କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ । ଫଳରେ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଯୁବକ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାବେଳେ କୋଲକାତା ପୁଲିସ ଯୁବକଙ୍କୁ ଗିରଫ କରିଛି । ଯୁବକର ନାମ ନୁର ଆଲାମ ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି । ଯୁବକContinue reading “ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସରକାରୀ ବାସଭବନ ନିକଟରୁ ସନ୍ଦିଗ୍ଧ ଗିରଫ । ମାରାଣାସ୍ତ୍ର ଧରି ଘରକୁ ପଶିବା ଉଦ୍ୟମ ସମୟରେ ଅଭିଯୁକ୍ତକୁ ଧରିଲା ପୁଲିସ”
Tag Archives: News
ଭାରତକୁ ବିପଦର ବନ୍ଧୁ କହିଲା ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ସମୟର ସାହାଯ୍ୟକୁ ଭୁରି ଭୁରି ପ୍ରଂଶସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ
କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଏହି ସାକ୍ଷାତକାର ସମୟରେ ଦ୍ୱିପାକ୍ଷିକ ବୁଝାମଣା ବିଷୟରେ ଆଲୋଚନା ହୋଇଛି । ତେବେ ଏହି ସମୟରେ ଶ୍ରୀଲଙ୍କାରେ ଭାରତର ୟୁପିଆଇ ବ୍ୟବହାର ନେଇ ବୁଝାମଣା ହୋଇଛି । ଦୁଇ ବିଶିଷ୍ଟ ନେତାଙ୍କ କଥାବାର୍ତା ମଧ୍ୟରେ ରାନିଲ ବିକ୍ରମସିଂଘେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ମୋଦୀଙ୍କ ନେତୃତ୍ୱରେ ଭାରତContinue reading “ଭାରତକୁ ବିପଦର ବନ୍ଧୁ କହିଲା ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ସମୟର ସାହାଯ୍ୟକୁ ଭୁରି ଭୁରି ପ୍ରଂଶସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ”
ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନ୍ୟାୟ ଦେବେ କି ଭାରତର ମହାମହିମ ରାଷ୍ଟ୍ରପତି, ନାଗରିକତା ପାଇଁ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିକଟରେ ଆବେଦନ
କନକ ବ୍ୟୁରୋ : ଭାରତ ସରକାରଙ୍କୁ ଗୁହାରୀ କଲେ ପାକିସ୍ତାନୀ ମହିଳା ସୀମା ହାଇଦର । ଯଦି ସେ ଦୋଷୀ ତାଙ୍କୁ ଦଣ୍ଡ ମିଳୁ ନଚେତ ଭାରତରେ ରହିବାକୁ ଅନୁମତି ମିଳୁ । ଭାରତ ସରକାରଙ୍କୁ ଏହି ଗୁହାରୀ କରିଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେ କୌଣସି ମିଥ୍ୟା ତଥ୍ୟ ଦେଉନାହାଁନ୍ତି । ଯଦି ସେ ଦୋଷୀ ସେ ଦଣ୍ଡ ପାଇବାକୁ ପ୍ରସ୍ତୁତ ବୋଲି ସୀମାContinue reading “ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନ୍ୟାୟ ଦେବେ କି ଭାରତର ମହାମହିମ ରାଷ୍ଟ୍ରପତି, ନାଗରିକତା ପାଇଁ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିକଟରେ ଆବେଦନ”
ସୁପ୍ରିମକୋର୍ଟରେ ଝୁଲି ରହିଛି ରାହୁଲଙ୍କ ଭାଗ୍ୟ । ଅଗଷ୍ଟ ୪ରେ ମୋଦୀ ସାଙ୍ଗିଆ ବିବାଦର ଶୁଣାଣ, ଆବେଦନକାରୀ ଓ ଗୁଜରାଟ ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ
କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଘୁଂଚିଲା ଶୁଣାଣି । ଆସନ୍ତା ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ସୁପ୍ରିମକୋର୍ଟ ଆବେଦନକାରୀ ତଥା ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି ପକ୍ଷ ରଖିôବାକୁ କହିଛନ୍ତି । ବିଚାରପତି ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ମାମଲାର ଶୁଣାଣି କରିଛନ୍ତି ।Continue reading “ସୁପ୍ରିମକୋର୍ଟରେ ଝୁଲି ରହିଛି ରାହୁଲଙ୍କ ଭାଗ୍ୟ । ଅଗଷ୍ଟ ୪ରେ ମୋଦୀ ସାଙ୍ଗିଆ ବିବାଦର ଶୁଣାଣ, ଆବେଦନକାରୀ ଓ ଗୁଜରାଟ ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ”
ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳକ ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ । ଏବେ ବି ବାହାରିପାରୁନି ସମାଧାନର ବାଟ ।
କନକ ବ୍ୟୁରୋ: ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ବିବାଦର ବାହାରି ପାରୁନି ସମାଧାନର ବାଟ । ସ୍କୁଲ ମିଶ୍ରଣକୁ ବିରୋଧ କରି ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ପ୍ରତିବାଦ ପରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଥିଲା । ଏଥିପାଇଁ ଗଣିଶିକ୍ଷା ବିଭାଗ ଅଧିକାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବସିଥିଲା । ହେଲେ, ବୈଠକ ପରେ ଯାହା ସାମନାକୁ ଆସିଛି ସେଥିରୁ ବିବାଦ ସମାଧାନ ବଦଳରେ ଆହୁରି ଜଟିଳ ଆଡକୁ ଗତିContinue reading “ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳକ ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ । ଏବେ ବି ବାହାରିପାରୁନି ସମାଧାନର ବାଟ ।”
ଲଗାଣ ବର୍ଷା ଡାକି ଆଣିଲା ବିପଦ । ମାଲକାନଗିରିରେ ଭାଙ୍ଗିଲା ଗଛ, ଭୁଶୁଡିଲା ଘର । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା
କନକ ବ୍ୟୁରୋ: ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଏମିତି ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସାମନାକୁ ଆସିଛି, ଲଗାଣ ବର୍ଷା କେମିତି ବିପଦ ଡାକି ଆଣିଛି । ଲଗାଣ ବର୍ଷା ଡାକି ଆଣିଲା ବିପଦContinue reading “ଲଗାଣ ବର୍ଷା ଡାକି ଆଣିଲା ବିପଦ । ମାଲକାନଗିରିରେ ଭାଙ୍ଗିଲା ଗଛ, ଭୁଶୁଡିଲା ଘର । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା”
ମଣିପୁର ପୀଡିତାଙ୍କ ମଧ୍ୟରୁ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀ । ଘଟଣାକୁ ନେଇ ତୁମ୍ବିତୋଫାନ, ପ୍ରତିକ୍ରିୟା ରଖିଲେ ବିଦେଶୀ ରାଷ୍ଟ୍ର
କନକ ବ୍ୟୁରୋ : ଯେଉଁ ଘଟଣା ମଣିପୁର ମାଟିରେ ଘଟିଯାଇଛି ସେକଥା ହୁଏତ କେହି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ । ଯେତିକି ନିନ୍ଦା କଲେ ସେତିକି କମ ପଡୁଛି । କହିବାକୁ କଥା ନାହିଁ, ଶୁଣିବାକୁ ଧର୍ଯ୍ୟ ନାହିଁ । ସୁପ୍ରିମକୋର୍ଟଠୁ ସରକାର । ସମସ୍ତେ ସ୍ତବ୍ଧ, ସମସ୍ତେ ଅବାକ । ମହିଳାମାନଙ୍କ ସହ ଅଭିଯୁକ୍ତ ଯେଉଁଭଳି ବିଭତ୍ସ, ବର୍ବର, ନରକୀୟ କାଣ୍ଡ ଘଟାଇଛନ୍ତି ତାର ଜବାବଦେବ କିଏ? କାହିଁକି ସେମାନଙ୍କ ସହ ଏଭଳି ଲୋମଟାଙ୍କୁରାContinue reading “ମଣିପୁର ପୀଡିତାଙ୍କ ମଧ୍ୟରୁ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀ । ଘଟଣାକୁ ନେଇ ତୁମ୍ବିତୋଫାନ, ପ୍ରତିକ୍ରିୟା ରଖିଲେ ବିଦେଶୀ ରାଷ୍ଟ୍ର”
