କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ମାମଲାରେ ଦୁଇ ମାସ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା । ଏହାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଛି । ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ହେରଦାସ ନାଁର କରାଯାଇଥିଲା । ଯାହାକୁ ଥୌବଲ ଜିଲ୍ଲାରୁ ଗିରଫ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଟିସାର୍ଟ ପିନ୍ଧି ମହିଳାଙ୍କୁ ଜୋରରେ ଧରି ଟାଣିନେଉଥିଲା । ପୁଲିସ ଏହା ମଧ୍ୟ କହିଛିContinue reading “ମଣିପୁର ହିଂସାରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଉଥିବା ବ୍ୟକ୍ତି ଗିରଫ, ଭିଡିଓ ଭାଇରାଲ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ”
Tag Archives: News
ଥଇଥାନ କେନ୍ଦ୍ର ପାଲଟିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ। ନୂଆ ନିଯୁକ୍ତି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ କରାଯାଉଛି ପୁନଃନିଯୁକ୍ତ
କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାକୁ ସ୍ୱପ୍ନ ଦେଖୁଛନ୍ତି । ଶ୍ରୀମନ୍ଦିରର ବିକାଶର ନକ୍ସା ଅଙ୍କାଯାଉଛି । ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବ୍ୟବସ୍ଥା ବଡ ସମସ୍ୟା ସୃଷ୍ଟି କରିଛି । କାର୍ଯ୍ୟାଳୟର ଅଧିକାଂଶ ପଦବୀ ଖାଲିପଡିଛି । ହେଲେ ନୂଆ ନିଯୁକ୍ତି କରାଯାଉନାହିଁ । ଓଲଟା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଥିବା ସୂଚନା ମିଳିଛି । ମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୪ଶହ ପଦବୀContinue reading “ଥଇଥାନ କେନ୍ଦ୍ର ପାଲଟିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ। ନୂଆ ନିଯୁକ୍ତି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ କରାଯାଉଛି ପୁନଃନିଯୁକ୍ତ”
ସୀମା ହାଇଦରଙ୍କୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଲା ବୈଦେଶିକ ମନ୍ତ୍ରାଳୟ । ଅରିନ୍ଦମ ବାଗଚୀ କହିଲେ, ଆମ ପାଖରେ ଅଛି ପ୍ରତିଟି ଖବର ।
କନକ ବ୍ୟୁରୋ: ପ୍ରେମ ପାଇଁ ସୀମା ଡେଇଁ ଆସିଥିବା ପାକିସ୍ତାନୀ ଝିଅ ସୀମା ହାଇଦରକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରେମ ପାଇଁ ପାକିସ୍ତାନରୁ ଆସିଥିବା ଏହି ଯୁବତୀଙ୍କୁ କିଛି ଶତ୍ରୁ ଦେଶର ଏଜେଣ୍ଟ ଭାବୁଥିବାବେଳେ, ତାଙ୍କ ଭାଇ ପାକସ୍ତାନ ସେନାରେ ଥିବା କଥା ମଧ୍ୟ କୁହାଯାଉଛି । ହେଲେ ଏହାରି ଭିତରେ ସୀମା ହାଇଦରଙ୍କୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ଭାରତର ବୈଦେଶିକ ମନ୍ତ୍ରାଳୟ ଏହିContinue reading “ସୀମା ହାଇଦରଙ୍କୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଲା ବୈଦେଶିକ ମନ୍ତ୍ରାଳୟ । ଅରିନ୍ଦମ ବାଗଚୀ କହିଲେ, ଆମ ପାଖରେ ଅଛି ପ୍ରତିଟି ଖବର ।”
