ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି, ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ୨୪ ଜଣ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁContinue reading “ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି, ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ୨୪ ଜଣ ଛାତ୍ରଛାତ୍ରୀ”

ପେଟ୍ରୋଲ ଭରିବା ବେଳେ ସାବଧାନ! ନହେଲେ ଆପଣଙ୍କ ଗାଡି ବି ହୋଇପାରେ ଅକାମୀ

କନକ ବ୍ୟୁରୋ :କଥା ହେଉଛି ଗାଡିରେ ପେଟ୍ରୋଲ ଭରିବାବେଳେ ସମସ୍ତେ ପ୍ରାଇସ୍ ମିଟରକୁ ଦେଖନ୍ତି । ହେଲେ ଯାହା ଉପରେ ନଜର ଦେବା କଥା ଦିଅନ୍ତି ନାହିଁ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆପଣ ସିନା ଆପଣଙ୍କ ଇଚ୍ଛା ମୁତାବକ ଟଙ୍କାରେ ପେଟ୍ରୋଲ ଭରିଦେଲେ । ହେଲେ ପେଟ୍ରୋଲ କ୍ୱାଲିଟି ଠିକ ଅଛି କି ନାହିଁ ତାହା ଜାଣିବା ନିହାତି ଜରୁରୀ ନହେଲେ ଆପଣଙ୍କ ପଇସା ତ ଯିବ ଧିରେ ଧିରେ ଆପଣଙ୍କ ଗାଡି ବି ଅକାମୀContinue reading “ପେଟ୍ରୋଲ ଭରିବା ବେଳେ ସାବଧାନ! ନହେଲେ ଆପଣଙ୍କ ଗାଡି ବି ହୋଇପାରେ ଅକାମୀ”

ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ରାଜ୍ୟସଭାରେ ସରକାରଙ୍କୁ ଘେରିଲେ ବିରୋଧୀ, ଖଡଗେ କହିଲେ ମଣିପୁରରେ ମରିଯାଇଛି ମାନବିକତା

କନକ ବ୍ୟୁରୋ : ୨ ମାସରୁ ଅଧିକ ସମୟ ଧରି ଲାଗି ରହିଛି ହିଂସା । ୧୫୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହଜାର ହଜାର ଲୋକ ନିଜ ଘରଦ୍ୱାର ଛାଡି ପଶୁଙ୍କ ଭଳି ଆଶ୍ରୟ ସ୍ଥଳରେ ସାହାରା ନେଇଛନ୍ତି । ଗୃହମନ୍ତ୍ରୀଙ୍କ ଘନ ଘନ ବୈଠକ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ହିଂସାରୁ ବିରତ ରହିବାକୁ ନିବେଦନ । ହେଲେ ଏହି ଜାତିଗତ ହିଂସା ଆଗରେ ସବୁ ଯେମିତି ଫିକା ପଡିଯାଇଛି । Continue reading “ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ରାଜ୍ୟସଭାରେ ସରକାରଙ୍କୁ ଘେରିଲେ ବିରୋଧୀ, ଖଡଗେ କହିଲେ ମଣିପୁରରେ ମରିଯାଇଛି ମାନବିକତା”

ଜଶସ୍ୱୀ ଜୟସ୍ୱାଲଙ୍କ ପାଖରେ ରହିଛି କେତେ ଟଙ୍କା? ଆଇପିଏଲରୁ ବାର୍ଷିକ କେତେ କରନ୍ତି ରୋଜଗାର? ୪ ବର୍ଷରେ କିଣିଲେ ଆଲିସାନ୍ ବଙ୍ଗଳା !

