କିଡନୀ ରୋଗରେ ପୀଡିତ ସୁନ୍ଦରଗଡର ଆରିଫ ଫାତିମା । କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ଆଖିରେ ଆଖିଏ ସ୍ୱପ୍ନ । ଡାକ୍ତର ହୋଇ କିଡନୀ ରୋଗୀଙ୍କ ଚିକିତ୍ସା କରିବାକୁ ଇଛା । ହେଲେ କିଡନୀ ରୋଗ ଯୋଗୁଁ କୁନି ଝିଅର ଜୀବନ ପାଲଟି ଯାଇଛି ଯନ୍ତ୍ରଣା । ରୋଗ ପାଇଁ ପାଠ ପଢିବା, ଖେଳିବା, ଖାଇବା ଓ ବୁଲାବୁଲି କରିବା, ସବୁଥିରେ କଟକଣା ଲାଗିଯାଇଛି । ଏବେ ଜୀବନ କହିଲେ, କେବଳ ଡାକ୍ତରଖାନା ଓ ଔଷଧରେ ସୀମିତ ହୋଇଯାଏ । ଆମେ କହୁଛୁ, ସୁନ୍ଦରଗଡର କୁନି ଝିଅ ଆରିଫାContinue reading “କିଡନୀ ରୋଗରେ ପୀଡିତ ସୁନ୍ଦରଗଡର ଆରିଫ ଫାତିମା । କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ”

ଅଙ୍ଗନବାଡି ଘରେ ତାଲା ପକାଇଛି ଠିକାଦାର, ଅଙ୍ଗନୱାଡି କର୍ମୀଙ୍କ ମାଟି ପିଣ୍ଡାରେ ବସି ପଢୁଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ : ନବନିର୍ମିତ ଅଙ୍ଗନବାଡି ଗୃହକୁ ତାଲା ପକାଇ ରଖିଛି ଠିକାଦାର । ତେଣୁ ପିଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତରଗାବାଲି ଗାଁରେ ଏଭଳି ଦେଖିବାକୁ ମିଳିଛି । ଏଠାରେ ଅଙ୍ଗନବାଡି କର୍ମୀଙ୍କ ମାଟି ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ କୁନି କୁନି ପିଲାଙ୍କୁ ବସାଇ ପ୍ରାରମ୍ଭିକ ପାଠ ପଢାଯାଉଛି । ଏପଟେ ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର କୋଠାରେ ତାଲା ପଡିଛି । କୁନି କୁନି ପିଲା ମାନେContinue reading “ଅଙ୍ଗନବାଡି ଘରେ ତାଲା ପକାଇଛି ଠିକାଦାର, ଅଙ୍ଗନୱାଡି କର୍ମୀଙ୍କ ମାଟି ପିଣ୍ଡାରେ ବସି ପଢୁଛନ୍ତି କୁନି କୁନି ପିଲା”

୧୦ ବର୍ଷ ଧରି ଅଭିଯୋଗ କରି କରି ଥକିଗଲେ ଗ୍ରାମବାସୀ, ଶେଷରେ ପାହାଡ ଖୋଳି କେନାଲ କଲେ ଚାଷୀ

କନକ ବ୍ୟୁରୋ : ହାତରେ ଶାବଳ ଓ କୋଦାଳ ଧରି ପାହାଡ ଖୋଳିଲେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି କେନାଲ ଖୋଳିଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁର ଚାଷୀ । ଆଉ ପାହାଡରୁ ପାଣି ଆଣି ଜମିରେ ଫସଲ ଫଳାଇବାକୁ ଚେଷ୍ଟା କରିଛନ୍ତି । କେନାଲ ଖୋଳିବା ପାଇଁ ପ୍ରଥମେ ପ୍ରଶାସନ ପାଖରେ ଗୁହାରି କଲେ । ହେଲେ ସରକାରୀ ବାବୁ ଚାଷୀଙ୍କ ଦୁଃଖ ଶୁଣିଲେ ନାହିଁ । ତେଣୁContinue reading “୧୦ ବର୍ଷ ଧରି ଅଭିଯୋଗ କରି କରି ଥକିଗଲେ ଗ୍ରାମବାସୀ, ଶେଷରେ ପାହାଡ ଖୋଳି କେନାଲ କଲେ ଚାଷୀ”

ଥାନା ଭିତରେ ଲାଞ୍ଚନେବା ଘଟଣା : ନିଲମ୍ବିତ ହେଲେ ଚାନ୍ଦିପୁର ଥାନା ଏଏସଆଇ, ଆଇଆଇସିଙ୍କ କଥା ବିଚାର କରିବେ ଡିଜି

କନକ ବ୍ୟୁରୋ: ଚାନ୍ଦିପୁର ଥାନା ଏଏସଆଇ ପ୍ରଦୀପ କୁମାର ନିଲମ୍ବିତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ଏସପି ନିଲମ୍ବନ କରିଛନ୍ତି । ସେପଟେ ଏହି ମାମଲାରେ ଆଇଆଇସି ଗଣେଷ ପ୍ରଧାନଙ୍କ ହାତ ଥିବା କଥା କୁହାଯାଉଛି । ତାଙ୍କ ସଂପୃକ୍ତି ନେଇ ଡିଜି ବିଚାର କରିବେ ବୋଲି କୁହାଯାଉଛି । ସୂଚନା ଥାଉକି । ଏକ ମାମଲାର ରଫାଦଫା ପାଇଁ ଚାନ୍ଦିପୁର ଥାନା ଏଏସଆଇ ପ୍ରଦୀପ କୁମାର ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନାContinue reading “ଥାନା ଭିତରେ ଲାଞ୍ଚନେବା ଘଟଣା : ନିଲମ୍ବିତ ହେଲେ ଚାନ୍ଦିପୁର ଥାନା ଏଏସଆଇ, ଆଇଆଇସିଙ୍କ କଥା ବିଚାର କରିବେ ଡିଜି”