ଚନ୍ଦ୍ରଯାନ-୩: ଯେଉଁଠି ଆମେରିକା, ଚୀନ ଏବଂ ଋଷ ସାହସ କରିପାରିନଥିଲେ, ସେଠି ଇସ୍ରୋ ଓହ୍ଲାଇଲ ଚନ୍ଦ୍ରଯାନର ଲ୍ୟାଣ୍ଡର
କନକ ବ୍ୟୁରୋ: ଚନ୍ଦ୍ର ପାଖକୁ ଇସ୍ରୋ ଚନ୍ଦ୍ରଯାନ-୩ ପ୍ରେରଣ କରିସାରିଛି । ଭାରତ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରର ପୃଷ୍ଠରେ ଏହାକୁ ଓହ୍ଲାଇବା ପାଇଁ ପ୍ରୟାସ କରିଛି । ଏହି ଚନ୍ଦ୍ରଯାନ-୩କୁ ଏହିଭଳି ସ୍ଥାନରେ ଲାଣ୍ଡିଂ ପାଇଁ ଉଦ୍ୟମ କରାଯାଉଛି ଯେଉଁଠି କେହି କେବେ ପହଞ୍ଚିବା ପାଇଁ ସାହାସ ବି କରିନାହାନ୍ତି । ବିଶ୍ୱର ୧୧ଟି ଦେଶ ଚନ୍ଦ୍ର ଅଭିମୁଖେ ସେମାନଙ୍କ ମିଶନ କରିଛନ୍ତି । ଯଦି ଭାରତ ଏଥିରେ ସଫଳ ହୁଏ ତେବେ ଦକ୍ଷିଣ ଧ୍ରୁବରେContinue reading “ଚନ୍ଦ୍ରଯାନ-୩: ଯେଉଁଠି ଆମେରିକା, ଚୀନ ଏବଂ ଋଷ ସାହସ କରିପାରିନଥିଲେ, ସେଠି ଇସ୍ରୋ ଓହ୍ଲାଇଲ ଚନ୍ଦ୍ରଯାନର ଲ୍ୟାଣ୍ଡର”
‘୧୮୦୦ ଘଣ୍ଟା ଚୁପ୍ ରହିବା ପରେ, କେବଳ ୩୦ ସେକେଣ୍ଡ କହିଲେ’ । ମଣିପୁର ହିଂସା ପ୍ରସଙ୍ଗରେ ମୋଦୀଙ୍କ ବୟାନକୁ ନେଇ ବର୍ଷିଲା କଂଗ୍ରେସ ।
କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ବୟାନ ରଖିବା ପରେ ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦୀଙ୍କ ବୟାନ ବହୁତ କମ୍ ଏବଂ ବହୁତ ଡେରିରେ ଆସିଛି ବୋଲି କହିବା ସହିତ କେବଳ କଥାରେ ନୁହେଁ କାମରେ କରି ଦେଖାନ୍ତୁ ବୋଲି କଂଗ୍ରେସ କହିଛି । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ୧୮୦୦ ଘଣ୍ଟା ଚୁପ୍ ରହିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ମାତ୍ର ୩୦ ସେକେଣ୍ଡContinue reading “‘୧୮୦୦ ଘଣ୍ଟା ଚୁପ୍ ରହିବା ପରେ, କେବଳ ୩୦ ସେକେଣ୍ଡ କହିଲେ’ । ମଣିପୁର ହିଂସା ପ୍ରସଙ୍ଗରେ ମୋଦୀଙ୍କ ବୟାନକୁ ନେଇ ବର୍ଷିଲା କଂଗ୍ରେସ । “
ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କୁ ଜାମିନ, ଜାଣନ୍ତୁ କୋର୍ଟ କଣ ରଖିଛନ୍ତି ସର୍ତ୍ତ
କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୫ ହଜାର ଟଙ୍କାର ନିଜ ମୁଚାଲିକା ରଖି କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତିContinue reading “ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କୁ ଜାମିନ, ଜାଣନ୍ତୁ କୋର୍ଟ କଣ ରଖିଛନ୍ତି ସର୍ତ୍ତ”
ହ୍ୱାଟସଆପ ପରେ ଇନଷ୍ଟାଗ୍ରାମ ଡାଉନ୍। ୨୪ ଘଣ୍ଟାରେ ମେଟାକୁ ଲାଗିଲାଣି ୨ଟି ବଡ ଝଟକା
