କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଆଉଏକ ମାଇଲଖୁଣ୍ଟ । ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି କୋହଲି ନିଜ ନାଁରେ କରିଛନ୍ତି ବଡ଼ ରେକର୍ଡ । ଦୁନିଆର ପ୍ରଥମ ବ୍ୟାଟର ଭାବେ ସେ ଏହି ରେକର୍ଡ କରିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ ନିଜର ୨୯ତମ ଟେଷ୍ଟ ଶତକ ମାରିଛନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟରର ଥିଲା ୭୬ତମContinue reading “ବିରାଟ କୋହଲିଙ୍କ ବଡ଼ ରେକର୍ଡ : ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଛୁଇଁଲେ ଏହି ମାଇଲଖୁଣ୍ଟ”
Tag Archives: News
ପୋଲିସର ‘ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ’ : ଶିମିଳିପାଳକୁ ଶିକାରୀଙ୍କ କବଳରୁ ରକ୍ଷା ପାଇଁ ନୂଆ ଅଭିଯାନ
କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଅଭୟାରଣ୍ୟ ଶିମିଳିପାଳକୁ ଶିକାରୀମାନଙ୍କ କବଳରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ପୋଲିସର ଲଗାତାର ପ୍ରୟାସ ଜାରି ରହିଛି । ବେଆଇନ ବନ୍ଧୁକ ରଖିଥିବା ଶିକାରୀମାନଙ୍କ ଠାରୁ ବନ୍ଧୁକ ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିବା ପାଇଁ ଜିଲ୍ଲା ପୋଲିସ ‘ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ’ ଆରମ୍ଭ କରିଛି । ଶିମିଳିପାଳ ସଂଲଗ୍ନ କପ୍ତିପଦା, ଉଦଳା, ଖୁଂଟା, ଶରତ, ମହୁଲଡିହା, ଠାକୁରମୁଣ୍ଡା, ବାଙ୍ଗିରିପୋଷି, ଯଶିପୁର ଓ ବିଶୋଇ ୯ଟି ଥାନା ଅଂଚଳରେContinue reading “ପୋଲିସର ‘ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ’ : ଶିମିଳିପାଳକୁ ଶିକାରୀଙ୍କ କବଳରୁ ରକ୍ଷା ପାଇଁ ନୂଆ ଅଭିଯାନ”
ତିନି ମାସ ଧରି ସ୍କୁଲରେ ତାଲା : ସ୍କୁଲକୁ ଅପଗ୍ରେଡ୍ ଦାବିରେ ଆନ୍ଦୋଳନରେ ଗ୍ରାମବାସୀ; ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଆଗେଇ ଆସିଲେ ୩ ଯୁବକ
କନକ ବ୍ୟୁରୋ : ତିନି ମାସ ଧରି ସ୍କୁଲରେ ତାଲା । ସ୍କୁଲକୁ ଅପଗ୍ରେଡ୍ ମାନ୍ୟତା ଦାବିରେ ଦୀର୍ଘ ୧୧୭ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ । ଆଉ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ୁଛି । ଗ୍ରାମ ବାସୀ ସ୍କୁଲର ତାଲା ନ ଖୋଲିବାକୁ ଜିଦ୍ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ଶିକ୍ଷକମାନେ ଆସି ବାହାରେ ବସି ରହୁଛନ୍ତି । ଏହା ହେଉଛି କଳାହାଣ୍ଡିContinue reading “ତିନି ମାସ ଧରି ସ୍କୁଲରେ ତାଲା : ସ୍କୁଲକୁ ଅପଗ୍ରେଡ୍ ଦାବିରେ ଆନ୍ଦୋଳନରେ ଗ୍ରାମବାସୀ; ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଆଗେଇ ଆସିଲେ ୩ ଯୁବକ”
