କନକ ବ୍ୟୁରୋ: କଂଗ୍ରେସ ଭବନରେ ବିଶୃଙ୍ଖଳା । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଘରେ ବସିଲା ଶୃଙ୍ଖଳ କମିଟି ବୈଠକ । ଏହି ବୈଠକରେ ଅନ୍ୟାନ୍ୟ ନେତା ମଧ୍ୟ ଯୋଗ ଦେଇଛନ୍ତି । ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ସମର୍ଥକ ଆଜି କଂଗ୍ରେସ ଭବନ ଭିତରେ ଧସେଇ ପଶି ହୋ ହାଲା କରିଛନ୍ତି । ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନିଲମ୍ବିତ ନେତାଙ୍କ ସମର୍ଥକContinue reading “କଂଗ୍ରେସ ଭବନରେ ଉତେଜନା। ଧସେଇ ପଶିଲେ ଚିରଞ୍ଜୀବ, ମୋକିମଙ୍କ ସମର୍ଥକ”
Tag Archives: News
ଆପଣଙ୍କ ପିଲା ବି ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛି କି? କେମିତି ଏଥିରୁ ତାଙ୍କୁ ଦୂରେଇ ରଖିବେ ଜାଣନ୍ତୁ ଉପାୟ…
କନକ ବ୍ୟୁରୋ: ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ଯାଏ । ମୋବାଇଲ ହେଉଛି ଆମ ସମସ୍ତଙ୍କ ଜୀବନର ଗୋଟିଏ ପ୍ରମୁଖ ଅଂଶ । ଏହା ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦ ସୃଷ୍ଟିକାରୀ ମଧ୍ୟ । ବିଶେଷ କରି ଶିଶୁମାନଙ୍କ ପାଇଁ ଏହା ଅନେକ ବିପଦ ଆଣିପାରେ । ଆଜିର ଏହି ଭିଡିଓରେ ଆମେ ଜାଣିବା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ମୋବାଇଲ ଦ୍ୱାର ପଡୁଥିବା ପ୍ରଭାବ ଉପରେ । କେମିତି ଏଥିରୁ ସେମାନଙ୍କୁ ରକ୍ଷାContinue reading “ଆପଣଙ୍କ ପିଲା ବି ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛି କି? କେମିତି ଏଥିରୁ ତାଙ୍କୁ ଦୂରେଇ ରଖିବେ ଜାଣନ୍ତୁ ଉପାୟ…”
ଦିନ ମଜୁରୀଆରୁ Phd ହୋଲ୍ଡର । ଜଣେ ମହିଳାଙ୍କ କଠୋର ସଂଘର୍ଷର କାହାଣୀ
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଜଣେ ମହିଳା ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ରସାୟନ ବିଜ୍ଞାନରେ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି। ମହିଳା ଜଣକ ଏକ କୃଷି ଫାର୍ମରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏହିି ଡିଗ୍ରି ହାସଲ କରିବା ପାଇଁ ୬ ବର୍ଷ କଠିନ ପରିଶ୍ରମ କରିଥିଲେ ଏବଂ ନିଜ ଘରର ଏକ ଭଙ୍ଗା ଆଜବେଷ୍ଟସ୍ ସିଟ୍ ତଳେ ଜୀବନ ଅତିବାହିତ କରୁଥିଲେ। ଡାକ୍ତର ସାକେ ଭାରତୀ ତାଙ୍କContinue reading “ଦିନ ମଜୁରୀଆରୁ Phd ହୋଲ୍ଡର । ଜଣେ ମହିଳାଙ୍କ କଠୋର ସଂଘର୍ଷର କାହାଣୀ “
‘ମନ୍ କି ବାତ୍’ରେ ଘଣ୍ଟାଏ କହୁଥିବା ପ୍ରଧାନମନ୍ତ୍ରୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ । ମୋଦୀଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଜ୍ୟପାଳ ।