ଫାଇଭ-ଟି ସ୍କୁଲରେ ପ୍ଲାଷ୍ଟର ଖସି ଫାଟିଲା ଦିଦିଙ୍କ ମୁଣ୍ଡ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସି ତ୍ରିଲୋଚନ ବେହେରା ଆହତ

କନକ ବ୍ୟୁରୋ : ଫାଇଭ-ଟି ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ପ୍ଲାଷ୍ଟର ଖସି ୨ ଜଣ ଆହତ ହୋଇପଡିଛନ୍ତି । ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ବେଳେ ସିଆରସି ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ତାଳଦା ପଂଚାୟତ ପଢିଆରୀ ବିଦ୍ୟାପୀଠରେ ଏହି ଅଘଟଣ ଘଟିଛି । ବିଦ୍ୟାଳୟ ଅଫିସ ଘରେ ବୈଠକ ଚାଲିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସି ପଡିଥିଲା । ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ମୁଣ୍ଡରେ ପ୍ଲାଷ୍ଟର ଖଣ୍ଡ ପଡିଛି ।Continue reading “ଫାଇଭ-ଟି ସ୍କୁଲରେ ପ୍ଲାଷ୍ଟର ଖସି ଫାଟିଲା ଦିଦିଙ୍କ ମୁଣ୍ଡ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସି ତ୍ରିଲୋଚନ ବେହେରା ଆହତ”

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ଜେନେରାଲ ବଗି ଯାତ୍ରୀଙ୍କୁ ମିଳିବ ଇକୋନମିକ ମିଲ୍, ୨୦ ଟଙ୍କାରେ ମିଲ ତ ୩ଟଙ୍କାରେ ପାଣି

କନକ ବ୍ୟୁରୋ : ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଓ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବ ରେଳ ବିଭାଗ । ଷ୍ଟେସନର ପ୍ଲାଟଫର୍ମ ନିକଟରେ ଯେତେବେଳେ ଟ୍ରେନ ଲାଗିବ ସେତେବେଳେ ଜେନେରାଲ କୋଚ ଆଗରେ ଯାତ୍ରୀମାନଙ୍କ ପାଇଁ ଇକୋନମିକ୍ ମିଲ୍ ଓ ପାଣିର ଷ୍ଟଲ ଲାଗିବ । ଏହି ଷ୍ଟଲରେ ଯାତ୍ରୀଙ୍କ ଶସ୍ତାରେ ମିଲ୍Continue reading “ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ଜେନେରାଲ ବଗି ଯାତ୍ରୀଙ୍କୁ ମିଳିବ ଇକୋନମିକ ମିଲ୍, ୨୦ ଟଙ୍କାରେ ମିଲ ତ ୩ଟଙ୍କାରେ ପାଣି”

କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି । ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟContinue reading “କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ”

ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କନକ ବ୍ୟୁରୋ: ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁସ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତାଳ ବଣିଆ ଥାନା ପୁଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ସାକ୍ଷୀଗୋପାଳରେ ନର୍ସ ଭାବେ କାର୍ଯ୍ୟ କରୁଥଲେ ୨୩ ବର୍ଷିୟ ପ୍ରିୟଙ୍କା ବେହେରା । ଗତ ୧୪ ତାରିଖରୁ ସେ ଘରୁ ବାହାରକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ତା ପରContinue reading “ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ”

ସାଉଦି ଆରବର ଦାଦନ ଯନ୍ତ୍ରଣାର କରୁଣ ଚିତ୍ର: କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ତିନି ଶ୍ରମିକ

କନକ ବ୍ୟୁରୋ: ସାଉଦିଆରବରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଚିତ୍ର । କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ୩୦ ଶ୍ରମିକ । ନିଜ ଯନ୍ତ୍ରଣାର ଛାତିଥରା କାହାଣୀ ଭିଡିଓ ମାଧ୍ୟମରେ ଜଣାଇ ସେଠାରୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ସାଉଦୀ ଆରବର ଏକ କମ୍ପାନୀରେ କାମ କରିବା ପାଇଁ ଓଡ଼ିଶାର ୩୦ଜଣ ଓ ଆନ୍ଧ୍ର ପ୍ରଦେଶର ୧୦ ଜଣ ଶ୍ରମିକ ଯାଇଥିଲେ । କମ୍ପାନୀ ଏମାନଙ୍କୁ ୬ମାସ ଭିସା ଦେବାContinue reading “ସାଉଦି ଆରବର ଦାଦନ ଯନ୍ତ୍ରଣାର କରୁଣ ଚିତ୍ର: କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ତିନି ଶ୍ରମିକ”

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ଓ ଏଏସଆଇ: ମଦ ବେପାରୀଙ୍କଠୁ ୫୦ ହଜାର ଲାଂଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ: ଥାନା ଭିତରୁ ପୋଲିସ ଅଧିକାରୀଙ୍କୁ ଉଠାଇନେଲା ଭିଜିଲାନ୍ସ । ଏଭଳି ମାମଲା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳରୁ ଆସିଛି । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଲା ଭିଜିଲାନ୍ସ । ସ୍ଥାନୀୟ ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଥିବା ଭଳି ସାଂଘାତିକ ଅଭିଯୋଗ ଏହି ଦୁଇ ପୋଲିସ ଅଧିକାରୀଙ୍କ ନାଁଁରେ ଆସିଥିଲା । ପୂର୍ବରୁContinue reading “ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ଓ ଏଏସଆଇ: ମଦ ବେପାରୀଙ୍କଠୁ ୫୦ ହଜାର ଲାଂଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ”

Design a site like this with WordPress.com
Get started