ଆଉ ୭୦ହଜାର ନିଯୁକ୍ତି ବାଣ୍ଟିବେ ପ୍ରଧାନମନ୍ତ୍ରୀ : ଦେଶର ୪୪ଟି ସ୍ଥାନରେ ଆୟୋଜନ ହେବ ଏହି କାର୍ଯ୍ୟକ୍ରମ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଆଜି ସକାଳ ସାଢ଼େ ୧୦ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ପତ୍ର ବିତରଣ କରାଯିବ । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯିବ । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ସୂଚନା ଅନୁସାରେ,Continue reading “ଆଉ ୭୦ହଜାର ନିଯୁକ୍ତି ବାଣ୍ଟିବେ ପ୍ରଧାନମନ୍ତ୍ରୀ : ଦେଶର ୪୪ଟି ସ୍ଥାନରେ ଆୟୋଜନ ହେବ ଏହି କାର୍ଯ୍ୟକ୍ରମ”
ମହଙ୍ଗା ପଡିଲା ମୋକିମ ଓ ଚିରଞ୍ଜୀବଙ୍କ ସପକ୍ଷରେ ବାହାରିବା : ଦଳରୁ ବିଦା ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା
କନକ ବ୍ୟୁରୋ : ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥନରେ ବାହାରିବା ପଡିଲା ମହଙ୍ଗା । କଂଗ୍ରେସ ଶୃଙ୍ଖଳା କମିଟି ବୈଠକରେ ବଡ ନିଷ୍ପତ୍ତି । ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶୃଙ୍ଖଳା କମିଟି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପରେ ପ୍ରେସମିଟ୍ କରି ପିସିସି ସଭାପତିଙ୍କ ଉପରେContinue reading “ମହଙ୍ଗା ପଡିଲା ମୋକିମ ଓ ଚିରଞ୍ଜୀବଙ୍କ ସପକ୍ଷରେ ବାହାରିବା : ଦଳରୁ ବିଦା ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା”
ବନ୍ଧୁକ ଦେଖାଇ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ : ପରିବାର ପକ୍ଷରୁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ
କନକ ବ୍ୟୁରୋ : ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଅଟକିଥିଲେ । ଦୁର୍ବୃତ୍ତମାନେ ଉଭୟ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ । ତେବେ କିଏ ଓ କାହିଁକି ଅପହରଣ କଲା, ତାହା ଜଣାପଡ଼ିନାହିଁ । ଅପହରଣ ହୋଇଥିବାContinue reading “ବନ୍ଧୁକ ଦେଖାଇ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ : ପରିବାର ପକ୍ଷରୁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ”
ମଣିପୁର ପୀଡ଼ିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ : କହିଲେ, ମଣିପୁର ହିଂସା ପାଇଁ ଦାୟୀ ରାଜ୍ୟ ସରକାର
କନକ ବ୍ୟୁରୋ : ମଣିପୁରରେ ୨ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ନାରକୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଂଚିଛି । ସରକାର ଓ ବିରୋଧୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । କିନ୍ତୁ ଏହାରି ଭିତରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କContinue reading “ମଣିପୁର ପୀଡ଼ିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ : କହିଲେ, ମଣିପୁର ହିଂସା ପାଇଁ ଦାୟୀ ରାଜ୍ୟ ସରକାର”