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି । ମଣିପୁର ହିଂସା ଓ କୁକି ସମୁଦାୟର ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ସତ୍ୟପାଲ ମଲ୍ଲିକ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସତ୍ୟପାଲ କହିଛନ୍ତି, ମନ କି ବାତ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ । ବେଟିContinue reading “‘ମନ୍ କି ବାତ୍’ରେ ଘଣ୍ଟାଏ କହୁଥିବା ପ୍ରଧାନମନ୍ତ୍ରୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ । ମୋଦୀଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଜ୍ୟପାଳ ।”
‘ବସ୍ତ୍ର ନକାଢିଲେ ଜୀବନରୁ ମାରିଦେବକୁ ଧମକ ଦେଲେ…’: ମଣିପୁର ପୀଡିତାଙ୍କ ବୁକୁଫଟା ବୟାନ
କନକ ବ୍ୟୁରୋ: ମଣିପୁରରେ ୨ କୁକି ସମ୍ପ୍ରଦାୟର ମହିଳାଙ୍କ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଅଭିଯୁକ୍ତ ମାନେ ତାଙ୍କୁ କିପରି ନିର୍ଯାତନା ଦେଲେ ତାହାର ବୁକୁଫଟା ବୟାନ ଗଣମାଧ୍ୟମ ଆଗରେ ଦେଇଛନ୍ତି ଜଣେ ପୀଡିତା । କହିଛନ୍ତି ଦୁର୍ବୃତ୍ତମାନେ ତାଙ୍କୁ ପୋଷାକ ନଓହ୍ଲାଇଲେ ଜୀବନରୁ ମାରିଦେବାକୁ ଧମକ ଦେଲେ, ତା ପରେ ନିଜର ପାଶବିକ ନିର୍ଯାତନା ଆରମ୍ଭ କରିଥିଲେ । ମେ ୪ ତାରିଖରେ ନିଜContinue reading “‘ବସ୍ତ୍ର ନକାଢିଲେ ଜୀବନରୁ ମାରିଦେବକୁ ଧମକ ଦେଲେ…’: ମଣିପୁର ପୀଡିତାଙ୍କ ବୁକୁଫଟା ବୟାନ”
ମହାରାଷ୍ଟ୍ର ରାୟଗଡ଼ରେ ଭୂସ୍ଖଳନ ଘଟଣା। ଏବେବି ନିଖୋଜ ୧୧୯ଜଣ, ମାଟି ଅତଡ଼ା ତଳେ ଦବି ରହିଥିବା ଆଶଙ୍କା
କନକ ବ୍ୟୁରୋ: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନ ଘଟଣାରେ ଏବେବି ୧୧୯ଜଣ ନିଖୋଜ ଅଛନ୍ତି । ଇର୍ଶଲୱାଡି ଭୂସ୍ଖଳନସ୍ଥଳରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ମାନେ ମାଟି ଅତଡା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ୧୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳ ୯୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଗତ ରାତିରେ ଅନ୍ଧାର ଓ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଏହାକୁContinue reading “ମହାରାଷ୍ଟ୍ର ରାୟଗଡ଼ରେ ଭୂସ୍ଖଳନ ଘଟଣା। ଏବେବି ନିଖୋଜ ୧୧୯ଜଣ, ମାଟି ଅତଡ଼ା ତଳେ ଦବି ରହିଥିବା ଆଶଙ୍କା”
ଟାଟା ପାୱାର ବିରୋଧରେ ମେଳି ବାନ୍ଧିଲେ ଲୋକେ। ପୋଲସରା ଖଣ୍ଡୁରୁ ଗାଁଲୋକ କହିଲେ, ଲୋକଙ୍କୁ ଭୟଭୀତ କରି ଫାଇନ୍ ଆଦାୟ କରୁଛନ୍ତି ଟାଟା କର୍ମଚାରୀ
