କନକ ବ୍ୟୁରୋ: ସାଧାରଣ ଖାଉଟିଟିଏ ପାଇଁ ଆସିଲା ଖୁସି । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କେନ୍ଦ୍ର ସରକାର ଗତContinue reading “ଖାଉଟିଙ୍କ ପାଇଁ ଖୁସି ଖବର । ୭୦ ଟଙ୍କା ହେଲା ଟମାଟୋ ଦାମ୍ । ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର ।”
Tag Archives: News
ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ।
କନକ ବ୍ୟୁରୋ: ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ଆରଟିଓ ଅଫିସ୍ର ଟିଆଇଙ୍କ ଡ୍ରାଇଭର ଦୀପ ଟପ୍ପୋଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ’ର କରମଡ଼ିହିରେ । ଗୁରୁତର ଅବସ୍ଥାରେ ଦୀପକ ଟପ୍ପୋଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଏବେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପରେ ଡ୍ରାଇଭରକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତିContinue reading “ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ।”
ବିରୋଧୀ ଦଳଙ୍କ ମେଣ୍ଟ ନାମ ‘ଇଣ୍ଡିଆ’ ରଖିବାକୁ ନେଇ ବିବାଦ । ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଦାୟର ହେଲା ଅଭିଯୋଗ ।
କନକ ବ୍ୟୁରୋ: ୨୬ ବିରୋଧୀ ଦଳ ବିରୋଧରେ ପୋଲିସ ଷ୍ଟେସନରେ ଦାଖଲ ହେଲା ଅଭିଯୋଗ । ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବା ଅଭିଯୋଗରେ ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ଅବନୀଶ ମିଶ୍ର । ତାଙ୍କ ଅଭିଯୋଗ ହେଲା, ବିରୋଧୀମାନେ ନିଜ ମେଣ୍ଟର ନାମ ଇଣ୍ଡିଆ ରଖିଛନ୍ତି । ଏହା ଆଗାମୀ ୨୦୨୪ ନିର୍ବାଚନରେ ପ୍ରଭାବ ପକାଇବ । ତେଣୁ ବିରୋଧୀ ଦଳ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେContinue reading “ବିରୋଧୀ ଦଳଙ୍କ ମେଣ୍ଟ ନାମ ‘ଇଣ୍ଡିଆ’ ରଖିବାକୁ ନେଇ ବିବାଦ । ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଦାୟର ହେଲା ଅଭିଯୋଗ ।”
ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ
କନକ ବ୍ୟୁରୋ : ତାଜମହଲ । କିଏ କହେ ଏହା ପ୍ରେମର ପ୍ରତୀକ ତ ପୁଣି କିଏ କହେ ଏହା ଐତିହ୍ୟର ସ୍ମାରକୀ । ପ୍ରେମର ପରିପ୍ରକାଶ ହେଉ କି ମନୋରଂଜନ ପାଇଁ ପର୍ଯ୍ୟଟକମାନେ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ଏହି ସ୍ଥାନକୁ । ହେଲେ ଏବେ ଏହା ବିପଦରେ ଥିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ଆସିବା ଯୋଗୁଁ ଅଧିକାଂଶ ସ୍ଥାନ ଜଳମଗ୍ନ । ଏହାରି ମଧ୍ୟରେ ବାଦ୍ ପଡ଼ିନିContinue reading “ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ”
ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ । ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍
କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିସହିତ ସେପ୍ଟେମ୍ବର ୨ ତାରିଖରେ ଦୁୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ବୋଲି ଜୟ ଶାହା ଘୋଷଣା କରିଛନ୍ତି । ଏସିଆନ୍ କ୍ରିକେଟ୍ କାଉନସିଲ୍ ତରଫରୁ ଏସିଆ କପ୍ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହାContinue reading “ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ । ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍ “
ଉତରାଖଣ୍ଡ ଚମୋଲିରେ ବଡ ଧରଣର ଅଘଟଣ । ଅଳକାନନ୍ଦା ନଦୀ ତଟରେ ଫାଟିଲା ଟ୍ରାନ୍ସଫର୍ମର, ୧୫ରୁ ଅଧିକ ମୃତ
