀ ଠାବ କରାଯାଇଛି । ମସଲା ଗୁଣ୍ଡରେ ଚାଉଳ, ରଙ୍ଗ, କେମିକାଲ ମିଶାଉଥିବା ଅଭିଯୋଗContinue reading “କଟକରେ ପୁଣି ନକଲି ମସଲା ଠାବ : ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉ, ୨୦ କ୍ୱିଣ୍ଟାଲ ନକଲି ମସଲା ଠାବ”
ଯୋବ୍ରା ବ୍ୟାରେଜ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର : କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁର ମୃତଦେହ ବୋଲି ଚର୍ଚ୍ଚା
କନକ ବ୍ୟୁରୋ : ଥାନା ଭିତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁ ବେହେରାର ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରେଜ ନିକଟରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଛି । ଏହି ଅଚିହ୍ନା ମୃତଦେହ ବବଲୁ ବେହେରାର ବୋଲି କୁହାଯାଉଛି । ଗତକାଲି କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିବା ପରେ ମହାନଦୀକୁ ଡେଇଁ ବବୁଲ ପଡିଥିଲା । ମୋବାଇଲ ଚୋରି ଅଭିଯୋଗରେ ବବଲୁକୁ ପଚରାଉଚରା ପାଇଁ ପୁଲିସ ଆଣିଥିଲା । ଥାନାରୁ ଅଭିଯୁକ୍ତ ବବଲୁContinue reading “ଯୋବ୍ରା ବ୍ୟାରେଜ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର : କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁର ମୃତଦେହ ବୋଲି ଚର୍ଚ୍ଚା”
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମକ୍ଷକ ହେଲେ ନବୀନ : ଆସନ୍ତାକାଲି ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ଆସନରେ ବସିବାର କରିବେ ଗୌରବ ଅର୍ଜନ
କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ । ରାତି ପାହିଲେ ଆଉ ଏକ ରେକର୍ଡ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହା ମାଚ୍ଚ ୫ ତାରିଖରେ ପ୍ରଥମ ଥର ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନContinue reading “ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମକ୍ଷକ ହେଲେ ନବୀନ : ଆସନ୍ତାକାଲି ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ଆସନରେ ବସିବାର କରିବେ ଗୌରବ ଅର୍ଜନ”
ରାସ୍ତା ନିର୍ମାଣ କାମକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ : ଶିଳାନ୍ୟାସ ପାଇଁ ଯିବା ସମୟରେ ସମୀର ଦାଶଙ୍କୁ ଘେରିଲେ, ଦାବି ଜଣାଇଲେ
କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ଦାଶ, ରାସ୍ତା ନିର୍ମାଣର ଶିଳାନ୍ୟାସ କରିବାକୁ ଯାଇଥିବାବେଳେ ଘେରିଲେ ଗ୍ରାମବାସୀ । ରାସ୍ତା କାମ ଅଧାରୁ ନକରି ଗାଁର ଶେଷ ମୁଣ୍ଡରୁ କରିବା ପାଇଁ ବିଧାୟକଙ୍କୁ ଦାବି ଜଣାଇଥିଲେ ଚକରୋଡା ଗାଁର ଲୋକେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ସ୍ଥାନରେ ରାସ୍ତା ହେବା କଥା ସେହି ସ୍ଥାନରେ ରାସ୍ତା କରାଯାଉ ନାହିଁ । ଦୀର୍ଘଦିନ ହେବ ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗାଁକୁ ଭଲContinue reading “ରାସ୍ତା ନିର୍ମାଣ କାମକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ : ଶିଳାନ୍ୟାସ ପାଇଁ ଯିବା ସମୟରେ ସମୀର ଦାଶଙ୍କୁ ଘେରିଲେ, ଦାବି ଜଣାଇଲେ”
ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତ୍ତପ୍ତ ମାସ : ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ
କନକ ବ୍ୟୁରୋ : ଚଳିତବର୍ଷର ଜୁଲାଇ ମାସର ଗୀଷ୍ମପ୍ରବାହ ସବୁ ରେକର୍ଡ ଭାଙ୍ଗିଛି । ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତ୍ତପ୍ତ ମାସ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଜଣେ ଜଳବାୟୁ ବୈଜ୍ଞାନିକ ଏଭଳି ତଥ୍ୟ ରଖିଛନ୍ତି । ପରିବେଶରେ ସବୁଜ ଗ୍ୟାସର ଲଗାତାର ନିର୍ଗମନ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ସେହିପରି ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗରରେ ଏଲନିନୋର ପ୍ରଭାବ ବୃଦ୍ଧି ଯୋଗୁଁ ତାପମାତ୍ରା ବଢିଥିବା ସେContinue reading “ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତ୍ତପ୍ତ ମାସ : ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ”
ଅସରାଏ ବର୍ଷାରେ ବେହାଲ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ବିଲ୍ଡିଂ : କିଛି ଦିନ ତଳେ ଉଦଘାଟନ ହୋଇଥିଲା ନୂଆ ବିଲ୍ଡିଂ
କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହେଲା ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ଥିବା ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ନୂତନ ବିଲ୍ଡିଂ କିଛିଦିନ ତଳେ ଉଦଘାଟନ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଥିଲା । ହେଲେ ନିର୍ମାଣର କେଇଟା ଦିନରେ ଏହାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଷ୍ଟେସନର ମୁଖ୍ୟ ଗେଟ ସାମ୍ନାରେ ଲହଡି ମାରୁଛି ଆଣ୍ଠିଏ ଉଚ୍ଚର ବର୍ଷା ପାଣିContinue reading “ଅସରାଏ ବର୍ଷାରେ ବେହାଲ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ବିଲ୍ଡିଂ : କିଛି ଦିନ ତଳେ ଉଦଘାଟନ ହୋଇଥିଲା ନୂଆ ବିଲ୍ଡିଂ”