କନକ ବ୍ୟୁରୋ: ଟାଟା ପାୱାର କମ୍ପାନୀ ବିରୋଧରେ ମେଳି ବାନ୍ଧିଲେ ଗ୍ରାମବାସୀ । ଏଣିକି ବକେୟା ବିଲ୍ ଦେବେନି ବୋଲି ନିଷ୍ପତି ନେଇଛନ୍ତି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମବାସୀ । ଅଭିଯୋଗ ହୋଇଛି ଗତ କିଛି ମାସ ହେବ ଟାଟା କଂପାନୀ କର୍ତୃପକ୍ଷ ବାରମ୍ବାର ଚେକିଂ ପାଇଁ ଆସି ଘରେ ପଶୁଛନ୍ତି । ଏହାପରେ ଲୋକମାନଙ୍କୁ ଭୟଭୀତ କରିବା ସହିତ ଫାଇନ ଆଦାୟ କରୁଛନ୍ତି । ଘରେ ମହିଳା ଥିବାବେଳେ କଛି ଅନୁମତି ନନେଇContinue reading “ଟାଟା ପାୱାର ବିରୋଧରେ ମେଳି ବାନ୍ଧିଲେ ଲୋକେ। ପୋଲସରା ଖଣ୍ଡୁରୁ ଗାଁଲୋକ କହିଲେ, ଲୋକଙ୍କୁ ଭୟଭୀତ କରି ଫାଇନ୍ ଆଦାୟ କରୁଛନ୍ତି ଟାଟା କର୍ମଚାରୀ”
ଆଜି ରାହୁଲଙ୍କ ଭାଗ୍ୟ ପରୀକ୍ଷା, ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ
କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଆଜି ସୁପ୍ରିମକୋର୍ଟର ଶୁଣାଣି ହେବ । ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ମାମଲାର ଶୁଣାଣି କରିବେ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟର ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦୀ ସାଙ୍ଗିଆ ମାମଲାରେ ସୁରଟ କୋର୍ଟ ରାହୁଲContinue reading “ଆଜି ରାହୁଲଙ୍କ ଭାଗ୍ୟ ପରୀକ୍ଷା, ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ”
ଗଛ ତଳେ ଚାଲିଛି ଭବିଷ୍ୟତ ଗଢା । ଖୋଲା ଆକାଶ ତଳେ ବସି ପାଠପଢ଼ୁଛନ୍ତି ଅଙ୍ଗନୱାଡି ପିଲା
କନକ ବ୍ୟୁରୋ : ଗଛ ତଳେ ଭବିଷ୍ୟତ ଗଢ଼ୁଛନ୍ତି ପିଲା । ଦିନେ କି ଦୁଇ ଦିନ ନୁହେଁ ଦୁଇ ବର୍ଷ ହେବ ଏଭଳି ଖୋଲା ଆକାଶ ତଳେ ବସି ପାଠପଢ଼ୁଛନ୍ତି ଅଙ୍ଗନବାଡି ପିଲା । ରାଜକନିକା ବ୍ଲକର ଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର ବାହାରେ ବସିଛନ୍ତି କୁନିକୁନି ପିଲା । ୩ ବର୍ଷ ହେବ ଭାଙ୍ଗିଗଲାଣି ଅଙ୍ଗନବାଡି କେନ୍ଦ୍ର । ଭଙ୍ଗା ଘରେ ବସି ପିଲା ବର୍ଷେ ପାଠ ପଢ଼ୁଥିଲେ । ପରେ କେନ୍ଦ୍ରର ଛାତ, କାନ୍ଥContinue reading “ଗଛ ତଳେ ଚାଲିଛି ଭବିଷ୍ୟତ ଗଢା । ଖୋଲା ଆକାଶ ତଳେ ବସି ପାଠପଢ଼ୁଛନ୍ତି ଅଙ୍ଗନୱାଡି ପିଲା”
ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ଉଦଳା-ବାଲେଶ୍ୱର ରାସ୍ତାର ଜାମୁଘାଟ ପୋଲ । ଯୋଗାଯୋଗ ବିଛିନ୍ନ
କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଉଦଳା- ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ରହିଛି । ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ହେଉଛି । ତେଣୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜାମୁଘାଟରେ ଥିବା ପୁରୁଣା ପୋଲ ଭାଙ୍ଗିଯାଇଥିବାରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲାContinue reading “ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ଉଦଳା-ବାଲେଶ୍ୱର ରାସ୍ତାର ଜାମୁଘାଟ ପୋଲ । ଯୋଗାଯୋଗ ବିଛିନ୍ନ”