କନକ ବ୍ୟୁରୋ : ଟ୍ରାନ୍ସଫରର୍ମର ଫାଟିବାରୁ ଗଲା ୧୫ରୁ ଅଧିକ ଜଣଙ୍କ ଜୀବନ । ଉତରାଖଣ୍ଡ ଚମୋଲି ଅଳକାନନ୍ଦା ନଦୀ ତଟରେ ଏପରି ଭୟାନକ ଘଟଣା ଘଟିଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ ଅଂଚଳରେ ଏହି ଅଘଟଣ ଘଟିଛି । ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ୫ ଜଣ ହୋମଗାର୍ଡ ରହିଛନ୍ତି । ଘଟଣାସ୍ଥଳରେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଛିContinue reading “ଉତରାଖଣ୍ଡ ଚମୋଲିରେ ବଡ ଧରଣର ଅଘଟଣ । ଅଳକାନନ୍ଦା ନଦୀ ତଟରେ ଫାଟିଲା ଟ୍ରାନ୍ସଫର୍ମର, ୧୫ରୁ ଅଧିକ ମୃତ”
ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ଚର୍ଚ୍ଚାରେ ନେତାଙ୍କ ଟୁଇଟ୍ ୱାର୍ ।
କନକ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ଝାରସୁଗୁଡାରେ ଦେଖିବାକୁ ମିଳିଛି ଟ୍ୱିଟର ୱାର । ମୁହାଁମୁହିଁ ହୋଇଛନ୍ତି ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ୫-ଟି ସଚିବଙ୍କ ସମ୍ବଲପୁର ଗସ୍ତ ସମୟରେ ଖିଣ୍ଡା ଗାଁର ବିକାଶ ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଏହାକୁ ନେଇ ଦୀପାଳି ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିଥିଲେ । ଆଉ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକContinue reading “ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ଚର୍ଚ୍ଚାରେ ନେତାଙ୍କ ଟୁଇଟ୍ ୱାର୍ ।”
ସୀମା ସେପଟୁ ଆସିଥିବା ସୀମାକୁ ନେଇ ଘନଉଛି ସନ୍ଦେହ, ପ୍ରେମିକା ନା ଏଜେଣ୍ଟ ନେଇ ଚାଲିଛି ଜେରା, ପାକିସ୍ତାନ ପଠାଇ ଦେବାକୁ ଦାବି
କନକ ବ୍ୟୁରୋ : ପବଜୀ ଖେଳରୁ ପ୍ରେମ ଆଉ ପ୍ରେମକୁ ପାଇବା ପାଇଁ ଭାରତକୁ ଚାଲିଆସିଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର । ନିୟମ ଉଲ୍ଲଂଘନ କରି, ସମସ୍ତଙ୍କ ଆଖିରେ ଧୂଳି ଦେଇ ସୀମା କେମିତି ଭାରତକୁ ଆସିଲେ? କେମିତି ବେଶ ବଦଳାଇ ମେ ମାସରୁ ନୋଏଡାରେ ରହୁଥିଲେ? ସୀମାପାର କରି ଭାରତ ଆସିବା ପଛରେ କାରଣ ପ୍ରେମ ନା ଆଉ କିଛି ରହିଛି ସେକଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ସେପଟେ ସୀମା,Continue reading “ସୀମା ସେପଟୁ ଆସିଥିବା ସୀମାକୁ ନେଇ ଘନଉଛି ସନ୍ଦେହ, ପ୍ରେମିକା ନା ଏଜେଣ୍ଟ ନେଇ ଚାଲିଛି ଜେରା, ପାକିସ୍ତାନ ପଠାଇ ଦେବାକୁ ଦାବି”
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଜବ ବ୍ୟବସ୍ଥା । ସବୁ ରୋଗୀଙ୍କୁ ଦିଆଯାଉଛି ସମାନ ଖାଦ୍ୟ । ଡାଇରିଆ ରୋଗୀଙ୍କୁ କ୍ଷୀର ଓ ଅଣ୍ଡା ଭଳି ମିଳୁଛି ଗରିଷ୍ଠ ଖାଦ୍ୟ ।
କନକ ବ୍ୟୁରୋ: ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ପଥି ରହିଥିବା ସମସ୍ତେ ଜାଣନ୍ତି । କେଉଁ ରୋଗ ହେଲେ କଣ ଖାଇବେ ଓ କଣ ଖାଇବେ ନାହିଁ ସେ ନେଇ ଡାକ୍ତରମାନେ ରୋଗୀଙ୍କୁ ସୁଚିନ୍ତିତ ପରାମର୍ଶ ଦେଇଥାନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ ମେଡିକାଲରେ । ଡାକ୍ତରମାନେ ରୋଗୀଙ୍କୁ ଯାହା ଖାଇବାକୁ ବାରଣ କରୁଛନ୍ତି, ସେହି ଖାଦ୍ୟହିଁ ଡାକ୍ତରଖାନା କତୃପକ୍ଷଙ୍କ ଦ୍ୱାରା ରୋଗୀଙ୍କୁ ଯୋଗାଇ ଦିଆଯାଉଛିା ଆଉContinue reading “ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଜବ ବ୍ୟବସ୍ଥା । ସବୁ ରୋଗୀଙ୍କୁ ଦିଆଯାଉଛି ସମାନ ଖାଦ୍ୟ । ଡାଇରିଆ ରୋଗୀଙ୍କୁ କ୍ଷୀର ଓ ଅଣ୍ଡା ଭଳି ମିଳୁଛି ଗରିଷ୍ଠ ଖାଦ୍ୟ ।”
ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ ?
କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ବର୍ତ୍ତମାନ ତୃତୀୟ ଅରବିଟରେ ଗତି କରୁଛି ଚନ୍ଦ୍ରଯାନ । ଗତକାଲି ଅପରାହ୍ଣରେ ଦ୍ୱିତୀୟ କକ୍ଷପଥ ବଦଳାଇବା ପରେ ତୃତୀୟ କକ୍ଷପଥରେ ଗତି କରୁଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଯାନ ସଫଳତାର ସହ କକ୍ଷପଥ ପରିବର୍ତନ କରିଛି । ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ପରବର୍ତୀ କକ୍ଷପଥରେ ପାଦ ରଖିବ ଚନ୍ଦ୍ରଯାନ । ତେବେ ଲକ୍ଷ୍ୟ ସ୍ଥଳରେContinue reading “ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ ?”