ମଣିପୁର ପୀଡି଼ତାଙ୍କୁ କେବେ ମିଳିବ ନ୍ୟାୟ? ସଂସଦରେ ଅଚଳାବସ୍ଥା, ତେଜୁଛି ରାଜନୈତିକ ବୟାନବାଜୀ
କନକ ବ୍ୟୁରୋ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରିବା ଘଟଣାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି । ଏହି ପ୍ରସଙ୍ଗରେ ବିରୋଧୀ, କେନ୍ଦ୍ରସରକାରଙ୍କୁ ଘେରିବାର କୌଣସି ମଉକା ଛାଡୁନାହାଁନ୍ତି । ଏହାରି ଭିତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଭାଇରାଲ ଭିଡିଓକୁ ନେଇ ଦେଇଥିବା ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ଜୟରାମ ରମେଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, – ଏହା ବହୁତ ଛୋଟ ଏବଂ ବିଳମ୍ବରେContinue reading “ମଣିପୁର ପୀଡି଼ତାଙ୍କୁ କେବେ ମିଳିବ ନ୍ୟାୟ? ସଂସଦରେ ଅଚଳାବସ୍ଥା, ତେଜୁଛି ରାଜନୈତିକ ବୟାନବାଜୀ”
ସାପ ଚୋଟରେ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ବନ୍ଧା ହେଲେ ବାନ୍ଧବୀ, ହତ୍ୟା ପାଇଁ ରିଆଙ୍କୁ ସହଯୋଗ କରିଥିବା ସମସ୍ତ ୪ ଅଭିଯୁକ୍ତ ଗିରଫ
କନକ ବ୍ୟୁରୋ : ‘କ୍ରାଇମ ପେଟ୍ରୋଲ’ ଦେଖି ନିଜ ପ୍ରେମିକକୁ ମାରିବା ପାଇଁ ଉପାୟ ଖୋଜୁଥିଲା ପ୍ରେମିକା । କିପରି ହତ୍ୟା କରିବ ଏବଂ ତଥ୍ୟପ୍ରମାଣ ଲୁଚାଇବ ସେନେଇ ୟ୍ୟୁଟୁବରେ ବାରମ୍ବାର ଅପରାଧ ସୋ ‘କ୍ରାଇମ ପେଟ୍ରୋଲ’ ଦେଖୁଥିଲା ପ୍ରେମିକା ରିୟା । ଉତରାଖଣ୍ଡ ଡେରାଡୁନରୁ ଆସିଛି ଏଭଳି ଏକ ପ୍ରତାରଣାର ଖବର । ପୁରୁଣା ପ୍ରେମିକ ଠାରୁ ପିଛା ଛାଡ଼ିବା ପାଇଁ ଶେଷରେ ପ୍ରେମିକ ଅଙ୍କିତ ଚୌହ୍ୱାନକୁ ନାଗ ସାପ ଚୋଟରେ ମାରିବାରେ ସଫଳ ହୋଇଛିContinue reading “ସାପ ଚୋଟରେ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ବନ୍ଧା ହେଲେ ବାନ୍ଧବୀ, ହତ୍ୟା ପାଇଁ ରିଆଙ୍କୁ ସହଯୋଗ କରିଥିବା ସମସ୍ତ ୪ ଅଭିଯୁକ୍ତ ଗିରଫ”
ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ତାରିଖ ଘୋଷଣା । ଅଗଷ୍ଟ ୧୨ରେ ପଡିବ ଭୋଟ୍ । ନିର୍ବାଚନଠୁ ଦୂରରେ ରହିବେ ବ୍ରିଜଭୂଷଣ ସିଂହ ।
କନକ ବ୍ୟୁରୋ: ଦୀର୍ଘ ସମୟର ଅପେକ୍ଷା ପରେ ଘୋଷଣା ହେଲା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ । ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ । ଏଥିପାଇଁ ଅଗଷ୍ଟ ପହିଲାରୁ ନାମାଙ୍କନ ଦାଖଲ କରାଯିବ । ତେବେ କୁସ୍ତି ମହାସଂଘର ନିର୍ବାଚନ ଏହା ପୂର୍ବରୁ ଜୁଲାଇ ୧୧ରେ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ଆସାମ କୁସ୍ତିସଂଘ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାର ଅଧିକାର ନେଇ ଗୌହାଟୀContinue reading “ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ତାରିଖ ଘୋଷଣା । ଅଗଷ୍ଟ ୧୨ରେ ପଡିବ ଭୋଟ୍ । ନିର୍ବାଚନଠୁ ଦୂରରେ ରହିବେ ବ୍ରିଜଭୂଷଣ ସିଂହ ।”