ଓଡ଼ିଶା ଉପକୂଳରେ ଲଘୁଚାପ: ୨୪ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା

କନକ ବ୍ୟୁରୋ: ଉତର-ପଶ୍ଚିମ ପାଶ୍ୱର୍ବର୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ଆସନ୍ତା ଦୁଇ ଦିନ ଯାଏଁ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ନୂଆପଡା,Continue reading “ଓଡ଼ିଶା ଉପକୂଳରେ ଲଘୁଚାପ: ୨୪ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା”

୨ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇଲେ, ଭିଡିଓ ଭାଇରାଲ ପରେ ହଇଚଇ

କନକ ବ୍ୟୁରୋ: ମଣିପୁରରେ ସ୍ଥିତି ପୁଣିଥରେ ଅନିୟନ୍ତ୍ରିତ ହୋଇଛି । ଏଠାରେ ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି ଏହା ମେ ୪ ତାରିଖର ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅଧିକାରୀଙ୍କ କହିବା ମୁତାବକ, ଏହି ଭିଡିଓ ଇଣ୍ଡିଜିନସ୍ ଲିଡର୍ସ ଫୋରମ୍ (ଆଇଟିଏଲଏଫ୍) ର ଗୁରୁବାର ହେବାକୁ ଥିବାContinue reading “୨ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇଲେ, ଭିଡିଓ ଭାଇରାଲ ପରେ ହଇଚଇ”

ବାଲେଶ୍ୱର ବାଲିଆପାଳରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ପାଠପଢ଼ା ବେଳେ ପିଲାଙ୍କୁ ମାଡ଼ ମାରିବାରୁ ପରିବାର ଲୋକଙ୍କ ଆକ୍ରମଣ

କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପାଠପଢ଼ା ବେଳେ ପିଲାଙ୍କୁ ମାଡ଼ ମାରିବାରୁ ଛାତ୍ରଙ୍କ ପରିବାର ଲୋକ ଶିକ୍ଷୟିତ୍ରୀଙ୍କୁ ମାରିଲେ ମାଡ ।଼ ଚପଲରେ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନୂଆଗାଁ ପଂଚାୟତରେ ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଜୟନ୍ତୀ ଏବଂ ତାଙ୍କ ପରିବାର । ଏପରିକି ଠେଙ୍ଗାରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇଦେଇଛନ୍ତି । ମାଡ଼ ମାରିବା ସହ ତାଙ୍କୁContinue reading “ବାଲେଶ୍ୱର ବାଲିଆପାଳରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ପାଠପଢ଼ା ବେଳେ ପିଲାଙ୍କୁ ମାଡ଼ ମାରିବାରୁ ପରିବାର ଲୋକଙ୍କ ଆକ୍ରମଣ”

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟେଷ୍ଟ: ଶହେ ତମ ଟେଷ୍ଟ ଖେଳିବେ ଉଭୟ ଦଳ

କନକ ବ୍ୟୁରୋ: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଶେଷ ମୁକାବିଲା । ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ସହ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟରେ ଭାରତ ଘରୋଇ ଦଳ ଉପରେ ସମାନ ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ । ପ୍ରଥମ ଟେଷ୍ଟ ହାରି ଥିବାରୁ ଘରୋଇ ଦଳ ପାଇଁ ଏହା କର ବା ମର ସ୍ଥିତି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଅଧିନରେ ଏହି ସିରିଜ୍ ରହିଥିବାରୁ ଘରୋଇContinue reading “ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟେଷ୍ଟ: ଶହେ ତମ ଟେଷ୍ଟ ଖେଳିବେ ଉଭୟ ଦଳ”

ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର: ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ତାଳପତ୍ରଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ମାସରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଅବସର ନେବେ । ଏହା ପରେ । ପରେ ତୁଲାଇବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟରContinue reading “ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର: ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ”