କଦଳୀ ବିକିଲେ ଚାକିରି ଆଶାୟୀ । ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ପରୀକ୍ଷାର୍ଥୀ । ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ।
କନକ ବ୍ୟୁରୋ: ସରକାରୀ ଚାକିରି ଖଣ୍ଡିଏ ପାଇବା ପାଇଁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଅପେକ୍ଷା କରିଥାନ୍ତି । ବର୍ଷ ବର୍ଷ ଧରି ପ୍ରସ୍ତୁତ ହେଇଥାନ୍ତି । କିନ୍ତୁ ସେହି ସରକାରୀ ଚାକିରି ଯେତେବେଳେ ଟଙ୍କା ବଦଳରେ ବିକ୍ରି ହେବା ଭଳି ଅଭିଯୋଗ ସାମନାକୁ ଆସେ ସେତେବେଳେ ଆଶାୟୀଙ୍କ ମନ ଭାଙ୍ଗିଯାଏ । ସେମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାନ୍ତି । ଆଜି ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ସେମିତି ପ୍ରତିବାଦ । ବଜାରରେContinue reading “କଦଳୀ ବିକିଲେ ଚାକିରି ଆଶାୟୀ । ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ପରୀକ୍ଷାର୍ଥୀ । ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ।”
୧୯ ଦିନ ହେଲା ହେଇନି ମହାପ୍ରଭୁଙ୍କ ବନକଲାଗି ନୀତି । ଅସହଯୋଗ ନେଇ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ ।
କନକ ବ୍ୟୁରୋ: ନିଳାଦ୍ରୀବିଜେ ପରଠାରୁ ହୋଇନି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର । ମାସକୁ ୪ଥର ମହାପ୍ରଭୁଙ୍କ ବନକଲାଗି ନୀତି ହେବାର ନିୟମ ରହିଥିଲେ ବି, ୧୯ଦିନ ଭିତରେ ଥରେ ହୋଇନାହିଁ । ବୁଧବାର ନା ଗୁରୁବାର କେଉଁ ଦିନ ନୀତି ସମ୍ପାଦନ ହେବ, ତାକୁ ନେଇ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ହୋଇନଥିବା ଜଣାପଡିଛି । ତେବେ ଏନେଇ ଚାରିଆଡୁ ପ୍ରଶ୍ନ ଉଠିବା ପରେ, ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନContinue reading “୧୯ ଦିନ ହେଲା ହେଇନି ମହାପ୍ରଭୁଙ୍କ ବନକଲାଗି ନୀତି । ଅସହଯୋଗ ନେଇ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । “
କେଉଁଠି ଶ୍ରେଣୀ ଗୃହରେ ଗଳୁଛି ପାଣି, କେଉଁଠି ଖସିପଡୁଛି ପ୍ଲାଷ୍ଟର । ୫-ଟି ସ୍କୁଲର ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଲା ବିଜେପି ।
କନକ ବ୍ୟୁରୋ: ଘରୋଇ ସ୍କୁଲ ଭଳି ଚକାଚକ ପରିବେଶ, ଉନ୍ନତ ଶ୍ରେଣୀଗୃହ, ଖେଳପଡିଆରେ ସରକାରୀ ସ୍କୁଲର ପିଲା ପାଠ ପଢ଼ିବେ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୫ଟି ଅଧୀନରେ ସ୍କୁଲ ଗୁଡିକର ରୂପାନ୍ତରଣ କରାଯାଉଛି । କିନ୍ତୁ ୫ଟି ଅଧିନରେ ରୂପାନ୍ତରଣ ହୋଇଥିବା ସ୍କୁଲରୁ ଯେଉଁସବୁ ବିକଳ ଚିତ୍ର ଆସୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଜବାବରେ ବିଜେଡି କହିଛି, ବିରୋଧୀଙ୍କContinue reading “କେଉଁଠି ଶ୍ରେଣୀ ଗୃହରେ ଗଳୁଛି ପାଣି, କେଉଁଠି ଖସିପଡୁଛି ପ୍ଲାଷ୍ଟର । ୫-ଟି ସ୍କୁଲର ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଲା ବିଜେପି ।”