ଅଫିସରଙ୍କ ବିରୋଧରେ ଅସନ୍ତୋଷ । ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଲୋକ ।

କନକ ବ୍ୟୁରୋ: ଅଫିସରଙ୍କ ବିରୋଧରେ ତାତିଲେ ଚାଷୀ । କଳାହାଣ୍ଡିର କୋଟାଗାଁ ମଣ୍ଡିରେ ଧାନକିଣିବା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ଦେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଆଉ ତହସିଲଦାରଙ୍କୁ ତାଲା ବି ପକାଇଦେଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଆବାସର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ, ବ୍ଲକର କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ଲେଙ୍କାଙ୍କୁ ଆକ୍ରମଣ କରିଛନ୍ତି କିଛି ଘର ଆଶାୟୀ । ଅଫିସରଙ୍କ ବିରୋଧରେ ଅସନ୍ତୋଷ ତହସିଲଦାରଙ୍କୁ ତାଲା ପକାଇଲେContinue reading “ଅଫିସରଙ୍କ ବିରୋଧରେ ଅସନ୍ତୋଷ । ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଲୋକ ।”

ବିରୋଧୀେମେଣ୍ଟର ନୂଆ ନାଁକୁ ନେଇ ତେଜିଲା ରାଜନୀତି, ‘ଇଣ୍ଡିଆ’ ନାଁକୁ ନେଇ ନୀତୀଶ କୁମାର ନାପସନ୍ଦ କରୁଥିବା ଚର୍ଚ୍ଚା

କନକ ବ୍ୟୁରୋ : ବିରୋଧୀମେଣ୍ଟର ନୂଆ ନାମ ଇଣ୍ଡିଆକୁ ନେଇ ତେଜୁଛି ରାଜନୀତି । ଇଣ୍ଡିଆ ନାଁକୁ ନେଇ ବିଜେପି ଓ ବିରୋଧୀ ମଧ୍ୟରେ କଥାକଟି ଚାଲିଥିବାବେଳେ ଏବେ ଏଥିରେ ଆସିଛି ବଡ ଟୁଇଟ୍ । କାରଣ ଇଣ୍ଡିଆ ନାଁକୁ ନେଇ ବିରୋଧୀ ଓ ବିଜେପି କଥାକଟି ହେଉଥିବାବେଳେ ଏବେ ମେଂଟର ସୁତ୍ରଧର କୁହାଯାଉଥିବା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଇଣ୍ଡିଆ ନାଁକୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଛି । ବୈଠକରେ ମେଂଟର ନାଁ ଇଣ୍ଡିଆ କାହିଁକିContinue reading “ବିରୋଧୀେମେଣ୍ଟର ନୂଆ ନାଁକୁ ନେଇ ତେଜିଲା ରାଜନୀତି, ‘ଇଣ୍ଡିଆ’ ନାଁକୁ ନେଇ ନୀତୀଶ କୁମାର ନାପସନ୍ଦ କରୁଥିବା ଚର୍ଚ୍ଚା”

ଅମିତ ଶାହାଙ୍କ ଘୋଷଣା ପରେ ଜୟପୁର ସାହାରା କାର୍ଯ୍ୟାଳୟରେ ଜମାକାରୀଙ୍କ ଭିଡ଼ । ଅଫିସରେ ତାଲା ପଡ଼ିଥିବା ଯୋଗୁଁ ତେଜିଲା ଅସନ୍ତୋଷ ।

କନକ ବ୍ୟୁରୋ: ସାହାରା ଅଫିସ ଘେରିଲେ ଜମାକାରୀ । ସାହାରା ଇଣ୍ଡିଆରେ ଟଙ୍କା ଲଗାଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା କରିଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ଏଭଳି ସ୍ଥିତିରେ ଜୟପୁର ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନଙ୍କ ଭିଡ ଦେଖିବାକୁ ମିଳିଛି । କିଏ ବଣ୍ଡ ପେପର ପାଇବା ପାଇଁ ତ କିଏ ଜମା ଟଙ୍କାର ହିସାବ ପାଇଁ ଅଫିସ ଆଗରେContinue reading “ଅମିତ ଶାହାଙ୍କ ଘୋଷଣା ପରେ ଜୟପୁର ସାହାରା କାର୍ଯ୍ୟାଳୟରେ ଜମାକାରୀଙ୍କ ଭିଡ଼ । ଅଫିସରେ ତାଲା ପଡ଼ିଥିବା ଯୋଗୁଁ ତେଜିଲା ଅସନ୍ତୋଷ ।”

ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ । ପୁଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ । ଗିରଫ ହେବା ପରେ ଖୋଲିଲା ଗୁମର

କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡ଼ା ପୋଷ୍ଟମାଷ୍ଟର ନିଖୋଜ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କର ସନ୍ଦେହ କରି ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଛି ପୁୁରୁଷ ବନ୍ଧୁ ନୟନ ସେଠ । ସ୍ନିଗ୍ଧାଙ୍କ ମୃତଦେହ ଉଦ୍ଧାର ହେବା ପରେ ସନ୍ଦେହର ଶୀର୍ଷରେ ଥିଲେ ନୟନ । ତାଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପୁରା କାହାଣୀ ସାମ୍ନାକୁ ଆସିଛି । ପ୍ରଥମେ ବୁଝାଇ ସୁଝାଇ ସ୍ନିଗ୍ଧାଙ୍କୁ ନିଛାଟିଆ ଜଙ୍ଗଲକୁContinue reading “ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ । ପୁଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ । ଗିରଫ ହେବା ପରେ ଖୋଲିଲା ଗୁମର”

ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ଉପାନ୍ତରୁ ରାଜଧାନୀ, ସବୁଠି ଦୟନୀୟ ସ୍ଥିତି । ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶିକ୍ଷାର ଶୋଚନୀୟ ଚିତ୍ର । ଖୋଦ ରାଜଧାନୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଖାରବେଳନଗର ସ୍ଥିତ ୟୁନିଟ୍ –୩ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରୀରେ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ପାଠ ପଢାଉଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପିପିଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକରେ ଚାଲିଛି ସ୍କୁଲ । ତେବେ କେବଳ ଏହିContinue reading “ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ଉପାନ୍ତରୁ ରାଜଧାନୀ, ସବୁଠି ଦୟନୀୟ ସ୍ଥିତି । ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ”

ଜେଲ ଫେରନ୍ତାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ୱ ପରେ ତେଜିଲା ବିବାଦ । ପ୍ରଶ୍ନ ଉଠାଇଲେ ପାରାଦୀପ ବିଧାୟକ । ଦଳୀୟ ନିଷ୍ପତି କହି ଏଡ଼ାଇଗଲେ ଶାସକ ଦଳ ମୁଖ୍ୟ ସଚେତକ

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବିଜେଡି ପଦାଧିକାରୀ ତାଲିକା ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ନୂଆ ବିବାଦ । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡାଙ୍କୁ ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଥିବା ତାଲିକାରୁ ଜଣାପଡିବା ପରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ସମ୍ବିତ ରାଉତରାୟ ଓ ପ୍ରଶାନ୍ତ ମୁଦୁଲି । ଆଉ ବିବାଦ ଭିତରେ ସାମନାକୁ ଆସି ଜ୍ୟୋତି କହିଛନ୍ତି, ବରିଷ୍ଠ ନେତା ଦାମ ରାଉତ ତାଙ୍କୁ ରାଜନୀତିକୁ ଆଣିଥିଲେ । ଯାହାକୁ ନେଇContinue reading “ଜେଲ ଫେରନ୍ତାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ୱ ପରେ ତେଜିଲା ବିବାଦ । ପ୍ରଶ୍ନ ଉଠାଇଲେ ପାରାଦୀପ ବିଧାୟକ । ଦଳୀୟ ନିଷ୍ପତି କହି ଏଡ଼ାଇଗଲେ ଶାସକ ଦଳ ମୁଖ୍ୟ ସଚେତକ”

କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ପୁଣି ଗଲା ଜଣକର ଜୀବନ ।

କନକ ବ୍ୟୁରୋ: କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବାବେଳେ, ନରସୀମା ରାଓ ନାମକ ଜଣେ ସଫେଇ କର୍ମଚାରୀ, ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବଡ ମୁକୁଳା ଡ୍ରେନ୍ ପାଶ୍ୱର୍ରେ ନରସୀମା ସଫେଇ କାମ କରୁଥିଲେ । ସଫେଇ କରିବା ସମୟରେ ଭୁଲବଶତଃ ତାଙ୍କର ଗୋଡContinue reading “କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ପୁଣି ଗଲା ଜଣକର ଜୀବନ ।”