ପ୍ରଚଣ୍ଡ ଭୂସ୍ଖଳନରେ ଦବିଗଲା ପୁରା ଗାଁ, ମାଟି ତଳେ ୫୦ ଲୋକ ଦବିଯାଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନରେ ଦବିଗଲା ପୁରା ଗାଁ । ଫଳରେ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ସେମାନଙ୍କ ମଧ୍ୟରେ ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରାୟଗଡ ଜିଲ୍ଲା ଖାଲାପୁର ତହସିଲ ଇରସାଲବାଡି ଗାଁ ପାହାଡିଆ ଇଲାକାରେ ଥିବାବେଳେ ବିଳମ୍ବିତ ରାତିରେ ଭାରୀ ବର୍ଷା ଯୋଗୁଁ ହଠାତ୍Continue reading “ପ୍ରଚଣ୍ଡ ଭୂସ୍ଖଳନରେ ଦବିଗଲା ପୁରା ଗାଁ, ମାଟି ତଳେ ୫୦ ଲୋକ ଦବିଯାଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି”

ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର: ବିଭିନ୍ନ ପୋଲରେ ଜଳସ୍ତର କମିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ସ୍ୱାଭାବିକ ହେଲା ଯାତାୟତ 

କନକ ବ୍ୟୁରୋ: ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର ଆସିଛି । ଜିଲ୍ଲାରେ ବିଭିନ୍ନ ପୋଲ ଉପରେ କମିଛି ଜଳସ୍ତର । ପାଙ୍ଗମ୍, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍ଭି ୯୬, କନ୍ୟାଶ୍ରମ ପୋଲରୁ ପାଣି କମିଛି । ଏବେ ପୋଲ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱଭାବିକ ହୋଇଛି । ଫଳରେ ମାଲକାନଗିରି-ବାଲିମେଳା ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଛତିଶଗଡ଼ ଓ ଆନ୍ଧ୍ରକୁ ମଧ୍ୟ ଯାତାୟତ ସ୍ୱାଭାବିକContinue reading “ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର: ବିଭିନ୍ନ ପୋଲରେ ଜଳସ୍ତର କମିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ସ୍ୱାଭାବିକ ହେଲା ଯାତାୟତ “

ଆଜିଠୁ ପ୍ରବଳ ବର୍ଷିବ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ: ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ଜିଲ୍ଲାରେ ପ୍ରବଳContinue reading “ଆଜିଠୁ ପ୍ରବଳ ବର୍ଷିବ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ”

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସୁରୁଖୁରରେ ଅଧିବେଶନ ଚଳାଇବା ପାଇଁ ସବୁ ଦଳଙ୍କ ସହଯୋଗ ଲୋଡିଲେ ସରକାର

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ଓ ଶାସକ ଏନଡିଏ । ଗତକାଲି ନୂଆ ସଂସଦ ଭବନରେ ବସିଥିଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଚଳିତବର୍ଷ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ତୃଣମୁଳ ସ୍ତରରୁ ପ୍ରସ୍ତୁତି କରୁଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇContinue reading “ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସୁରୁଖୁରରେ ଅଧିବେଶନ ଚଳାଇବା ପାଇଁ ସବୁ ଦଳଙ୍କ ସହଯୋଗ ଲୋଡିଲେ ସରକାର”

ଅହମଦାବାଦରେ ହିଟ୍ ଆଣ୍ଡ ରନ୍: ଦୁର୍ଘଟଣା ଦେଖୁଥିିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଜାଗୁଆର କାର, ଘଟଣା ସ୍ଥଳରେ ୯ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦୁର୍ଘଟଣା ଦେଖିବା ବେଳେ ଦୁର୍ଘଟଣା । ଗୁଜରାଟ ଅହମଦାବାଦରେ ହିଟ୍ ଆଣ୍ଡ ରନ୍ର ଏକ ମାମଲା ସାମ୍ନାକୁ ଆସିଛି । ସରଖେଜ-ଗାନ୍ଧୀନଗର ଜାତୀୟ ରାଜପଥରେ ଥିବା ଇସ୍କନ ଫ୍ଲାଏଓଭରରେ ଘଟିଥିବା ଏକ ଦୁର୍ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏତିକି ବେଳେ ଏକ ଜାଗୁଆର ଗାଡି ଆସି ଭିଡ଼ ଉପରେ ଚଢ଼ିଯିବା ପରେ ୯ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୧୦ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲିContinue reading “ଅହମଦାବାଦରେ ହିଟ୍ ଆଣ୍ଡ ରନ୍: ଦୁର୍ଘଟଣା ଦେଖୁଥିିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଜାଗୁଆର କାର, ଘଟଣା ସ୍ଥଳରେ ୯ ଜଣଙ୍କ ମୃତ୍ୟୁ”

Design a site like this with WordPress.com
Get started