କନକ ବ୍ୟୁରୋ: ମେଟାର ଫଟୋ ଏବଂ ଭିଡିଓ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଗୁରୁବାର ଦ୍ୱିପ୍ରହରରେ ହଠାତ୍ କିଛି ସମୟ ପାଇଁ ଡାଉନ ହୋଇଯାଇଥିଲା । ସୂଚନା ଅନୁସାରେ, ଏହି ଆଉଟେଜର ପ୍ରଭାବ ସାରା ବିଶ୍ୱର ୟୁଜର୍ସଙ୍କ ଉପରେ ପଡିଛି । ବୁଧବାର ରାତିରେ ହ୍ୱାଟସଆପ୍ ମଧ୍ୟ ଅଚାନକ ଡାଉନ୍ ହୋଇଯାଇଥିଲା । ଏହାକୁ ନେଇ ୟୁଜର୍ସମାନେ ନା ମେସଜ ପଠାଇପାରିଲେ ନା ଅନ୍ୟପଟରୁ ମେସେଜ ଆସିପାରିଲା । ଏନେଇ କିଛି ୟୁଜର୍ସ ଟ୍ୱିଟରରେ ଏନେଇ ସୂଚନା ଦେଇଥିଲେContinue reading “ହ୍ୱାଟସଆପ ପରେ ଇନଷ୍ଟାଗ୍ରାମ ଡାଉନ୍। ୨୪ ଘଣ୍ଟାରେ ମେଟାକୁ ଲାଗିଲାଣି ୨ଟି ବଡ ଝଟକା “
୨୪ରେ ଆଉ ଏକ ଲଘୁଚାପ, ଟ୍ୱିଟ୍ କରି ସୂଚନା ଦେଲା ପାଣିପାଗ କେନ୍ଦ୍ର ।
କନକ ବ୍ୟୁରୋ: ରାଜ୍ୟରେ ପୁଣି ଲଗାଣ ବର୍ଷା ଆଲର୍ଟ । ଆସନ୍ତା ୨୪ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ଏନେଇ ଟ୍ୱିଟ୍ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେContinue reading “୨୪ରେ ଆଉ ଏକ ଲଘୁଚାପ, ଟ୍ୱିଟ୍ କରି ସୂଚନା ଦେଲା ପାଣିପାଗ କେନ୍ଦ୍ର । “
ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଡ୍ୟାମ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଗେଟ ଖୋଲିବାକୁ ନିଷ୍ପତି ନେଲେ କର୍ତୃପକ୍ଷ
କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ପରିଚାଳନା ପାଇଁ ଗେଟ ଖୋଲିବାକୁ ନିଷ୍ପତି ନେଇଛନ୍ତି ଡ୍ୟାମ କର୍ତୃପକ୍ଷ । ତେଣୁ ଏହା ପୂର୍ବରୁ ମହାନଦୀ ଉପକୂଳରେ ବସବାସ କରୁଥିବା ସର୍ବସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତରContinue reading “ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଡ୍ୟାମ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଗେଟ ଖୋଲିବାକୁ ନିଷ୍ପତି ନେଲେ କର୍ତୃପକ୍ଷ”
ଆବାସ ଯୋଜନାକୁ କେନ୍ଦ୍ର ଉପରେ ବର୍ଷିଲେ ପ୍ରଶାନ୍ତ । କହିଲେ, ଆକ୍ରୋଶମୂଳକ ଭାବେ ଓଡ଼ିଶାକୁ ଘର ଦେବାରେ ଅବହେଳା କରିଛି କେନ୍ଦ୍ର ।
କନକ ବ୍ୟୁରୋ : ଆବାସ ଯୋଜନାରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେଡି । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶାନ୍ତ ମୁଦୁଲି କହିଛନ୍ତି, ଆବାସ ଯୋଜନାରେ ଓଡ଼ିଶାରେ ୪ ଲକ୍ଷ ଘର କେନ୍ଦ୍ର ସରକାର କାଟିଦେଲେ । ଯେଉଁ ୮ ଲକ୍ଷ ଘର ଦେଲେ ସେଥିପାଇଁ ୭ରୁ ୮ ବର୍ଷ ସମୟ ନେଲେ । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ଅବହେଳା କଲେ । ଏନେଇ ବିଧାନସଭାରୁ ଲୋକସଭା ପର୍ୟ୍ୟନ୍ତ ଦାବି କରାଗଲା, ମୁଖ୍ୟମନ୍ତ୍ରୀContinue reading “ଆବାସ ଯୋଜନାକୁ କେନ୍ଦ୍ର ଉପରେ ବର୍ଷିଲେ ପ୍ରଶାନ୍ତ । କହିଲେ, ଆକ୍ରୋଶମୂଳକ ଭାବେ ଓଡ଼ିଶାକୁ ଘର ଦେବାରେ ଅବହେଳା କରିଛି କେନ୍ଦ୍ର ।”