ଜଳବନ୍ଦୀ ମାଲକାନଗିରି ଜିଲ୍ଲା । ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ମାଲକାନଗିରିଠାରୁ ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଯୋଗାଯୋଗ ଠପ୍

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ଗତ ତିନି ଦିନ ଧରି ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘରୁ ବାହାରିବା ଏବେ କଷ୍ଟକର ହୋଇ ପଡିଥିବାବେଳ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିଛି ସମଗ୍ର ମାଲକାନଗିରି ଜିଲ୍ଲା । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ହେଉ ବା ଗାଁ ରାସ୍ତା ଚାରିଆଡେ କେବଳ ପାଣି ପାଣି ଆଉContinue reading “ଜଳବନ୍ଦୀ ମାଲକାନଗିରି ଜିଲ୍ଲା । ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ମାଲକାନଗିରିଠାରୁ ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଯୋଗାଯୋଗ ଠପ୍”

ଦୁଇ ମାସର ବୈବାହିକ ଜୀବନକୁ ସାରିଦେଲା ସାପ, ସ୍ୱାମୀ ବୋଲବମ୍ ପାଣି ନେଇ ଯାଇଥିବା ବେଳେ ସାପ କାମୁଡାରେ ସ୍ତ୍ରୀ ମୃତ

କନକ ବ୍ୟୁରୋ : ପାଦରୁ ଅଳତା ଲିଭିନି, କିନ୍ତୁ ଜୀବନ ଦୀପ ଲିଭିଗଲା । ସ୍ୱାମୀ ବୋଲବମ୍ ପାଇଁ ପାଣି ଭାର ନେଇ ଯାଇଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ବିବାହ ମାତ୍ର ଦୁଇ ମାସରେ ସାପ କାମୁଡାରେ ଚାଲି ଯାଇଛି ନବବଧୂର ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଆଇତି ଗାଁରେ ଏମିତି ଏକ ଦୁଃଖର ଘଟଣା ଘଟି ଯାଇଛି । ଗାଁର ସୁଜିତ୍ ମଲ୍ଲିକଙ୍କ ପତ୍ନୀ ସୀମା ମଲ୍ଲିକ, ଘରେ ଶୋଇଥିବା ବେଳେContinue reading “ଦୁଇ ମାସର ବୈବାହିକ ଜୀବନକୁ ସାରିଦେଲା ସାପ, ସ୍ୱାମୀ ବୋଲବମ୍ ପାଣି ନେଇ ଯାଇଥିବା ବେଳେ ସାପ କାମୁଡାରେ ସ୍ତ୍ରୀ ମୃତ”

ମଣିଷ ବଦଳରେ ମେସିନ କରୁଛି କାମ,  ବୁଗୁଡାରେ ଜେସିବି ଲଗାଇ ପୋଖରୀ ଖୋଳୁଛନ୍ତି ସମିତି ସଭ୍ୟ

କନକ ବ୍ୟୁରୋ : ଲୋକଙ୍କୁ ମିଳୁନି କାମ । ହେଲେ ଗାଁ ଗୁଡିକରେ ସରକାର ଯୋଗାଉଥିବା କାମରେ ଲାଗିଛି ମେସିନ୍ । ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ ଗୋଲବନ୍ଧ ପଂଚାୟତରେ ଚାଲିଛି ପୋଖରୀ ଖୋଳା କାମ । ଏଥିରେ ମଣିଷ ବଦଳରେ ଲାଗିଛି ମେସିନ୍ । ଜେସିବି ଦ୍ୱାରା ଖୋଳାଯାଉଛି ପୋଖରୀ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୋଖରୀ ଖୋଳା ପାଇଁ ୫ ଲକ୍ଷ ବ୍ୟୟବରାଦ କରାଯାଇଛି । ଏହାContinue reading “ମଣିଷ ବଦଳରେ ମେସିନ କରୁଛି କାମ,  ବୁଗୁଡାରେ ଜେସିବି ଲଗାଇ ପୋଖରୀ ଖୋଳୁଛନ୍ତି ସମିତି ସଭ୍ୟ”

Design a site like this with WordPress.com
Get started