କନକ ବ୍ୟୁରୋ : ଟିମ ଇଣ୍ଡିଆର ଯୁବ ଓପନର ବ୍ୟାଟ୍ସମ୍ୟାନ ଜଶସ୍ୱୀ ଜୟସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିବା ଜୟସ୍ୱାଲ ଶତକ ମାରି ଚର୍ଚ୍ଚାରେ ରହିଛନ୍ତି । ଆଇପିଏଲରେ ଧମାକାଦାର ବ୍ୟାଟିଂ କରି କ୍ରିକେଟପ୍ରେମୀଙ୍କ ମନ ଜିଣିଥିବା ଜୟସ୍ୱାଲ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ମ୍ୟାଚରୁ ଦମଦାର ଫର୍ମରେ ନଜର ଆସିଛନ୍ତି । ତେବେ ଜୟସ୍ୱାଲଙ୍କ ସଂଘର୍ଷ ସମ୍ପର୍କରେ ପ୍ରାୟତଃ ସମସ୍ତେ ଅଳ୍ପ ବହୁତ ଜାଣିଛେ । ପାଣିପୁରୀ ବିକ୍ରି କରୁଥିବା ପିଲା ଯେ ଏତେContinue reading “ଜଶସ୍ୱୀ ଜୟସ୍ୱାଲଙ୍କ ପାଖରେ ରହିଛି କେତେ ଟଙ୍କା? ଆଇପିଏଲରୁ ବାର୍ଷିକ କେତେ କରନ୍ତି ରୋଜଗାର? ୪ ବର୍ଷରେ କିଣିଲେ ଆଲିସାନ୍ ବଙ୍ଗଳା !”

ସହଜ ନୁହେଁ ‘ଇଣ୍ଡିଆ’ ନାଁରେ କୌଣସି ପଞ୍ଜିକରଣ: ଇଣ୍ଡିଆ ପୂର୍ବରୁ ବା ପରେ ଅନ୍ୟ କିଛି ଶବ୍ଦ ରହିବା ଆବଶ୍ୟକ 

କନକ ବ୍ୟୁରୋ: ବିରୋଧୀ ଦଳଙ୍କ ଇଣ୍ଡିଆ ନାଁକୁ ନେଇ କେଁ ଦେଖାଦେଇଛି । ମେଂଟରେ ସାମିଲ ୨୬ ଦଳ ବିରୋଧରେ ନୂଆଦିଲ୍ଲୀ ବାରଖମ୍ବା ରୋଡ୍ ଥାନାରେ ମାମଲା ହୋଇଛି । ଅଭିଯୋଗରେ କୁହାଯାଇଛି ଯେ, ଏହି ଦଳମାନେ ନିଜ ମେଂଟର ନାଁ ଇଣ୍ଡିଆ ରଖି ଏମ୍ବଲେମ୍ ଆକ୍ଟର ଉଲଂଘନ କରିଛନ୍ତି । ପ୍ରତୀକ ଅଧିନିୟମ ଧାରା-୩ ଅନୁସାରେ କୌଣସି ବ୍ୟକ୍ତି ବା ସଂଗଠନ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଇଣ୍ଡିଆ ନାଁକୁ ବ୍ୟବହାର କରିପାରିବେ ନାହିଁ ।Continue reading “ସହଜ ନୁହେଁ ‘ଇଣ୍ଡିଆ’ ନାଁରେ କୌଣସି ପଞ୍ଜିକରଣ: ଇଣ୍ଡିଆ ପୂର୍ବରୁ ବା ପରେ ଅନ୍ୟ କିଛି ଶବ୍ଦ ରହିବା ଆବଶ୍ୟକ “

ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ: ଛାତ୍ରୀଙ୍କୁ ପଠାଇଲେ କ୍ଲାସ ପରୀକ୍ଷାର ଭୂଗୋଳ ପ୍ରଶ୍ନ । ପ୍ରତିଦାନ କଥା କହି, ଅଶୋଭନୀୟ ଆଚରଣ

କନକ ବ୍ୟୁରୋ: ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଛନ୍ତି ଶିକ୍ଷକ । ଭୁବନେଶ୍ୱର ଭରତପୁର ଥାନାକୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ । ପୋଲିସ ସଂପୃକ୍ତ ଭୁଗୋଳ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ ଶିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଟେଷ୍ଟ ପରୀକ୍ଷାContinue reading “ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ: ଛାତ୍ରୀଙ୍କୁ ପଠାଇଲେ କ୍ଲାସ ପରୀକ୍ଷାର ଭୂଗୋଳ ପ୍ରଶ୍ନ । ପ୍ରତିଦାନ କଥା କହି, ଅଶୋଭନୀୟ ଆଚରଣ”

