ଇନଷ୍ଟାରୁ ପ୍ରେମ…ପ୍ରେମ ପାଇଁ ସାତ ଦରିଆ ପାରିକଲେ । ଝିଅକୁ ନେଇ ପୋଲାଣ୍ଡରୁ ଭାରତ ଆସିଲେ ମହିଳା

କନକ ବ୍ୟୁରୋ: ଆମେ କହୁଛୁ ଏବେ ଚର୍ଚ୍ଚାରେ ଥିବା ପୋଲାଣ୍ଡ ମହିଳା ବରବରା ପୋଲାକଙ୍କ କଥା । ଇନଷ୍ଟାରୁ ପରିଚୟ, କିଛି ଦିନର କଥାବାର୍ତ୍ତା, ପରେ ପ୍ରେମ । ସେ ପ୍ରେମ ପୁଣି ଏତେ ଗଭୀର ଯେ , ନିଜ ପ୍ରେମିକକୁ ପାଇବାକୁ ୭ ଦରିଆ ପାରି ସୁଦୂର ପୋଲାଣ୍ଡରୁ ଭାରତ ଚାଲିଆସିଲେ ବାରବରା ପୋଲାକ୍ । ନିଜ ପ୍ରେମିକ ତଥା ଛତିଶଗଡ ଯୁବକ ଶାଦାବକୁ ବିବାହ କରିବାକୁ ଝାରଖଣ୍ଡ ହଜାରୀଗାଁଓ ଖୁଟରା ଗାଁରେ ପହଞ୍ଚିଛନ୍ତି ବାରବରାContinue reading “ଇନଷ୍ଟାରୁ ପ୍ରେମ…ପ୍ରେମ ପାଇଁ ସାତ ଦରିଆ ପାରିକଲେ । ଝିଅକୁ ନେଇ ପୋଲାଣ୍ଡରୁ ଭାରତ ଆସିଲେ ମହିଳା”

ସ୍ତ୍ରୀ ହବ ତ ଏମିତି…ନ୍ୟାୟ ପାଇବାକୁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ବୋହି ବୁଲୁଛନ୍ତି ବାର ଦୁଆର

କନକ ବ୍ୟୁରୋ: ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ । କୋଳରେ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୫ ବର୍ଷ ଧରି ଏଭଳି ଭାବେ ସ୍ୱାମୀଙ୍କୁ କୋଳରେ ବୋହି ଦୁଆର ଦୁଆର ବୁଲି ଗୁହାରୀ କରୁଛନ୍ତି । ତାଙ୍କ ମନରେ ଏତେ ଯନ୍ତ୍ରଣା ଯେ କିଛି ପଚାରିଲେ ପାଟିରୁ କଥା ବାହାରୁନି ହେଲେ ଆଖିରୁ ଝରିଯାଉଛିContinue reading “ସ୍ତ୍ରୀ ହବ ତ ଏମିତି…ନ୍ୟାୟ ପାଇବାକୁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ବୋହି ବୁଲୁଛନ୍ତି ବାର ଦୁଆର”

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ୪ଟି ଗାଁରେ ଜଗନ୍ନା ସୁରକ୍ଷା ଯୋଜନା କିଟ୍ ବାଣ୍ଟିଲା ଆନ୍ଧ୍ର

କନକ ବ୍ୟୁରୋ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟିଆରେ ଜଗନ୍ନା ସୁରକ୍ଷା ଯୋଜନାରେ କିଟ୍ ବାଂଟିଲେ ଆନ୍ଧ୍ର ଅଧିକାରୀ । ଓଡ଼ିଶାର ନାରେଡିବାଲସାରେ ସରକାରୀ କାର୍ଯ୍ୟକ୍ରମ କରି ୪ ଟି ଗାଁର ଲୋକଙ୍କୁ ଏକାଠି କରି ପ୍ରଲୋଭିତ କରାଯାଇଛି । ନିଜେ ସାଲୁର ବିଡିଓ ରାମାଦେବୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଶା ଲୋକଙ୍କୁ ସୁରକ୍ଷା କିଟ୍ ବଣ୍ଟନ କରିଛନ୍ତି । ସ୍ଥାନୀୟ ଗଞ୍ଜେଇପଦର, ଧୂଳିପଦର, ସେମ୍ବି ଓ କୋଟିଆ ଗାଁର ଲୋକଙ୍କୁ ଗାଡିରେ କାର୍ଯ୍ୟକ୍ରମContinue reading “କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ୪ଟି ଗାଁରେ ଜଗନ୍ନା ସୁରକ୍ଷା ଯୋଜନା କିଟ୍ ବାଣ୍ଟିଲା ଆନ୍ଧ୍ର”

ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୪ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ୫ଶହ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା କୋହଲି ୮୭ ନଟ୍ ଆଉଟ୍

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ସୁଦ୍ଧା ଭାରତ ୨୮୮ ରନ୍ କରି ୪ଟି ୱିକେଟ ହରାଇଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି । ଏହି ମ୍ୟାଚ୍ ମଧ୍ୟ ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଛି । ନିଜରContinue reading “ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୪ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ୫ଶହ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା କୋହଲି ୮୭ ନଟ୍ ଆଉଟ୍”

ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ପ୍ରାଣ ହରାଉଛନ୍ତି ୪ ଲକ୍ଷ ୨୦ ହଜାର ଲୋକେ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତୁପକ୍ଷ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଅସୁରକ୍ଷିତ ଖାଦ୍ୟ ନେଉଛି ଜୀବନ । ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ୪ ଲକ୍ଷ ୨୦ ହଜାର ଲୋକେ ପ୍ରାଣ ହରାଉଛନ୍ତି । ଏଥିସହ ୬୦ କୋଟିରୁ ଅଧିକ ଲୋକେ ଏଭଳି ଖାଦ୍ୟ ଖାଇ ସଂକ୍ରମିତ ହେଉଛନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତୁପକ୍ଷ ଏଫଏସଏସଏଆଇ ପକ୍ଷରୁ ଗରୁବାର ଏନେଇ ରିପୋର୍ଟ ପ୍ରକାଶ କରଯାଇଛି । ଏଫଏସଏସଏଆଇ ପକ୍ଷରୁ ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ ଖାଦ୍ୟ ନିୟାମକମାନଙ୍କ ସମ୍ମିଳନୀ ୨୦୨୩ରେ ଉଦବୋଧନContinue reading “ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ପ୍ରାଣ ହରାଉଛନ୍ତି ୪ ଲକ୍ଷ ୨୦ ହଜାର ଲୋକେ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତୁପକ୍ଷ ପକ୍ଷରୁ ସୂଚନା”

ସକାଳୁ ସକାଳୁ ଦେଶର ଦୁଇଟି ସ୍ଥାନରେ ଭୂକମ୍ପର ଝଟକା । ଘରୁ ବାହାରି ଆସିଲେ ଲୋକେ

କନକ ବ୍ୟୁରୋ : ସକାଳୁ ସକାଳୁ ଭୂ କମ୍ପର ଝଟକା । ରାଜସ୍ଥାନରେ ଦୁଇଟି ସ୍ଥାନରେ ଓ ମଣିପୁରରେ ଗୋଟିଏ ସ୍ଥାନରେ ଭୂମିକମ୍ପ ହୋଇଛି । ରାଜସ୍ଥାନ ଜୟପୁରରେ ଘଂଟାଏ ଭିତରେ ୩ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭୂକମ୍ପର ଝଟକା ପ୍ରଥମେ ସକାଳ ୪ଟା ୯ ମିନିଟରେ ହୋଇଥିଲା । ଏହାପରେ ୪ଟା ୨୩ ମିିନିଟ୍ ସେହିପରି ତୃତୀୟ ଝଟକା ୪ଟା ୨୫ ମିନିଟରେ ଅନୁଭୂତ ହୋଇଛି । ଭୂକମ୍ପContinue reading “ସକାଳୁ ସକାଳୁ ଦେଶର ଦୁଇଟି ସ୍ଥାନରେ ଭୂକମ୍ପର ଝଟକା । ଘରୁ ବାହାରି ଆସିଲେ ଲୋକେ”

ସାମ୍ନାକୁ ଆସିଲା ମଣିପୁର ଲଜ୍ଜା ଘଟଣାର ବଡ଼ ତଥ୍ୟ । ଦୁଇ ପୀଡ଼ିତାଙ୍କ ମଧ୍ୟରେ ଥିଲେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନି

କନକ ବ୍ୟୁରୋ : ମଣିପୁର ହିଂସାରେ ଯେଉଁ ଲଜ୍ଜାଜନକ ଖବର ସାରା ଦେଶକୁ ଦୋହଲାଇ ଦେଇଛି, ତାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣଦୁସ୍କର୍ମ ପରେ ନିବସ୍ତ୍ର କରି ବୁଲାଇଯାଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ସେନ÷କଙ୍କ ପତ୍ନି । ଯେଉଁ ସୈନିକ ୧୯୯୯ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢି ଜୀବନ ଦେଇଥିଲେ । ଏହି ଘଟଣାର ୬୩ ଦିନ ପରେ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ପୁଲିସContinue reading “ସାମ୍ନାକୁ ଆସିଲା ମଣିପୁର ଲଜ୍ଜା ଘଟଣାର ବଡ଼ ତଥ୍ୟ । ଦୁଇ ପୀଡ଼ିତାଙ୍କ ମଧ୍ୟରେ ଥିଲେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନି”

ବଙ୍ଗୋପସାଗରରେ ଲଘୁଚାପ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ।

କନକ ବ୍ୟୁରୋ : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛ । ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ସକାଳ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ସକାଳ ୮ଟା ୩୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୨ ଓContinue reading “ବଙ୍ଗୋପସାଗରରେ ଲଘୁଚାପ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ।”

ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ ବୃଦ୍ଧା ବେରିସାସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” । ସୂଚନା ଯୋଗ୍ୟ, ଭୁବନେଶ୍ୱରସ୍ଥିତ ବୁଦ୍ଧନଗର ଅଞ୍ଚଳର ବାସିନ୍ଦା ଏସ୍.ବେରିସାସ ଅପାୟା ଦିନ ମଜୁରି କରି ଗୁଜୁରାଣ ମେଣ୍ଟାନ୍ତି । ଗତ ୨୦୦୨ମସିହାରେ ସେ କାମରେ ବାହାରକୁ ଯାଉଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲାContinue reading “ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର”

Design a site like this with WordPress.com
Get started