ନୟାଗଡ଼ ରଣପୁରରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ: କଳା ପତାକା ଦେଖାଇ ଗୋ–ବ୍ୟାକ ନାରା ଦେଲେ ବିଜେପି କର୍ମୀ

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କୁ ବିରୋଧ । ନୟାଗଡ଼ ରଣପୁରରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧ କରିଛି ବିଜେପି । ଫାଇଭ-ଟି ସଚିବଙ୍କ ଗସ୍ତଙ୍କୁ ବିରୋଧ କରି ବିଜେପି କର୍ମୀମାନେ ନାରାବାଜି କରିଛନ୍ତି । ‘ପ୍ରଶାସନିକ କାର୍ଯ୍ୟରେ ରହି ରାଜନୈତିକ କାର୍ଯ୍ୟ କରୁଥିବା’ ଲେଖାଥିବା ବ୍ୟାନର ଧରି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ସଚିବଙ୍କୁ କଳା ପତକା ଦେଖାଇବା ସହ ‘ଗୋ ବ୍ୟାକ’ ନାରା ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ପୁଲିସ ସହContinue reading “ନୟାଗଡ଼ ରଣପୁରରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ: କଳା ପତାକା ଦେଖାଇ ଗୋ–ବ୍ୟାକ ନାରା ଦେଲେ ବିଜେପି କର୍ମୀ”

ନେତାଙ୍କ ପାଇଁ ବାହାରିଲେ ସମର୍ଥକ: ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

କନକ ବ୍ୟୁରୋ: ବିଧାୟକ ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ନିଲମ୍ବନ ପରେ କଂଗ୍ରେସରେ ତେଜୁଛି ଅସନ୍ତୋଷ । ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରୁଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦୁଇ ବିଧାୟକଙ୍କ ବିରୋଧରେ ଲଗିଥିବା ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି । ଓଡ଼ିଶାରେ କଂଗ୍ରେସର ଦିନକୁ ଦିନ ତଳକୁ ଖସୁଛି । କଂଗ୍ରେସକୁ ମଜଭୁତ କରିବାକୁ କଟକ ବାରବାଟୀ ବିଧାୟକ ମୋକିକ ଓ ଚିରଞ୍ଜୀବୀଙ୍କ ଭୂମିକା ରହିଛି । ଚିରଞ୍ଜୀବୀContinue reading “ନେତାଙ୍କ ପାଇଁ ବାହାରିଲେ ସମର୍ଥକ: ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି”

ଅଗ୍ନିଶମ ସେବା ବିଭାଗରେ ୨୬ ନୂଆ ପଦବୀକୁ ଅନୁମୋଦନ: ନୂଆ ପଦବୀ ସୃଷ୍ଟି ହେବା ପରେ ଆହୁରି ଦକ୍ଷ ହେବ ବିଭାଗ

କନକ ବ୍ୟୁରୋ: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଏ।Continue reading “ଅଗ୍ନିଶମ ସେବା ବିଭାଗରେ ୨୬ ନୂଆ ପଦବୀକୁ ଅନୁମୋଦନ: ନୂଆ ପଦବୀ ସୃଷ୍ଟି ହେବା ପରେ ଆହୁରି ଦକ୍ଷ ହେବ ବିଭାଗ”

ଭଦ୍ରକ ଭଣ୍ଡାରିପୋଖରୀରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଆହତ, ୬ ଗୁରୁତର ମେଡିକାଲରେ ଭର୍ତି

କନକ ବ୍ୟୁରୋ: ଭଦ୍ରକ ଭଣ୍ଡାରିପୋଖରୀରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଘଟଣାରେ ୨୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । The post ଭଦ୍ରକ ଭଣ୍ଡାରିପୋଖରୀରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଆହତ, ୬ ଗୁରୁତର ମେଡିକାଲରେ ଭର୍ତିContinue reading “ଭଦ୍ରକ ଭଣ୍ଡାରିପୋଖରୀରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଆହତ, ୬ ଗୁରୁତର ମେଡିକାଲରେ ଭର୍ତି”

Design a site like this with WordPress.com
Get started